କରୋନା ମୁକାବିଲା କାର୍ଯ୍ୟର ସମୀକ୍ଷା କଲେ ଡିଜିପି

ଝାରସୁଗୁଡା ଅଫିସ,୧୩ା୪-ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅଭୟ ସୋମବାର ଦିନିକିଆ ଝାରସୁଗୁଡା ଗସ୍ତରେ ଆସିଥିଲେ। ଡିଜିପି ଅପରାହ୍ନ ୨ଟା ବେଳେ ଚାର୍ଟାର୍ଡ ବିମାନରେ ଆସି ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇ ଥିଲେ। ସେଠାରୁ କାର ଯୋଗେ ଜିଲା ପୋଲିସ କାର୍ଯ୍ୟାଳୟକୁ ଆସି କରୋନା ମୁକାବିଲା ପାଇଁ ଜିଲା ପୋଲିସର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ। ଏହାପରେ ଝାରସୁଗୁଡା ଥାନା ପରିଦର୍ଶନରେ ଯାଇଥିଲେ। ରେଳ ଷ୍ଟେଶନ ଛକ, ବସ୍‌ଷ୍ଟାଣ୍ଡ ଛକ ଓ କିଶାନ ଛକରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କ ସହିତ ରାସ୍ତାରେ ଆଲୋଚନ କରିଥିଲେ। ଡ୍ୟୁଟି ବେଳେ ପୋଲିସ କର୍ମଚାରୀମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ସେ ପଚାରି ବୁଝିଥିଲେ। ସେଠାରୁ ବିମାନବନ୍ଦରକୁ ଯାଇ ଅପରାହ୍ନ ସାଢେ ୪ରେ ଭୁବନେଶ୍ୱର ଫେରି ଯାଇଥିଲେ। ଡିଜିପିଙ୍କ ଗସ୍ତ ସମୟରେ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ, ଝାରସୁଗୁଡା ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେସରକାରୀ ବିଦ୍ୟାଳୟ ଆଡ଼କୁ ମୁୁହାଁଉଛନ୍ତି ବିଦ୍ୟାର୍ଥୀ

ଡେରାବିଶ, ୧୪ା୬(ସ୍ବ.ପ୍ର.):  ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ମାଗଣାରେ ବହି,...

ସହାୟ ହେଲା ସାଥୀ ପରିବାର; ଉଦ୍ଧାର ହେଲେ ଅସହାୟ ମା’ପୁଅ

ବନ୍ତଳା, ୬।୧(ଡି.ଏନ.ଏ.) ଅସହାୟ ଅବସ୍ଥାରେ ଭୋକ ଉପାସରେ ପଡ଼ି ରହି ଜୀବନମରଣ ସହ ସଂଘର୍ଷ କରୁଥିବା ଅସହାୟା ପାତି ନାଏକ (୭୦) ଏବଂ ତାଙ୍କ ପୁଅ ପ୍ରମୋଦ...

୬ କରୋନା ପଜିଟିଭ୍‌ଙ୍କ ସମ୍ପର୍କରେ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ: ୧୦୩ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ୪ ଜଣ

ଭୁବନେଶ୍ୱର,୫।୫(ବ୍ୟୁରୋ)-ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳବାର ୧୦୩, ୧୧୨, ୧୧୩, ୧୧୪, ୧୧୫, ୧୬୩ ନଂ କରୋନା ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ...

ଶାରୀଶୁଆ ପାହାଡରେ ଖଣି ଖନନ ଉପରେ ରହିତାଦେଶ

ଖଇରା,୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡ ପାଦଦେଶରେ ରହୁଥିବା ବାସିନ୍ଦାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶୁକ୍ରବାର କଲିକତା ଗ୍ରୀନ ଟ୍ରିବ୍ୟୁନାଲର ଏକ ଚିଠି...

ଋଷିକୁଲ୍ୟା ମୁହାଣରେ ଅଲିଭ୍‌ ରିଡ୍‌ଲେଙ୍କ ମିଳନ ପ୍ରକ୍ରିୟା ଅବ୍ୟାହତ: ସମୟ ପୂର୍ବରୁ ଅଣ୍ଡାଦାନ

ଗଞ୍ଜାମ,୪୧୨(ଡି.ଏନ.ଏ.)-ଗଞ୍ଜାମ ଜିଲା ପୁରୁଣା ବନ୍ଧ ଗ୍ରାମ ନିକଟସ୍ଥ ଋଷିକୁଲ୍ୟା ବେଳାଭୂମିରେ ନଭେମ୍ବରରୁ ଅଲିଭ ରିଡ୍‌ଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହା ଜାନୁୟାରୀ ୧୫ ପର୍ଯ୍ୟନ୍ତ...

ଭିତର ରତ୍ନଭଣ୍ଡାର ନକଲି ଚାବିକୁ ନେଇ ଦ୍ୱନ୍ଦ୍ୱ

ପୁରୀ ଅଫିସ,୩ା୧୨:ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରତ୍ନଭଣ୍ଡାର ଚାବି ହଜିବା ଓ ପରେ ପୁଣି ରେକର୍ଡ ରୁମ୍‌ରୁ...

ଜଳିଗଲା କୋଇଲା ବୋଝେଇ ଟ୍ରକ

ପରଜଙ୍ଗ,୨୮।୧୨(ଡି.ଏନ.ଏ.)-ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧିନ ୫୩ନଂ. ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରକ...

ଜମି ଅଧିଗ୍ରହଣରେ ପାଦେ ଆଗେଇଲା

ଯାଜପୁର ଅଫିସ,୮।୨: ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟ ଆଉ ଏକ ପାଦେ ଆଗେଇଛି। ନୟାଗଡ଼ ଓ ବୌଦ୍ଧ ଜିଲାର ପ୍ରାୟ ୬୨ ଏକର ବେସରକାରୀ ଜମି ଅଧିଗ୍ରହଣ...

Advertisement
Archives

Model This Week