କରୋନା ସଚେତନ ହେଲେ ଦଇତାପତି ସେବକ

ପୁରୀ ଅଫିସ,୧୫ା୫: ଆଗକୁ ସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରା। ଏହାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବାକୁ ହେଲେ ସମ୍ପୃକ୍ତ ସେବକମାନଙ୍କୁ ଏବେଠାରୁ କରୋନା ଭୂତାଣୁ ସଂକ୍ରମଣଠାରୁ ଦୂରେଇ ରହିବାକୁ ହେବ। ତେଣୁ ଆଗୁଆ ସତର୍କତା ଅବଲମ୍ବନ କରିଛି ଶ୍ରୀମନ୍ଦିର ପ୍ରଶାସନ। ସ୍ନାନଯାତ୍ରା ଓ ରଥଯାତ୍ରା ସହ ସମ୍ପୃକ୍ତ ସମସ୍ତ ସେବକଙ୍କ କୋଭିଡ ଟେଷ୍ଟ ସହ ସେମାନଙ୍କୁ କ୍ବାରାଣ୍ଟାଇନରେ ରଖାଯିବା ଲାଗି ନିଷ୍ପତ୍ତି ହୋଇଛି। କରୋନାଠାରୁ କିପରି ଦୂରେଇ ରହିହେବ, କ’ଣ ପ୍ରତିଷେଧକ ବ୍ୟବସ୍ଥା ଆବଶ୍ୟକ, ସଙ୍ଗରୋଧର ନିୟମ କ’ଣ ସେ ସବୁ ବିଷୟରେ ଶୁକ୍ରବାର ଦଇତାପତି ସେବକମାନଙ୍କୁ ସଚେତନ କରାଯାଇଛି। ହାତ ସଫା ରଖିବା, ସାମାଜିକ ଦୂରତ୍ୱ ରକ୍ଷା ଏବଂ ମାସ୍କ ପରିଧାନ ପାଇଁ ପରାମର୍ଶ ଦିଆଯାଇଥିଲା।
ନିଳାଦ୍ରି ଭକ୍ତନିବାସ ସମ୍ମିଳନୀ କକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନୀଳକଣ୍ଠ ମିଶ୍ର, ଏଡିଏମ୍‌ଓ (ପରିବାର କଲ୍ୟାଣ) ଦେବୀ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଦଇତାପତିମାନେ ଘରେ ସଙ୍ଗରୋଧରେ ରହିବା ସହ ମୁହଁରେ ଗାମୁଛା ବାନ୍ଧିବେ ବୋଲି କାର୍ଯ୍ୟକ୍ରମରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟେ ରିସ୍ତା କ୍ୟା କେହେଲାତା ହୈ ଫେମ୍‌ ଅଭିନେତା କରୋନା ପଜିଟିଭ୍‌: ଶୁଟିଂ ଉପରେ ଲାଗିଲା ବ୍ରେକ୍‌

ମୁମ୍ବାଇ: ସମଗ୍ର ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶରେ ଜାରି ରହିଥିବା ଲକ୍‌ଡାଉନ ପରେ ବି ମନୋରଞ୍ଜନ ଜଗତର କେତେକ...

ଜଳିଗଲା କୁକୁଡ଼ା ଦୋକାନ:ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭାପୁର,୧୫।୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡିଠାରୁ ୨୦୦ ମିଟର ଦୂରରେ ଥିବା ଏକ କୁକୁଡ଼ା ଦୋକାନରେ ଶନିବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ...

୬୫ତମ ବନ୍ୟପ୍ରାଣୀ ସପ୍ତାହ ପାଳନ

ଖଡିଆଳ,୪।୧୦(ଡି.ଏନ.ଏ.) – ନୂଆପଡା ଜିଲା ଖଡିଆଳ ବନାଞ୍ଚଳ ପକ୍ଷରୁ ୬୫ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଆରମ୍ଭ ହୋଇଯାଇଛି । ଏହା ଆସନ୍ତା ୮ ତାରିଖରେ ଉଦଯାପିତ...

ପ୍ରବାସୀଙ୍କ ସୁରକ୍ଷା ପାଇଁ ରଣନୀତି: ଷ୍ଟେଶନ, ସଙ୍ଗରୋଧ କେନ୍ଦ୍ରରେ ଅଧିକ ପୋଲିସ ମୁତୟନ ହେବେ

କଟକ ଅଫିସ,୩।୫: ବାହାର ରାଜ୍ୟରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କ ଓଡ଼ିଶା ଫେରିବା ଆରମ୍ଭ ହୋଇଗଲାଣି। ସ୍ବତନ୍ତ୍ର ଟ୍ରେନ୍‌ ଏବଂ ବସ୍‌ରେ ସେମାନେ ଓଡ଼ିଶା ଫେରୁଛନ୍ତି।...

ମନ୍ଦିର ପୂଜକ କରୋନା ଆକ୍ରାନ୍ତ

ଢେଙ୍କାନାଳ ଅଫିସ, ୬।୭:  ଢେଙ୍କାନାଳ ସହରସ୍ଥିତ ଏକ ପ୍ରମୁଖ ମନ୍ଦିରର ଜଣେ ପୂଜକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରବିବାର ସନ୍ଧ୍ୟାରେ ଏହା ଜଣାପଡ଼ିବା ପରେ ଜିଲା ପ୍ରଶାସନ...

ଡାକ୍ତରଙ୍କ ପ୍ରତି ହିଂସା ଅଗ୍ରହଣୀୟ

ଭୁବନେଶ୍ୱର,୨୧ା୪(ବ୍ୟୁରୋ): କରୋନା ସଂକ୍ରମଣରେ ବିଶ୍ୱ ଛଟପଟ। ସମଗ୍ର ଦେଶ ମଧ୍ୟ ଏହି ମହାମାରୀ ସହିତ ଲଢୁଛି। ଏହାକୁ ମୁକାବିଲା କରିବାରେ ଡାକ୍ତର, ନର୍ସ ଓ ପାରାମେଡିକାଲ...

ଯବାନଙ୍କ ମଙ୍ଗଳ କାମନା କରି ଏଥର ରାକ୍ଷୀ ସହ ମାସ୍କ ପଠାଇଲେ ଛାତ୍ରୀଛାତ୍ର

ବୁଗୁଡା,୩୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ପିପୁଲସ କଲେଜ ଭାରତ ସ୍କାଉଟ ଗାଇଡ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ଭାରତ...

ମାଓବାଦୀ-ଗ୍ରାମବାସୀଙ୍କ ଲଢ଼େଇ: ପ୍ରତିଶୋଧ ପରାୟଣ ହୋଇ ମାଓବାଦୀ ଜାଳିଦେଲେ ୧୦ ଘର

ମାଲକାନଗିରି,୨୬।୧(ସ୍ବ.ପ୍ର.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ଶନିବାର ରାତିରେ ମାଓବାଦୀଙ୍କୁ କଡ଼ା ବିରୋଧ କରାଯାଇଥିଲା। ମାଓବାଦୀ ଗ୍ରାମବାସୀଙ୍କ ମଧ୍ୟରେ ହୋଇଥିବା ଏହି ଲଢ଼େଇରେ ଜଣେ ମାଓବାଦୀଙ୍କ...

Advertisement


Archives

Model This Week