କଟକରେ ଭାଇଚାରା ସବୁବେଳେ ମିଳିବ

କଟକ ସହ ସମ୍ପର୍କ ଯୋଡ଼ିବା ଲୋକେ ଖୁବ୍‌ କମ୍‌। ହେଲେ ଯିଏ ସମ୍ପର୍କ ଯୋଡ଼ିଛି ସେ ଏହାର ଅସଲି ମଜା ପାଇଛି। ଏହି ସହର ଓ ସହରବାସୀଙ୍କୁ ଭୁଲିବାର ପ୍ରଶ୍ନ ଉଠେନି। ଏ ମାଟିର ବାସ୍ନାରେ ଭରି ରହିଥିବା ଭାଇଚାରାକୁ ନିଭେଇବା ପାଇଁ କଟକିଆମାନେ ସବୁବେଳେ ତତ୍ପର। ଏ କଥା କହିଛନ୍ତି ଓଲିଉଡ୍‌ର ଆଗଧାଡ଼ିର କଳାକାର କୁନା ତ୍ରିପାଠୀ।

ପିଲାଦିନରୁ ଆଜି ଯାଏ କଟକିଆ ଭାବେ କଟକରେ ଅନେକ ଅନୁଭୂତି ରହିଛି। ଆଉ ସବୁ ଯାକ ଅନୁଭୂତି ନିଆରା। କିଛି ବର୍ଷ ତଳେ ଏକ ବିଳମ୍ବିତ ରାତିରେ ଭୁବନେଶ୍ୱରର ଜଣେ ବନ୍ଧୁଙ୍କ ଫୋନ୍‌ କଲ୍‌ ଆସିଲା। ଫୋନ୍‌ ସେ ପାଖରୁ ବନ୍ଧୁଜଣଙ୍କ ଅସ୍ତବ୍ୟସ୍ତ ହୋଇ ପଡୁଥିବା ଭଳି ଲାଗୁଥିଲେ। ଖବର ପାଇଲି ଯେ, ଜଣେ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇ ଏସ୍‌ସିବି ମେଡ଼ିକାଲକୁ ଆସୁଛନ୍ତି। ତାଙ୍କ ଖବର ପାଇ ମୁଁ ଆଉ ମୋର ଜଣେ ବନ୍ଧୁ ମେଡ଼ିକାଲରେ ପହଞ୍ଚିଲୁ। ଆମ୍ବୁଲାନ୍ସ ତାଙ୍କୁ ଆଣି ମେଡ଼ିକାଲରେ ପହଞ୍ଚାଇଥିଲା। ସେ ପହଞ୍ଚିବା ପୂର୍ବରୁ ଆମେ ସବୁ ବନ୍ଦୋବସ୍ତ କରି ସାରିଥାଉ। କିଭଳି ଭଲ ଚିକିତ୍ସା ପାଇବେ ସେଥିପାଇଁ ଡାକ୍ତରଙ୍କ ଠାରୁ ଆରମ୍ଭ କରି ମେଡ଼ିକାଲ କର୍ମଚାରୀଙ୍କ ସହ କଥା ହୋଇ ସାରିଥିଲୁ। ଆହତ ଯୁବକଜଣଙ୍କୁ ଭେଟିଲା ବେଳେ ତାଙ୍କୁ ଏକ ହାଫ ପ୍ୟାଣ୍ଟ ଆଉ କିଛି ଟଙ୍କା ଦେଇଥିଲୁ। ମେଡ଼ିକାଲରେ କିଛି ଦିନ ଚିକିତ୍ସା ହେବା ପରେ ଯୁବକ ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିଲେ। ଇତି ମଧ୍ୟରେ ତାଙ୍କ ସହ ନିୟମିତ ଯୋଗାଯୋଗ ରଖିଥିଲୁ। ଯେଉଁଦିନ ଡିସ୍‌ଚାର୍ଜ ହେଲେ ସେଦିନ ତାଙ୍କୁ ଭେଟିବା ବେଳେ ସେ କାନ୍ଦିକାନ୍ଦି ମୋତେ କୁଣ୍ଢାଇ ପକାଇଥିଲେ। ସମ୍ପର୍କର ଲୋକ ନହୋଇ ବି ଏଭଳି ସାହାଯ୍ୟକୁ କେବେ ଭୁଲି ପାରିବିନି ବୋଲି କହିଥିଲେ। ଅଧିକ କିଛି ନକହି ଉକ୍ତ ଯୁବକଜଣଙ୍କୁ ମୋର ଗୋଟିଏ ପଦ କଥା ଥିଲା ଯେ, କଟକରେ କିଛି ମିଳୁ କି ନ ମିଳୁ ସାରାଜୀବନ ଏଠାରେ ତୁମକୁ ଭାଇଚାରା ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri