କରୋନା ଭୟ: ବାୟୋମେଟ୍ରିକ ବ୍ୟବହାର ନ କରିବାକୁ ବିଧାନସଭା କର୍ମଚାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): କରୋନା ଏକ ଭୟଙ୍କର ବ୍ୟାଧି ଭାବେ ସମଗ୍ର ବିଶ୍ୱକୁ କବଳିତ କରିଛି। ଭାରତରେ ମଧ୍ୟ ଏହା ଚିନ୍ତାର କାରଣ ପାଲଟିଛି। ଏହାର କୌଣସି ଔଷଧ ନ ଥିବାରୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଏହାର ସତର୍କତାମୂଳକ ପଦକ୍ଷେପ ପାଇଁ ସଚେତନତା ଉପରେ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟ ସରକାର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଲାଗିଥିବା ବାୟୋମେଟ୍ରିକ ମେଶିନ ବ୍ୟବହାର ନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ସମସ୍ତ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମରେ ବୁଧବାର ସଚିବାଳୟ ପକ୍ଷରୁ ବାୟୋମେଟ୍ରିକ ମେଶିନ ବ୍ୟବହାର ନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, କର୍ମଚାରୀମାନେ ବାୟୋମେଟ୍ରିକ ମେଶିନ ବଦଳରେ ରେଜିଷ୍ଟରରେ ଦସ୍ତଖତ କରି ନିଜର ଉପସ୍ଥାପନ କରିବା ପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାୟତ୍ତ ଶାସନ ଦିବସ ନିରାଡମ୍ବରରେ ପାଳିବ ବିଏମ୍‌ସି

ଭୁବନେଶ୍ୱର,୩୦।୮ (ବ୍ୟୁରୋ): ମଙ୍ଗଳବାର ସ୍ବାୟତ୍ତ ଶାସନ ଦିବସ। କରୋନା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି ) ଗତବର୍ଷ ଭଳି ଏ ବର୍ଷ ମଧ୍ୟ ନିରାଡମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ, ପ୍ରଥମ ଦିନରେ ଟିକା ନେଲେ ୮୧%

ଭୁବନେଶ୍ୱର, ୭।୨(ବ୍ୟୁରୋ): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଶନିବାରଠାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଉଛି। ପ୍ରଥମ ଦିନରେ ଟିକାକରଣରେ ରାଜ୍ୟର...

ମାର୍ଶାଘାଇରେ ପୂର୍ବାହ୍ନ ସୁଦ୍ଧା ୧୬ ପ୍ରତିଶତ ମତଦାନ

ଡେରାବିଶ,୧୮ା୨(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶୁକ୍ରବାର ମାର୍ଶାଘାଇ ବ୍ଲକରେ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରେ ଆରମ୍ଭ ହୋଇଥିବା ଏହି...

ଜୁନ୍‌ ୧୭ ଯାଏ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୪(ବ୍ୟୁରୋ): ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୁରୁବାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଏପ୍ରିଲ ୩୦ ଯାଏ ରାଜ୍ୟରେ ଲକ୍‌ଡାଉନ୍‌ ସମୟସୀମା ବୃଦ୍ଧି ପାଇଁ ନିଷ୍ପତ୍ତି...

ଓଡ଼ିଶା ଉପକୂଳରେ ବାଂଲାଦେଶୀ ବୋଟ୍‌

ପାରାଦୀପ,୨୭।୧୨(ସ୍ବ.ପ୍ର.): ପାରାଦୀପ-ଅସ୍ତରଙ୍ଗ ସମୁଦ୍ର ସୀମା ମଧ୍ୟରେ ବୁଲୁଥିବା ଏକ ଅଣ ପଞ୍ଜୀକୃତ ବାଂଲାଦେଶୀ ବୋଟ୍‌କୁ ରବିବାର ସ୍ଥାନୀୟ ମତ୍ସ୍ୟଜୀବୀ ଠାବକରି ମେରାଇନ ପୋଲିସ ଜିମା ଦେଇଛନ୍ତି।...

ପାନ୍ଥନିବାସ ଘରୋଇକରଣ ବନ୍ଦ ନ ହେଲେ ଆତ୍ମାହୁତି ଦେବେ କର୍ମଚାରୀ

ଭୁବନେଶ୍ୱର, ୧୧। ୧୦(ବ୍ୟୁରୋ): କରୋନା ଯୋଗୁ ପର୍ଯ୍ୟଟନ କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ପର୍ଯ୍ୟଟନ ଭିତ୍ତିଭୂମି ସଜାଡ଼ିବା ପରିବର୍ତ୍ତେ ରାଜ୍ୟର ୫ ପାନ୍ଥନିବାସକୁ...

ନୂଆ ବର୍ଷରୁ ଦକ୍ଷିଣ ଭାରତକୁ ସ୍ବତନ୍ତ୍ର ଟୁରିଷ୍ଟ ଟ୍ରେନ୍‌

ଭୁବନେଶ୍ୱର,୨୧। ୧୧(ବ୍ୟୁରୋ): ଭାରତୀୟ ରେଳପଥ ପକ୍ଷରୁ ‘ଭାରତ ଦର୍ଶନ’ ପ୍ୟାକେଜରେ ଦେଶର ବିଭିନ୍ନ ସ୍ଥାନରେ ଥିବା ପ୍ରସିଦ୍ଧ ତୀର୍ଥସ୍ଥଳ ଅଞ୍ଚଳକୁ ସୁଲଭ ମୂଲ୍ୟରେ ‘ଟୁରିଷ୍ଟ ସ୍ପେଶାଲ...

ଭୂମିହୀନ ଚାଷୀଙ୍କ ପାଇଁ ‘ବଳରାମ’: ୭ ଲକ୍ଷ ଚାଷୀଙ୍କୁ ଦିଆଯିବ ୧୦୪୦ କୋଟି ଋଣ

ଭୁବନେଶ୍ୱର,୩।୭(ବ୍ୟୁରୋ): ଭୂମିହୀନ ଚାଷୀମାନଙ୍କୁ କୃଷିଋଣ ଯୋଗାଇ ଦେବାକୁ ରାଜ୍ୟ ସରକାର ବଳରାମ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଚାଷୀମାନଙ୍କୁ ୧୦୪୦ କୋଟି ଟଙ୍କା ଋଣ...

Advertisement
Archives

Model This Week