କରିନାଙ୍କ ଭାଉଜ ହେବେ ତାରା ସୂତାରିୟା

ବମ୍ବେ: ପ୍ରଥମେ ଡେବ୍ୟୁ ଆଉ ଏବେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର-୨ ଫେମ୍‌ ତାରା ସୂତାରିୟା। ତାରା ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଡେଟ୍‌ କରୁଥିବା କୁହାଯାଉଥିଲା। ହେଲେ ଏହା ବେଶୀଦିନ ଚାଲି ନ ଥିଲା। ଏବେ କିନ୍ତୁ ଆଦର ଜୈନଙ୍କ ସହ ତାରାଙ୍କ ଯୋଡ଼ି ଜମିବ ବୋଲି ଆଲୋଚନା ହେଲାଣି।

ଏଭଳି ଆଲୋଚନା ପଛରେ କାରଣ ମଧ୍ୟ ରହିଛି। ନିକଟରେ କରିନା କପୁରଙ୍କ ସମ୍ପର୍କୀୟ ଭାଇ ଅରମାନ ଜୈନଙ୍କ ବିବାହ ହୋଇଛି। ଏଥିରେ ବଲିଉଡ୍‌ର ଅନେକ ବିଶିଷ୍ଟ କଳାକାର ସାମିଲ ହୋଇଥିଲେ। ସେଥିମଧ୍ୟରେ ତାରା ମଧ୍ୟ ଥିଲେ। ହାଲୁକା ଗୋଲାପୀ ରଙ୍ଗର ଲେହଙ୍ଗା ପିନ୍ଧି ତାରା ପହଞ୍ଚିଥିଲେ। ଏହି ଉପଲକ୍ଷେ ସେ ବରବଧୂଙ୍କ ପାଇଁ ଏକ ସ୍ପେଶାଲ ସରପ୍ରାଇଜ୍‌ ରଖିଥିଲେ।

ଷ୍ଟେଜ୍‌ ଉପରେ ଗୀତ ଗାଇଥିଲେ ତାରା, ଯାହା ସମସ୍ତଙ୍କୁ ପସନ୍ଦ ଆସିଥିଲା। ବିଶେଷକରି ଅରମାନଙ୍କ ମା’ ରୀମା ତାଙ୍କୁ କୁଣ୍ଢାଇ ପକାଇଥିଲେ। ଏପରିକି ତାଙ୍କୁ ବୋହୂ କରିବାକୁ କହି ପକାଇଥିଲେ। ସାନପୁଅ ଆଦରଙ୍କ ସହ ତାରା ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ରୀମା କହିଥିଲେ।
ଯଦି ଆପଣ ଭାବୁଛନ୍ତି ଆଦରଙ୍କ ସହ ପ୍ରଥମ ଥର ପାଇଁ ତାରାଙ୍କ ନାମ ଯୋଡ଼ାଯାଉଛି, ତେବେ ଭୁଲ ଭାବୁଛନ୍ତି। ଅନେକ ସମୟରେ ସେମାନଙ୍କୁ ଏକାଠି ଦେଖିବାକୁ ମିଳିଥାଏ। ଉଭୟ ଉଭୟଙ୍କୁ ଡେଟ୍‌ କରୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri