କରୋନାକୁ ଡରି ଭୋକରେ ମରିବାକୁ ଚାହୁଁ ନାହାଁନ୍ତି ଇଟାଲିର ଜନସାଧାରଣ: ମରିବୁ ପଛେ ବାହାରକୁ ଯାଇ କରିବୁ କାମ !

ମିଲାନ,୧୬।୪: କରୋନା ସଂକ୍ରମଣ ଯୋଗୁ ଇଟାଲିର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ଜାରି ହୋଇଛି। ତେବେ ଏହାଦ୍ୱାରା ଅଣ-ସଂଗଠିତ କ୍ଷେତ୍ର ଏବଂ ନିଜେ ଛୋଟମୋଟ ବ୍ୟବସାୟ କରୁଥିବା ବହୁ ଲୋକଙ୍କ ପାଖରେ ଦୈନଦିନ ଆବଶ୍ୟକତା ମେଣ୍ଟାଇବା ପାଇଁ ଆଉ ସଞ୍ଚିତ ଅର୍ଥ ନାହିଁ। ତେଣୁ ଲୋକେ କରୋନାକୁ ଡରି ଭୋକରେ ମରିବାକୁ ଚାହୁଁ ନ ଥିବା କହୁଛନ୍ତି। ବହୁ ଛୋଟମୋଟ ବ୍ୟବସାୟୀ ମରିବୁ ପଛେ ବାହାରକୁ ଯାଇ କରିବୁ କାମ କରିବା ଅଣ୍ଟା ଭିଡ଼ିଛନ୍ତି। ସରକାରଙ୍କ ପକ୍ଷରୁ ବିଭିନ୍ନ ସେକ୍ଟର ପାଇଁ ୩୪ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ମଧ୍ୟ ଘୋଷଣା କରାଯାଇଛି। ତେବେ ଏହା ସମୁଦ୍ରକୁ ଶଙ୍ଖେ ଭଳି ମନେ ହେଉଛି। ଦେଶର ଲକ୍ଷେ ୫୦ ହଜାର ଶିଳ୍ପପତିଙ୍କୁ ଗଠିତ ହୋଇଥିବା ଉଦ୍ୟୋଗିକ ସଂଗଠନ ପକ୍ଷରୁ ଲକ୍‌ ଡାଉନ୍‌ ହଟାଇବା ଲାଗି ସରକାରଙ୍କ ଉପରେ ଚାପ ମଧ୍ୟ ପକାଯାଉଛି। ଏସବୁ ଶିଳ୍ପ ସଂସ୍ଥାରେ ୫୫ ଲକ୍ଷରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ଲକ୍‌ ଡାଉନ ଯୋଗୁ ବିଭିନ୍ନ ଶିଳ୍ପସଂସ୍ଥା ବନ୍ଦ ରହିଛି। ତେଣୁ କର୍ମଚାରୀଙ୍କୁ ଦରମା ମଧ୍ୟ ଦିଆଯାଇପାରୁ ନ ଥିବା ସଂଗଠନ ପକ୍ଷରୁ କୁହାଯାଇଛି। ଲକ୍‌ ଡାଉନ୍‌ ନ ହଟିଲେ କରୋନା ତୁଳନାରେ ଆର୍ଥିକ ମାନ୍ଧାବସ୍ଥା ଅଧିକ ଘାତକ ହେବ ବୋଲି ସଂଗଠନ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ଆଉ ୯୧ ପଜିଟିଭ୍‌ ଚିହ୍ନଟ; ମୋଟ ଆକ୍ରାନ୍ତ ସଂଖ୍ୟା ୮୨୮କୁ ବୃଦ୍ଧି

ଭୁବନେଶ୍ୱର,୧୭।୫(ବ୍ୟୁରୋ): ରାଜ୍ୟରେ ରବିବାର ନୂଆ ୯୧ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି। ନୂଆ ଆକ୍ରାନ୍ତଙ୍କ...

ସଫେଇ କର୍ମଚାରୀଙ୍କୁ ପାଣି, ଫୁଲ ପକାଇ ସମ୍ମାନିତ

ଜଟଣୀ ୨୧ା୪(ଡି.ଏନ.ଏ.): କରୋନା ସଂକ୍ରମଣ ରୋକିବାରେ ଅଗ୍ରଦୂତ ସାଜିଥିବା ଡାକ୍ତର, ନର୍ସ, ପୋଲିସ ଓ ସଫେଇ କର୍ମଚାରୀ ଜୀବନକୁ ବାଜି ଲଗାଇଛନ୍ତି। ଲକ୍‌ଡାଉନ୍‌ ସମୟରେ ଲୋକଙ୍କ...

ହୋମ୍‌ ଆଇସୋଲେଶନ୍‌ ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯିବ ଅକ୍ସିଜେନ୍‌…

ନୂଆଦିଲ୍ଲୀ,୬।୫: ଦେଶରେ କରୋନାର ତାଣ୍ଡବ ଜାରି ରହିଛି। ଏପରିସ୍ଥଳେ ନୂଆଦିଲ୍ଲୀର ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଅକ୍ସିଜେନ୍‌ ଅଭାବ ନେଇ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା...

ଶପଥ ଗ୍ରହଣ ପୂର୍ବରୁ ମୋଦିଙ୍କୁ ସମାଲୋଚନା କଲା ପାକିସ୍ତାନ ଗଣମାଧ୍ୟମ

ଇସଲାମାବାଦ,୩୦।୫: ଗୋଟିଏ ପଟେ ନରେନ୍ଦ୍ର ମୋଦି ଗୁରୁବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଅନ୍ୟପଟେ ଏହାକୁ ନେଇ ପାକିସ୍ତାନରେ ଚାଲିଛି...

ସନ୍ତାନ ପ୍ରସବ ଲାଗି ମିଳେ ପ୍ରୋତ୍ସାହନ

କେତେକ ଦେଶରେ ଜନସଂଖ୍ୟା ଏତେ କମି ଯାଇଛି ଯେ ଏହା ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ସେମିତି ଏକ ଦେଶ ହେଉଛି ଫିନଲାଣ୍ଡ। ଏଠାରେ ଏବେ...

ବୁଷ୍ଟର ପାଇଁ ଅଧିକ ଗବେଷଣା ହେଉ

ନୂଆଦିଲ୍ଲୀ, ୫।୧୨(ପି.ଟି.): କରୋନାର ଓମିକ୍ରନ୍‌ ଭାରିଆଣ୍ଟକୁ ନେଇ ଚିନ୍ତା ବଢ଼ୁଥିବାବେଳେ କୋଭିଡ୍‌ ଟିକାଗୁଡ଼ିକ କେତେ ଫଳପ୍ରଦ, ତାହାର ଆକଳନ କରିବା ପାଇଁ ସଂସଦୀୟ କମିଟି କେନ୍ଦ୍ର...

ଏସବୁ ରାଜ୍ୟରେ ହୋଇଛି କରୋନା ଗୋଷ୍ଠୀ ସଂକ୍ରମଣ…

ନୂଆଦିଲ୍ଲୀ,୨।୮: ଦେଶରେ କରୋନା ମହାମାରୀ ଥମୁନି। ଦେଶରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖିଲେ ଜଣାପଡୁଛି ଯେ, କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ...

ଆଦାର ପୁନାଓ୍ବାଲା: ଘୋଡ଼ା ବେପାରୀରୁ ଭାକ୍ସିନ୍‌ ଉଦ୍ୟୋଗ ବାଦଶାହ…

ନୂଆଦିଲ୍ଲୀ,୨୬।୫: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିବାବେଳେ ଭାରତର ପୁଣେ ସ୍ଥିତ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଚର୍ଚ୍ଚାର ପରିସରକୁ ଆସିଥିଲା। ଦେଶର ସାଧାରଣ ଲୋକେ ପୂର୍ବରୁ...

Advertisement


Archives

Model This Week