କପ୍ତିପଦାରେ ଗଣ ମହୋତ୍ସବ ‘ବିରାଟ’ ଉଦଘାଟିତ: ’ମହୋସତ୍ବ ମାଧ୍ୟମରେ ସବୁ ବିଭେଦର ବିଲୟ ଘଟେ’

କପ୍ତିପଦା,୧୯ା୬(ଡ଼ି.ଏନ୍‌.ଏ)- ମହୋତ୍ସବ ମାଧ୍ୟମରେ ଜାତିବାଦ, ଆତଙ୍କବାଦ, ସନ୍ତ୍ରାସବାଦ ଭଳି ସବୁ ବିଭେଦର ବିଲୟ ଘଟେ । ସମଗ୍ର ବିଶ୍ୱରେ ଭାରତ ହିଁ ଅନନ୍ୟ ତାର ବିଶ୍ୱ ଭାତୃତ୍ୱର ମହାଚେତନା ପାଇଁ । ଯୋଗ ହିଁ ଏହି ମହାଚେତନାର ମୂଳଧର ବୋଲି ସୋମବାର ମୟୂରଭଞ୍ଜ ଜିଲା କପ୍ତିପଦାର ଗଣମହୋତ୍ସବ ‘ବିରାଟ’କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ।
ଗଣ ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ଶିକ୍ଷକ ଶରତ ଚନ୍ଦ୍ର ମିଶ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ସତ୍ୟଶିବ ଦାସ, ବିଶିଷ୍ଟ ଅତିଥିଭାବେ ଉଦଳା ବିଧାୟକ ଭାସ୍କର ମଢ଼େଇ, ଅନ୍ୟତମ ସମ୍ମାନନୀୟ ଅତିଥିଭାବେ କପ୍ତିପଦା ପଞ୍ଚାୟତ ସମିତିର ଅଧ୍ୟକ୍ଷା ସୁଶୀଳା ବାନରା ମଞ୍ଚାସୀନ ଥିଲେ। ବରିଷ୍ଠ ଶିକ୍ଷାବିତ୍‌ ପ୍ରଫୁଲ୍ଲ ଚନ୍ଦ୍ର ମହାଳିକ ମଞ୍ଚ ପରିଚାଳନା କରିଥିଲେ । ସଂପାଦକୀୟ ବିବରଣୀ ପାଠ କରିଥିଲେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ମିଶ୍ର। ଏହି ଅବସରରେ ଜୟଚନ୍ଦ୍ର ବେହେରାଙ୍କ ସମ୍ପାଦନାରେ ଗଣମହୋତ୍ସବର ସ୍ମରଣିକା ‘କପୋତ’କୁ ମଞ୍ଚାସୀନ ଅତିଥି ଉନ୍ମୋଚନ କରିଥିଲେ । ବିଭିନ୍ନକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୃଷି ବୈଜ୍ଞାନିକ ସଂଘମିତ୍ରା ପଟ୍ଟନାୟକ, ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଗିରୀଶ ଚନ୍ଦ୍ର ସେନାପତି, ସାରସ୍ବତ ସାଧକ ବସନ୍ତ କୁମାର ରାଉଳ, ଯୁବ ଶିକ୍ଷାବିତ୍‌ ନିରଞ୍ଜନ ସାହୁ, ଶିକ୍ଷା ସଂଗଠକ ଭଗବାନ୍‌ ପଣ୍ଡା, ହୋ ଭାଷା ବିକାଶ କ୍ଷେତ୍ରରେ ତୁରାମ ସିଂ, ସମାଜ ସଂସ୍କାରକ ବ୍ରଜସୁନ୍ଦର ମାଝୀ ଏବଂ କପ୍ତିପଦା ବ୍ଳକ୍‌ର ମ୍ୟାଟ୍ରିକ୍‌ ଟପ୍ପର ସୁବ୍ରତ ବେହେରାଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ ।
କପ୍ତିପଦା ମାଟିରେ ପାଦଦେବା ପରେ ଆଦିବାସୀ ନୃତ୍ୟ, ସଂକୀର୍ତ୍ତନ ମଣ୍ଡଳୀର ତାଳେତାଳେ ଉତ୍ସବସ୍ଥଳୀ ନିକଟକୁ ପାଛୋଟି ନିଆଯାଇଥିଲା । ଗଣ ମହୋତ୍ସବ କମିଟି ପକ୍ଷରୁ ହରିଶ୍ଚନ୍ଦ୍ର ସାଏ ଓ ବନମାଳୀ ଦାଶ, ବ୍ଲକ୍‌ ଉପାଧ୍ୟକ୍ଷ ନୀଳମାଧବ ପାତ୍ର, ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଶତ୍ରୁଘ୍ନ ମହାନ୍ତି, ଗଣଶିକ୍ଷା ବିଭାଗ ତରଫରୁ ବିଇଓ ଶଶୀଧର ସିଂ, ଅଙ୍ଗନୱାଡ଼ି କର୍ମୀ ସଂଘ ପକ୍ଷରୁ ସବିତା ପ୍ରହରାଜ, ଆଶା ସଂଗଠନ ପକ୍ଷରୁ ଉର୍ମିଳା ଦାଶ, ଆଦିବାସୀ ସାଂସ୍କୃତିକ ନୃତ୍ୟ ପକ୍ଷରୁ ଜଗଦୀଶ ମୁର୍ମୁ ଫୁଲତୋଡ଼ା ଦେଇ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
ମ୍‌ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ, ଏସ୍‌.ପି. ଅବିନାଶ କୁମାର, ଉପଜିଲାପାଳ ଭଗବାନ ବେହେରା, ବିଡ଼ିଓ ରବୀନ୍ଦ୍ର ମଲ୍ଲିକ୍‌, ତହସିଲଦାର ପ୍ରଦୀପ ବେହେରା ଓ ବିଭିନ୍ନ ବିଭାଗର ଅଧିକାରୀ ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ । ଓଡ଼ିଶା ସଂସ୍କୃତି ବିଭାଗ ଓ ସ୍ଥାନୀୟ କଳାକାରଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଭରତ ଚନ୍ଦ୍ର ବରାଳ, ରାଜକିଶୋର ବେହେରା, ସତ୍ୟନାରାୟଣ ମିଶ୍ର, ଅମୀୟ ରଞ୍ଜନ ଦାସ, ଜଗନ୍ନାଥ ଖଣ୍ଡା, କାର୍ତ୍ତିକ ଚନ୍ଦ୍ର ମିଶ୍ର, ଗୋଲକ ଚନ୍ଦ୍ର ବେଜ, ସୁଶାନ୍ତ ମିଶ୍ର, ପ୍ରଦୀପ ଦାସ, ମନୋରଞ୍ଜନ ଦାସ, ଆଶୀଷ କୁମାର ମଲ୍ଳିକ୍‌, ସୂର୍ଯ୍ୟରାଜ ବେହେରା, ପ୍ରମୋଦ ଦାଶ, ନିରଞ୍ଜନ ମହାନ୍ତି, ଚିତ୍ତରଞ୍ଜନ ମିଶ୍ର ଏବଂ ଗଣ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ଶାଶୁଙ୍କ ମୃତ୍ୟୁଖବର ଶୁଣି ଚାଲିଗଲା ବୋହୂଙ୍କ ଜୀବନ

ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ହଙ୍ଗାମା: ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ବାଲେଶ୍ୱର,୧୮ା୨(ବାଞ୍ଛାନିଧି ଦେ): ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ। ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri