Posted inଜାତୀୟ

କଂଗ୍ରେସ ରାଜ୍ୟର ଶତ୍ରୁ ନୁହେଁ: ସଞ୍ଜୟ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଭାରତୀୟ ଜନତା ପାର୍ଟି ପାଗ ଭିଡୁଥିବା ବେଳେ ଏପଟେ ଶିବସେନା ନେତା ସଞ୍ଜୟ ରାଉତ ଗୋଟିଏ ପରେ ଗୋଟିଏ ମନ୍ତବ୍ୟ ଦେଇ ଚାଲିଛନ୍ତି। ଭାଜପା ସହ ମେଣ୍ଟ କରି ନିର୍ବାଚନ ଲଢିଥିବା ଶିବସେନା ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଆସନ ଦାବି କରି ନିଜ ଜିଦ୍‌ରେ ଅଡି ବସିବାରୁ ଏବେ ଶିବସେନା ବିନା ଭାଜପା ସରକାର ଗଠନ କରିବାକୁ ଯାଉଛି। ଅନ୍ୟପଟେ ସଞ୍ଜୟ ରାଉତ ଭାଜପା ଉଦ୍ଦେଶ୍ୟରେ କହିଛନ୍ତି ଯଦି ମହାରାଷ୍ଟ୍ରରେ କେହି ସରକାର ଗଠନ କରିବାକୁ ରାଜି ନୁହେଁ ତେବେ ଶିବସେନା ଏହି ଗୁରୁ ଦାୟିତ୍ୱ ବହନ କରିବାକୁ ପ୍ରସ୍ତୁତ ଅଛି। ସେ ଆହୁରି ମଧ୍ୟ କଂଗ୍ରେସକୁ ନିଜ ଆଡକୁ ଆକର୍ଷିତ କରିବାକୁ କହିଛନ୍ତି କଂଗ୍ରେସ ରାଜ୍ୟର ଶତ୍ରୁ ନୁହେଁ। ଏଥିରୁ ଅନୁମାନ କରାଯାଉଛି କି କଂଗ୍ରେସ ବୋଧହୁଏ ଶିବସେନାକୁ ପରୋକ୍ଷରେ ସମର୍ଥନ କରୁଛି। ଏସବୁ ପରେ ଏବେ ଭାଜପା ସରକାର ଗଠନ କରିବା ଓ ବହୁମତ ସାବ୍ୟସ୍ତ କରିବା ଉପରେ ସମସ୍ତଙ୍କର ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳେ ପିଇଲେ ମଲ୍ଲୀ ପତ୍ର ରସ ମିଳିବ ଏସବୁ ଫାଇଦା…

ନିୟମିତ ମଲ୍ଲୀ ପତ୍ର ରସ ଚାମୁଚେ ପିଇଲେ ଅନେକ ଉପକାର ମିଳିଥାଏ। ଏହା କୃମି ନାଶ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଚର୍ମ ରୋଗରେ...

ହୋମ୍‌ ଆଇସୋଲେଶନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୧।୪: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସୋମବାର କରୋନା ଆକ୍ରାନ୍ତ ହୋଇଛନ୍ତି। ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ୍‌ ଆଇସୋଲେଶନରେ ରହିଛନ୍ତି। କେନ୍ଦ୍ର...

ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ମୋବାଇଲ୍‌ ଦେଖୁଥିଲେ ରାହୁଲ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୨୦।୬: ଲୋକ ସଭାର ମିଳିତ ବୈଠକର ଏକ ଭିଡ଼ିଓ ଏବେ ଭାଇରାଲ ହୋଇଛି। ଭିଡ଼ିଓରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ...

ଟିଭିରେ ଦେଖିଲେ ମୋଦିଙ୍କ ମା’

ଅହମଦାବାଦ,୩୧।୫ :ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାବେଳେ ତାଙ୍କ ମା’ ହୀରାବେନ୍‌ ନୂଆଦିଲ୍ଲୀରୁ ୯୦୦ କିଲୋମିଟର ଦୂର ଅହମଦାବାଦର ରାଇସାନ୍‌ସ୍ଥିତ...

ଝାଡ଼ଖଣ୍ଡରେ ଭାଜପା ନେତାଙ୍କ ସମେତ ସ୍ତ୍ରୀ ଓ ପୁଅଙ୍କୁ ଗୁଳିକରି ହତ୍ୟା

ରାଞ୍ଚି,୨୩।୭: ଝାଡ଼ଖଣ୍ଡରେ ଜଣେ ଭାଜପା ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ସ୍ଥାନୀୟ ଖୁଣ୍ଟି ଅଞ୍ଚଳର ହେଥାଗୋଓ୍ବାରେ ଏହା ଘଟିଛି। କିଛି ଅଜଣା ଲୋକ ଭାଜପା ନେତା...

ଏଲ୍‌ଏସିରେ କରୋନା ସହିତ ବି ଲଢୁଛନ୍ତି ଭାରତୀୟ ଯବାନ

ଲେହ, ୧୭।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତୀୟ ଯବାନ ଏଠାରେ ଚାଇନା ସହିତ ମୁହାଁମୁହିଁ ହୋଇଛନ୍ତି। ସେହିପରି ଭାରତୀୟ ସେନା...

କଂଗ୍ରେସକୁ ପୂରିଲା ୧୩୫ ବର୍ଷ: ଦେଶବ୍ୟାପି ‘ସମ୍ବିଧାନ ବଚାଓ, ଭାରତ ବଚାଓ’ ରାଲି

ନୂଆଦିଲ୍ଲୀ, ୨୮।୧୨: କଂଗ୍ରେସ ଶନିବାର ୧୩୫ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ କଂଗ୍ରେସ ପକ୍ଷରୁ ଜାତୀୟ ପତାକା...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ୪ଶହ ୧୮ ପ୍ରାର୍ଥୀଙ୍କ ନାମରେ ଆପରାଧୀକ ମାମଲା

ନୂଆଦିଲ୍ଲୀ,୧୭।୪: ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନରେ ଏପ୍ରିଲ୍‌ ୧୮ରେ ୧୩ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ୯୭ ଲୋକ ସଭା ଆସନରେ ମତଦାନ...

Advertisement


Archives

Model This Week

Why Dharitri