Posted inଜାତୀୟ

କରୋନା କବଳରେ ୧୨୧ ଦେଶ

ନୂଆଦିଲ୍ଲୀ,୧୨ା୩: ଚାଇନାର ଉହାନ ସହରରେ ପ୍ରଥମେ ଦେଖାଦେଇଥିବା ମାରାତ୍ମକ କରୋନା ଭୂତାଣୁ ଏବେ ୧୨୧ ଦେଶକୁ ବ୍ୟାପିଲାଣି। ଏଥିରେ ମୋଟ ୧,୨୧,୭୩୮ ଜଣ ସଂକ୍ରମିତ ହୋଇଥିବାବେଳେ ୪୩୮୨ ଜଣଙ୍କ ମୃତ୍ୟୁ ହେଲାଣି। ଚାଇନାରେ ସଂକ୍ରମିତଙ୍କ ସଂଖ୍ୟା ୮୦,୭୯୦ ହୋଇଥିବାବେଳେ ୩୧୫୮ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଇଟାଲୀରେ ୧୦,୧୪୯ ସଂକ୍ରମିତ ଓ ୬୩୧ ଜଣଙ୍କ ମୃତ୍ୟୁ ହେଲାଣି। ଇରାନରେ ୯,୦୦୦ କରୋନା ସଂକ୍ରମିତ ହୋଇଥିବାବେଳେ ୩୫୪ ଜଣଙ୍କ ମୃତ୍ୟୁ ହୋଇଛି। ଦକ୍ଷିଣ କୋରିଆରେ ରୋଗୀସଂଖ୍ୟା ୭,୭୫୫ ଓ ମୃତକଙ୍କ ସଂଖ୍ୟା ୬୧ ରହିଛି। ସ୍ପେନ୍‌ରେ ୨,୧୮୨ ରୋଗୀ ଚିହ୍ନଟ ହୋଇଛନ୍ତି ଓ ୪୯ ପ୍ରାଣ ହରାଇଛନ୍ତି। ଫ୍ରାନ୍ସରେ ୧,୭୮୪, ଆମେରିକାରେ୧,୦୧୬ ଜଣ, ସ୍ବିଜରଲାଣ୍ଡରେ ୬୫୨, ଜାପାନରେ ୫୮୭ ଜଣ, ନେଦରଲାଣ୍ଡସ୍‌ରେ ୫୦୩, ବ୍ରିଟେନରେ ୪୫୬, ଅଷ୍ଟ୍ରେଲିଆରେ ୧୨୭, ହଂକଂରେ ୧୨୬ ଓ ଇରାକରେ ୭୧ ଜଣ କରୋନା ଆକ୍ରାନ୍ତ। ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୩୩ ହୋଇଥିବାବେଳେ ଆମେରିକାରେ ୩୧, ସ୍ବିଜରଲାଣ୍ଡରେ ୪, ଜାପାନରେ ୧୨, ନେଦରଲାଣ୍ଡସ୍‌ରେ ୫, ବ୍ରିଟେନରେ ୬, ଅଷ୍ଟ୍ରେଲିଆରେ ୩, ହଂକଂରେ ୩ ଓ ଇରାକରେ ୭ ରହିଛି। ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରୀ ତଥା କଞ୍ଜରଭେଟିଭ୍‌ ପାର୍ଟି ଏମ୍‌ପି ନାଡିନେ ଡୋରିସ୍‌ କରୋନାରେ ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡିବା ପରେ ସେ ନିଜକୁ ଘରେ ଅନ୍ୟମାନଙ୍କଠାରୁ ଅଲଗା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ଚାଲିଗଲା ୧୮ଜଣଙ୍କ ଜୀବନ, ୬ଜଣ ଗୁରୁତର

ଭେଟ୍‌ଲାପାଲେମ୍‌,୨୮ା୨: ଆନ୍ଧ୍ରପ୍ରଦେଶର କାକିନାଡା ଜିଲାରେ ଥିବା ଏକ ବାଣ କାରଖାନାରେ ଶନିବାର ଭୟଙ୍କର ବିସ୍ପୋରଣ ଘଟିଛି। ବିସ୍ପୋରଣରେ ୧୮ ଜଣଙ୍କ ମୃତ୍ୟୁ ଘଟିବା ସହ ୬ଜଣ ଗୁରୁତର…

ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ବାଳ

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଏନେଇ…

କ୍ୟାବିନ ପୋଡ଼ି, ଠେଲା ଭାଙ୍ଗିଦେଲେ

ରିଷିଡ଼ା,୨୮ା୨ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ୍‌ ରିଷିଡ଼ା ତେରେସିଂହା (ଫଟାମୁଣ୍ତା) ଛକରେ କାଠରେ ତିଆରି ଏକ କ୍ୟାବିନକୁ କେହି ଜଣେ ଦୁର୍ବୃତ୍ତ ପୋଡ଼ିଦେଇଥିବା ଅଭିଯୋଗ…

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି: ଜଣେ ନିଖୋଜ, ୨ ଉଦ୍ଧାର

ଥୁଆମୂଳ ରାମପୁର, ୨୮ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାଛ ଧରିବାକୁ…

ବାଇକ ଧକ୍କାରେ ୬ ବର୍ଷର ଶିଶୁ ଗୁରୁତର

ମୋହନା,୨୮।୨( ମମ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବଡ଼ଖଣି ଗାଁ ସ୍କୁଲ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶନିବାର …

ମହିଳାଙ୍କ ମହତ୍ କାମ : ଶିବିର ଆୟୋଜନ କରି …

ବରଗଡ଼,୨୮।୨(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡିଶାର ବରଗଡ଼ ଜିଲାରେ ସ୍ୱେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ଯଥେଷ୍ଟ କମ୍ ରହିଛି। ୨୦୨୩ ବର୍ଷ ତଥ୍ୟ ଅନୁସାରେ ବରଗଡ଼ରେ…

କେମିତି ରୋକାଯିବ ଘୋଡ଼ା ବେପାର: ନବୀନଙ୍କ ସହ କ’ଣ ଆଲୋଚନା ହୋଇଛି ସବୁ ଖୋଲି କହିଦେଲେ ଭକ୍ତ 

ଭୁବନେଶ୍ୱର, ୨୮।୨: ରାଜ୍ୟସଭା ପ୍ରାର୍ଥୀ ଘୋଷଣା ନେଇ ସବୁ ଖୋଲି କହିଲେ ଭକ୍ତ ଦାସ। ଦତ୍ତେଶ୍ବର ହୋତାଙ୍କୁ ବିଜେଡି କମନ କ୍ୟାଣ୍ଡିଡେଟ କରିବା ନେଇ  ସେ ତାଙ୍କ…

କର୍ତ୍ତବ୍ୟରତ କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ

ଫୁଲବାଣୀ, ୨୮ା୨(ରାକେଶ କୁମାର ରାଉତ): ଫୁଲବାଣୀ ସହରର ମଧ୍ୟଭାଗରେ ଥିବା ସାଇମନ୍ଦିର ନିକଟ ବିଚ୍‌ ରାସ୍ତାରେ ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ଜଣେ କର୍ତ୍ତବ୍ୟରତ କନଷ୍ଟେବଳଙ୍କୁ ଛୁରିରେ ଭୁସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri