କରୋନା ମୁକାବିଲା ବୈଠକ: ଯୋଗଦେଲେ ବିଭିନ୍ନ ସମ୍ପ୍ରଦାୟ, ଲୋକ ପ୍ରତିନିଧି

ଦାରିଙ୍ଗବାଡ଼ି,୧୩।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ସଭାଗୃହରେ କରୋନା ସଂକ୍ରମଣ ପ୍ରତିହତ ଏବଂ ଏହା ସଂକ୍ରମଣ ହେଲେ ପ୍ରଶାସନ ଏବଂ ଜନସାଧାରଣଙ୍କ ଦ୍ୱାରା କ’ଣ ସବୁ ପଦକ୍ଷେପ ନିଆଯିବା ଆବଶ୍ୟକ ସେନେଇ ଆଲୋଚନା ହୋଇଯାଇଛି। ବିଡିଓ ଡ. ଜଗଦୀଶ ଷଡ଼ଙ୍ଗୀ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଯଦି କରୋନା ସଂକ୍ରମିତ ଚିହ୍ନଟ ହୁଅନ୍ତି କିମ୍ବା କୌଣସି ଲୋକ ଏହାଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁ ଘଟେ ତେବେ ପ୍ରଶାସନ କିଭଳି ପଦକ୍ଷେପ ନେବ ଏବଂ ମୃତକଙ୍କ ଅନ୍ତିମ ସଂସ୍କାର କରାଯିବ ଆଲୋଚନା ହୋଇଥିଲା। ଅସ୍ଥାୟୀ ମଶାଣୀ ପାଇଁ ଗ୍ରୀନବାଡ଼ି ପଞ୍ଚାୟତ କୁତୁମାଡ଼ି ଅଞ୍ଚଳରେ ଏକ ପତ୍ରା ଜଙ୍ଗଲ ଚିହ୍ନଟ କରାଯାଇଥିବା ତହସିଲଦାର ନୀତିଶ କୁମାର ତ୍ରୀପାଠି ସୂଚନା ଦେଇଥିଲେ। କରୋନା ମୁକାବିଲା ନେଇ ପ୍ରଶାସନ ସହ ଲୋକ ପ୍ରତିନିଧି, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବିଭିନ୍ନ ସମ୍ପ୍ରଦାୟର ସଦସ୍ୟ ଯୋଗଦାନ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ବିଡିଓ ଷଡ଼ଙ୍ଗୀଙ୍କ ସମେତ ତହସିଲଦାର ତ୍ରିପାଠୀ, ଆଇଆଇସି କୌଶିକ ମାଝୀ, ବ୍ରାହ୍ମଣୀଗଁା ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବଂଶୀଧର ପାତ୍ର, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟ ଜଳ ପ୍ରକଳ୍ପର ଚାବି ଚୋରି, ଥାନାରେ ଏତଲା

ପଟ୍ଟାମୁଣ୍ଡାଇ,୨୦ା୫(ସ୍ବ.ପ୍ର.): ପ୍ରଚଣ୍ଡ ଗ୍ରୀଷ୍ମ ତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିବା ବେଳେ ବିଭିନ୍ନ ସ୍ଥାନରେ ଜଳସଙ୍କଟ ମଧ୍ୟ ବଢ଼ିବାରେ ଲାଗିଛି। ସରକାର ଅର୍ଥ ବ୍ୟୟକରି ବିଭିନ୍ନ ପ୍ରକଳ୍ପ...

ମହିଳାଙ୍କୁ ରୋଜଗାର ଯୋଗାଉଛନ୍ତି ସୁହାସିନୀ

ପାରାଦୀପ,୨୧ା୭(ସ୍ବ.ପ୍ର.): ପାରାଦୀପ ଉପକଣ୍ଠ ନୂଆଗଡ଼ ଗାଁର ମହିଳା ହେଲେ ସୁହାସିନୀ ବେହେରା। ମଧ୍ୟବିତ୍ତ ପରିବାର ମଧ୍ୟରେ ରହି ନିଜେ ରୋଜଗାରକ୍ଷମ ହେବା ସହ ଶତାଧିକ ମହିଳାଙ୍କ...

ଆନନ୍ଦ ବଜାର ଶୃଙ୍ଖଳା ଭେଳିକି: ଖୋଲିଲାନି ଅଭିଯୋଗ ପ୍ରକୋଷ୍ଠ

ପୁରୀ ଅଫିସ,୨୬ା୭: ଶ୍ରୀମନ୍ଦିରରେ ଶୃଙ୍ଖଳା ଓ ସ୍ବଚ୍ଛତା ଆଣିବା ଲାଗି ଏକାଧିକ ନିଷ୍ପତ୍ତି ହେଉଛିି। ହେଲେ ଏହି ନିଷ୍ପତ୍ତି ମଧ୍ୟରୁ ଅନେକ ବାସ୍ତବତାର ରୂପ ନେଇପାରୁନିି।...

ରାଜପଥ ଅବରୋଧ, ଯାତ୍ରୀ ହୀନସ୍ତା

ଢେଙ୍କାନାଳ ଅଫିସ,୨୯।୩ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଆହ୍ବାନରେ ସୋମବାରଠାରୁ ଆରମ୍ଭ ହୋଇଥିବା ଦୁଇଦିନ ଧରି ଦେଶବ୍ୟାପୀ ଧର୍ମଘଟର ପ୍ରଭାବ ଢେଙ୍କାନାଳରେ ଦେଖାଯାଇଛି। ନିଖିଳ ଓଡିଶା ଅଙ୍ଗନୱାଡି...

ମୋବାଇଲ ଟାଓ୍ବାର ବସାଇବା ନାଁରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଠକେଇ

ବାସୁଦେବପୁର,୬।୩(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ସମିଆ ଗ୍ରାମରେ ୩ଟି ମୋବାଇଲ ଟାୱାର ବସାଇବା ନାଁରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ସାମ୍ନାକୁ ଆସିଛି।...

୨୩ ବର୍ଷ ହେଲା ରାଜ୍ୟ ସରକାର ଓଡ଼ିଆଙ୍କୁ ଠକୁଛନ୍ତି

ଧର୍ମଗଡ଼,୩୦।୧(ଡି.ଏନ.ଏ.):କଳାହାଣ୍ଡି ଜିଲା ଭାଜପା ଧର୍ମଗଡ଼ ବିଧାନସଭାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ରବିବାର ସନ୍ଦିକୁଲିଆରୀ ମହାଭାରତ ଆମ୍ବତୋଟାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସାଧାରଣ ସମ୍ପାଦକ ସୁଧୀର ପଟଯୋଷୀଙ୍କ ସଭାପତିତ୍ୱରେ...

ରାତି ପାହିଲେ ପାଣି ଚିନ୍ତା

ବାଲେଶ୍ୱର ଅଫିସ,୧୩।୩: ବାଲେଶ୍ୱର ପୌରାଞ୍ଚଳର ୨ନଂ. ୱାର୍ଡବାସୀ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ପଡ଼ିଛନ୍ତି। ଯେଉଁଠି ରାତି ପାହିଲେ ଲୋକଙ୍କୁ ପାଣିର ଚିନ୍ତା ଘାରୁଛି। ପାଇପ୍‌ ପାଣି...

କ୍ଷତି ସହୁଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ

ବ୍ରହ୍ମପୁର ଅଫିସ,୧୯ ।୬: ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ ୫୦ ଲକ୍ଷ ଟଙ୍କା ବ୍ୟୟରେ ମିନାକ୍ଷୀ ନଗରଠାରେ ମିଶନ ଶକ୍ତି ମଲ ନିର୍ମାଣ କରାଯାଇଛି। ଯେଉଁଠାର...

Advertisement
Archives

Model This Week