‘କବିର ସିଂ’ଙ୍କୁ ପଛରେ ପକାଇଲା ‘ଓ୍ବାର’, ମାତ୍ର ୭ ଦିନରେ କଲା ୨୦୦ କୋଟି ବ୍ୟବସାୟ

ମୁମ୍ବାଇ: ଗତ ଶୁକ୍ରବାର ରିଲିଜ ହୋଇଥିଲା ଟାଇଗର ଶ୍ରଫ୍‌ ଏବଂ ହ୍ରିତିକ ରୋଶନ ଅଭିନୀତ ଫିଲ୍ମ ‘ଓ୍ବାର’। ଇତି ମଧ୍ୟରେ ଏହାର ସାତ ଦିନ ବିତି ଯାଇଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ଫଳରେ ଖୁବ୍‌ କମ୍‌ ଦିନରେ ଏହା ୨୦୦ କୋଟି କ୍ଲବରେ ସାମିଲ ହୋଇଛି। ଓ୍ବାର୍‌ ମଙ୍ଗଳବାର ୩୦ କୋଟି ବ୍ୟବସାୟ ସହ ମୋଟ ୨୧୭.୭୫ କୋଟି ରୋଜଗାର କରିଛି। କେବଳ ଏତିକି ନୁହେଁ ଫିଲ୍ମ ଚଳିତ ବର୍ଷର ଅନ୍ୟତମ ହିଟ୍‌ ଚଳଚ୍ଚିତ୍ର କବିର ସିଂହ, ଭାରତ ଏବଂ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌କୁ ମଧ୍ୟ ପଛରେ ପକାଇ ଦେଇଛି। ଶାହିଦଙ୍କ କବିର ସିଂହ ୧୩ ଦିନରେ ୨୦୦ କୋଟି କମାଇଥିବା ବେଳେ ସଲମାନଙ୍କ ଭାରତ ୧୪ ଦିନରେ ଏତିକି ରୋଜଗାର କରିଥିଲା। ତେବେ ହ୍ରିତିକ ଏବଂ ଟାଇଗରଙ୍କ ଦମ୍‌ଦାର ଯୋଡ଼ି ସହ ଓ୍ବାର୍‌ରେ ଥିବା ଆକ୍ସନ ଏବଂ ରୋମାନ୍ସ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ହଲିଉଡ୍‌ରେ ନିଜ ଟ୍ୟାଲେଣ୍ଟ ଦେଖାଇବେ ହ୍ରିତିକ୍‌

ବଲିଉଡ୍‌ର ଦେଶି ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ପରେ ଏବେ ହ୍ରିତିକ୍‌ ରୋଶନ ହଲିଉଡ୍‌ରେ ନିଜ ଟ୍ୟାଲେଣ୍ଟ୍‌ ଦେଖାଇବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁସାରେ ହ୍ରିତିକ୍‌ ହଲିଉଡ୍‌ର...

କିଛି ବର୍ଷ ପରେ ସଲମାନ୍‌ଙ୍କ ଇଦ୍‌ ରିଲିଜରେ ଲାଗିଲା ବ୍ରେକ୍‌

ମୁମ୍ବାଇ: ଲଗାତାର କିଛି ବର୍ଷ ହେବ ଇଦ୍‌ରେ ରିଲିଜ୍‌ ହୋଇ ଆସୁଥିଲା ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁଙ୍କ ଫିଲ୍ମ। ଏହା ବକ୍ସ ଅଫିସରେ ହିଟ୍‌ ବି...

କେବଳ ରଙ୍ଗ ସବୁକିଛି ନୁହେଁ, ଏହା ପ୍ରମାଣ କରି ଦେଖାଇଛନ୍ତି ଏସବୁ ଅଭିନେତ୍ରୀ

ହିନ୍ଦୁସ୍ତାନ ୟୁନିଲିଭର କମ୍ପାନୀ ଏହାର ବ୍ୟୁଟି କ୍ରିମ ‘ଫେୟାର ଆଣ୍ଡ୍‌ ଲଭ୍‌ଲି’ ରୁ ଫେୟାର ଶବ୍ଦକୁ ହଟାଇଦେଇଛି। ବର୍ଣ୍ଣବୈଷମ୍ୟବାଦ ରୋକିବା ପାଇଁ ଏପରି ପଦକ୍ଷେପ ନେଇଛି...

ପୁଲ୍‌ଓ୍ବାମା ସହିଦଙ୍କୁ ମନେ ପକାଇ ଗୀତ ରେକର୍ଡିଂ କଲେ ଐଶ୍ୱର୍ଯ୍ୟା

ପୁଲଓ୍ବାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବଲିଉଡ୍‌ ଷ୍ଟାରମାନେ ଏକ ଗୀତ ରେକର୍ଡିଂ କରିଛନ୍ତି। ଏହି ଗୀତର ନାଁ ‘ତୁ ଦେଶ୍‌ ମେରା’। ଅମିତାଭ ବଚ୍ଚନ,...

ସୁଶାନ୍ତଙ୍କୁ କେବଳ ଅଙ୍କିତା ପାରିଥାନ୍ତେ ବଞ୍ଚାଇ

ମୁମ୍ବାଇ, ୨୦।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଏବେ ବହୁ ଲୋକ ଭିନ୍ନ ଭିନ୍ନ ମନ୍ତବ୍ୟ ସୋସିଆଲ୍‌ ମିଡ଼ିଆରେ ଦେଉଥିବାର ଦେଖିବାକୁ...

ପ୍ରଲୋଭନରେ ଅନୁବାଦ କରେନାହିଁ

ଉଭୟ ଓଡ଼ିଆ ଏବଂ ହିନ୍ଦୀ ସାହିତ୍ୟ ଜଗତ ପାଇଁ ତାଙ୍କ ଅବଦାନ ବେଶ୍‌ ଅଧିକ। କ୍ଲାସିକ୍‌ ସାହିତ୍ୟରୁ ଆରମ୍ଭକରି ସମକାଳୀନ ସାହିତ୍ୟ ପର୍ଯ୍ୟନ୍ତ, ସବୁ ସମୟର...

୧୧ ବର୍ଷ ପରେ ଏକାଠି ନଜର ଆସିବେ ରାଣୀ-ଶୈଫ

ମୁମ୍ବାଇ: ବଲିଉଡ୍‌ରେ ଦୀର୍ଘ ୧୧ ବର୍ଷ ପରେ ପୁଣିଥରେ ନଜରକୁ ଆସିବେ ରାଣୀ ମୁଖାର୍ଜି ଓ ଶୈଫ ଅଲ୍ଲି ଖାଁ। କାରଣ ୨୦୦୫ର ଫିଲ୍ମ ‘ବଣ୍ଟି...

ବାହା ବେଳ ହୋଇନି

ଯାହା କହନ୍ତୁ ନା କାହିଁକି କ୍ୟାଟ୍ରିନାଙ୍କ ଆଇଡିଆକୁ ମାନିବାକୁ ପଡ଼ିବ। ମ୍ୟାରେଜ ନେଇ ପ୍ରଶ୍ନ କଲେ ତାହାର ଉତ୍ତର କେତେ ଚତୁରତାର ସହ ଦେବାକୁ ପଡ଼େ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *