Posted inଖେଳ

କରୋନା ଭୟ ସତ୍ତ୍ୱେ ଅଲିମ୍ପିକ୍ସ ମଶାଲ କାର୍ଯ୍ୟକ୍ରମରେ ଯୋଗଦେଲେ ୫୦ ହଜାର ଦର୍ଶକ

ସେଣ୍ଡାଇ(ଜାପାନ),୨୨।୩(ଏଏଫ୍‌ପି)- କରୋନା ଭାଇରସର ପ୍ରକୋପ ସତ୍ତ୍ୱେ ନର୍ଥଇଷ୍ଟର୍ନ ଜାପାନରେ ରବିବାର ଅନୁଷ୍ଠିିତ ଅଲିମ୍ପିକ୍ସ ମଶାଲ କାର୍ଯ୍ୟକ୍ରମରେ ୫୦ ହଜାର ଦର୍ଶକ ଯୋଗ ଦେଇଛନ୍ତି। ଗୁରୁବାର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗ୍ରୀସ୍‌ ଟୋକିଓ ୨୦୨୦ ଗେମ୍ସ ଆୟୋଜକଙ୍କୁ ଅଲିମ୍ପିକ ମଶାଲ ହସ୍ତାନ୍ତର କରାଯାଇଥିଲା। ରୁଦ୍ଧଦ୍ୱାର ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କରୋନା ଭାଇରସ ଯୋଗୁ ଅଲିମ୍ପିକ୍ସ ପ୍ରଭାବିତ ହେବାର ବିଶେଷ ସମ୍ଭାବନା ରହିଛି। ବହୁ କ୍ରୀଡ଼ାର ଯୋଗ୍ୟତା ପର୍ଯ୍ୟାୟ ବାତିଲ କିମ୍ବା ସ୍ଥଗିତ ହୋଇଯାଇଛି। ବିଭିନ୍ନ ଦେଶର ଅଲିମ୍ପିକ କମିଟି ଓ କିମ୍ବଦନ୍ତୀ ଖେଳାଳିମାନେ ଅଲିମ୍ପିକ୍ସକୁ ଘୁଞ୍ଚାଇବାକୁ ପରାମର୍ଶ ଦେଇଛନ୍ତି। ଏହାସତ୍ତ୍ୱେ ଅଲିମ୍ପିକ୍ସ ଧାର୍ଯ୍ୟ ତାରିଖରେ ଆରମ୍ଭ ହେବ ବୋଲି ଆୟୋଜକମାନେ ଦୃଢ଼ୋକ୍ତି ଦେଇଛନ୍ତି। ପ୍ରାୟ ୫୦ ହଜାର ଦର୍ଶକ ସେଣ୍ଡାଇ ଷ୍ଟେଶନଠାରେ ଧାଡ଼ିରେ ଛିଡ଼ା ହୋଇ ଅଲିମ୍ପିକ୍‌ ମଶାଲ ଦେଖିଥିଲେ। ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଦର୍ଶକ କିଛି ଘଣ୍ଟା ପାଇଁ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିଥିଲା। ସେମାନଙ୍କ ମଧ୍ୟରେ ପ୍ରାୟତଃ ମାସ୍କ ପିନ୍ଧିଥିଲେ। ସେମାନେ ଫଟୋ ମଧ୍ୟ ନେଇଥିଲେ। ମୁଁ ଅଲିମ୍ପିକ୍‌ ମଶାଲକୁ ଦେଖିବା ଲାଗି ୩ ଘଣ୍ଟା ଧରି ଲାଇନରେ ଛିଡ଼ା ହୋଇଥିଲି ବୋଲି ଜଣେ ୭୦ ବର୍ଷୀୟା ମହିଳା କହିଛନ୍ତି। ଆସନ୍ତା ୨୬ ତାରିଖଠାରୁ ପୂରା ଦେଶରେ ମଶାଲ ରାଲି ଆରମ୍ଭ ହେବ। ଏହା ଫୁକୁଶିମାର ଜେ-ଭିଲେଜ ସ୍ପୋଟର୍‌ସ କମ୍ପେ୍‌ଲକ୍ସଠାରୁ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri