Posted inଫୁରସତ

କଥା କହେ ଫଟୋ

ଫଟୋ ହିଁ ଅନେକ କଥା କହିଦିଏ। ଗୋଟିଏ ଫଟୋକୁ ଦେଖି ଅନେକ ଲୋକ ପୃଥକ୍‌ ଚିନ୍ତାଧାରା ପୋଷଣ କରନ୍ତି। ବିଶ୍ୱରେ ବିଭିନ୍ନ ଦେଶର ଭିନ୍ନ ଭିନ୍ନ ସଂସ୍କୃତିକୁ ଆଧାର କରି ଅନେକ ଫଟୋଗ୍ରାଫର ସେମାନଙ୍କ କ୍ୟାମେରାରେ ଯେଉଁ ସୁନ୍ଦର ଫଟୋଚିତ୍ର ଉତ୍ତୋଳନ କରିଛନ୍ତି ସେ ସବୁକୁ ଦେଖିତ୍ଲେ ଯେତିକି ଆନନ୍ଦ ଲାଗେ ସେତିକି ଆଶ୍ଚର୍ଯ୍ୟ ହେବାକୁ ପଡେ ।

ବିଶ୍ୱ ଫଟୋଗ୍ରାଫି ଦିବସ

ବିଶ୍ୱ ଫଟୋଗ୍ରାଫି ଦିବସ ଖୁବ୍‌ ଉତ୍ସାହର ସହିତ ପ୍ରତିବର୍ଷ ଅଗଷ୍ଟ ୧୯ରେ ପାଳନ କରାଯାଏ। ଏହି ଦିବସକୁ କେବଳ ଫଟୋପ୍ରେମୀମାନେ ପାଳନ କରନ୍ତି ନାହିଁ; ବରଂ ବିଶ୍ୱର ସବୁଲୋକେ ପାଳନ କରିବା ସହିତ ଫଟୋଗ୍ରାଫିର ଗୁରୁତ୍ୱ ବୁଝିବା ପାଇଁ ପରବର୍ତ୍ତୀ ବଂଶଧରଙ୍କୁ ପ୍ରେରଣା ଦିଅନ୍ତି।
ଦିନ ଲକ୍ଷ ଲକ୍ଷ ଲୋକ ବିଭିନ୍ନ ଧରଣର ଫଟୋ ଉଠାଇ ବିଶ୍ୱବାସୀଙ୍କୁ ଶେୟାର କରନ୍ତି। ଅନ୍ୟ ଫଟୋଗ୍ରାଫରଙ୍କ କଳ୍ପନା ଓ ଧାରଣାକୁ ଫଟୋଗ୍ରାଫରୁ ହିଁ ପଢ଼ିହୁଏ ଏବଂ ଫାଟୋଗ୍ରାଫ୍‌ ମାଧ୍ୟମରେ ଅଧିକ ଆନନ୍ଦ ଉଠାଇହୁଏ। ବିଶ୍ୱରେ ପ୍ରତି ଘଣ୍ଟାରେ କୋଟି କୋଟି ଫଟୋ ଅପଲୋଡ ହେଉଛି। ବିଶ୍ୱ ଫଟୋଗ୍ରାଫି ଦିବସ ଦୁନିଆର ଅନେକ ଫଟୋଗ୍ରାଫରଙ୍କୁ ଅନୁପ୍ରେରିତ କରିବା ସହିତ ଗୋଟିଏ ଫଟୋ ହିଁ ଅନେକ କଥା କହିଦେଉଥିବା ଜାଣିବାକୁ ମିଳେ। ଗୋଟିଏ ଫଟୋକୁ ଦେଖି ଅନେକ ଲୋକ ପୃଥକ୍‌ ଚିନ୍ତାଧାରା ପୋଷଣ କରନ୍ତି। ବିଶ୍ୱରେ ବିଭିନ୍ନ ଦେଶର ଭିନ୍ନ ଭିନ୍ନ ସଂସ୍କୃତିକୁ ଆଧାର କରି ଅନେକ ଫଟୋଗ୍ରାଫର ସେମାନଙ୍କ କ୍ୟାମେରାରେ ଯେଉଁ ସୁନ୍ଦର ଫଟୋଚିତ୍ର ଉତ୍ତୋଳନ କରିଛନ୍ତି ସେ ସବୁକୁ ଦେଖିତ୍ଲେ ଯେତିକି ଆନନ୍ଦ ଲାଗେ ସେତିକି ଆଶ୍ଚର୍ଯ୍ୟ ହେବାକୁ ପଡେ।

ଏହି ଦିବସର ଇତିହାସ
ପ୍ରଥମକରି ଫ୍ରାନ୍ସରେ ୧୯୩୯ରେ ଅଗଷ୍ଟ ୧୯କୁ ବିଶ୍ୱ ଫଟୋଗ୍ରାଫି ଦିବସ ଘୋଷଣା କରାଯାଇଥିଲା। ୨୦୧୦ ଅଗଷ୍ଟ ୧୯ରେ ସର୍ବପ୍ରଥମେ ଏକ ଗ୍ଲୋବାଲ ଅନଲାଇନ୍‌ ଗ୍ୟାଲେରି ସୃଷ୍ଟି କରାଯାଇଥିଲା। ଏହା ଥିଲା ଐତିହାସିକ ଦିନ କାରଣ ବିଶ୍ୱର ୨୭୦ ଫଟୋଗ୍ରାଫର ଫଟୋଗ୍ରାଫ୍‌ ମାଧ୍ୟମରେ ସେମାନଙ୍କ ଧାରଣାକୁ ଶେୟାର କରିଥିଲେ। ୧୦୦ରୁ ଊର୍ଦ୍ଧ୍ୱ ଦେଶର ଲୋକେ ଉକ୍ତ ଓ୍ବେବସାଇଟ୍‌ ପରିଦର୍ଶନ କରିଥିଲେ।
ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ଫଟୋଗ୍ରାଫିକ କାଉନସିଲ ଏହାର ପ୍ରତିଷ୍ଠାତା ଓ.ପି. ଶର୍ମାଙ୍କ ମାର୍ଗଦର୍ଶନରେ ପ୍ରତିବର୍ଷ ଫଟୋଗ୍ରାଫି ଦିବସ ପାଳନ କରିଆସୁଛି। ଏହି ଦିବସକୁ ବିଭିନ୍ନ ଦେଶର ଲୋକେ ସକାରାତ୍ମକ ଭାବେ ଗ୍ରହଣ କରିଛନ୍ତି। ୨୦୧୦ପରଠାରୁ ବିଶ୍ୱ ଫଟୋଗ୍ରାଫି ଦିବସ ଆଲୋଚନାଚକ୍ର ମାଧ୍ୟମରେ ଜନସାଧାରଣଙ୍କୁ ଉତ୍ସାହିତ କରାଯିବା ସହିତ ଫଟୋଗ୍ରାଫି କିପରି ଜୀବନକୁ ସରସ ଓ ସୁଖମୟ କରେ ସେ ବିଷୟରେ ସଚେତନ କରାଯାଏ। ଏହିଦିନ ଅନେକ ଫଟୋଗ୍ରାଫର ପ୍ରତିଯୋଗିତା ଓ ଆର୍ଟ ଗ୍ୟାଲେରିରେ ଯୋଗଦେଇ ସେମାନଙ୍କ କୃତିକୁ ପ୍ରଦର୍ଶନ କରନ୍ତି।
ଫଟୋଗ୍ରାଫିର ଏକ ବୃହତ୍‌ ସମସ୍ୟା ହେଉଛି ଏହି ବୃତ୍ତିରେ ଥିବା ବ୍ୟକ୍ତିଙ୍କୁ ଅଧିକ ପୁଞ୍ଜିନିବେଶ କରିବାକୁ ପଡେ। ଏପରି କି ଅର୍ଥପ୍ରଦାନକାରୀଙ୍କ ସହାୟତା ନେବାକୁ ପଡେ। ଫଟୋଗ୍ରାଫି କ୍ଷେତ୍ରରେ ଜଣେ ନବାଗତ, ଅଭ୍ୟାସଗତ ଏବଂ ପେସାଦାର ହୋଇଥାଉ ନା କାହିଁକି ସମସ୍ତେ ଏହି ଦିବସର ମଜା ନିଅନ୍ତି।

ଭାରତରେ ପାଳନ
ଭାରତରେ ବିଶ୍ୱ ଫଟୋଗ୍ରାଫି ଦିବସ ଖୁବ୍‌ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରାଯାଏ। ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଏହା ପାଳିତ ହୁଏ। ବିଭିନ୍ନ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର ଆନ୍ତଃମହାବିଦ୍ୟାଳୟ ପ୍ରତିଯୋଗିତା ଆୟୋଜନ କରନ୍ତି। ଦେଶର ପେସାଦାର ଫଟୋଗ୍ରାଫର ଏବଂ ଭିଡିଓଗ୍ରାଫର ମହାସଂଘର ସଦସ୍ୟମାନେ ବିଶ୍ୱ ଫଟୋଗ୍ରାଫି ଦିବସ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି। ପ୍ରତିବର୍ଷ ଏହି ଦିବସରେ ଦେଶର ବିଭିନ୍ନ ସ୍ଥାନରେ ଚକ୍ଷୁ ପରୀକ୍ଷା ଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମେଧାବୀ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ବଣ୍ଟନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ଏତଦ୍‌ ଭିନ୍ନ ଦେଶର ବିଭିନ୍ନ ସ୍ଥାନରେ ଫଟୋ ପ୍ରଦର୍ଶନୀ ଆୟୋଜିତ ହୁଏ। ପ୍ରଦର୍ଶନୀରେ ସୁନ୍ଦର ଫଟୋଚିତ୍ରକୁ ପ୍ରଶଂସା କରାଯିବା ସହିତ ଏଥିରୁ ସଂଗୃହୀତ ପାଣ୍ଠି ଜନହିତକର କାର୍ଯ୍ୟ ପାଇଁ ବିନିଯୋଗ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri