କମିଛି ସହରାଞ୍ଚଳ ପ୍ରଦୂଷଣ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ସ୍ବାସ୍ଥ୍ୟଠାରୁ ଆରମ୍ଭ କରି ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ର ପାଇଁ ବିପଜ୍ଜନକ ହୋଇଥିବା କୋଭିଡ୍‌-୧୯ ବା କରୋନା ମହାମାରୀ ପରିବେଶ ନିମନ୍ତେ କିନ୍ତୁ ବରଦାନ ପାଲଟିଛି। ମାର୍ଚ୍ଚ ପୂର୍ବରୁ ପ୍ରଦୂଷଣରେ ଘାଣ୍ଟି ହେଉଥିବା ରାଜ୍ୟର ବହୁ ସହର ଏବେ ଅନେକାଂଶରେ ସ୍ବଚ୍ଛ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କରାଯାଇଥିବା ସର୍ଭେରୁ ବାୟୁ ପ୍ରଦୂଷଣର ହାର ବହୁମାତ୍ରାରେ ହ୍ରାସ ପାଇଥିବା ତଥ୍ୟ ମିଳିଛି।
ମଳିଥିବା ସୂଚନା ଅନୁଯାୟୀ, ଲକ୍‌ଡାଉନ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୨୧ ତାରିଖ ଯାଏ ଅନୁଗୋଳ ସହରରେ ବାୟୁର ଗୁଣବତ୍ତା ମାନ(ଏକ୍ୟୁଆଇ) ୮୮ ଥିବା ବେଳେ ଏପ୍ରିଲରେ ତାହା ୫୭କୁ ହ୍ରାସ ପାଇଛି। ସେହିପରି ତାଳଚେର ୧୦୪ରୁ ୭୩, ବାଲେଶ୍ୱର ୮୮ରୁ ୬୦, ବ୍ରହ୍ମପୁର ୪୮ରୁ ୨୨, ଭୁବନେଶ୍ୱର
୯୯ରୁ ୪୫ ଏବଂ କଟକ ସହରର ପ୍ରଦୂଷଣ ହାର ୧୦୦ ଏକ୍ୟୁଆଇରୁ ୫୭କୁ ଖସିଆସିଛି। ସେହିଭଳି ଝାରସୁଗୁଡ଼ା ସହରର ପ୍ରଦୂଷଣ ମାନ ୧୧୦ରୁ ୬୫, କଳିଙ୍ଗନଗର ୧୨୨ରୁ ୬୧, କେନ୍ଦୁଝର ୧୦୦ରୁ ୫୩, କୋଣାର୍କ ୬୦ରୁ ୩୪, ପାରାଦୀପ ୧୦୧ରୁ ୬୫, ପୁରୀ ୮୭ରୁ ୩୬, ରାୟଗଡ଼ା ୭୬ରୁ ୫୫, ରାଜଗାଙ୍ଗପୁର ୮୫ରୁ ୬୨, ରାଉରକେଲା ୧୦୭ରୁ ୫୧ ଏବଂ ସମ୍ବଲପୁର ସହରରେ ବାୟୁ ପ୍ରଦୂଷଣ ଇଣ୍ଡେକ୍ସ ୧୦୯ ଥିବାବେଳେ ଏବେ ତାହା ୫୦କୁ ହ୍ରାସ ପାଇଛି। ଏହା ଭଲ ସଙ୍କେତ ଦେଉଥିଲେ ମଧ୍ୟ ଆଗାମୀ ଦିନରେ ସଚେତନ ନ ହେଲେ ପ୍ରଦୂଷଣ ହାର ପୁଣି ବଢିଯିବ ବୋଲି ପରିବେଶବିତ୍‌ ଚେତାଇ ଦେଇଛନ୍ତି। ଦେଶର ୧୦୨ଟି ସହର ପ୍ରଦୂଷଣର ବିଷାକ୍ତ ବଳୟ ମଧ୍ୟକୁ ଚାଲିଯାଇଛି। ଓଡ଼ିଶାର ଭୁବନେଶ୍ୱର ସମେତ କଟକ, ଅନୁଗୋଳ, ତାଳଚେର, ବାଲେଶ୍ୱର, ରାଉରକେଲା ଏବଂ କଳିଙ୍ଗନଗର ଆଦି ୭ଟି ସହର ଅତି ପ୍ରଦୂଷଣ ତାଲିକାରେ ସ୍ଥାନ ପାଇଛି। ସହରାଞ୍ଚଳର ଏପରି ପ୍ରଦୂଷିତ ପରିବେଶକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ନେଇ ଏକ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ଏନ୍‌ଜିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରାଜ୍ୟ ସରକାର ଏକ ସମନ୍ବିତ ସ୍ବଚ୍ଛ ବାୟୁ ଆକ୍ସନ ପ୍ଲାନ (କମ୍ପ୍ରହେନ୍‌ସିଭ କ୍ଲିନ ଏୟାର ଆକ୍ସନ ପ୍ଲାନ) ପ୍ରସ୍ତୁତ କରିଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ସାମିଲ କରାଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ଦିଆଯାଇଛି। ଏହି ଆକ୍ସନ ପ୍ଲାନ କାର୍ଯ୍ୟକାରୀ ପାଇଁ ବିଭିନ୍ନ ପର୍ଯ୍ୟାୟରେ କର୍ମଶାଳା ଆୟୋଜନ କରାଯିବ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହାଛଡା ସହରାଞ୍ଚଳ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ସମସ୍ତ ୧୧୪ଟି ସହରାଞ୍ଚଳରେ ବାୟୋ ଡାଇଭର୍‌ସିଟି କମିଟି ଗଠନ କରାଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି କମିଟିକୁ ମନିଟରିଂ କରିବ। ଶିଳ୍ପାଞ୍ଚଳ ପ୍ରଦୂଷଣ ଜାଣିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଅନ୍‌ଲାଇନ ମନିଟରିଂ ବ୍ୟବସ୍ଥା କରାଯାଇଛି। ଏଥିସହ ଆହୁରି ଅନେକ ପଦକ୍ଷେପ ନିଆଯାଉଛି ବୋଲି ବୋର୍ଡର ଜଣେ ବରିଷ୍ଠ ବୈଜ୍ଞାନିକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri