କରୋନା ସଂକ୍ରମଣ ରୋକିବାକୁ ରଜ ଉତ୍ସବ ପାଳନରେ କଟକଣା: ସରପଞ୍ଚଙ୍କ ସହ କଥା ହେଲେ ଜିଲାପାଳ

କେନ୍ଦୁଝର,୧୩ା୬ (ସ୍ବ.ପ୍ର.) ଚଳିତ ବର୍ଷ ରଜ ପର୍ବ ପାଳନ ଅବସରରେ ମହାମାରୀ କରୋନା ଭାଇରସ୍‌ର ସଂକ୍ରମଣକୁ ପ୍ରତିରୋଧ କରିବା ସମ୍ପର୍କରେ ଜିଲାପାଳ ଆଶିଷ ଠାକରେ ଜିଲାର ସରପଞ୍ଚମାନଙ୍କ ସହିତ କଥା ହୋଇଛନ୍ତି। ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ଜିଲାପାଳ ଜିଲାରେ ୩ମାସ ଧରି କୋଭିଡ୍‌-୧୯ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସରପଞ୍ଚମାନେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଧନ୍ୟବାଦ ଜଣାଇଥିଲେ। ଏତଦ୍‌ବ୍ୟତୀତ ତୃଣମୂଳସ୍ତରରେ ସଂକ୍ରମଣ ପ୍ରତିରୋଧ ପାଇଁ ଦିନରାତି କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ, କର୍ମୀମାନଙ୍କର ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ। ଦେଶର ବିଭିନ୍ନ ରାଜ୍ୟରୁ ଏବଂ ବିଦେଶରୁ ପ୍ରବାସୀମାନଙ୍କର ଘର ବାହୁଡ଼ା ହେଉଥିବାରୁ କରୋନା ଭାଇରସ୍‌ର ସଂକ୍ରମଣର ଆଶଙ୍କା ରହିଛି। ରଜ ପର୍ବ ଜିଲାର ଗଣପର୍ବ ହୋଇଥିବାରୁ ଜନଗହଳି ହେଲେ କରୋନା ସଂକ୍ରମଣର ଆଶଙ୍କା ରହିଛି। ସାମାନ୍ୟ ଅବହେଳା ସଂକ୍ରମଣ ବଢିବାର କାରଣ ହୋଇପାରେ। ଏଣୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଚଳିତ ବର୍ଷ ରଜ ପର୍ବ ପାଳନରେ କଟକଣା ଜାରି କରାଯାଇଛି ବୋଲି ଜିଲାପାଳ ଅବଗତ କରାଇଥିଲେ। ରଜ ପର୍ବ ପାଳନ ଅବସରରେ ଜନଗହଳି ଏଡ଼ାଇବା ପାଇଁ ରଜ ଉତ୍ସବ, ରଜ ମହୋତ୍ସବ, ପାରମ୍ପରିକ ଦୋଳି ଖେଳ ଏବଂ ଅନ୍ୟାନ୍ୟ ଖେଳକୁଦକୁ ବାରଣ କରାଯାଇଛି। ଏହି ସମୟ ମଧ୍ୟରେ ଧାର୍ମିକ ପୀଠସ୍ଥଳୀମାନଙ୍କରେ ପୂଜାର୍ଚ୍ଚନା ବାରଣ କରାଯାଇଛି। ରଜ ପର୍ବର ପ୍ରସ୍ତୁତି ପାଇଁ ହାଟ, ଦୋକାନ ବଜାରରୁ ଜିନିଷ କିଣାକିଣି ବେଳେ ଗହଳି ନ କରି ସାମାଜିକ ଦୂରତ୍ୱ ବଜାୟ ରଖି ଜିନିଷ କିଣାକିଣି କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ଏତଦ୍‌ବ୍ୟତୀତ ଶ୍ରମଜୀବୀମାନଙ୍କୁ ମନରେଗା କାର୍ଯ୍ୟକ୍ରମରେ କାମ ଯୋଗାଇ ଦେବା, ପ୍ରତି ଗାଁରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରିବା ଉପରେ ସରପଞ୍ଚମାନେ ଗୁରୁତ୍ୱାରୋପ କରିବାକୁ ଜିଲାପାଳ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଇଲା ବୋଝେଇ ଟ୍ରକରେ ଲାଗିଲା ନିଆଁ

ରାୟଗଡ଼ା ଅଫିସ,୨୭।୧: ରାୟଗଡ଼ା ବ୍ଲକ ଲାଡ଼ା ଗ୍ରାମ ନିକଟରେ ସର୍ଟସର୍କିଟ ଘଟି ଏକ କୋଇଲା ବୋଝେଇ ଟ୍ରକରେ ବୁଧବାର ସକାଳେ ନିଆଁ ଲାଗି ଯାଇଛି। ଗାଡ଼ି...

ପ୍ଲାଜ୍‌ମା ଦେଲେ ୨ ପୋଲିସ କର୍ମଚାରୀ

କଟକ ଅଫିସ,୨୬।୭: ଓଡ଼ିଶା ପୋଲିସର ଆଉ ଦୁଇଜଣ କର୍ମଚାରୀ ଶନିବାର ପ୍ଲାଜ୍‌ମା ଦାନ କରିଛନ୍ତି। ସେମାନେ ହେଲେ ଓଏସ୍‌ଏପି ତୃତୀୟ ବାଟାଲିଅନର ସିପାହି ତରୁଣ କୁମାର...

୩୦ ଜିଲାରେ ହେବ ହାଇକୋର୍ଟର ଭିସି କ୍ୟାବିନ

କଟକ ଅଫିସ,୨୯।୧: ରାଜ୍ୟର ୩୦ ଜିଲାରେ ଓଡ଼ିଶା ହାଇକୋର୍ଟର ଭିସି (ଭିଡିଓ କନ୍‌ଫରେନ୍ସ) କ୍ୟାବିନ୍‌ ପ୍ରତିଷ୍ଠା ହେବ। ଆପେକ୍ସ କୋର୍ଟର ୨୦୨୨ ଡିସେମ୍ବର ୧୪ ତାରିଖ...

ଟ୍ୟାଙ୍କର-ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ,୫ ଆହତ ମୁହାଁମୁହିଁ

କୋରାପୁଟ,୬।୧୦(ସ୍ବ.ପ୍ର.): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପୋଡାପଦର ଗ୍ରାମ ଛକ ନିକଟରେ ଗୁରୁବାର ଟ୍ୟାଙ୍କର ସହ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର...

ଗଞ୍ଜେଇ ଭର୍ତ୍ତି ପିକ୍‌ଅପ୍‌ ଛାଡ଼ି ଦୁଇ ମାଫିଆ ଫେରାର

ବାଲିଗୁଡ଼ା,୨୨ା୩(ଡି.ଏନ୍‌.ଏ.): ଦିନକୁ ଦିନ କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରୁ ବେଆଇନ ଗଞ୍ଜେଇ ଚୋରାଚାଲାଣ ବଢ଼ୁଥିବା ବେଳେ ଗଞ୍ଜେଇ ଚାଲାଣ ରୋକିବା ସହ ମାଫିଆଙ୍କୁ ଧରିବା...

ବଢ଼ୁଛି ଓ୍ବାର୍ଡ, ବଢ଼ୁନାହାନ୍ତି କର୍ମଚାରୀ

ବ୍ରିଟିଶ ଶାସନରେ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍ସି ଅଧୀନ ଥିଲା। ୧୮୬୭ରେ ବ୍ରହ୍ମପୁର ପୌରପାଳିକା ଗଠନ ହୋଇଥିଲା। ସେତେବେଳେ ରେଶମ ସହର ଜନସଂଖ୍ୟା ୩୦ ହଜାରରୁ...

ଗୋଷ୍ଠୀ ସଂଘର୍ଷରେ ୨ଜଣଙ୍କ ଜୀବନ ଗଲା

ବଲାଙ୍ଗୀର ଅଫିସ/ଦେଓଗାଁ, ୨୩।୧: ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ ଜରାସିଂହା ଗ୍ରାମରେ ଶନିବାର ଅପରାହ୍ନରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା...

୧୪ଦିନରେ ମା’ ତାରାଦେବୀ ଠାକୁରାଣୀ ଯାତ୍ରା : ମନମୋହୁଛି ବିଭିନ୍ନ ସାହି ରଥ, କଳାକୁଞ୍ଜ

ବ୍ରହ୍ମପୁର ଅଫିସ,୨ା୬-ବ୍ରହ୍ମପୁରର ଅନ୍ୟତମ ପ୍ରସିଦ୍ଧ ମା’ ତାରାଦେବୀଙ୍କ ଦ୍ୱିବାର୍ଷିକ ଯାତ୍ରା ଶନିବାର ୧୪ ଦିନରେ ପହଞ୍ଚିଛି ା ଏହା ଆଉ ୯ ଦିନ ଯାତ୍ରା ବାକି...

Advertisement
Archives

Model This Week