କମିଶନରେଟ ପୋଲିସରେ ଗଡ଼ିଲା ନୂଆ ୮ ପିସିଆର

ଭୁବନେଶ୍ୱର,୨୮।୯(ବ୍ୟୁରୋ): ନାଲ୍‌କୋ ସହାୟତାରେ ରାଜଧାନୀରେ ଗଡ଼ିଛି ଆଉ ୮ ନୂଆ ପିସିଆର। ଶୁକ୍ରବାର ସକାଳେ ପୋଲିସ କମିଶନରଙ୍କ ମୁଖ୍ୟାଳୟରେ ନାଲ୍‌କୋ ସିଏମ୍‌ଡି ତପନ କୁମାର ଚାନ୍ଦ ଏବଂ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପତାକା ଦେଖାଇ ନୂଆ ପିସିଆର ଭ୍ୟାନକୁ ଶୁଭାରମ୍ଭ କରିଥିଲେ। ରାଜଧାନୀରେ ୩୫ଟି ପିସିଆର ବର୍ତ୍ତମାନ ଗଡୁଥିବା ବେଳେ ନୂଆ ୮ଟି ପିସିଆର ମିଳିବାରୁ ବର୍ତ୍ତମାନ ଏହାର ସଂଖ୍ୟା ୪୩ ପହଞ୍ଚତ୍ଛି। କଟକରେ ୨୧ଟି ପିସିଆର ଭ୍ୟାନ ଗଡ଼ୁଛି। ଏହି ଅବସରରେ ନାଲକୋ ସିଏମ୍‌ଡି ତପନ କୁମାର ଚାନ୍ଦ କହିଛନ୍ତି, ଛୋଟ ହେଉ ଅବା ବଡ ଅପରାଧ କ୍ଷେତ୍ରରେ ପିସିଆର ଭ୍ୟାନର ଭୂମିକା ଯଥେଷ୍ଟ ରହିଛି। ପିସିଆର ଭ୍ୟାନ ପାଟ୍ରୋଲିଂ କରୁଥିବାରୁ ଲୋକେ ରାତିରେ ଶାନ୍ତିରେ ଶୋଇପାରୁଛନ୍ତି।
ପୋଲିସ କମିଶନର ଷଡଙ୍ଗୀ କହିଛନ୍ତି, ନାଲ୍‌କୋ ପୋଲିସକୁ ସହଯୋଗର ହାତ ବଢାଇଥିବାରୁ ଧନ୍ୟବାଦ ଦେଉଛୁ। ପିସିଆର ପୋଲିସର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଆଗାମୀ ଦିନଗୁଡିକରେ ଶିଳ୍ପ ଅନୁଷ୍ଠାନମାନ ପୋଲିସକୁ ଏଭଳି ସହଯୋଗ କରିବେ ବୋଲି ଆଶା କରୁଛୁ। କଣ୍ଟ୍ରୋଲ ରୁମ୍‌କୁ ପ୍ରତିଦିନ ୨ ହଜାର ଫୋନ୍‌ କଲ ଆସୁଛି। ପିସିଆର ଭ୍ୟାନ ପ୍ରାୟ ୨ ଶହରୁ ୨୨୦ କଲ୍‌ ଅନୁଯାୟୀ ଘଟଣାସ୍ଥଳକୁ ଯାଉଛି। ତେଣୁ ପିସିଆର ଭୂମିକା ପୋଲିସ ପାଇଁ ଯଥେଷ୍ଟ ରହିଛି ବୋଲି କମିଶନର ଷଡଙ୍ଗୀ କହିଛନ୍ତି। ନାଲକୋ ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ କମିଶନରେଟ ପୋଲିସକୁ ୩୫ଟି ପିସିଆର ଭୁବନେଶ୍ୱରକୁ ଦେଇଛି। ଅନ୍ୟପକ୍ଷରେ ରାଜଧାନୀରେ ୪୩ଟି ପିସିଆର ଗଡ଼ୁଥିବାରୁ କର୍ମଚାରୀଙ୍କର ଅଭାବ ରହିଛି। କାରଣ ଗୋଟିଏ ଦିନରେ ୧୨ କର୍ମଚାରୀ ଆବଶ୍ୟକ ହେଉଛନ୍ତି। ୪ ଜଣ କରି ୮ଘଣ୍ଟା ଲେଖାଏ ୩ ସିଫ୍ଟ କାର୍ଯ୍ୟ କରୁଛନ୍ତି। ତେଣୁ ପିସିଆର କର୍ମଚାରୀ ବଢ଼ାଇବା ସହ କଟକ ସହରରେ ଆହୁରି ୫ ହଜାର ସିସି କ୍ୟାମେରା ଲଗାଇବା ପାଇଁ ପୋଲିସ କମିଶନର ଷଡଙ୍ଗୀ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

ଟ୍ରମ୍ପଙ୍କୁ ଇରାନର ଭୟଙ୍କର ଚେତାବନୀ: ଯଦି ବନ୍ଦରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୁଏ, ତା’ହେଲେ…

ଓ୍ବାଶିଂଟନ୍‌,୧୩।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏକ ନୂତନ ଏବଂ ଗମ୍ଭୀର ମୋଡ଼ ନେଇଛି। ଆମେରିକା ଇରାନର ଉପସାଗରୀୟ ବନ୍ଦରଗୁଡ଼ିକର ନୌସେନା ଅବରୋଧ ଘୋଷଣା…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ପାରମ୍ପରିକ ଖାଦ୍ୟକୁ ନେଇ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ ଆନନ୍ଦମୟୀ….

ଦାରିଙ୍ଗବାଡି, ୧୩ା୪ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍‌ କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ଓଡ଼ିଆ ପକ୍ଷ ଅବସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ବିଡ଼ିଓ ପ୍ରୀତିରଞ୍ଜନ…

ମାଲକାନଗିରି କୋର୍ଟର ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି,୧୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋର୍ଟକୁ ଏକ ଅଜ୍ଞାତ ମେଲ୍‌ରୁ ସୋମବାର ବୋମା ଧମକ ମିଳିଛି। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଅଞ୍ଚଳରେ…

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri