କନିଷ୍ଠ ଯନ୍ତ୍ରୀଙ୍କୁ ବସ୍‌ଉଠ୍‌ କରାଇବା ମାମଲା: ଝାରପଡ଼ା ଜେଲ୍‌ରେ ରହିଲେ ପାଟଣାଗଡ଼ ବିଧାୟକ

ଭୁବନେଶ୍ୱର,୨।୭ (ବ୍ୟୁରୋ): ନିମ୍ନମାନର ରାସ୍ତା କାମକୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ (ଜେଇ)ଙ୍କୁ ରାସ୍ତା ଉପରେ ବସ୍‌ଉଠ୍‌ କରାଇବା ମାମଲାରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଜାମିନ ଆବେଦନର ଶୁଣାଣି ସୋମବାର ଭୁବନେଶ୍ୱର ସ୍ବତନ୍ତ୍ର କୋର୍ଟରେ ହୋଇଥିଲା। ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବାରୁ ବିଧାୟକ ମେହେର ଓ ଅଭିଯୋଗକାରୀମାନେ ନିଜ ପକ୍ଷ ରଖିଥିଲେ। ଅତିରିକ୍ତ ଜିଲା ଦୌରାଜଜ୍‌ ଅରୁଣ ମଲ୍ଲିକ ଉଭୟ ପକ୍ଷରୁ ଶୁଣିବା ପରେ ମାମଲାର ବିଚାର କରି ପରବର୍ତ୍ତୀ ଶୁଣାଣି ଆସନ୍ତା ୫ ତାରିଖକୁ ଧାର୍ଯ୍ୟ କରିଛନ୍ତି। ସେପର୍ଯ୍ୟନ୍ତ ବିଧାୟକ ଝାରପଡ଼ା ଜେଲ୍‌ରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେବା ପରେ ତାଙ୍କୁ ସେଠାକୁ ପଠାଇ ଦିଆଯାଇଛି। ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜିଲେ ଜେଲ୍‌ କର୍ତ୍ତୃପକ୍ଷ ଓ ଡାକ୍ତରଙ୍କ ପରାମର୍ଶ ନେବାକୁ ଆଦେଶ ଦିଆଯାଇଛି।
ବିଧାୟକ ମେହେର ଦର୍ଶାଇଥିଲେ ଯେ, ଯେଉଁ ଦଫା ବଳରେ ତାଙ୍କୁ ଗିରଫ କରାଯାଇଛି, ସେଥିମଧ୍ୟରୁ କେବଳ ୫୩୫ ଦଫାକୁ ଛାଡିଦେଲେ ଅନ୍ୟସବୁ ଜାମିନ ଯୋଗ୍ୟ। ସେ ଜଣେ ଲୋକ ପ୍ରତିନିଧି ହୋଇଥିବାରୁ ପଳାତକ କାର୍ଯ୍ୟ କରିବେ ନାହିଁ। ବିଧାନସଭା ଚାଲିଥିବାରୁ ସେଠାରେ ଲୋକଙ୍କ ସମସ୍ୟା ପହଞ୍ଚାଇବା ନେଇ ଉପସ୍ଥିତ ରହିବା ଆବଶ୍ୟକତା ରହିଛି। ସେ କୋର୍ଟର ସମସ୍ତ ସର୍ତ୍ତକୁ କଡ଼ାକଡ଼ି ପାଳନ କରିବେ। ତେଣୁ ତାଙ୍କୁ ଜାମିନ ଦିଆଯାଉ ବୋଲିି ସେ ଆବେଦନରେ ଲଲ୍ଲେଖ କରିଛନ୍ତି। ଅପରପକ୍ଷରେ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବର ଓ ତାଙ୍କ ସ୍ତ୍ରୀ ତଥା ମାମଲାର ଅଭିଯୋଗକାରୀ ମଧ୍ୟ କୋର୍ଟରେ ହାଜର ହୋଇ ପକ୍ଷ ରଖିଥିଲେ। ସେମାନଙ୍କୁ ଅନେକ ଅଜଣା ମୋବାଇଲ୍‌ ନମ୍ବରରୁ ଧମକପୂର୍ଣ୍ଣ କଲ୍‌ ଆସୁଛି। ବିଧାୟକଙ୍କୁ ଜାମିନ ମିଳିଲେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ସେମାନେ କହିଥିଲେ।
ଗତ ମାସରେ ପାଟଣାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗମ୍ଭାରୀ ଗ୍ରାମରେ ପୂର୍ତ୍ତ ବିଭାଗ ପକ୍ଷରୁ ଚାଲିଥିବା ଏକ ରାସ୍ତା କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଥିଲା। ବିଧାୟକ ମେହେର ଲୋକଙ୍କ ସହ ସେଠାରେ ପହଞ୍ଚତ୍ କନିଷ୍ଠ ଯନ୍ତ୍ରୀ ଜୟକାନ୍ତଙ୍କୁ ରାସ୍ତା ଉପରେ ବସ୍‌ଉଠ୍‌ କରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜୟକାନ୍ତଙ୍କ ସ୍ତ୍ରୀ ପାଟଣାଗଡ ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ଯନ୍ତ୍ରୀ ଜଣକ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ବିଭିନ୍ନ ସଂଗଠନ ପକ୍ଷରୁ ବିଧାୟକଙ୍କୁ ଗିରଫ ଦାବି ଜୋର୍‌ ଧରିଥିଲା। ଗତ ୨୪ ତାରିଖରେ ନୂଆପଡାରୁ ପୋଲିସ ତାଙ୍କୁ ଗିରଫ କରିଥିଲା। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଅନ୍ଦୋଳନ ଚାଲିଥିବାରୁ ପାଟଣାଗଡ ଏଡିଜେ ତାଙ୍କ ଜାମିନ ଉପରେ ଶୁଣାଣି ନ କରି ଜୁଲାଇ ୧ ତାରିଖରେ ଭୁବନେଶ୍ୱର ହେବାକୁ ଧାର୍ଯ୍ୟ କରିଥିଲେ। ଜେଲରେ ବିଧାୟକ ଅସୁସ୍ଥ ହେବାପରେ ୨୫ ତାରିଖଠାରୁ ପାଟଣାଗଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ ରବିବାର ଅପରାହ୍ନରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇ ପାଟଣାଗଡ଼ ଜେଲ୍‌କୁ ପଠାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବାର ପରମ୍ପରାକୁ ବଜାୟ ରଖିଛି ଭାଜପା’: ସଞ୍ଜୟ ରାଉତଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୯।୫: ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଗୋଷ୍ଠୀର ନେତା ଏବଂ ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶୁଭେନ୍ଦୁ ଅଧିକାରୀଙ୍କୁ ଚୟନ କରିବା…

ସ୍ପେନରେ ନିଶା କାରବାରକୁ ଶକ୍ତ ଝଟକା, ୪୧ ଟନ କୋକେନ ଜବତ, ୭୭ ଗିରଫ

ମାଡ୍ରିଡ,୯।୫: ସମୁଦ୍ରରେ ନିଶା କାରବାର ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ସ୍ପାନିସ ପୋଲିସ ମୋଟ ୪୧ ଟନ କୋକେନ ଜବତ କରିଛି। କେବଳ ଏହି ଅପରେଶନଗୁଡ଼ିକ ମଧ୍ୟରୁ…

ସର୍ବସାଧାରଣ ପୋଖରୀ ଜବରଦଖଲ, ଆନ୍ଦୋଳନ ନିଷ୍ପତ୍ତି

ନୂଆପଡ଼ା,୯ା୫ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଚୁଳାଭାଟ ପଞ୍ଚାୟତ ଭଏଁଷାଦାଦର ଗଁାରେ ଥିବା ସର୍ବସାଧାରଣ ପୋଖରୀକୁ କେତେଜଣ ବ୍ୟକ୍ତି ଜବରଦଖଲ କରିଥିବାରୁ ଗ୍ରାମବାସୀ ଏହାକୁ ବିରୋଧ…

କେସିଙ୍ଗାରେ ରାଷ୍ଟ୍ରୀୟ ଲୋକ ଅଦାଲତ: ଚେକ ବାଉନ୍ସ ମାମଲାରେ …

କେସିଙ୍ଗା,୯।୫(ତୁମେଶ୍ୱର ସାହୁ,): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ତାଲୁକ ଆଇନ ସେବା ସମିତି ପକ୍ଷରୁ ଅଦାଲତ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅଧ୍ୟକ୍ଷା ଦୀପ୍ତି ସେଠଙ୍କ ନେତୃତ୍ୱରେ…

ଘାଇରେ ଭାସୁଛି ମୃତଦେହ: ଚନ୍ଦ୍ରଗିରିରେ ଚାଞ୍ଚଲ୍ୟ

ମୋହନା,୯।୫( ମନ୍ମଥ ମିଶ୍ର ): ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଶଗଡ଼ା…

ଭଗ୍ନାବସ୍ଥାରେ ପଡ଼ିରହିଛି ବୌଦ୍ଧ ମୂର୍ତ୍ତି: ସୌନ୍ଦର୍ଯ୍ୟକରଣ ପୁନରୁଦ୍ଧାର ଅପେକ୍ଷାରେ ଛତ୍ରପୁର ପୌରପରିଷଦ

ଛତ୍ରପୁର,୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରମୁଖ ସହର ତଥା ସଦରମହକୁମା ଛତ୍ରପୁରଠାରେ ଦୀର୍ଘବର୍ଷ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିଲା ଅନେକ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ। ୨୦୧୩ ‘ଫାଇଲିନ’ ମହାବାତ୍ୟା…

ବିପୁଳ ପରିମାଣର ଗଞ୍ଜେଇ ଜବତ: ଏକାବେଳକେ ସ୍ବାମୀଙ୍କ ସହ ୨ ସ୍ତ୍ରୀଙ୍କୁ ମାଡ଼ିବସିଲା ପୋଲିସ…

ପଦ୍ମପୁର ,୮।୫ (ପ୍ରଦୀପ୍ତ ଦାଶ ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜଗଦଳପୁର ଥାନା ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଗତ ୪ଦିନ…

ପରାଜୟ ମାନିଲେ ମମତା! ଶୁୁଭେନ୍ଦୁଙ୍କ ଶପଥ ନେଉ ନେଉ ହଠାତ୍‌ କଲେ ଏମିତି କାମ

କୋଲକାତା,୯।୫: ପଶ୍ଚିମବଙ୍ଗରେ ଭାଜପାର ବିସ୍ମୟକର ବିଜୟ ପରେ, ମମତା ବାନାର୍ଜୀ ପ୍ରଥମେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିଦେଇଥିଲେ। କିନ୍ତୁ, ଏବେ ମମତା ବାନାର୍ଜୀ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri