କରୋନା ପଜିଟିଭ୍‌ ଆସିବା ପରେ ବଲାଙ୍ଗୀରର ୨୧ ଗ୍ରାମ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା: ଲିଖିରିଆରୁ ଆରମ୍ଭ ହେଲା ସାନିଟାଇଜେଶନ୍‌

ବଲାଙ୍ଗୀର ଅଫିସ/ଗୁଡଭେଲା,୨ା୫(ଡି.ଏନ.ଏ.)- ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ରୁଷୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିଖିରିଆ ଗାଁର ଦୁଇଜଣ ଯୁବକଙ୍କ ସ୍ବାବ ଟେଷ୍ଟ ଶୁକ୍ରବାର ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ହାତକୁ ନିଆଯାଇଛି। ଜିଲାପାଳ ଅରିନ୍ଦମ ଡାକୁଆଙ୍କ ନିର୍ଦ୍ଦେଶକ୍ରମେ ଲିଖିରିଆ ଗାଁ ସମେତ ଆଖପାଖ ଗାଁକୁ କନ୍‌ଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା କରାଯାଇ ପ୍ରଶାସନ ପକ୍ଷରୁ ବିଭିନ୍ନ ରାସ୍ତାକୁ ସିଲ୍‌ କରିଦିଆଯାଇଛି। ଲିଖିରିଆ ଗାଁ, ତୁଷରା ଏନଏସିର ତୁଷରା, ନଅଗାଁ, ଖର୍ଡା, ଟିକିରିପଡା ସମେତ ଗୁଡଭେଲା ବ୍ଳକ୍ର ୩ଟି ଗ୍ରାମପଞ୍ଚାୟତର ସିନ୍ଦିରାବହାଲି, ତେବଡାମୁଣ୍ଡା, ରୁଷୁଡା, ବର୍ଲା, ଚାଣ୍ଟିପଦର, ପିପଲମୁଣ୍ଡା ଓ ଦେଓଗାଁ ବ୍ଳକର ୭ଟି ଗ୍ରାମପଞ୍ଚାୟତର ଚନ୍ଦ୍ରପୁର, ମଦନାପାଲି, ସାଗରପାଲି, ଜରାସିଂହା, ବରକାନୀ, ମହାକୁଡପାଲି, ସାରସବାହାଲ, କୁତୁର୍ଲା, ପାଣ୍ଡେଲ, ବଡଡୁଙ୍ଗୁରିପାଲି ଓ ଉଡାର ଗାଁକୁ କନ୍‌ଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଲିଖିରିଆ-ଟିକିରିପଡା ରାସ୍ତା, ଲିଖିରିଆ-ସାଲେପାଲି ରାସ୍ତା, ଲିଖିରିଆ-ବର୍ଲା ରାସ୍ତା, ଦେଓଗାଁ-ମଦନାପାଲି ରାସ୍ତା, ଦେଓଗାଁ-ଚନ୍ଦ୍ରପୁର ରାସ୍ତା ଓ ଦେଓଗାଁ-ଗାଈବହାଲ ରାସ୍ତାକୁ ସିଲ କରିଦିଆଯାଇଛି। ଏହି କନ୍‌ଣ୍ଟେନ୍‌ମେଣ୍ଟ ଜୋନ୍‌ରେ କୌଣସି ପ୍ରକାର ଯାନବାହାନ, ମାଲବାହୀ ଗାଡ଼ି ଓ ଜନସାଧାରଣଙ୍କ ଯାତାଯାତକୁ ବାରଣ କରାଯାଇଛି। କନ୍‌ଣ୍ଟେନ୍‌ମେଣ୍ଟ ଅଞ୍ଚଳର ବିଭିନ୍ନ ଗାଁର ଜନସାଧାରଣଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ମଧ୍ୟ ବନ୍ଦ ଘୋଷଣା କରାଯାଇଛି । ଏହି କନ୍‌ଣ୍ଟେନ୍‌ମେଣ୍ଟ ୪୮ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ଜିଲାପାଳ ଡାକୁଆ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ କାର୍ଯ୍ୟକ୍ରମ ଅନୁଧ୍ୟାନ ପାଇଁ ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କୁ ଭିନ୍ନ ଭିନ୍ନ ଦାୟିତ୍ୱ ଦିଆଯାଇଛି । ବଲାଙ୍ଗୀର ଉପଜିଲାପାଳଙ୍କ ଅଫିସରେ ଏକ କଣ୍ଟ୍ରୋଲ ରୁମ ଖୋଲିବାକୁ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇ କନ୍‌ଣ୍ଟେନ୍‌ମେଣ୍ଟ ଅଞ୍ଚଳର ଲୋକଙ୍କ ମେଡିସିନ ଓ ଗ୍ରୋସରୀ ସାମଗ୍ରୀ ବିଷୟ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶୁକ୍ରବାର ଉଭୟ ସଂକ୍ରମିତ ଯୁବକଙ୍କୁ ଲିଖିରିଆ ଗାଁରୁ ବଲାଙ୍ଗୀର କିସ୍‌ କ୍ୟାମ୍ପସ ସ୍ଥିତ କୋଭିଡ ହସ୍‌ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା । ରାପିଡ ରେସପନ୍ସ ଟିମ୍‌ ଓ ଅନ୍ୟ ମେଡିକାଲ ଟିମ ଲିଖିରିଆ ଗାଁରେ ପହଞ୍ଚିଥିଲେ । ସେଠାରେ ସଂକ୍ରମିତ ଯୁବକଙ୍କ ସଂସ୍ପର୍ଶ ତାଲିକା ଓ ଭ୍ରମଣ ଇତିହାସ ସଂଗ୍ରହ କରାଯାଇଥିଲା। ସଂକ୍ରମିତ ଯୁବକଙ୍କ ପରିବାର ଲୋକ ଓ ସେମାନଙ୍କ ସଂସ୍ପର୍ଶ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଏହା ସହିତ ପୋଲିସ ଫୋର୍ସ ସେଠାରେ ମୁତୟନ କରାଯାଇ ଗାଁକୁ ସିଲ୍‌ କରିଥିଲେ। ଶନିବାର ସକାଳୁ ଲିଖିରିଆ ଗାଁରେ ଅଗ୍ନିଶମ ବିଭାଗ ଓ ପୌର ସଂସ୍ଥାର କରୋନା ଯୋଦ୍ଧାମାନେ ପହଞ୍ଚି ଗାଁରେ ସାନିଟାଇଜ୍‌ କାମ ଆରମ୍ଭ କରିଛନ୍ତି । ସମସ୍ତ ଲିଖିରିଆ ଗାଁକୁ ସେନିଟାଇଜ କରାଯିବ । ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗର କରୋନା ଯୋଦ୍ଧାମାନେ ଘଟଣାସ୍ଥଳରେ ପହଞ୍ଚି ଆନୁସଙ୍ଗିକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଶା, ଅଙ୍ଗନୱାଡି କର୍ମୀ, ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri