କରୋନାକୁ ପ୍ରଭାବହୀନ କରିବ ବିକଶିତ ଆଣ୍ଟିବଡି

ଜେରୁସଲମ୍‌, ୬ା୫: କରୋନା ଭୂତାଣୁ ବିଶ୍ୱବାସୀଙ୍କୁ ଆତଙ୍କିତ କରିପକାଇଛି। ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୨୧୨ ଦେଶର ସହସ୍ରାଧିକ ଲୋକ ଏଥିରେ ପ୍ରାଣ ହରାଇଲେଣି। ଏପର୍ଯ୍ୟନ୍ତ ଏହାର ସଫଳ ଔଷଧ ବାହାରି ନ ଥିବାବେଳେ କରୋନା ଭୂତାଣୁର ପ୍ରକୋପକୁ ପ୍ରଭାବହୀନ କରିପାରୁଥିବା ଆଣ୍ଟିବଡି ବିକଶିତ କରିବାରେ ସମର୍ଥ ହୋଇଥିବା ଇସ୍ରାଏଲ ପକ୍ଷରୁ ଦାବି କରାଯାଇଛି। ଦେଶର ମୁଖ୍ୟ ବାୟୋଲୋଜିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ କାର୍ଯ୍ୟରତ ଦେଶର ବୈଜ୍ଞାନିକମାନଙ୍କୁ ଏନେଇ ବିଶେଷ ସଫଳତା ମିଳିଥିବା ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ନଫ୍‌ତାଲି ବେନ୍ନେଟ୍ଟ ପ୍ରକାଶ କରିଛନ୍ତି। ସଫଳତାର ସହ ଏହି କାର୍ଯ୍ୟ ସମ୍ପନ୍ନ କରାଯାଇଥିଲେ ହେଁ ସ୍ବୀକୃତି ମିଳିବା ପରେ ଅଧିକରୁ ଅଧିକ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।
ଇସ୍ରାଏଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ବାୟୋଲୋଜିକାଲ ରିସର୍ଚ୍ଚ (ଆଇଆଇଆର୍‌ବି) ଲାବ୍‌କୁ ଯାଇ ବେନ୍ନେଟ୍ଟ ଏସବୁ ଦେଖିଥିବା କହିଛନ୍ତି। ପିଏମ୍‌ଓ କାର୍ଯ୍ୟାଳୟ ଦ୍ୱାରା ଏସବୁ କାର୍ଯ୍ୟ ପରିଚାଳନା କରାଯାଉଛି। ଏହି ବିକଶିତ ଆଣ୍ଟିବଡି ରୋଗୀଙ୍କ ଶରୀରର କୋଷ ମାଧ୍ୟମରେ ଭୂତାଣୁକୁ ପ୍ରଭାବହୀନ କରିବାରେ ସମର୍ଥ ହୋଇପାରିବ ବୋଲି ଦାବି କରାଯାଇଛି। ପେଟେଣ୍ଟ ମିଳିବା ପରେ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ଅଧିକରୁ ଅଧିକ ଆଣ୍ଟିବଡି ପ୍ରସ୍ତୁତ କରାଯାଇ ଅନ୍ତର୍ଜାତୀୟ ସ୍ତରରେ କମ୍ପାନୀଗୁଡ଼ିକୁ ଏହାର ଉତ୍ପାଦନ ଓ ବିକ୍ରି ଲାଗି କୁହାଯିବ ବୋଲି ଦର୍ଶାଯାଇଛି। ଇନ୍‌ଷ୍ଟିଚ୍ୟୁଟ୍‌ର ଏଭଳି ସଫଳତା ଲାଗି ଆମେ ଗର୍ବିତ ଓ କର୍ମଚାରୀଙ୍କ ଉଦ୍ୟମ, ଉତ୍ସର୍ଗୀକୃତ ମନୋଭାବ ସମସ୍ତଙ୍କୁ ଅନୁପ୍ରାଣିତ କରିବ ବୋଲି ବେନ୍ନେଟ୍ଟ ମତବ୍ୟକ୍ତ କରିଛନ୍ତି। ପ୍ରକାଶଥାଉ କି, ଗତ ମାର୍ଚ୍ଚରେ ଇସ୍ରାଏଲର ଏକ ଦୈନିକ ଖବରକାଗଜ ପକ୍ଷରୁ ଏଭଳି ବିକଶିତ ଆଣ୍ଟିବଡି ପ୍ରସ୍ତୁତି ସମ୍ପର୍କରେ ସୂଚନା ଦିଆଯାଇଥିଲା।
ବିକଶିତ ଆଣ୍ଟିବଡିର ପ୍ରସ୍ତୁତି ଶେଷ ହୋଇଥିଲେ ହେଁ ମଣିଷ ଶରୀରରେ ଏହାର ବ୍ୟବହାର କରାଯାଇଛି କି ନାହିଁ, ସେ ସମ୍ପର୍କରେ ବିବୃତିିରେ କିଛି ସ୍ପଷ୍ଟ କରାଯାଇନାହିଁ। ଇସ୍ରାଏଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ବାୟୋଲୋଜିକାଲ ରିସର୍ଚ୍ଚ ୧୯୫୨ରେ ପ୍ରତିଷ୍ଠା କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାର ପରିଚାଳନା ଦାୟିତ୍ୱ ବୁଝୁଥିବା ବେଳେ ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ଏହାର ଯୋଗାଯୋଗ ରହିଆସିଛି। ଗତ ଫେବୃୟାରୀ ୧ରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହି ଇନ୍‌ଷ୍ଟିଚ୍ୟୁଟ୍‌କୁ କୋଭିଡ୍‌-୧୯ର ସଫଳ ଔଷଧ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ୫୦ରୁ ଊର୍ଦ୍ଧ୍ୱ ଅଭିଜ୍ଞ ବୈଜ୍ଞାନିକ ଓ କେତେଜଣ ଗବେଷକମାନେ ପ୍ରୟାସ ଜାରି ରଖିଛନ୍ତି। ଜାପାନ, ଇଟାଲୀ ଓ ଅନ୍ୟ କେତେକ ଦେଶରୁ ଭାଇରସ୍‌ ସାମ୍ପଲ ଅଣାଯାଇ ସେଗୁଡ଼ିକର କ୍ଲିନିକାଲ ଟେଷ୍ଟ କରାଯିବ ସହ ସାଇଡ୍‌ ଇଫେକ୍ଟର ପରୀକ୍ଷା କରାଯାଇଥିଲା। ପଶୁ ଓ ମଣିଷଙ୍କଠାରେ ଭୂତାଣୁର ପ୍ରଭାବ ଅନୁଧ୍ୟାନ କରାଯାଇଥିଲା। ଶେଷରେ ବିକଶିତ ଆଣ୍ଟିବଡି କରୋନା ଆକ୍ରାନ୍ତଙ୍କ ଶରୀରରେ ଥିବା ଭୂତାଣୁ ପ୍ରକୋପକୁ ପ୍ରଭାବହୀନ କରିବାରେ ସମର୍ଥ ହୋଇଥିବା ଇସ୍ରାଏଲ ଦର୍ଶାଇଛି। ପୂର୍ବରୁ ବହୁ କମ୍ପାନୀ କୋଭିଡ୍‌-୧୯ର ସଫଳ ଚିକିତ୍ସା ଲାଗି ଔଷଧ ବାହାର କରିଥିବା ଦାବି କରିଆସିଥିଲେ ହେଁ ସେଗୁଡ଼ିକର କୌଣସି ପ୍ରମାଣ ନ ଥିଲା। ପ୍ରକାଶଥାଉ କି, ଏପର୍ଯ୍ୟନ୍ତ ଚାଇନାରୁ ଆସିଥିବା କରୋନା ଭୂତାଣୁ ବିଶ୍ୱରେ ୨.୫ ଲକ୍ଷ ଲୋକଙ୍କ ଜୀବନ ନେଇସାରିଥିବା ବେଳେ ୩୬ ଲକ୍ଷ ଲୋକଙ୍କୁ ସଂକ୍ରମିତ କରି ଆତଙ୍କର ବାତାବରଣ ସୃଷ୍ଟିକରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri