କରୋନା ପାଇଁ ଔଷଧ: ଲାଗିପାରେ ବର୍ଷେରୁ ଦେଢ଼ ବର୍ଷ; ଲକ୍‌ଡାଉନ୍‌ରେ ରହି ହେବ କି ଏତେ ଦିନ !

ଓ୍ବାଶିଂଟନ,୨୪।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କରୋନା ଭୂତାଣୁ ଭିନ୍ନ ଭିନ୍ନ ପରିବେଶରେ ଅଲଗା ଅଲଗା କ୍ରିୟାଶୀଳତା ଦେଖାଉଥିବାରୁ ଏହାକୁ ରୋକିବା ପାଇଁ ଔଷଧ ପ୍ରସ୍ତୁତିରେ ବର୍ତ୍ତମାନ ସୁଦ୍ଧା ସାରା ପୃଥିବୀର ବୈଜ୍ଞାନିକ ଅସଫଳ ରହିଛନ୍ତି। କୁହାଯାଉଛି କରୋନା ଲାଗି ଔଷଧ ତିଆରି କରିବାକୁ ବର୍ଷେରୁ ଦେଢ଼ ବର୍ଷ ସମୟ ଲାଗିପାରେ। ସେତେ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ରେ କ’ଣ ସାରା ପୃଥିବୀ ରହିପାରିବ। ଏହି ପ୍ରଶ୍ନ ଏବେ ସଭିଙ୍କ ମନରେ ଉଙ୍କି ମାରୁଛି। ଆମେରିକା, ଚାଇନା ଏବଂ ୟୁରୋପର ବହୁ ରାଷ୍ଟ୍ରର ବୈଜ୍ଞାନିକ କରୋନା ଲାଗି ଔଷଧ ତିଆରିରେ ଦିନରାତି ଗବେଷଣା ଜାରି ରଖିଛନ୍ତି। ପ୍ରତି ଦେଶର ବୈଜ୍ଞାନିକ ନିଜ ଦେଶ ତଥା ସମଗ୍ର ପୃଥିବୀର ସୁରକ୍ଷା ପାଇଁ ଗବେଷଣା କରୁଛନ୍ତି। ଚାଇନାରେ ୧୦୦୦ରୁ ଅଧିକ ବୈଜ୍ଞାନିକ କରୋନା ଔଷଧ ଉପରେ ଗବେଷଣା କରୁଥିବାବେଳେ ଏଥିରେ ସୈନ୍ୟବାହିନୀ ମଧ୍ୟ ଆବଶ୍ୟକ ସହାୟତା ଯୋଗାଇ ଦେଉଛି। ଜର୍ମାନୀର ଏକ ଔଷଧ କମ୍ପାନୀକୁ ଚାଇନା ୧୩୩.୩ ନିୟୁତ ଡଲାର ଯୋଗାଇ ଦେବାକୁ ଘୋଷଣା କରିଛି। ସେହିପରି ଆମେରିକା ପ୍ରତିଷେଧକ ଟୀକା ପ୍ରସ୍ତୁତି ନେଇ ଉଦ୍ୟମ ଅବ୍ୟାହତ ରଖିଛି। ୟୁରୋପ କେତେକ ରାଷ୍ଟ୍ର ମିଳିତ ଭାବେ କରୋନା ମହାମାରୀର ମୁକାବିଲା ଲାଗି ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। କରୋନା ଔଷଧ ତିଆରି ପାଇଁ ୟୁରୋପିଆନ୍‌ କମିଶନ ପକ୍ଷରୁ ୮୫ ନିୟୁତ ଡଲାରର ସହାୟତା ଯୋଗାଇ ଦେବା ଲାଗି ଘୋଷଣା କରାଯାଇଛି। ଭାରତରେ କରୋନା ସହିତ ଲଢ଼େଇରେ ବିଭିନ୍ନ ଔଷଧକମ୍ପାନୀ ସାମିଲ୍‌ ହୋଇଛନ୍ତି। ରେସୋପାରେଟୋରୀ, ଆଣ୍ଟି-ଫ୍ଲୁ ଆଦିର ଚିକିତ୍ସା ଲାଗି ବ୍ୟବହୃତ ହେଉଥିବା ଔଷଧକୁ କରୋନା ଚିକିତ୍ସାରେ ବ୍ୟବହାର କରାଯାଉଛି। କିନ୍ତୁ ଏହା ଲାଗି ଉପଯୁକ୍ତ ଔଷଧ ପ୍ରସ୍ତୁତି ନେଇ ସଭିଏଁ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri