କରୋନା ଭାଇରସ୍‌ ସୋପ୍‌ ମେଶିନ

ନ୍ୟୁୟର୍କ: ସୃଜନଶୀଳତାର ବିକଳ୍ପ ନାହିଁ। ଭାବୁକ ଆଉ ଉଦ୍ୟମୀ ମନଟିଏ ଥିଲେ ସୃଜନଶକ୍ତିର ବିକାଶ ହୋଇପାରେ। ଏହାର ଏକ ଉଦାହରଣ ହେଉଛନ୍ତି ଲାଉରେଲ୍‌ ଓ ମେରିଲାଣ୍ଡ। ଏହି ଦୁଇ ଭାଇ ଏବେ ନ୍ୟୁୟର୍କର ରୁବେ ଗୋଲ୍ଡବର୍ଗ ବାର୍ଷିକ ପ୍ରତିଯୋଗିତାରେ ଭାଗନେବା ପାଇଁ ଚୟନ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଏକ ସହଜ କାମକୁ ଜଟିଳ ଭାବରେ କରିବା ପାଇଁ ନିୟମ ରହିଥାଏ। ତେଣୁ ଏଥର କେହି ହେଲେ ଏଥିପାଇଁ ଚୟନ ହୋଇପାରି ନ ଥିଲେ। କିନ୍ତୁ ଏହି ଦୁଇଭାଇ ଏକ ସ୍ବତନ୍ତ୍ର କରୋନା ଭାଇରସ୍‌ ସୋପ୍‌ ମେଶିନ ବାହାର କରି ପ୍ରତିଯୋଗିତାକୁ ଉତ୍ତୀର୍ଣ୍ଣ ହେବା ସହିତ ସେମାନଙ୍କ ସୃଜନଶକ୍ତିର ପରିଚୟ ଦେଇଛନ୍ତି। ସେମାନେ ଏଭଳି ଏକ ମେଶିନ ବାହାର କରିଛନ୍ତି, ଯାହାକୁ ଚାଲୁ କରିବା ମାତ୍ରେ ତାହା ସେଥିରେ ପ୍ରଥମେ ଏକ ମାର୍ବଲ ପକାଏ, ପରେ ତାହା ଏକ ଦ୍ରୁତ ଟଏ ଟ୍ରେନ୍‌କୁ ଠେଲି ଥାଏ। ଯାହା ମାଧ୍ୟମରେ ଏକ ସାବୁନ ଠେଲି ହୋଇ ସିଧା ବାଥ୍‌ରୁମରେ ଅପେକ୍ଷା କରିଥିବା ଲୋକ ହାତରେ ପଡ଼ିଥାଏ। ନ୍ୟୁୟର୍କରେ ଏ ବର୍ଷ କରୋନା ଭାଇରସ୍‌ ପାଇଁ ଏହି ପ୍ରତିଯୋଗିତାକୁ ବନ୍ଦ କରି ଦିଆଯାଇଥିଲା। କିନ୍ତୁ ଶେଷରେ ଏଥିପାଇଁ ପ୍ରତିଯୋଗିତାର ଆହ୍ବାନ କରାଯାଇଥିଲା। ମାତ୍ର କେହି ହେଲେ ଅଜବ ପ୍ରକାରର ମେଶିନ କିଛି ପ୍ରଦର୍ଶନ କରିପାରି ନ ଥିବାରୁ ଓହରି ଯାଇଥିଲେ। କିନ୍ତୁ ଦୁଇ ଭାଇଙ୍କ ଏହି ମେଶିନଟି ଅଜବ ପ୍ରକାରରେ ସାବୁନ ପହଞ୍ଚାଇ ପାରୁଥିବାରୁ ସେମାନେ ପୁରସ୍କାର ଜିତିବା ପାଇଁ ସମର୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri