କଣ୍ଟେନମେଣ୍ଟ ଜୋନରେ ସ୍ଥିତି ପରଖିଲେ ଅଧିକାରୀ

ବଲାଙ୍ଗୀର ଅଫିସ, ୫ା୫-ବଲାଙ୍ଗୀର ଜିଲା ତୁଷରା ସହରାଞ୍ଚଳ, ଗୁଡଭେଲା ବ୍ଳକ ଓ ଦେଓଗଁା ବ୍ଳକର ୨୨ଟି ଗଁାକୁ ନେଇ ଗଠିତ କଣ୍ଟେନମେଣ୍ଟ ଜୋନ୍‌କୁ ମଙ୍ଗଳବାର ଜିଲାପାଳ ଅରିନ୍ଦମ ଡାକୁଆ ଓ ଏସ୍‌ପି ସନ୍ଦୀପ ମାଡକର ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ା କଣ୍ଟେନମେଣ୍ଟ ଜୋନ୍‌ର ବିଭିନ୍ନ ଗଁାକୁ ଯାଇ ଅଧିକାରୀଦ୍ୱୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ଖାଦ୍ୟ ସୁରକ୍ଷା ଯୋଜନା, ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଦିଆଯାଇଥିବା ଅଗ୍ରୀମ ୩ ମାସର ପିଡିଏସ୍‌ ଚାଉଳ, ଅଗ୍ରୀମ ୪ମାସର ଭତ୍ତା ଟଙ୍କା ଓ ୧ ହଜାର ଟଙ୍କାର ସହାୟତା ରାଶି ପାଇଛନ୍ତି କି ନାହିଁ ପଚାରି ବୁଝିଥିଲେ ା କଣ୍ଟେନମେଣ୍ଟ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଯେପରି ପରିଲକ୍ଷିତ ହେବନାହିଁ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସେହି ଅଞ୍ଚଳର ବିଡିଓ ଓ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲାପାଳ, ଏସ୍‌ପିଙ୍କ ସହ ସିଡିଏମ୍‌ଓ ଡା ନାରାୟଣ ଥନାପତି, ଡିପିଏମ୍‌ ମୃତ୍ୟୁଞ୍ଜୟ ମୁଣ୍ଡ ଓ ଅନ୍ୟ ସ୍ବାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ ା ବଲାଙ୍ଗୀର ଜିଲା ବର୍ତ୍ତମାନ ଅରେଞ୍ଜ ଜୋନ୍‌ରେ ରହିଛି ା ଅରେଞ୍ଜ ଜୋନ୍‌ରେ କ’ଣ ସବୁ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଛି ଓ କ’ଣ ସବୁକୁ ବାରଣ କରାଯାଇଛି ସେନେଇ ଜିଲା ପ୍ରଶାସନ ତରଫରୁ ସୋମବାର ସନ୍ଧ୍ୟାରେ ଏକ ମାର୍ଗଦର୍ଶିକା ଜାରି କରାଯାଇଥିଲା ା ଏହି ମାର୍ଗଦର୍ଶିକାକୁ ଉଲ୍ଲଂଘନ କଲେ ଉଲ୍ଲଂଘନାକାରୀଙ୍କୁ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଡାକୁଆ ତାଗିଦ୍‌ କରିଛନ୍ତି ା
ସୂଚନାଯୋଗ୍ୟ ଯେ, ତାମିଲନାଡୁରୁ ଫେରିଥିବା ଗୁଡଭେଲା ବ୍ଲକ ଲିଖିରିଆ ଗଁାର ଦୁଇ ଯୁବ ଶ୍ରମିକଙ୍କ ସ୍ବାବ୍‌ ପରୀକ୍ଷା ପରେ ଉଭୟେ କରୋନା ସଂକ୍ରମିତ ବୋଲି ସ୍ପଷ୍ଟ ହୋଇଥିଲା ା ଗତ ୧ତାରିଖରୁ କଣ୍ଟେନମେଣ୍ଟ ଜୋନ କରାଯାଇ ସ୍ଥିତି ଉପରେ କଡା ନଜର ରଖାଯାଇଛି। ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଂକ୍ରମିତ ଦୁଇ ଯୁବକଙ୍କ ସଂସ୍ପର୍ଶ ନିରୀକ୍ଷଣ (କଣ୍ଟ୍ରାକ୍ଟ ଟ୍ରେସିଂ) ଓ ଭ୍ରମଣ ବୃତ୍ତାନ୍ତ (ଟ୍ରାଭେଲ ହିଷ୍ଟ୍ରି) ଅନୁସନ୍ଧାନ ଆରମ୍ଭ ହୋଇଥିଲା ା ପ୍ରଥମ ଦୁଇଦିନର ସଂଗୃହୀତ ତଥ୍ୟରୁ ୫୩ଜଣଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିଲା ା ଏହି ୫୩ ଜଣଙ୍କ ସ୍ବାବ୍‌ ଟେଷ୍ଟ ପରୀକ୍ଷା ରିପୋର୍ଟ ନିଗେଟିଭ ଆସିଛି ା ଗତ ୩ ଓ ୪ ତାରିଖ ଦିନ ଉଭୟ ସଂକ୍ରମିତଙ୍କଠାରୁ ମିଳିଥିବା ତଥ୍ୟ ମୁତାବକ ଆହୁରି ୧୪୯ଜଣଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ା ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଇତିମଧ୍ୟରେ ମେ ୬ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଅବଧିକୁ ବଢ଼ାଇ ଦିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ଖେଳିଲେ ପଶ୍ଚିମ ଓଡ଼ିଶା କାର୍ଡ

ବଲାଙ୍ଗୀର, ୧୮ା୪(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାରେ...

୩ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଭରସା ନଦୀଜଳ

ସଇଁତଳା, ୧୪ା୪ (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଡ଼େଙ୍ଗ ପଞ୍ଚାୟତବାସୀ ଏବେ ଘୋର ପାନୀୟ ଜଳକଷ୍ଟରେ ରହିଛନ୍ତି। ପାଇପ୍‌ ଫାଟି ଯାଇଥିବାରୁ...

ସୋନିଆଙ୍କୁ ଭେଟିଲେ ନରସିଂହ

ବଲାଙ୍ଗୀର,୧୪ା୪(ବୀରେନ୍ଦ୍ର କୁମାର ଝାଙ୍କର)କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶନିବାର ବଲାଙ୍ଗୀର ବିଧାୟକ ତଥା ବିଧାନ ସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...

ଏଭଳି ନେତା ଦଳ ଛାଡିଲେ ପ୍ରଭାବ ପଡିବନି- ଶିବାଜୀ 

ବଲାଙ୍ଗୀର,୧୧ା୪ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାର ପୂର୍ବତନ  ଜିଲା ସଭାପତି ପ୍ରଭାସ ପାଣିଗ୍ରାହୀ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ  ଦେଇଛନ୍ତି। ଭୁବନେଶ୍ୱରଠାରେ ବିଜେଡି...

ବିଦ୍ୟାଳୟ ଆସୁନାହାନ୍ତି ପ୍ରଧାନଶିକ୍ଷକ

ଲାଠୋର, ୧୧ା୪(ଭୁବନେଶ୍ୱର ବାରିକ)ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ହଲନଭଟା ପଞ୍ଚାୟତ ଅଧିନ ବିଜମାଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ପ୍ରଧାନ ଶିକ୍ଷକ...

‘ସାଲୁଜା ଯୁଆଡେ, ଆମେ ସିଆଡେ’

କଣ୍ଟାବାଞ୍ଜି, ୧୦/୪ (ଗୁରୁଦୟାଲ ହଂସ):ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହରିଭବନରେ ମଙ୍ଗଳବାର କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri