କଂଗ୍ରେସ ପକ୍ଷରୁ କୁଷ୍ଠାଶ୍ରମରେ ଶୁଖିଲା ଖାଦ୍ୟ ବଣ୍ଟନ

ବାଲେଶ୍ୱର ଅଫିସ, ୫।୫-ଦେଶରେ ଲକଡାଉନ ଅବଧି ବୃଦ୍ଧି କରାଯାଇଥିଲା ବେଳେ ବାଲେଶ୍ୱର ଜିଲା ବାମପଦାସ୍ଥିତ କୁଷ୍ଠାଶ୍ରମରେ ରହୁଥିବା ଶତାଧିକ ଅନ୍ତେବାସୀଙ୍କ ଦୁଃଖ ବଢ଼ିଯାଇଛି। ସେମାନେ ମୁଖ୍ୟତଃ ଭିକ୍ଷାବୃତ୍ତି କରି ପେଟ ପୋଷୁଥିଲେ। ଏବେ ସେମାନେ ଘରୁ ବାହାରି ପାରୁ ନାହାନ୍ତି। ଏହାକୁ ହୃଦୟଙ୍ଗମ କରି କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ପ୍ରୋତ୍ସାହନରେ ପିସିସି ସାଧାରଣ ସମ୍ପାଦକ ସଞ୍ଜୀବ ଗିରିଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତା ଓ କର୍ମୀମାନେ ବାମପଦାର କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ୫ଦିନ ପାଇଁ ଶୁଖିଲାଖାଦ୍ୟ ବଣ୍ଟନ କରିଛନ୍ତି। ଶୁଖିଲା ଖାଦ୍ୟ ମଧ୍ୟରେ ଚାଉଳ, ଡାଲି, ତେଲ, ଆଳୁ, ପିଆଜ, ବିସ୍କୁଟ, ସାବୁନ୍‌, ମାସ୍କ ଏବଂ ପନିପରିବା ଆଦି ରହିଛି। ବଣ୍ଟନ ସମୟରେ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲା କଂଗ୍ରେସର ଉପସଭାପତି ଗୋପୀନାଥ ପାଢ଼ୀ, ଜିଲା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ତଥା ଗେଙ୍ଗୁଟି ପଞ୍ଚାୟତ ସମିତିସଭ୍ୟ ରଞ୍ଜନ ଦାସ, ରାଜ୍ୟ ଛାତ୍ର କଂଗ୍ରେସର ଆବାହକ ଗୌତମ ସାହୁ, ଜିଲା ଛାତ୍ର କଂଗ୍ରେସର ଆବାହକ ଜ୍ଞାନରଞ୍ଜନ ମହାନ୍ତି ଓ ଜିଲା ଛାତ୍ର କଂଗ୍ରେସ ଉପସଭାପତି ଜୀବନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କରେ ପ୍ରଥମଥର ୪ ପଜିଟିଭ୍‌

କୋଣାର୍କ,୨୫ା୬(ଡି.ଏନ୍‌.ଏ): କୋଣାର୍କରେ ପ୍ରଥମଥର ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି। କୋଣାର୍କ ଏନଏସିରେ ୩ଜଣ ଓ ଏହି ଥାନା ଅନ୍ତର୍ଗତ ବନାଖଣ୍ଡି ପଞ୍ଚାୟତ ମାଙ୍କରଗୋରଡି ଗ୍ରାମର...

ପୋଡିଯାଇଛି ଟ୍ରାନ୍ସଫର୍ମର, ମରାମତି ଦାବି

ବଅଁରପାଳ, ୩ା୬(ଡି.ଏନ.ଏ.) ବଅଁରପାଳ ବ୍ଲକ ଗିରାଙ୍ଗ ସିପିପି ରାସ୍ତାପାର୍ଶ୍ୱରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ୨ ଦିନ ହେଲା ପୋଡିଯାଇଛି। ଫଳରେ ଏହା ଉପରେ ନିର୍ଭରଶୀଳ ୩...

ବାରିପଦା, ବଲାଙ୍ଗୀରରେ କୋଭିଡ୍‌-୧୯ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ଦାବିକଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୨୩ା୪: ସମଗ୍ର ବିଶ୍ବରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଏହାର ପ୍ରଭାବରେ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି। ତେବେ ଭାରତରେ କରୋନା...

ନୂଆ ମୋଟର ଯାନ ଆଇନ ଭୟ: ଯାତ୍ରୀବାହୀ ବସ୍‌ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ଗଣିଆ,୭ା୯(ଡି.ଏନ.ଏ.): ଗତ ସେପ୍ଟେମ୍ବର ୧ତାରିଖରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡିମୋଟର ଚେକିଂ, ବ୍ଲକିଂ ଓ ଧରପଗଡକୁ...

ଆଖି ନ ଥାଇ ଜୀବନ ଯୁଦ୍ଧର ବିଜେତା କୀର୍ତ୍ତନ: ୫ ପ୍ରାଣୀଙ୍କ ମୁହଁରେ ଫୁଟାଇଛନ୍ତି ହସ

କାମାକ୍ଷାନଗର, ୧୩।୧: ଆଖି ନାହିଁ। ଦେଖିପାରନ୍ତିନି ଦୁନିଆକୁ। ହେଲେ ଏହି ଦୁଃଖ କେବେ ଆସିନି ତାଙ୍କ ଓଠ ପାଖକୁ। ଖୁସ୍‌ ମିଜାଜ ଆଉ ହସହସ ମୁହଁରେ କେଇ...

ପଦ୍ମ ପଙ୍କରେ ଲୀନ ହେଲା କଣ୍ଟାସାଗର

ରାୟଗଡ଼(ଗଜପତି),୧୮।୧-ଗଜପତି ଜିଲା ରାୟଗଡ଼ସ୍ଥିତ ଶତାୟୁ ‘କଣ୍ଟାସାଗର’ ପୋଖରୀ ଆଉ ଅଞ୍ଚଳବାସୀଙ୍କ କାମରେ ଲାଗୁନି। ଦିନେ ଅଞ୍ଚଳ ପାଇଁ ଆଶୀର୍ବାଦ ପାଲଟିଥିବା ଏହି ପୋଖରୀ ଏବେ ପଦ୍ମ...

୧୦ ଦିନ ହେଲା ଧାନ ଜଗିଛନ୍ତି କର୍ଲାମୁଣ୍ଡା ଚାଷୀ

କର୍ଲାମୁଣ୍ଡା,୪।୨(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର କର୍ଲାମୁଣ୍ଡା ସମବାୟ ସମିତି ଜରିଆରେ ଖୋଲିଥିବା ମଣ୍ଡିରେ ଚାଷୀମାନେ ଧାନବସ୍ତା ରଖିବାର ୧୦ ଦିନ ବିତିଛି। ହେଲେ...

ଜିଲାସ୍ତରୀୟ ଜେଣ୍ଡର ଟ୍ରାନ୍ସଫର୍ମେଟିଭ୍‌ ମଡେଲ କର୍ମଶାଳା: ମାସିକ ୨୦ ହଜାର ରୋଜଗାର କରିବେ ଏସ୍‌ଏଚ୍‌ଜି ସଦସ୍ୟା

ଜଗତ୍‌ସିଂହପୁର ଅଫିସ,୫ା୧: ଉର୍ବର ମୃତ୍ତିକା, ଜଳସମ୍ପଦ, ବନ୍ଦର, ମାନବ ସମ୍ବଳ ଆଦି ଅନେକ ଦୃଷ୍ଟିରୁ ଜଗତ୍‌ସିଂହପୁର ଏକ ଅଗ୍ରଣୀ ଜିଲା। ଏହି ଜିଲାରେ ଶହସ୍ରାଧିକ ମହିଳା...


Coronavirus Update

Archives

Model This Week

Why Dharitri