କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିବା ୮ ଔଷଧ

ଓ୍ବାଶିଂଟନ,୨୪।୩: କରୋନା ସଂକ୍ରମିତଙ୍କ ଚିକିତ୍ସା କୌଣସି ଏକ ନିର୍ଦ୍ଦିଷ୍ଟ ଔଷଧରେ ସମ୍ଭବ ହୋଇପାରୁ ନାହିଁ। ଜଣକ ପାଇଁ ସଫଳ ରହିଥିବା ଔଷଧ ଅନ୍ୟ ଜଣେ ସଂକ୍ରମିତଙ୍କଠାରେ ବିଫଳ ରହୁଛି। ସମ୍ପ୍ରତି କରୋନା ସଂକ୍ରମିତଙ୍କ ପାଇଁ ଆଣ୍ଟିଭାଇରାଲ, ଆଣ୍ଟିବଡ଼ିଜ୍‌ ଏବଂ ଆଣ୍ଟି-ଇନଫ୍ଲାମାଟୋରୀ ଆଦି ପ୍ରାୟ ୮ ପ୍ରକାର ଔଷଧର ଉପଯୋଗ କରାଯାଉଛି। ସେଥିମଧ୍ୟରେ ଫାଭିପିରାଭିର୍‌ ଜାପାନରେ ୩୪୦ ସଂକ୍ରମିତଙ୍କ କ୍ଷେତ୍ରରେ ବେଶ୍‌ ସଫଳ ରହିପାରିଛି। ଏହାକୁ ଫୁଜି ଫିଲ୍ମ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି ଔଷଧ ବ୍ୟବହାର କରାଯିବାର ୪ ଦିନ ପରେ ସଂକ୍ରମିତଙ୍କ ଫୁସଫୁସ୍‌ ସ୍ବାଭାବିକ ଭାବେ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରୁଛି। ତେବେ ଏହାକୁ ଅତି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଫଳରେ ଅନ୍ୟ ରୋଗୀଙ୍କ ଲାଗି ଔଷଧ ଚୟନରେ ଅସୁବିଧା ଦେଖାଦେଉଛି। ସେହିପରି କେତେକ କ୍ଷେତ୍ରରେ ଏସିଟାମ୍ରା ଔଷଧର ବ୍ୟବହାର କରାଯାଉଛି। ଏହାକୁ ସୁଇଜରଲାଣ୍ଡର କମ୍ପାନୀ ରୋକେ ପ୍ରସ୍ତୁତ କରୁଛି। ଏହା ସମ୍ପ୍ରତି ପ୍ରସ୍ତୁତିର ତୃତୀୟ ଷ୍ଟେଜ୍‌ରେ ରହିଛି। କରୋନା ଚିକିତ୍ସା କ୍ଷେତ୍ରରେ କ୍ଲୋରୋକ୍ୱିଇନ୍‌ର ମଧ୍ୟ ଉପଯୋଗ କରାଯାଉଛି। ୧୯୩୪ରେ ଏହାକୁ ମ୍ୟାଲେରିଆ ଚିକିତ୍ସା ଲାଗି ପ୍ରସ୍ତୁତ କରାଯାଇଥିଲା। ତେବେ ଏହା କରୋନା ସଂକ୍ରମିତଙ୍କ ଚିକିତ୍ସାରେ ବେଶ୍‌ ସଫଳ ରହିପାରିଛି। ଚାଇନାରେ ଏହାକୁ ସଂକ୍ରମିତଙ୍କ ଲାଗି ବ୍ୟବହାର କରାଯାଉଛି। ସେହିପରି ଆମେରିକା କମ୍ପାନୀ ଗିଲେଡ୍‌ ସାଇନ୍ସେସ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା ରେମଡିସିଭିର କରୋନା ସଂକ୍ରମିତଙ୍କ ପାଇଁ ବ୍ୟବହୃତ ହେଉଛି। ଏହା କରୋନା ଭୂତାଣୁର ବିଜନ ପ୍ରକ୍ରିୟାକୁ ରୋକିବାରେ ସଫଳ ହୋଇପାରୁଛି। ଇତିମଧ୍ୟରେ ୧୦୦୦ଜଣ ସଂକ୍ରମିତଙ୍କଠାରେ ଏହାର ପ୍ରୟୋଗ କରାଯାଇଛି। ଏହାର ସଫଳତା ରିପୋର୍ଟ ଏପ୍ରିଲ୍‌ ଶେଷ ସୁଦ୍ଧା ଜଣାପଡ଼ିବ ବୋଲି କୁହାଯାଉଛି। ଡେଙ୍ଗୁ ଲାଗି ପ୍ରସ୍ତୁତ କରାଯାଇଥିବା ଇଣ୍ଟରଫେରୋନ୍‌ ଆଲ୍‌ଫା-୨-ବି ଔଷଧକୁ କରୋନା ସଂକ୍ରମିତଙ୍କଠାରେ ପ୍ରୟୋଗ କରାଯାଉଛି। ଏହାକୁ କ୍ୟୁବାର ଚେଞ୍ଜେବର କମ୍ପାନୀ ୧୯୮୧ରେ ପ୍ରସ୍ତୁତ କରିଥିଲା। ଚାଇନା ସରକାର କରୋନା ଚିକିତ୍ସା ପାଇଁ ଏହି ଔଷଧର ଅନୁମତି ଦେଇଛନ୍ତି। ଆମେରିକାରେ କେଭଜାରା ଔଷଧକୁ ୪୦୦ରୁ ଅଧିକ ସଂକ୍ରମିତଙ୍କଠାରେ ପ୍ରୟୋଗ କରାଯାଇଛି। ଏହା ଅନୁଧ୍ୟାନର ଦ୍ୱିତୀୟ ଏବଂ ତୃତୀୟ ଷ୍ଟେଜ୍‌ରେ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ସକ୍ଷମ ହେଉଛି। ସେହିପରି ଏମ୍‌-ଆର୍‌ଏନ୍‌ଏ-୧୨୭୩ ଔଷଧ ୪୫ ଜଣ ସଂକ୍ରମିତଙ୍କଠାରେ ପ୍ରୟୋଗ କରାଯାଇ ବେଶ୍‌ ସଫଳତା ମିଳିପାରିଛି। ଏହାର ବ୍ୟବହାର ଦ୍ୱାରା ସଂକ୍ରମିତଙ୍କ ଶରୀରରେ କରୋନା ଭୂତାଣୁ ବିରୋଧରେ କାର୍ଯ୍ୟ କରୁଥିବା ଆଣ୍ଟିବଡ଼ି ପ୍ରସ୍ତୁତ ହୋଇପାରୁଛି ବୋଲି ଏହାର ନିର୍ମାତା କମ୍ପାନୀ ମୋଡେର୍ନା ଥେରାପିକ୍‌ ପକ୍ଷରୁ କୁହାଯାଇଛି। ଏହା ବର୍ଷେ ପରେ ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଉଛି। ଏଡି-୫-ଏନ୍‌-ସିଓଭି ଔଷଧ ବ୍ୟବହାର ଦ୍ୱାରା ସଂକ୍ରମିତଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି ବୋଲି କାନସିନୋ ବାୟୋଲୋଜିକ୍ସ୍‌ ପକ୍ଷରୁ କୁହାଯାଇଛି। ଏହାର ପରୀକ୍ଷାକୁ ଚାଇନା ସରକାର ଅନୁମତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ଇଲେକ୍ଟ୍ରୋନିକ୍ସ ହବ୍ ହେବ ଭାରତ: ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ୪.୬ ବିଲିୟନ ଡଲାର ଅନୁଦାନ

ନୂଆଦିଲ୍ଲୀ,୨ା୧: ଭାରତ ସରକାର ଦେଶର ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଆଇଟି (IT) ମନ୍ତ୍ରଣାଳୟ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ଏନ୍‌ଏସ୍‌ଏସ୍‌ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…

ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...

ନୂଆବର୍ଷରେ ମାଙ୍କଡ଼ କିଣିବା ପାଇଁ ମାଡ଼ପିଟ୍‌, ଗୋଟିକର ଦାମ୍‌…

ବେଜିଂ,୨ା୧: ନୂଆବର୍ଷ ପାଇଁ ଚାଇନାରେ ମାଙ୍କଡ଼ର ପ୍ରବଳ ଚାହିଦା ବଢ଼ିଛି। ପୂର୍ବରୁ କିଛି ହଜାର ଟଙ୍କାରେ ବିକ୍ରି ହେଉଥିବା ମାଙ୍କଡ଼ଗୁଡ଼ିକ ଏବେ ବେଜିଂରେ ୨୫ ଲକ୍ଷ...

IND vs BAN: ଚଳିତ ବର୍ଷ ବାଂଲାଦେଶ ଗସ୍ତ କରିପାରେ ଭାରତୀୟ ଟିମ, BCCIକୁ ନିମନ୍ତ୍ରଣ, ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଶୁକ୍ରବାର ଘୋଷଣା କରିଛି ଯେ ଭାରତୀୟ ଦଳ ଚଳିତ ବର୍ଷ ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତ କରିବ, ଯେଉଁଠାରେ ଦୁଇ...

ଜବ୍‌ କାର୍ଡ ଦେଖାଇ ଖାଇଗଲେ ୫୫ ଲକ୍ଷ ଟଙ୍କା, ବନ୍ଧାହେଲେ ଫରେଷ୍ଟର

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ ୫୫ଲକ୍ଷ ଟଙ୍କା ଆତ୍ମସାତ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri