କବକ ସଂକ୍ରମଣ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
କବକ ଦ୍ୱାରା ବ୍ୟାପୁଥିବା ସଂକ୍ରମଣ କ୍ୟାଣ୍ଡିଡା ଏରିସ୍‌ ପ୍ରଥମେ ୨୦୦୯ରେ ଜାପାନରେ ଦେଖାଯାଇଥିଲା। ଏହାପରେ ଏବେ ସାରା ବିଶ୍ୱରେ ଏହା ବ୍ୟାପିଲାଣିି। ମୁଖ୍ୟତଃ ହସ୍ପିଟାଲ୍‌ଗୁଡିକରେ ଏହାର ପ୍ରଭାବ ବେଶି ପରିଲକ୍ଷିତ ହେଉଛି। ଏହା ଏକ ପ୍ରକାର ସୁପରବଗ୍‌ ଯାହା ଔଷଧକୁ ପ୍ରତିରୋଧ କରେ। ଏହାର ଚିକିତ୍ସା କରାଯାଇପାରେନା। ଏହା ମଧ୍ୟରେ ଅନେକ ଆଣ୍ଟିଫଙ୍ଗାଲ୍‌ ରହିଛି। ଫ୍ଲୁକୋନାଜୋଲ୍‌ (ଡିଫ୍ଲୁକାନ) ଅନେକ ଦେଶରେ ଆଣ୍ଟିଫଙ୍ଗାଲ୍‌ ଔଷଧ ଭାବେ ବ୍ୟବହୃତ ଏବଂ ନିକଟରେଏକିନୋକ୍ୟାଣ୍ଡିଟସ୍‌କୁ ବି ଏଥିରେ ସାମିଲ କରାଯାଇଛି। ୨୦୦୯ରେ କ୍ୟାଣ୍ଡିଡା ଏରିସ୍‌ ଜାପାନର ଏକ ହସ୍ପିଟାଲରେ ଜଣେ ରୋଗୀର କାନରୁ ଅଲଗା କରାଯାଇଥିଲା। ଏହା ଶୀଘ୍ର ବୃଦ୍ଧି ପାଇ ପୂରା ହସ୍ପିଟାଲକୁ କବ୍‌ଜା କରିପାରେ, ଭୟଙ୍କର ସଂକ୍ରମଣ ସାରା ବିଶ୍ୱରେ ବି ଖେଳାଇଦେଇପାରେ। ଏହା ଇଣ୍ଟେନ୍‌ସିଭ କେୟାର ୟୁନିଟ୍‌ ଲାଗି ବଡ଼ ବିପଦ, କାରଣ ଏହା କ୍ଲୋରୋହେକ୍ସାଇଡାଇନ ଏବଂ ବ୍ଲିଚ୍‌ ଭଳି ଅଣଦୂଷିତ ପଦାର୍ଥରେ ସହଜରେ ରହିପାରେ। କେତେକ ହସ୍ପିଟାଲ କ୍ୟାଣ୍ଡିଡା ଏରିସ୍‌ରୁ ମୁକ୍ତି ପାଇବା ପାଇଁ ଚଟାଣ ତଥା ଛାତରୁ ଟାଇଲକୁ ହଟାଇ ଦେଉଛନ୍ତି। କିନ୍ତୁ ଏହା ଯଦି ରକ୍ତରେ ମିଶେ ତେବେ ଜୀବନ ପ୍ରତି ଘାତକ ହୋଇଥାଏ। ଯେଉଁମାନଙ୍କର ରୋଗପ୍ରତିରୋଧକ ଶକ୍ତି କମ୍‌ ସେମାନଙ୍କ ପାଇଁ ଏହା ବିପଜ୍ଜନକ। ନବଜାତକ, ବୃଦ୍ଧାବୃଦ୍ଧ, ଯେଉଁମାନଙ୍କର ଅନ୍ୟ ସଂକ୍ରମଣ ରହିଛି କିମ୍ବା ଯେଉଁମାନେ ଆଣ୍ଟିବାୟୋଟିକ୍‌ ବା ଆଣ୍ଟିଫଙ୍ଗାଲ୍‌ ଥେରାପିରେ ରହିଛନ୍ତି ସେମାନଙ୍କ ପାଇଁ ଏହା ଘାତକ ହୋଇପାରେ।
କ୍ୟାଣ୍ଡିଡା ଏରିସ୍‌ର ପ୍ରସାର ଉପରେ କମ୍‌ ପ୍ରଚାର କରାଯାଇଛି ଓ ଲୋକମାନେ ଏହା ସମ୍ବନ୍ଧରେ ବି କମ୍‌ ଜାଣିଛନ୍ତି। କାରଣ ଏହା ଏକ ପ୍ରକାର ନୂଆ ସଂକ୍ରମଣ। ଏହା ସମ୍ବନ୍ଧରେ ପ୍ରଚାର କଲେ କାଳେ ଲୋକମାନେ ଚିକିତ୍ସା କରିବା ପାଇଁ ଯିବେ ନାହିଁ ସେଥିପାଇଁ ଏହା ବିଷୟରେ ହସ୍ପିଟାଲ, ଡାକ୍ତର ଏପରିକି ସରକାର ଗୁପ୍ତ ରଖିଥାନ୍ତି। ଆମେରିକାରେ ଏହି ସଂକ୍ରମଣ ଯେଉଁ ହସ୍ପିଟାଲରେ ଦେଖାଯାଏ ତା’ ନାମ ପ୍ରକାଶ କରିବାକୁ ‘ଦି ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ’କୁ ମନା କରାଯାଇଛି। ଜ୍ୱର, ବିନ୍ଧା, ଦୁର୍ବଳ ଲାଗିବା ଆଦି କ୍ୟାଣ୍ଡିଡା ଏରିସ୍‌ର ସାଧାରଣ ଲକ୍ଷଣ ହେଲେ ବି ବିନା ପରୀକ୍ଷାରେ ଏହାକୁ ନିରୂପଣ କରିବା କଷ୍ଟକର। ବହୁ ସମୟରେ ଏହାକୁ ନିରୂପଣ କରିବାରେ ଭୁଲ ହୋଇଯାଏ। ଗୋଟିଏ ଲକ୍ଷଣ ହେଉଛି ଜ୍ୱ୍ବର ଏବଂ ଥଣ୍ଡା ଆଣ୍ଟିବାୟୋଟିକ୍ସ ଦ୍ୱାରା ଚିକିତ୍ସା କରାଗଲେ ମଧ୍ୟ ତାହା କମେ ନାହିଁ। ଯଦି ଠିକ୍‌ ଭାବେ ଚିକିତ୍ସା କରାଯିବନି ତେବେ ସଂକ୍ରମିତ ବ୍ୟକ୍ତି କୋମାକୁ ଚାଲିଯାନ୍ତି, ଅଙ୍ଗ ଅଚଳ ହୋଇଥାଏ କିମ୍ବା ମୃତ୍ୟୁର ଆଶଙ୍କା ରହିଥାଏ। କ୍ୟାଣ୍ଡିଡା ଏରିସ୍‌ରେ ସଂକ୍ରମିତ ୩୦ରୁ ୫୦ ପ୍ରତିଶତ ରୋଗୀଙ୍କର ମୃତ୍ୟୁ ହୋଇଥାଏ। ଏହି କବକ ରୋଗୀର ଚର୍ମ ଓ ଚିକିତ୍ସାରେ ବ୍ୟବହୃତ ସମସ୍ତ ଉପକରଣରେ ଦୀର୍ଘସମୟ ରହି ଅନ୍ୟଙ୍କୁ ସଂକ୍ରମିତ କରିଥାଏ।
ଏହା ଶୀଘ୍ର ବ୍ୟାପିବାର ଅନେକ କାରଣ ରହିଛି। ଚିକିତ୍ସା କ୍ଷେତ୍ରରେ ଜଡ଼ିତ ସବୁ ସଂସ୍ଥା ଆଣ୍ଟିବାୟୋଟିକ୍ସ ଓ ଆଣ୍ଟିଫଙ୍ଗାଲ୍‌ ମେଡିସିନ ଦେବାରେ ଅବହେଳା କରୁଛନ୍ତି। ବିନା ଆଣ୍ଟିମାଇକ୍ରୋବାଲ୍ସରେ ଅଣ୍ଟା ଅସ୍ତ୍ରୋପଚାର, କେମୋଥେରାପି ଜଟିଳ ହୋଇଯାଏ। ଅଙ୍ଗ ପ୍ରତିରୋପଣ ଓ କେମୋଥେରାପି ଅସମ୍ଭବ ହୋଇପଡେ। ଗନେରିଆ କି ଯକ୍ଷ୍ମା ଚିକିତ୍ସାରେ କୌଣସି ଔଷଧ ବି କାମ କରେନାହିଁ।
ଦ୍ୱିତୀୟତଃ ବିଶ୍ୱର ପ୍ରତ୍ୟେକ ଦେଶରେ ଏକା ପ୍ରକାର ଔଷଧ ଖାଦ୍ୟ ପାଇଁ ପାଳନ କରାଯାଉଥିବା ପ୍ରାଣୀଙ୍କୁ ଦିଆଯାଉଛି। ଭାରତରେ କୁକୁଡ଼ା, ଘୁଷୁରିଙ୍କୁ ଟନ୍‌ ଟନ୍‌ ଆଣ୍ଟିବାୟୋଟିକ୍ସ ଓ ଆଣ୍ଟିଫଙ୍ଗାଲ୍‌ ଦିଆଯାଉଛି। କୁକୁଡାଚାଷରେ ବହୁଳଭାବେ ପ୍ରୟୋଗ କରାଯାଉଛି। ସେମାନଙ୍କୁ ଏହି ଔଷଧ ମାଧ୍ୟମରେ ବଞ୍ଚାଇ ରଖାଯାଉଛି। ଅସ୍ବାସ୍ଥ୍ୟକର ପରିବେଶରେ ପିଞ୍ଜରା ଭିତରେ କ୍ଷମତାଠାରୁ ବେଶି କୁକୁଡ଼ା ରଖାଯାଉଛି। ସେମାନଙ୍କ ଥଣ୍ଟ ଓ ପାଦ କାଟିଦିଆଯାଉଛି। ସେମାନଙ୍କୁ ଠିକ୍‌ଭାବେ ଖାଇବାକୁ ଦିଆଯାଉ ନାହିଁ। ଏସବୁର ଫଳସ୍ବରୂପ ଆଣ୍ଟିଫଙ୍ଗାଲ୍‌ ଓ ଆଣ୍ଟିବାୟୋଟିକ୍ସ ମିଶା ମଳ ମାଟି ଓ ପାଣିରେ ମିଶୁଛି। ଏହାଦ୍ୱାରା ଆମେ ଦୂଷିତ ଖାଦ୍ୟ ଖାଉଛେ ଓ ଦୂଷିତ ପାଣି ପିଉଛେ। ପଶୁ ଓ କୁକୁଡ଼ାକୁ ବଢାଇବା ଲାଗି ଭାରତରେ ଉତ୍ପାଦିତ ୮୦ ଭାଗ ଆଣ୍ଟିବାୟୋଟିକ୍ସ ବ୍ୟବହାର କରାଯାଉଛି। ଆମେରିକାରେ ବର୍ଷକୁ ୩୪ ମିଲିୟନ ପାଉଣ୍ଡ ଆଣ୍ଟିବାୟୋଟିକ୍ସ ଏଥିପାଇଁ ବ୍ୟବହାର କରାଯାଉଛି। ଭାରତରେ ଏହାର ପରିମାଣ ଆହୁରି ବେଶି। ଏକ ସର୍ଭେରୁ ଜଣାପଡିଛି ଯେ, ଭାରତରେ ବିଶ୍ୱର ସର୍ବାଧିକ ଆଣ୍ଟିବାୟୋଟିକ୍ସ ଓ ଫଙ୍ଗିସାଇଡସ୍‌ ବ୍ୟବହାର କରାଯାଉଛି। ଏହାଦ୍ୱାରା ଭାରତ ଯେଉଁ ସୁପରବଗ୍‌ ସୃଷ୍ଟି କରିଛି ତାହା ଔଷଧ ପ୍ରତିରୋଧୀ ଭାବେ ଉଭା ହୋଇଛି।
ତୃତୀୟରେ ଏବେ ଆଧୁନିକ କୃଷି ମଧ୍ୟ ଏହି ମେଡିସିନ୍‌ ଉପରେ ନିର୍ଭର କରୁଛି। ମାତ୍ରାଧିକ ଫଙ୍ଗିସାଇଡ୍ସ ବା କବକନାଶୀ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାର ଫସଲରେ କ୍ୟାଣ୍ଡିଡା ଏରିସ୍‌କୁ ଠାବ କରାଯାଇପାରିବ। ମାଥ୍ୟୁ ସି. ଫିଶର ଓ ତାଙ୍କ ସାଥୀ ବୈଜ୍ଞାନିକମାନେ ୨୦୦୮ରେ ପ୍ରକାଶ କରିଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ବିଶ୍ୱସ୍ତରରେ ଏହା ଆଣ୍ଟିଫଙ୍ଗାଲ୍‌ ପ୍ରତିରୋଧୀ ଭାବେ ଉଭା ହେବା ମଣିଷଙ୍କ ସ୍ବାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷା ପ୍ରତି ଏକ ଚ୍ୟାଲେଞ୍ଜ।
ଅନେକ ଔଷଧର ପ୍ରତିରୋଧୀ ଭାବେ କେବଳ କ୍ୟାଣ୍ଡିଡା ଏରିସ୍‌ ନୁହେଁ, ବରଂ ଆସ୍ପରିଜିଲୁସ୍‌ ଫୁଗିମାଟସ୍‌ କବକ ପ୍ରତିବର୍ଷ ୨ ଲକ୍ଷ ଲୋକଙ୍କ ଜୀବନ ନେଉଛି। ଆଜୋଲେ ଆଣ୍ଟିିଫଙ୍ଗାଲସ୍‌ ଇଣ୍ଟ୍ରାକୋନାଜୋଲ୍‌, ଭୋରକୋନାଜୋଲ୍‌ ଏବଂ ପୋଷାକୋନାଜୋଲ୍‌ ଦୀର୍ଘବର୍ଷ ଧରି ପଲ୍‌ମୋନାରୀ ଆସ୍ପରିଲୋଜୋସିସ୍‌ ଚିକିତ୍ସାରେ ବ୍ୟବହାର କରାଯାଉଛି। ଏହି ସଂକ୍ରମଣ ଏ. ଫୁମିଗାଟ୍‌ସ ଦ୍ୱାରା ହେଉଛି। କିନ୍ତୁ ଗତ ୧୦ ବର୍ଷହେବ ଏହା ଆଣ୍ଟିଫଙ୍ଗାଲ୍‌ ଔଷଧ ପ୍ରତିରୋଧୀ ଗୁଣ ପ୍ରକାଶ କରିଥିତ୍ବା ଏକ ଅନୁଧ୍ୟାନରୁ ଜଣାପଡିଛି। ଏ. ଫୁମିଗାଟ୍‌ସର ଏହି ପ୍ରତିରୋଧୀ ଗୁଣ କୌଣସି ଔଷଧରୁ ନୁହେଁ ବରଂ ସିଧାସଳଖ ଖାଦ୍ୟରୁ ହିଁ ଆସିଛି। କେବଳ ଏତିକି ନୁହେଁ ଆସ୍ପରିଜିଲୁସ୍‌ ବି କୃଷିକ୍ଷେତରୁ ହସ୍ପିଟାଲରେ ପ୍ରବେଶ କରିଛି। ଏହାର ସଂକ୍ରମଣକୁ ରୋକିବା ପାଇଁ ଆଣ୍ଟିଫଙ୍ଗାଲ୍‌ର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି।
ଏବେ କ୍ୟାଣ୍ଡିଡା ଅଲବିକାନସ୍‌ , କ୍ୟାଣ୍ଡିଡା ଗ୍ଲାବ୍ରାଟା ଏବଂ କ୍ରିପ୍ଟୋକୋକୋସ୍‌ ନେଓଫର୍ମାନ୍ସର ଔଷଧ ପ୍ରତିରୋଧୀ ଗୁଣ ରହିଥିବା ଜଣାପଡିଛି। କ୍ୟାଣ୍ଡିଡା ଗ୍ଲାବ୍ରାଟାକୁ ମୁଖ୍ୟ ବ୍ଲଡ୍‌ଷ୍ଟ୍ରିମ୍‌ ପାଥୋଜେନ୍‌ ଭାବେ ରୋଗୀଙ୍କଠାରୁ ସଂଗ୍ରହ କରାଯାଇଛି। ଏହାବାଦ୍‌ ଆସ୍ପରିଜିଲୁସ ଟେରେୟୁସ୍‌, ଫୁସାରୟମ୍‌ ଏସପିପି, ସ୍କେଣ୍ଡୋସ୍ପୋରିୟମ୍‌ ଏସ୍‌ପିପି ଆଦି କେତେକ ରୋଗକାରକ କବକ ସଂକ୍ରମଣର ଆଶଙ୍କା ବି ରହିଛି।
କୃଷିରେ ଆଜୋଲେ ଫଙ୍ଗିସାଇଡ୍ସ ବନ୍ଦ ହେବା ଦରକାର। ୨୫ ପ୍ରକାର ଆଜୋଲେ କୃଷିରେ ବ୍ୟବହାର କରାଯାଉଛି। କିନ୍ତୁ ମେଡିକାଲରେ ମାତ୍ର ତିନିପ୍ରକାର ବ୍ୟବହାର କରାଯାଉଛି। ମେଡିକାଲରେ ବ୍ୟବହାର କରାଯାଉଥିବା ଆଜୋଲେ ବେସ୍‌ଡ ଆଣ୍ଟିଫଙ୍ଗାଲର ପ୍ରଭାବ କିଛି ରହୁନାହିଁ। ଏଣୁ ଆଗଧାଡିର ଚିକିତ୍ସାରୁ ଏହା ଶୀଘ୍ର ଦୂରେଇଯାଉଛି ଯାହାଦ୍ୱାରା ମୃତ୍ୟୁହାର ୧୦୦ ପ୍ରତିଶତ ହେଉଛି। ଫଙ୍ଗିସାଇଡ୍‌ ଯେଉଁ ହାରରେ ଆବିଷ୍କୃତ ହେଉଛି ତା’ଠାରୁ ବେଶି ଫଙ୍ଗିସାଇଡ୍‌ ରେଜିଷ୍ଟାନ୍ସ ପ୍ରକାଶ ପାଉଛି। ଆଣ୍ଟିବାୟୋଟିକ୍ସ କ୍ଷେତ୍ରରେ ବି ସମାନ ଅବସ୍ଥା। କିନ୍ତୁ ଆଜୋଲେକୁ ସୀମିତ କରିବା ବଦଳରେ ସରକାର କିଛିବର୍ଷ ହେବ ଏହାର ବ୍ୟବହାରକୁ ବୃଦ୍ଧି କରିଛନ୍ତି। ୨୦୦୫ରୁ ବିଶ୍ୱରେ ଏହାର ବିକ୍ରି ତିନିଗୁଣ ବୃଦ୍ଧିପାଇଛି। ମଣିଷ ଓ ପ୍ରାଣୀଙ୍କ ଚିକିତ୍ସା ତଥା କୃଷିର ସୁରକ୍ଷା ପାଇଁ ଏହା ଯେ ବ୍ୟବହାର କରାଯାଉଛି ତାହାନୁହେଁ, ଏହାକୁ ବି କାଠଗଣ୍ଡିକୁ ସୁରକ୍ଷିତ ରଖିବା ଓ ଆଣ୍ଟିଫ୍ଲୋରିଂ କୋଟିଂ ଭାବେ ବ୍ୟବହାର କରାଯାଉଛି। ସେଲସ୍‌ ଓ ଭୌଗୋଳିକ ବିତରଣରେ ଫଙ୍ଗିସାଇଡସ୍‌ ବୃଦ୍ଧିପାଇଛି। ୨୦୧୨ରେ ବୈଜ୍ଞାନିକମାନେ ଆଳୁ ଉପତ୍ାଦନରେ ବ୍ୟବହାର କରାଯାଉଥିବା ୩୩ ପ୍ରକାର ଫଙ୍ଗିସାଇଡ୍‌ ଉପରେ ଅଧ୍ୟୟନ କରିଛନ୍ତି ଏବଂ ୭୫ ପ୍ରତିଶତ ଭୂପୃଷ୍ଠ ଜଳ ଓ ୫୮ ପ୍ରତିଶତ ଭୂତଳ ଜଳ ନମୁନାରେ ଅତି କମ୍‌ରେ ଗୋଟିଏ ଫଙ୍ଗିସାଇଡ୍‌ ପାଇଛନ୍ତି।
ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଯୋଗୁ କବକ ଦ୍ରୁତଗତିରେ ବ୍ୟାପିଚାଲିଛି। ଆମେ ବେଶି କବକନାଶୀ ବ୍ୟବହାର କରିବା ଦ୍ୱାରା ଅତ୍ୟଧିକ ରୋଗସୃଷ୍ଟିକାରୀ ଓ ଔଷଧ ପ୍ରତିରୋଧୀ କବକ ସୃଷ୍ଟି କରିଚାଲିଛୁ। ବିଶ୍ୱରେ ମ୍ୟାଲେରିଆ କିମ୍ବା ସ୍ତନକର୍କଟରେ ଯେତିକି ଲୋକ ମୃତ୍ୟୁବରଣ କରୁଛନ୍ତି କବକଜନିତ ରୋଗରେ ତା’ଠାରୁ ବେଶି ମୃତ୍ୟୁମୁଖରେ ପଡୁଛନ୍ତି। ଏହି ମୃତ୍ୟୁସଂଖ୍ୟାକୁ ଏଚ୍‌ଆଇଭି ଓ ଯକ୍ଷ୍ମା ସହ ବି ତୁଳନା କରାଯାଇପାରେ। କିନ୍ତୁ ଏଯାବତ ଭାରତ ସରକାର ଏହି ସମସ୍ୟା ଉପରେ ମୁଣ୍ଡ ଖେଳାଇନାହାନ୍ତି।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri