କରୋନାକୁ ନେଇ କୋକୁଆ ଭୟ: ପର୍ଯ୍ୟଟନସ୍ଥଳୀ, ପାର୍କ ଖାଁ ଖାଁ;ରାସ୍ତା କଡ଼ରେ ବିକ୍ରି ହେଲାଣି ମାସ୍କ

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ଘାତକ କରୋନା ଭୂତାଣୁ ସଂକ୍ରମଣରେ ଭାରତର ଦୁଇଜଣଙ୍କ ମୃତ୍ୟୁ ଘଟିବା ପରେ ଏବେ ସରକାରୀ ସ୍ତରରେ ତତ୍ପରତା ଆହୁରି ବଢ଼ିଯାଇଛି। ଓଡ଼ିଶାରେ ଏଯାଏ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ନ ଥିଲେ ମଧ୍ୟ ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ି ଚାଲିଛି। ଏପରିସ୍ଥଳେ ରାଜ୍ୟ ସରକାର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ସମେତ ସିନେମା ହଲ୍‌, ଜିମ୍‌କୁ ବନ୍ଦ କରିଛନ୍ତି। ବିଭିନ୍ନ ବିଭାଗ ପକ୍ଷରୁ ଘନ ଘନ ପ୍ରଚାର ଓ ନିର୍ଦ୍ଦେଶନାମା ଜାରି ପରେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ସତର୍କତା ଓ ସଚେତନତା ଅବଲମ୍ବନ କରିବା କରୋନା ଭୂତାଣୁ ସଂକ୍ରମଣର ମୁଖ୍ୟ ପ୍ରତିଷେଧକ ବୋଲି କୁହାଯିବା ପରେ ଲୋକେ ଏବେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ଫଳରେ ବନ୍ଦ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଭୁବନେଶ୍ୱର, କଟକ, ପୁରୀ ସମେତ ରାଜ୍ୟରେ ଥିବା ପର୍ଯ୍ୟଟନସ୍ଥଳୀ, ପାର୍କ ଆଦି ଖାଁ ଖାଁ ହୋଇପଡିଛି। ଯେଉଁସବୁ ପର୍ଯ୍ୟଟନସ୍ଥଳୀକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକଙ୍କ ଆଗମନ ଲାଗି ରହିଥାଏ, ସବୁବେଳେ ଗହଳି ଲାଗି ରହିଥାଏ, ସେଠାରେ ଶନିବାର ଶୂନ୍‌ଶାନ ପରିବେଶ ଲାଗି ରହିଥିଲା। ଖଣ୍ଡଗିରି, ଉଦୟଗିରିରେ ହାତଗଣତି କେତେଜଣ ପର୍ଯ୍ୟଟକ ଆସିଥିଲେ ମଧ୍ୟ ମାତ୍ର ଅଳ୍ପ ସମୟ ରହି ଚାଲିଯାଉଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ମନ୍ଦିରକୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଯିବା ଆସିବା କମିଯାଇଛି। ଶ୍ରୀମନ୍ଦିର, କୋଣାର୍କ, ଲିଙ୍ଗରାଜ ଆଦି ପ୍ରମୁଖ ମନ୍ଦିରରେ ପୂର୍ବଭଳି ଆଉ ଭିଡ଼ ନାହିଁ। ଅନ୍ୟପକ୍ଷରେ ଭୁବନେଶ୍ୱରସ୍ଥିତ ରିଜିଓନାଲ ମ୍ୟୁଜିୟମ୍‌ ଅଫ୍‌ ନାଚୁରାଲ ହିଷ୍ଟ୍ରି(ଆର୍‌ଏମ୍‌ଏନ୍‌ଏଚ୍‌) ଶନିବାର ଖୋଲା ରହିଥିଲା। ହେଲେ ଖୁବ୍‌ କମ୍‌ ସଂଖ୍ୟକ ପର୍ଯ୍ୟଟକ ଆସିଥିଲେ। ସେହିଭଳି ସହରରେ ଥିବା ବିଭିନ୍ନ କଲୋନୀ ପାର୍କ ମଧ୍ୟ ଶୂନ୍‌ଶାନ୍‌ ହୋଇପଡିଛି। ଛୁଟି ସତ୍ତ୍ୱେ କୌଣସି ପିଲାଙ୍କୁ ଦେଖିବାକୁ ମିଳିନି। ପରିବାର ଲୋକେ ପିଲାମାନଙ୍କୁ ଘରୁ ବାହାରକୁ ଛାଡ଼ିବାକୁ ଉଚିତ ମଣୁନାହାନ୍ତି।

ରାସ୍ତା କଡ଼ରେ ବିକ୍ରି ହେଲାଣି ମାସ୍କ
କରୋନା ଭୟରେ ମାସ୍କ ଓ ସାନିଟାଜର୍‌ର ଡିମାଣ୍ଡ୍‌ ବଢ଼ିଯାଇଛି। ବାହାରକୁ ବାହାରିବାବେଳେ ଲୋକେ ମାସ୍କ ପିନ୍ଧିବାକୁ ଜରୁରୀ ମନେ କରୁଛନ୍ତି। ସମସ୍ତେ ମାସ୍କ ବ୍ୟବହାର କରିବାର ଆବଶ୍ୟକତା ନ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଲୋକେ ଭୟରେ ମାସ୍କ କିଣିବାରେ ଲାଗିଛନ୍ତି। ଇତିମଧ୍ୟରେ ମେଡିସିନ ଷ୍ଟୋର୍‌ରେ ମାସ୍କ ଅଭାବ ଧୀରେ ଧୀରେ ଦୂର ହେଉଥିବାବେଳେ ଟୋପି, ଚଷମା ଆଦି ବ୍ୟବସାୟ କରୁଥିବା କେତେଜଣ ବ୍ୟବସାୟୀ ରାସ୍ତା କଡ଼ରେ ମାସ୍କ ଝୁଲାଇ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ୨୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଦାମ୍‌ରେ ମାସ୍କ ମିଳୁଛି।

ରାଜଧାନୀରେ ଖାଲି ହେବାରେ ଲାଗିଛି ହଷ୍ଟେଲ
ରାଜଧାନୀର ବିଭିନ୍ନ ଅଞ୍ଚଳରେ ଶତାଧିକ ହଷ୍ଟେଲ ରହିଛି। ଅଧିକାଂଶ ହଷ୍ଟେଲରେ ଛାତ୍ରୀଛାତ୍ର ରହୁଛନ୍ତି। ଇତିମଧ୍ୟରେ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରଗୁଡିକୁ ସାମୟିକ ବନ୍ଦ କରାଯାଇଛି। ଏଥିସହ ସହରରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଛି। ତେଣୁ ଏବେ ଛାତ୍ରୀଛାତ୍ରମାନେ ହଷ୍ଟେଲ ଛାଡ଼ି ଗାଁକୁ ଚାଲିଯାଉଛନ୍ତି। ଶନିବାର କିଟ୍‌ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛୁଟି ଘୋଷଣା କରିବା ପରେ ଛାତ୍ରୀଛାତ୍ରମାନେ ହଷ୍ଟେଲ ଖାଲି କରିଦେଇଛନ୍ତି। ଏହିଭଳି ଅନେକ ଘରୋଇ କଲେଜ ଏବଂ ଅନ୍ୟ ବାଳିକା ହଷ୍ଟେଲରେ ରହୁଥିବା ପିଲା ଶନିବାର ରାଜଧାନୀ ଛାଡି ଗଁା ମୁହାଁ ହୋଇଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri