Posted inଜାତୀୟ

କଂଗ୍ରେସ ନିକଟରେ ନା ଅଛି ନେତା ନା ନୀତି ନା କୌଣସି ଉଦ୍ଦେଶ୍ୟ: ଭାଜପା

ନୂଆଦିଲ୍ଲୀ,୯।୧୦: କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ଦଳର ବିଜୟକୁ ନେଇ ଯେଉଁ ବୟାନ ଦେଲେ ଏବେ ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଟୁଇଟ୍‌ କରି ଭାଜପା କହିଛି କଂଗ୍ରେସ ନିକଟରେ ନା ଅଛନ୍ତି କେହି ନେତା ନା ନୀତି ନା କୌଣସି ନିୟତ ବା ଉଦ୍ଦେଶ୍ୟ। ଭାଜପାର ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି ଖୁର୍ସିଦ ଯେଉଁ ବୟାନ ଦେଇଛନ୍ତି ତାହା ସ୍ପଷ୍ଟ କରୁଛି କି ମହାରାଷ୍ଟ୍ରର ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟଲାଭ କରିବ ନାହିଁ। ତେଣୁ ଏବେଠରୁ ଖୁର୍ସିଦ ଏହା ସ୍ବୀକାର କରି ନେଇଛନ୍ତି। ଖୁର୍ସିଦଙ୍କ କଥାରୁ ଯାହା ଲାଗୁଛି ସେ କହିବାକୁ ଚାହୁଁଛନ୍ତି କି ରାହୁଲ ଏବେ କଂଗ୍ରେସ ଛାଡିଦେଲେ, ସୋନିଆ ପ୍ରସ୍ତୁତି ପଥେ ରହିଛନ୍ତି। ତେଣୁ ଏହାର ଅର୍ଥ କଂଗ୍ରେସ ନିକଟରେ ନା ଅଛନ୍ତି କେହି ନେତା ନା ନୀତି ନା କୌଣସି ନିୟତ ବା ଉଦ୍ଦେଶ୍ୟ ବୋଲି ସମ୍ବିତ ଟୁଇଟ୍‌ କରି କହିଛନ୍ତି। ସୂଚନାଯୋଗ୍ୟ, ବୁଧବାର ଖୁର୍ସିଦ କହିଥିଲେ କି କଂଗ୍ରେସର ବର୍ତ୍ତମାନର ସ୍ଥିତି ଯାହା ଅଛି ତାକୁ ଲକ୍ଷ୍ୟ କଲେ ସହଜରେ ଅନୁମାନ କରାଯାଉଛି କି ମହାରାଷ୍ଟ୍ର ଓ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟଲାଭ କରିବାର ସମ୍ଭାବନା କମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଅଲିବଗ ନିକଟରେ ସ୍ଥଳଭାଗ ଛୁଇଁପାରେ ‘ନିସର୍ଗ’

ପୁଣେ,୨।୬: ବାତ୍ୟା ‘ନିସର୍ଗ’ବୁଧବାର ମହାରାଷ୍ଟ୍ରର ଉପକୂଳ ଅଲିବଗ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଏହି ସମୟରେ ପବନର ବେଗ ୧୦୦...

ବଜେଟ ୨୦୨୧: ସାଧାରଣ ଲୋକଙ୍କ ଉପରେ ପଡିବ ପ୍ରଭାବ, ବଢିପାରେ ମୋବାଇଲ ଦାମ୍‌

ନୂଆଦିଲ୍ଲୀ,୧ ।୨: ମୋବାଇଲ୍ ଫୋନ୍ ପାର୍ଟସ ଏବଂ ଚାର୍ଜର ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ସ୍ଥାନୀୟ ମୂଲ୍ୟ...

ବାତ୍ୟା ବାୟୁର ପ୍ରଭାବ: ସୋମନାଥ ମନ୍ଦିରର ୧୧୫ ଫୁଟ ଉଚ୍ଚ ଶିଖରକୁ ଛୁଇଁଲା ଅଶାନ୍ତ ଜୁଆର

ଅହମ୍ମଦାବାଦ୍‌, ୧୩।୬: ବାତ୍ୟା ବାୟୁ ଗୁଜରାଟ ଉପକୂଳ ସୌରାଷ୍ଟ୍ରରେ ତାଣ୍ଡବ ରଚିଛି। ବାୟୁର ପ୍ରଭାବରେ ଏଠାରେ ସମୁଦ୍ର ଅଶାନ୍ତ ହୋଇ ଉଠିଛି। ଫଳରେ ଜୁଆର ସ୍ଥାନୀୟ...

ଏହି ରାଜ୍ୟକୁ ଆସିଲେ ଆରଟି-ପିସିଆର ରିପୋର୍ଟ ବାଧ୍ୟତାମୂଳକ

ଡେରାଡୁନ,୧୨।୭: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ଆଉ କେତେକ ରାଜ୍ୟରେ ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ଗତ କିଛି ଦିନରୁ ଉତ୍ତରାଖଣ୍ଡରେ...

ଟ୍ରମ୍ପଙ୍କୁ ଭେଟିଲେ ମୋଦି: ଟ୍ରମ୍ପ୍‌ କହିଲେ, ଭାରତ ଏବଂ ଆମେରିକା ଭଲ ବନ୍ଧୁ

ଓସାକା,୨୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜାପାନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ୍‌ ଅବସରରେ ଦୁଇ ଦେଶ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ...

ଡେମ୍‌ଚୋକ୍‌ରେ ଚାଇନା କରି ନାହିଁ ଅନୁପ୍ରବେଶ: ଭାରତୀୟ ସେନା ମୁଖ୍ୟ

ନୂଆଦିଲ୍ଲୀ,୧୩।୭: ଚାଇନା ସୈନ୍ୟ ନିୟନ୍ତ୍ରଣ ରେଖା ନିକଟରେ ଥିବା ଲଦ୍ଦାଖର ଡେମ୍‌ଚୋକ୍‌ ସେକ୍ଟରରେ ଅନୁପ୍ରବେଶ କରି ନାହାନ୍ତି ବୋଲି ଭାରତୀୟ ସେନା ମୁଖ୍ୟ ବିପିନ୍‌ ରାଓ୍ବତ୍‌...

ଟ୍ୟାଙ୍କବିଧ୍ୱଂସୀ କ୍ଷେପଣାସ୍ତ୍ର ପରୀକ୍ଷା ସଫଳ

ନୂଆଦିଲ୍ଲୀ,୧୨ା୯(ଆଇଏଏନ୍‌ଏସ୍‌): ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ(ଡିଆର୍‌ଡି) ବୁଧବାର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଟ୍ୟାଙ୍କବିଧ୍ୱଂସୀ କ୍ଷେପଣାସ୍ତ୍ର (ଏମ୍‌ପିଏଟିଜିଏମ୍‌) ସଫଳତାର ସହ ପରୀକ୍ଷା କରିଛି। ଆନ୍ଧ୍ରପ୍ରଦେଶର କୁର୍ନୁଲଠାରେ ପରୀକ୍ଷା...

ଖୁସି ଖବର: ଗୋଆ, ମଣିପୁର ହେଲା କରୋନା ମୁକ୍ତ ରାଜ୍ୟ

ନୂଆଦିଲ୍ଲୀ,୨୦।୪: ଦେଶରେ କେରାନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଗୋଆ ଓ ମଣିପୁରରୁ ଆସିଛି ଖୁସି ଖବର। ଏହି ୨ ରାଜ୍ୟ କରୋନା ମୁକ୍ତ...

Advertisement


Archives

Model This Week