କରୋନା ପଜିଟିଭ୍‌ ଆସିବା ପରେ ବଲାଙ୍ଗୀରର ୨୧ ଗ୍ରାମ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା: ଲିଖିରିଆରୁ ଆରମ୍ଭ ହେଲା ସାନିଟାଇଜେଶନ୍‌

ବଲାଙ୍ଗୀର ଅଫିସ/ଗୁଡଭେଲା,୨ା୫(ଡି.ଏନ.ଏ.)- ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ରୁଷୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିଖିରିଆ ଗାଁର ଦୁଇଜଣ ଯୁବକଙ୍କ ସ୍ବାବ ଟେଷ୍ଟ ଶୁକ୍ରବାର ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ହାତକୁ ନିଆଯାଇଛି। ଜିଲାପାଳ ଅରିନ୍ଦମ ଡାକୁଆଙ୍କ ନିର୍ଦ୍ଦେଶକ୍ରମେ ଲିଖିରିଆ ଗାଁ ସମେତ ଆଖପାଖ ଗାଁକୁ କନ୍‌ଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା କରାଯାଇ ପ୍ରଶାସନ ପକ୍ଷରୁ ବିଭିନ୍ନ ରାସ୍ତାକୁ ସିଲ୍‌ କରିଦିଆଯାଇଛି। ଲିଖିରିଆ ଗାଁ, ତୁଷରା ଏନଏସିର ତୁଷରା, ନଅଗାଁ, ଖର୍ଡା, ଟିକିରିପଡା ସମେତ ଗୁଡଭେଲା ବ୍ଳକ୍ର ୩ଟି ଗ୍ରାମପଞ୍ଚାୟତର ସିନ୍ଦିରାବହାଲି, ତେବଡାମୁଣ୍ଡା, ରୁଷୁଡା, ବର୍ଲା, ଚାଣ୍ଟିପଦର, ପିପଲମୁଣ୍ଡା ଓ ଦେଓଗାଁ ବ୍ଳକର ୭ଟି ଗ୍ରାମପଞ୍ଚାୟତର ଚନ୍ଦ୍ରପୁର, ମଦନାପାଲି, ସାଗରପାଲି, ଜରାସିଂହା, ବରକାନୀ, ମହାକୁଡପାଲି, ସାରସବାହାଲ, କୁତୁର୍ଲା, ପାଣ୍ଡେଲ, ବଡଡୁଙ୍ଗୁରିପାଲି ଓ ଉଡାର ଗାଁକୁ କନ୍‌ଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଲିଖିରିଆ-ଟିକିରିପଡା ରାସ୍ତା, ଲିଖିରିଆ-ସାଲେପାଲି ରାସ୍ତା, ଲିଖିରିଆ-ବର୍ଲା ରାସ୍ତା, ଦେଓଗାଁ-ମଦନାପାଲି ରାସ୍ତା, ଦେଓଗାଁ-ଚନ୍ଦ୍ରପୁର ରାସ୍ତା ଓ ଦେଓଗାଁ-ଗାଈବହାଲ ରାସ୍ତାକୁ ସିଲ କରିଦିଆଯାଇଛି। ଏହି କନ୍‌ଣ୍ଟେନ୍‌ମେଣ୍ଟ ଜୋନ୍‌ରେ କୌଣସି ପ୍ରକାର ଯାନବାହାନ, ମାଲବାହୀ ଗାଡ଼ି ଓ ଜନସାଧାରଣଙ୍କ ଯାତାଯାତକୁ ବାରଣ କରାଯାଇଛି। କନ୍‌ଣ୍ଟେନ୍‌ମେଣ୍ଟ ଅଞ୍ଚଳର ବିଭିନ୍ନ ଗାଁର ଜନସାଧାରଣଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ମଧ୍ୟ ବନ୍ଦ ଘୋଷଣା କରାଯାଇଛି । ଏହି କନ୍‌ଣ୍ଟେନ୍‌ମେଣ୍ଟ ୪୮ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ଜିଲାପାଳ ଡାକୁଆ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ କାର୍ଯ୍ୟକ୍ରମ ଅନୁଧ୍ୟାନ ପାଇଁ ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କୁ ଭିନ୍ନ ଭିନ୍ନ ଦାୟିତ୍ୱ ଦିଆଯାଇଛି । ବଲାଙ୍ଗୀର ଉପଜିଲାପାଳଙ୍କ ଅଫିସରେ ଏକ କଣ୍ଟ୍ରୋଲ ରୁମ ଖୋଲିବାକୁ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇ କନ୍‌ଣ୍ଟେନ୍‌ମେଣ୍ଟ ଅଞ୍ଚଳର ଲୋକଙ୍କ ମେଡିସିନ ଓ ଗ୍ରୋସରୀ ସାମଗ୍ରୀ ବିଷୟ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶୁକ୍ରବାର ଉଭୟ ସଂକ୍ରମିତ ଯୁବକଙ୍କୁ ଲିଖିରିଆ ଗାଁରୁ ବଲାଙ୍ଗୀର କିସ୍‌ କ୍ୟାମ୍ପସ ସ୍ଥିତ କୋଭିଡ ହସ୍‌ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା । ରାପିଡ ରେସପନ୍ସ ଟିମ୍‌ ଓ ଅନ୍ୟ ମେଡିକାଲ ଟିମ ଲିଖିରିଆ ଗାଁରେ ପହଞ୍ଚିଥିଲେ । ସେଠାରେ ସଂକ୍ରମିତ ଯୁବକଙ୍କ ସଂସ୍ପର୍ଶ ତାଲିକା ଓ ଭ୍ରମଣ ଇତିହାସ ସଂଗ୍ରହ କରାଯାଇଥିଲା। ସଂକ୍ରମିତ ଯୁବକଙ୍କ ପରିବାର ଲୋକ ଓ ସେମାନଙ୍କ ସଂସ୍ପର୍ଶ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଏହା ସହିତ ପୋଲିସ ଫୋର୍ସ ସେଠାରେ ମୁତୟନ କରାଯାଇ ଗାଁକୁ ସିଲ୍‌ କରିଥିଲେ। ଶନିବାର ସକାଳୁ ଲିଖିରିଆ ଗାଁରେ ଅଗ୍ନିଶମ ବିଭାଗ ଓ ପୌର ସଂସ୍ଥାର କରୋନା ଯୋଦ୍ଧାମାନେ ପହଞ୍ଚି ଗାଁରେ ସାନିଟାଇଜ୍‌ କାମ ଆରମ୍ଭ କରିଛନ୍ତି । ସମସ୍ତ ଲିଖିରିଆ ଗାଁକୁ ସେନିଟାଇଜ କରାଯିବ । ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗର କରୋନା ଯୋଦ୍ଧାମାନେ ଘଟଣାସ୍ଥଳରେ ପହଞ୍ଚି ଆନୁସଙ୍ଗିକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଶା, ଅଙ୍ଗନୱାଡି କର୍ମୀ, ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri