Posted inଫୁରସତ

କଥା କହେ ଫଟୋ

ଫଟୋ ହିଁ ଅନେକ କଥା କହିଦିଏ। ଗୋଟିଏ ଫଟୋକୁ ଦେଖି ଅନେକ ଲୋକ ପୃଥକ୍‌ ଚିନ୍ତାଧାରା ପୋଷଣ କରନ୍ତି। ବିଶ୍ୱରେ ବିଭିନ୍ନ ଦେଶର ଭିନ୍ନ ଭିନ୍ନ ସଂସ୍କୃତିକୁ ଆଧାର କରି ଅନେକ ଫଟୋଗ୍ରାଫର ସେମାନଙ୍କ କ୍ୟାମେରାରେ ଯେଉଁ ସୁନ୍ଦର ଫଟୋଚିତ୍ର ଉତ୍ତୋଳନ କରିଛନ୍ତି ସେ ସବୁକୁ ଦେଖିତ୍ଲେ ଯେତିକି ଆନନ୍ଦ ଲାଗେ ସେତିକି ଆଶ୍ଚର୍ଯ୍ୟ ହେବାକୁ ପଡେ ।

ବିଶ୍ୱ ଫଟୋଗ୍ରାଫି ଦିବସ

ବିଶ୍ୱ ଫଟୋଗ୍ରାଫି ଦିବସ ଖୁବ୍‌ ଉତ୍ସାହର ସହିତ ପ୍ରତିବର୍ଷ ଅଗଷ୍ଟ ୧୯ରେ ପାଳନ କରାଯାଏ। ଏହି ଦିବସକୁ କେବଳ ଫଟୋପ୍ରେମୀମାନେ ପାଳନ କରନ୍ତି ନାହିଁ; ବରଂ ବିଶ୍ୱର ସବୁଲୋକେ ପାଳନ କରିବା ସହିତ ଫଟୋଗ୍ରାଫିର ଗୁରୁତ୍ୱ ବୁଝିବା ପାଇଁ ପରବର୍ତ୍ତୀ ବଂଶଧରଙ୍କୁ ପ୍ରେରଣା ଦିଅନ୍ତି।
ଦିନ ଲକ୍ଷ ଲକ୍ଷ ଲୋକ ବିଭିନ୍ନ ଧରଣର ଫଟୋ ଉଠାଇ ବିଶ୍ୱବାସୀଙ୍କୁ ଶେୟାର କରନ୍ତି। ଅନ୍ୟ ଫଟୋଗ୍ରାଫରଙ୍କ କଳ୍ପନା ଓ ଧାରଣାକୁ ଫଟୋଗ୍ରାଫରୁ ହିଁ ପଢ଼ିହୁଏ ଏବଂ ଫାଟୋଗ୍ରାଫ୍‌ ମାଧ୍ୟମରେ ଅଧିକ ଆନନ୍ଦ ଉଠାଇହୁଏ। ବିଶ୍ୱରେ ପ୍ରତି ଘଣ୍ଟାରେ କୋଟି କୋଟି ଫଟୋ ଅପଲୋଡ ହେଉଛି। ବିଶ୍ୱ ଫଟୋଗ୍ରାଫି ଦିବସ ଦୁନିଆର ଅନେକ ଫଟୋଗ୍ରାଫରଙ୍କୁ ଅନୁପ୍ରେରିତ କରିବା ସହିତ ଗୋଟିଏ ଫଟୋ ହିଁ ଅନେକ କଥା କହିଦେଉଥିବା ଜାଣିବାକୁ ମିଳେ। ଗୋଟିଏ ଫଟୋକୁ ଦେଖି ଅନେକ ଲୋକ ପୃଥକ୍‌ ଚିନ୍ତାଧାରା ପୋଷଣ କରନ୍ତି। ବିଶ୍ୱରେ ବିଭିନ୍ନ ଦେଶର ଭିନ୍ନ ଭିନ୍ନ ସଂସ୍କୃତିକୁ ଆଧାର କରି ଅନେକ ଫଟୋଗ୍ରାଫର ସେମାନଙ୍କ କ୍ୟାମେରାରେ ଯେଉଁ ସୁନ୍ଦର ଫଟୋଚିତ୍ର ଉତ୍ତୋଳନ କରିଛନ୍ତି ସେ ସବୁକୁ ଦେଖିତ୍ଲେ ଯେତିକି ଆନନ୍ଦ ଲାଗେ ସେତିକି ଆଶ୍ଚର୍ଯ୍ୟ ହେବାକୁ ପଡେ।

ଏହି ଦିବସର ଇତିହାସ
ପ୍ରଥମକରି ଫ୍ରାନ୍ସରେ ୧୯୩୯ରେ ଅଗଷ୍ଟ ୧୯କୁ ବିଶ୍ୱ ଫଟୋଗ୍ରାଫି ଦିବସ ଘୋଷଣା କରାଯାଇଥିଲା। ୨୦୧୦ ଅଗଷ୍ଟ ୧୯ରେ ସର୍ବପ୍ରଥମେ ଏକ ଗ୍ଲୋବାଲ ଅନଲାଇନ୍‌ ଗ୍ୟାଲେରି ସୃଷ୍ଟି କରାଯାଇଥିଲା। ଏହା ଥିଲା ଐତିହାସିକ ଦିନ କାରଣ ବିଶ୍ୱର ୨୭୦ ଫଟୋଗ୍ରାଫର ଫଟୋଗ୍ରାଫ୍‌ ମାଧ୍ୟମରେ ସେମାନଙ୍କ ଧାରଣାକୁ ଶେୟାର କରିଥିଲେ। ୧୦୦ରୁ ଊର୍ଦ୍ଧ୍ୱ ଦେଶର ଲୋକେ ଉକ୍ତ ଓ୍ବେବସାଇଟ୍‌ ପରିଦର୍ଶନ କରିଥିଲେ।
ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ଫଟୋଗ୍ରାଫିକ କାଉନସିଲ ଏହାର ପ୍ରତିଷ୍ଠାତା ଓ.ପି. ଶର୍ମାଙ୍କ ମାର୍ଗଦର୍ଶନରେ ପ୍ରତିବର୍ଷ ଫଟୋଗ୍ରାଫି ଦିବସ ପାଳନ କରିଆସୁଛି। ଏହି ଦିବସକୁ ବିଭିନ୍ନ ଦେଶର ଲୋକେ ସକାରାତ୍ମକ ଭାବେ ଗ୍ରହଣ କରିଛନ୍ତି। ୨୦୧୦ପରଠାରୁ ବିଶ୍ୱ ଫଟୋଗ୍ରାଫି ଦିବସ ଆଲୋଚନାଚକ୍ର ମାଧ୍ୟମରେ ଜନସାଧାରଣଙ୍କୁ ଉତ୍ସାହିତ କରାଯିବା ସହିତ ଫଟୋଗ୍ରାଫି କିପରି ଜୀବନକୁ ସରସ ଓ ସୁଖମୟ କରେ ସେ ବିଷୟରେ ସଚେତନ କରାଯାଏ। ଏହିଦିନ ଅନେକ ଫଟୋଗ୍ରାଫର ପ୍ରତିଯୋଗିତା ଓ ଆର୍ଟ ଗ୍ୟାଲେରିରେ ଯୋଗଦେଇ ସେମାନଙ୍କ କୃତିକୁ ପ୍ରଦର୍ଶନ କରନ୍ତି।
ଫଟୋଗ୍ରାଫିର ଏକ ବୃହତ୍‌ ସମସ୍ୟା ହେଉଛି ଏହି ବୃତ୍ତିରେ ଥିବା ବ୍ୟକ୍ତିଙ୍କୁ ଅଧିକ ପୁଞ୍ଜିନିବେଶ କରିବାକୁ ପଡେ। ଏପରି କି ଅର୍ଥପ୍ରଦାନକାରୀଙ୍କ ସହାୟତା ନେବାକୁ ପଡେ। ଫଟୋଗ୍ରାଫି କ୍ଷେତ୍ରରେ ଜଣେ ନବାଗତ, ଅଭ୍ୟାସଗତ ଏବଂ ପେସାଦାର ହୋଇଥାଉ ନା କାହିଁକି ସମସ୍ତେ ଏହି ଦିବସର ମଜା ନିଅନ୍ତି।

ଭାରତରେ ପାଳନ
ଭାରତରେ ବିଶ୍ୱ ଫଟୋଗ୍ରାଫି ଦିବସ ଖୁବ୍‌ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରାଯାଏ। ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଏହା ପାଳିତ ହୁଏ। ବିଭିନ୍ନ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର ଆନ୍ତଃମହାବିଦ୍ୟାଳୟ ପ୍ରତିଯୋଗିତା ଆୟୋଜନ କରନ୍ତି। ଦେଶର ପେସାଦାର ଫଟୋଗ୍ରାଫର ଏବଂ ଭିଡିଓଗ୍ରାଫର ମହାସଂଘର ସଦସ୍ୟମାନେ ବିଶ୍ୱ ଫଟୋଗ୍ରାଫି ଦିବସ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି। ପ୍ରତିବର୍ଷ ଏହି ଦିବସରେ ଦେଶର ବିଭିନ୍ନ ସ୍ଥାନରେ ଚକ୍ଷୁ ପରୀକ୍ଷା ଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମେଧାବୀ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ବଣ୍ଟନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ଏତଦ୍‌ ଭିନ୍ନ ଦେଶର ବିଭିନ୍ନ ସ୍ଥାନରେ ଫଟୋ ପ୍ରଦର୍ଶନୀ ଆୟୋଜିତ ହୁଏ। ପ୍ରଦର୍ଶନୀରେ ସୁନ୍ଦର ଫଟୋଚିତ୍ରକୁ ପ୍ରଶଂସା କରାଯିବା ସହିତ ଏଥିରୁ ସଂଗୃହୀତ ପାଣ୍ଠି ଜନହିତକର କାର୍ଯ୍ୟ ପାଇଁ ବିନିଯୋଗ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri