କଡ଼ାକଡ଼ି ହେବ ପ୍ରଥମବର୍ଷ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର,୧୪-୧(ବ୍ୟୁରୋ):ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ରାଜ୍ୟ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗ ପ୍ରୟାସ ଚଳାଇଛନ୍ତି। ଏହି କ୍ରମରେ ଯୁକ୍ତ ୨ର ପ୍ରଥମ ବର୍ଷ ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବେ ଏକ ନୂଆ ପଦକ୍ଷେପ ନେଇଛି। ଏଣିକି ଯୁକ୍ତ ୨ର ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପରୀକ୍ଷା ପୂର୍ବଭଳି କରା ନ ଯାଇ କଡ଼ାକଡ଼ି କରାଯିବ। ପୂର୍ବରୁ ଯୁକ୍ତ୨ ପ୍ରଥମ ବର୍ଷର ପିଲାମାନେ ନାମକୁ ମାତ୍ର ପରୀକ୍ଷା ଦେଉଥିଲେ, ମାତ୍ର ଆଉ ଏବେ ସେମିତି ହେବନାହିଁ। ଏପରିକି କଲେଜଗୁଡ଼ିକ ମଧ୍ୟ ନିଜ ସୁବିଧା ଅନୁଯାୟୀ ପରୀକ୍ଷା କରିପାରିବେ ନାହିଁି। ଏହାକୁ ବ୍ୟବସ୍ଥିତ ଢଙ୍ଗରେ କରାଯିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ହୋଇଛି। ଯଦି ପ୍ରଥମ ବର୍ଷ ପରୀକ୍ଷାରେ କୌଣସି ପିଲା ଫେଲ୍‌ ହୁଅନ୍ତି ତେବେ ସେମାନଙ୍କ ପାଇଁ ମାଟ୍ରିକ ସପ୍ଲିମେଣ୍ଟାରୀ ଭଳି ଆଉଥରେ ପରୀକ୍ଷା କରାଯିବ ବୋଲି ଜଣାପଡିଛି।
ଆଗାମୀ ଦିନରେ ଯୁକ୍ତ୨ର ପ୍ରଥମ ବର୍ଷ ପରୀକ୍ଷା ପ୍ରତ୍ୟେକ କଲେଜରେ ନିର୍ଦ୍ଦିଷ୍ଟ ଗୋଟିଏ ସମୟରେ କରାଯିବ। ମନଇଚ୍ଛା କଲେଜଗୁଡିକ ନିଜ ସୁବିଧା ଅନୁଯାୟୀ ଆଉ ପରୀକ୍ଷା କରିପାରିବେ ନାହିଁ। ସେହିପରି ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ପୂର୍ବରୁ ଯେଉଁ ଅଲ୍‌ ପାସ୍‌ ବ୍ୟବସ୍ଥା ରହିଥିଲା ସେଥିରେ ପରିବର୍ତ୍ତନ କରାଯିବ। ଯଦି ଯୁକ୍ତ ୨ ପ୍ରଥମ ବର୍ଷର କୌଣସି ପିଲା ଫେଲ୍‌ ହୁଅନ୍ତି ତେବେ ସେମାନଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ପଡ଼ିବ। ଫେଲ୍‌ ଛାତ୍ରୀଛାତ୍ରଙ୍କୁ କିଛିଦିନ ମଧ୍ୟରେ ଆଉ ଥରେ ପରୀକ୍ଷା ଦେବାକୁ ପଡିବ ବୋଲି ଜଣାପଡିଛି। ଏଥିପାଇଁ ସମସ୍ତ କଲେଜକୁ ଏକ ସପ୍ତାହ ସମୟ ମିଳିବ। ତା’ ମଧ୍ୟରେ କଲେଜଗୁଡିକୁ ପୁଣିଥରେ ପରୀକ୍ଷା ଶେଷ କରିବାକୁ ପଡ଼ିବ। ଯଦି ଦ୍ୱିତୀୟ ଥର ସେହି ପିଲାମାନେ ଫେଲ୍‌ ହୁଅନ୍ତି ତେବେ ସେ କ୍ଷେତ୍ରରେ କ’ଣ କରାଯିବ ସେନେଇ ଏଯାବତ କୌଣସି ନିଷ୍ପତ୍ତି ହୋଇ ନ ଥିବା ଜଣାପଡିଛି। ଏହି ପ୍ରସ୍ତାବକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ବୀକୃତି ଦେଇସାରିଥିବା ଜଣାପଡ଼ିଛି। ଏପରିକି ଏ ସମ୍ପର୍କିତ ଏକ ବିଜ୍ଞପ୍ତି ମଙ୍ଗଳବାର ପ୍ରକାଶ ପାଇବ ବୋଲି ମଧ୍ୟ ସୂଚନା ମିଳିଛି।
ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ଯୁକ୍ତ ୨ ଛାତ୍ରୀଛାତ୍ର ପ୍ରଥମ ବର୍ଷ ପାଠପଢ଼ା ଠିକ୍‌ରେ ନ ପଢ଼ି ଦ୍ୱିତୀୟ ବର୍ଷକୁ ସେମିତି ଉତ୍ତୀର୍ଣ୍ଣ ହୋଇଯାଉଛନ୍ତି, ଯେଉଁଥିପାଇଁ ସେମାନଙ୍କ ପଢ଼ା ଠିକ୍‌ରେ ହୋଇପାରୁନାହିଁ। ଗୋଟିଏ ବର୍ଷ ଅଯଥାରେ ଚାଲିଯାଉଛି। ତେଣୁ ସେମାନଙ୍କ ଦାୟିତ୍ୱବୋଧ ଏବଂ ପାଠପଢ଼ାରେ ଉନ୍ନତି ଆଣିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ଗ୍ୟାସ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri