କରୋନା କଟକଣା: ଫୁଲ ବ୍ୟବସାୟୀଙ୍କ ଦୁଃଖ ବଢ଼ିଲା

ଭୁବନେଶ୍ୱର, ୧୯।୪(ବ୍ୟୁରୋ): ଭୁବନେଶ୍ୱରରେ ପ୍ରତିଦିନ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଫୁଲ କାରବାର ହୋଇଥାଏ। ସହରରେ ପାଖାପାଖି ୫ଶହ ବ୍ୟବସାୟୀ ଫୁଲ ବେପାର କରି ପରିବାର ଚଳାନ୍ତି। ଏଥିସହ ଏମାନଙ୍କ ଉପରେ ଆହୁରି ବହୁ ପରିବାର ପରୋକ୍ଷରେ ନିର୍ଭର କରନ୍ତି। ଏବେ କରୋନା କଟକଣା ସେମାନଙ୍କ ଜୀବନଜୀବିକାକୁ ଗୁରୁତର ପ୍ରଭାବିତ କରିଛି। ଲକ୍‌ଡାଉନ୍‌ ପାଇଁ ଲୋକେ ଘରେ ରହୁଥିବାବେଳେ ଫୁଲ ଦୋକାନ ଓ ବ୍ୟବସାୟ ବନ୍ଦ ରହିଛି। ଫଳରେ ଫୁଲ ବ୍ୟବସାୟୀମାନେ ହାତବାନ୍ଧି ବସିଥିବାବେଳେ ପରିବାରର ଦୁଃଖ ମଧ୍ୟ ବଢ଼ିଚାଲିଛି।

ମନ୍ଦିରମାଳିନୀ ଭୁବନେଶ୍ୱରରେ ବର୍ଷତମାମ ଫୁଲ ବ୍ୟବସାୟ ଚାଲିଥାଏ। ମେଳା, ଉତ୍ସବଠାରୁ ଆରମ୍ଭ କରି ବଡ଼ ବଡ଼ ଇଭେଣ୍ଟରେ ସାଜସଜ୍ଜା ପାଇଁ ବହୁ ଲକ୍ଷ ଟଙ୍କାର ଫୁଲ ଲାଗିଥାଏ। ଏଥିସହ ଘରୋଇ କାର୍ଯ୍ୟକ୍ରମ, ବାହାଘର, ଠାକୁର ପୂଜା ପାଇଁ ମଧ୍ୟ ଫୁଲର ଆବଶ୍ୟକତା ବଢ଼ି ଚାଲିଛି। ହୋଲ୍‌ସେଲରମାନେ ରାଜ୍ୟ ତଥା ବାହାରୁ ଫୁଲ ଆଣି ସହରର ଫୁଲ ଦୋକାନୀମାନଙ୍କୁ ଯୋଗାଇଥାନ୍ତି। ଫୁଲ ହୋଲ୍‌ସେଲିଂ ଓ ରିଟେଲିଂ କ୍ଷେତ୍ରରେ ହଜାର ହଜାର ଲୋକ ନିୟୋଜିତ ଅଛନ୍ତି। ସେହିଭଳି ଫୁଲ ସାଜସଜ୍ଜାକୁ ମଧ୍ୟ ବହୁ ଲୋକ ରୋଜଗାରପନ୍ଥା ଭାବେ ବାଛି ନେଇଛନ୍ତି। ଏବେ ସମସ୍ତେ ରୋଜଗାର ହରାଇଛନ୍ତି।

ଭୁବନେଶ୍ୱରରେ ଦିନକୁ ପ୍ରାୟ ୧୦ଟନ୍‌ରୁ ଊର୍ଦ୍ଧ୍ୱ ଫୁଲ ବିକ୍ରି ହେଉଥିଲା। ଏଥିପାଇଁ ସହର ଉପକଣ୍ଠ ସମେତ କଲିକତା, ମୁମ୍ବାଇ ଆଦି ସହରରୁ ଫୁଲ ଆସିଥାଏ। ଏହି ବ୍ୟବସାୟରେ ୫ ହଜାରରୁ ଅଧିକ ଲୋକ ନିୟୋଜିତ ଅଛନ୍ତି। ଲକ୍‌ଡାଉନ୍‌ ପାଇଁ ଏବେସୁଦ୍ଧା ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି ହୋଇସାରିଲାଣି। ଆଉ କେତେଦିନ ଏପରି ସ୍ଥିତି ଲାଗି ରହିବ ତାହାର ମଧ୍ୟ କିଛି ନିଶ୍ଚିତତା ନାହିଁ। ଆଗକୁ ଫୁଲ ବ୍ୟବସାୟୀଙ୍କ ଅବସ୍ଥା କ’ଣ ହେବ କହି ହେଉନି। ସରକାର ଫୁଲ ବ୍ୟବସାୟୀଙ୍କ ପାଇଁ କିଛି ବିକଳ୍ପ ପନ୍ଥା ବାହାର କରିବା ଦରକାର।
– ମନୋଜ ନାୟକ, ସଭ୍ୟ,

ଓଡ଼ିଶା ଫୁଲ ବ୍ୟବସାୟୀ ସଂଘ
ଫୁଲ ବେପାରରୁ ମୋ ଭଳି ବହୁ ଲୋକଙ୍କ ପରିବାର ଚଳେ। ପାଖାପାଖି ମାସେ ହେବ ରୋଜଗାର ନାହିଁ। ପାଖରେ ଥିବା ଟଙ୍କା ସରି ଆସୁଥିବାରୁ ଅଧାବେଳା ରୋଷେଇ କରୁନୁ। ବହୁ ପରିବାର ମଧ୍ୟ ଭୋକରେ ଥିବା କହୁଛନ୍ତି। ଲକ୍‌ଡାଉନ୍‌ ଶେଷ ବେଳକୁ ବହୁ ପରିବାର ଅନାହାରରେ ଦିନ କାଟୁଥିବେ। ସରକାର ଏଥିପ୍ରତି ଗୁରୁତ୍ୱ ଦେଇ ସହାୟତା ନ ଦେଲେ କରୋନାଠାରୁ ଅନାହାର ସ୍ଥିତି ବଳିଯାଇଥିବ।
– ଯତୀନ ରାଉତ,
ଫୁଲ ବ୍ୟବସାୟୀ, ଚନ୍ଦ୍ରଶେଖରପୁର


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ପୁରୁଣା ବଜାର ଅଞ୍ଚଳକୁ ଓଏମ୍‌ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା…

ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ

ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି।…

ବ୍ରିଜ କାନ୍ଥକୁ ପିଟି ହୋଇ ଓଲଟି ପଡିଲା CRPF ବାଟାଲିଅନ ଗାଡ଼ି, ୨ ଗୁରୁତର

ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର ): ଦୁର୍ଘଟଣା ଗସ୍ତ ହେଲା CRPF ବାଟାଲିଅନ ଗାଡ଼ି । ସମ୍ବଲପୁର ବରଗଡ଼ ୫୩ନଂ ଜାତୀୟ ରାଜପଥ ଅତାବିରା ଦମଦମା ପୋଲ ଉପରେ…

ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ସଫଳତା, ୯୮% ରଖି ପ୍ରିୟାଂଶୁ ମହାରଣା ପ୍ରଥମ

ଲାଞ୍ଜିଗଡ,୧୭।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ରୀଛାତ୍ର ସିବିଏସଇ ଦଶମ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ବୁଧବାର ପରୀକ୍ଷା…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ସ୍ତ୍ରୀ ଚରିତ୍ରକୁ ସନ୍ଦେହ କଲେ ସ୍ବାମୀ, ଝଗଡା ପରେ ଛୁରି ଭୁଷିଦେଲେ

ଭୁବନେଶ୍ୱର,୧୬।୪(ତ୍ରିନାଥ ମହାନ୍ତି): ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ସ୍ବାମୀ ଛୁରୀ ମାଡ଼ କରିଛନ୍ତି । ଫଳରେ ସ୍ତ୍ରୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି…

Business Eminence Awards 2026: ଉଦ୍ୟୋଗିତା ସମାଜକୁ ସାହାଯ୍ୟ କରିବାର ମାଧ୍ୟମ

ଜଗଦମ୍ବା ପଲିମର୍ସ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଚନ୍ଦ୍ର ପ୍ରକାଶ ଭରତ୍ତିଆ ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ। ୪ ଦଶକରୁ ଅଧିକ ଓଡ଼ିଶାରେ ବ୍ୟବସାୟ ଚଳାଇଆସୁଛନ୍ତିି। ଜଗଦମ୍ବା ପଲିମର୍ସ…

ଦ୍ରୁତଗତିରେ ଆସି ହାଇୱାକୁ ପଛପଟୁ ଧକ୍କା ଦେଲା ମୋଟର ସାଇକେଲ୍, ତା’ପରେ…

ବନ୍ତ,୧୭।୪(କିଶୋର କୁମାର ସେଠୀ):  ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଜାମିତୀରା ଛକ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ୫୩ ନମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri