କରୋନା: ତଥ୍ୟ ଦେବେ ଘରୋଇ ହସ୍ପିଟାଲ, ହୋଟେଲ,ଏସ୍‌ଓପି ଜାରି କଲା ବିଏମ୍‌ସି

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ରାଜଧାନୀରେ ଥିବା ଘରୋଇ ହସ୍ପିଟାଲ ଓ ହୋଟେଲ କର୍ତ୍ତୃପକ୍ଷଙ୍କ ପାଇଁ ନୂଆ ଏସ୍‌ଓପି ଜାରି କରାଯାଇଛି। ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ହୋଟେଲ୍‌କୁ ଆସୁଥିବା ପର୍ଯ୍ୟଟକଙ୍କ ସମ୍ପୂର୍ଣ୍ଣ ତଥ୍ୟ ବିଏମ୍‌ସିକୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରବିବାର ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟରେ କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯିବା ସହ ତୁରନ୍ତ ଘରୋଇ ହସ୍ପିଟାଲ ଓ ହୋଟେଲ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ବିଶେଷକରି ହସ୍ପିଟାଲ୍‌କୁ ଆସୁଥିବା କରୋନା ସନ୍ଦିଗ୍ଧଙ୍କ ପାଇଁ ଅଲଗା ୱାର୍ଡର ବ୍ୟବସ୍ଥା କରିବା ସହ ସେମାନଙ୍କ ତଥ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ଓ ବିଏମ୍‌ସିକୁ ପ୍ରଦାନ କରିବାକୁ କୁହାଯାଇଛି। ସେହିପରି ଡାକ୍ତରଖାନା କର୍ତ୍ତୃପକ୍ଷ ଆଇସୋଲେଶନ ୱାର୍ଡ ଓ ଭେଣ୍ଟିଲେଟର ସୁବିଧା ଥିବା ଓ୍ବାର୍ଡ ସଂକ୍ରାନ୍ତରେ ତଥ୍ୟ ଦେବେ। ସେହି ଅନୁସାରେ ଆମକୁ ଆଗାମୀ ଦିନରେ ମୁକାବିଲା କରିବାକୁ ସହଜ ହେବ ବୋଲି କମିଶନର କହିଛନ୍ତି। ଅନ୍ୟପକ୍ଷରେ ହୋଟେଲ୍‌ଗୁଡ଼ିକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ମୋବାଇଲ ନମ୍ବର, ଗସ୍ତସୂଚୀ ପ୍ରଦାନ କରିବେ। ହୋଟେଲରେ ବିବାହ କିମ୍ବା ଅନ୍ୟାନ୍ୟ ଉତ୍ସବ କରିବା ପାଇଁ ବିଏମ୍‌ସି ଦ୍ୱାରା ଜାରି ଏସ୍‌ଓପିକୁ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ସବକୁ ଆସୁଥିବା ଲୋକଙ୍କ ପାଇଁ ହ୍ୟାଣ୍ଡୱାସ୍‌ ଓ ସାନିଟାଇଜର ରଖିବା, କାର୍ଯ୍ୟକ୍ରମରେ ଯଥା ସମ୍ଭବ କମ୍‌ ଲୋକଙ୍କ ସମାଗମ ହେବ ସେଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ସେହିପରି ଯେଉଁମାନଙ୍କର ଥଣ୍ଡା, ଜ୍ୱର, କାଶ ହୋଇଥିବ ସେମାନଙ୍କୁ କାର୍ଯ୍ୟକ୍ରମଠାରୁ ଦୂରରେ ରଖିବାକୁ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା କମିଶନର କହିଛନ୍ତି।

ବିଏମ୍‌ସିରେ ଆଜିଠୁ କାର୍ଯ୍ୟକରିବ ସ୍ବତନ୍ତ୍ର ସେଲ୍‌
ସଚେତନତା ଓ ଅଭିଯୋଗ ପଞ୍ଜୀକରଣ ପାଇଁ ବିଏମ୍‌ସି ଦ୍ୱାରା ଏକ ସ୍ବତନ୍ତ୍ର ସେଲ୍‌ ଗଠନ କରାଯାଇଛି। ସୋମବାରଠାରୁ ଏହି ସେଲ୍‌ ବିଏମ୍‌ସି ମୁଖ୍ୟାଳୟର ମିନି କନ୍‌ଫରେନ୍ସ ହଲ୍‌ରେ ପ୍ରତିଦିନ ସକାଳ ୯ଟାରୁ କାର୍ଯ୍ୟ କରିବ। ସେଲ୍‌ରେ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସମେତ ଆଇଟି ଓ ସ୍ବାସ୍ଥ୍ୟ ଅଧିକାରୀ ରହିବେ। ଏହା ବ୍ୟତୀତ ଅନ୍‌ଲାଇନ୍‌ରେ ବିଏମ୍‌ସି ୨୪ ଘଣ୍ଟା ଲୋକଙ୍କ ଅଭିଯୋଗ ପ୍ରତି ଗୁରୁତ୍ୱ ଦେବ ବୋଲି କମିଶନର ଚୌଧାରୀ ପ୍ରକାଶ କରିଛନ୍ତି।

ବିଏମ୍‌ସି କଲ୍ୟାଣ ମଣ୍ଡପ ବୁକିଂ ବନ୍ଦ, ଏସ୍‌ଓପି ମାନିବେ ଘରୋଇ ମଣ୍ଡପ
ବିଏମ୍‌ସି ଦ୍ୱାରା ପରିଚାଳିତ ସମସ୍ତ କଲ୍ୟାଣ ମଣ୍ଡପର ବୁକିଂକୁ ବନ୍ଦ କରାଯାଇଛି। ରବିବାର ଏ ସମ୍ପର୍କରେ ସୂଚନା ଦେଇ କମିଶନର ପ୍ରେମଚାନ୍ଦ ଚୌଧାରୀ କହିଛନ୍ତି, ଆଉ ନୂଆ ବୁକିଂ କରାଯାଉନାହିଁ। ଯେଉଁ ବୁକିଂ ରହିଛି, ତାହାକୁ ମଧ୍ୟ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟ ଯେଉଁ ଘରୋଇ କଲ୍ୟାଣ ମଣ୍ଡପ ଓ ବିବାହ ମଣ୍ଡପରେ ପୂର୍ବରୁ ବୁକିଂ ରହିଛି ସେମାନେ ଉତ୍ସବର ଆୟୋଜନ କରିପାରିବେ। କିନ୍ତୁ ବିମ୍‌ସି ଦ୍ୱାରା କରାଯାଇଥିବା ଏସ୍‌ଓପି ନିୟମକୁ ମାନି ତାକୁ କାର୍ଯ୍ୟକାରୀ କରିବେ ବୋଲି ସେ କହିଛନ୍ତି।
ଆଜିଠାରୁ ୩ ସ୍କ୍ବାଡ୍‌ର ଯାଞ୍ଚ ଆରମ୍ଭ
ଘରୋଇ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରଗୁଡ଼ିକ ବନ୍ଦ ପାଇଁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସୋମବାରଠାରୁ ବିଏମ୍‌ସି ଦ୍ୱାରା ଗଠିତ ୩ ସ୍କ୍ବାଡ୍‌ ଏନେଇ ଯାଞ୍ଚ ଆରମ୍ଭ କରିବେ। ଏହି ସ୍କ୍ବାଡ୍‌ ଘରୋଇ ହସ୍ପିଟାଲ, ହୋଟେଲ ସହ ମଲ ଓ ଘରୋଇ ଶିକ୍ଷାନୁଷ୍ଠାନ ଗସ୍ତ କରି ସ୍ଥିତି ପରଖିବେ। ଦିଆଯାଇଥିବା ଏସ୍‌ଓପିକୁ ପାଳନ କରାଯାଉଛି କି ନାହିଁ ତାହା ଯାଞ୍ଚ କରି ଖିଲାପ କରାଯାଉଥିଲେ ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ମୁକ୍ତାକାଶ ବ୍ୟାୟାମଶାଳା ବନ୍ଦ, ସିଞ୍ଚନ ହେବ କେମିକାଲ ପାଣି
ଭୁବନେଶ୍ୱର ବିଭିନ୍ନ ପାର୍କରେ ଥିବା ମୁକ୍ତାକାଶ ବ୍ୟାୟାମଶାଳାକୁ ବନ୍ଦ କରିଦିଆଯାଇଛି। ସୋମବାରଠାରୁ ସେଗୁଡ଼ିକୁ ବିଏମ୍‌ସି ଓ ବିଡିଏ କର୍ତ୍ତୃପକ୍ଷ ତାଲା ପକାଇବା ସହ ଜନସାଧାରଣ ଯେପରି ବ୍ୟାୟାମ ଉପକରଣ ବ୍ୟବହାର ନ କରିବେ ସେଥିପ୍ରତି ଧ୍ୟାନ ଦେବେ। ଏଥିସହ ସହରର ପରିମଳ ବ୍ୟବସ୍ଥା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ସହ ବିଭିନ୍ନ ସ୍ଥାନରେ କେମିକାଲ ପାଣି ସିଞ୍ଚନ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ସିଞ୍ଚନ ପାଇଁ ୧୦୦ ନୂଆ ସ୍ପ୍ରେୟର ମେଶିନ କିଣାଯାଇଛି। ବିଏମ୍‌ସିର ବରିଷ୍ଠ ଅଧିକାରୀ ପ୍ରତିଦିନ ୨ ଘଣ୍ଟା ସଫେଇ ଓ ସିଞ୍ଚନ ବ୍ୟବସ୍ଥା ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କମିଶନର ଚୌଧାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri