କଂଗ୍ରେସ ଗଢ଼ିବ କ୍ୟାଡର ବେସ୍‌ ସଙ୍ଗଠନ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ସାରା ଦେଶରେ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ସମାନଭାବେ ରାଜ୍ୟରେ ମଧ୍ୟ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଲା। ଦଳକୁ ରାଜ୍ୟ ରାଜନୀତିରେ ଦ୍ୱିତୀୟ ସ୍ଥାନରୁ ଖସି ତୃତୀୟ ସ୍ଥାନରେ ରହିବାକୁ ପଡିଛି। ତଥାପି ମଧ୍ୟ ଏ ପର୍ଯ୍ୟନ୍ତ ଦଳ ଦୁର୍ବଳ ସ୍ଥିତିରୁ ନିଜକୁ କାଢି ଉପରକୁ ନେବାକୁ ପ୍ରୟାସ ଆରମ୍ଭ କରିପାରିନାହିଁ। ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସମସ୍ତ ନିର୍ବାଚନ କମିଟିକୁ ଭାଙ୍ଗି ଦିଆଯାଇଥିବା ବେଳେ ସଭାପତି ଏବଂ କାର୍ଯ୍ୟକାରୀ ସଭାପତିଙ୍କ ସମେତ ରାଜ୍ୟ ପ୍ରଭାରୀ ପଦରେ ପରିବର୍ତ୍ତନ କରାଯାଇନାହିଁ। ହେଲେ ଦଳର ଉପରସ୍ତରରୁ ବର୍ତ୍ତମାନ ଏକ ବଡ ଧରଣର ସାଙ୍ଗଠନିକ ନିଷ୍ପତ୍ତି ନିଆଯାଉଥିବା ଜଣାପଡିଛି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ଭଳି କଂଗ୍ରେସ ମଧ୍ୟ ଏକ ସମାନ୍ତରାଳ ସଙ୍ଗଠନ କରିବାକୁ ଯୋଜନା କରୁଥିବା ଜଣାପଡିଛି। କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ଯେ, ଅନ୍ୟ କ୍ୟାଡର ବେସ୍‌ ଦଳର ନକାରାତ୍ମକ ଚିନ୍ତାଧାରାର ସମ୍ମୁଖୀନ ହେବା ପାଇଁ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ପ୍ରକ୍ରିୟା ଆରମ୍ଭ କରାଯିବ। ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ଆଦର୍ଶଗତ ଚିନ୍ତାଧାରା ସୃଷ୍ଟି କରିବା ଏବଂ ସଚେତନ କରିବା ଲାଗି ଚିନ୍ତା କରାଯାଉଛି। ଆର୍‌ଏସ୍‌ଏସ୍‌ ସମେତ ସମସ୍ତ ବିରୋଧୀ କ୍ୟାଡର ଯେଉଁମାନେ ନକାରାତ୍ମକ ପ୍ରଚାର କରୁଛନ୍ତି ସେମାନଙ୍କୁ ସମ୍ମୁଖୀନ କରିବା ପାଇଁ ଏକ ସଙ୍ଗଠନ ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ଦେଖିବାକୁ ଗଲେ ବିଜେଡି ମଧ୍ୟ ବିଜୁ ଯୁବ ବାହିନୀ ନାମରେ ଏକ ସଙ୍ଗଠନ ସରକାରୀ ଅର୍ଥରେ ତିଆରି କରି କାର୍ଯ୍ୟକ୍ରମ ଜାରି ରଖିଛି। ମାତ୍ର କଂଗ୍ରେସ ପକ୍ଷରୁ ଏଭଳି ଏକ ଚିନ୍ତା କରାଯିବା ପରେ ରାଜ୍ୟର ଉଭୟ ଭାଜପା ଏବଂ ବିଜେଡି ନେତାମାନେ ଏହାକୁ ସମାଲୋଚନା କରିଛନ୍ତି। ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଆଜି ନିଶ୍ଚିତଭାବେ ଖୁସିର କଥା, ଆମ ଦଳର ଯେଉଁ ସାଙ୍ଗଠନିକ ବ୍ୟବସ୍ଥା ରହିଛି ତାକୁ ଅନ୍ୟ ରାଜନୈତିକ ଦଳଗୁଡିକ ଶିଖୁଛନ୍ତି। କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳଗୁଡିକ ଶିଖୁଛନ୍ତି ଠିକ୍‌ ଅଛି ହେଲେ ବିନା କୌଣସି ନୀତି, ଚିନ୍ତାଧାରାରେ ନିଜର ରାଜନୈତିକ ସଙ୍ଗଠନ ତିଆରି କଲେ ମଧ୍ୟ ଏହା ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇବନାହିଁ ବୋଲି ପୃଥ୍ବୀରାଜ କହିଛନ୍ତି। ବିଜେଡି ନେତା ପ୍ରତାପ ଦେବ କହିଛନ୍ତି, ସେମାନଙ୍କ କ୍ୟାଡର ଯାହା ଥିଲା ତାକୁ ଦୀର୍ଘ ୪ ଦଶନ୍ଧି ଧରି ସେମାନେ ସରକାର କରୁଥିଲେ। ଏହା ସେମାନେ ସ୍ବୀକାର କରିଛନ୍ତି ଯେ, ସେମାନଙ୍କ ସାଙ୍ଗଠନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଏବେ ସେମାନେ କିଛି ନୂଆ ଚିନ୍ତା କରିଛନ୍ତି, ସେମାନଙ୍କ ଚ୍ୟାଲେଞ୍ଜକୁ ଆମେ ନିହାତି ସ୍ବୀକାର କରିବୁ ବୋଲି ପ୍ରତାପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ ସମ୍ମୁଖରୁ ୫ ଲକ୍ଷ ନେଇଯିବାକୁ ବସିଥିଲେ …

ବଲାଙ୍ଗୀର ଅଫିସ,୭।୧୧: ବଲାଙ୍ଗୀର ଜିଲା ପାଟଣାଗଡ଼ ସହର ରାମଜୀ ଛକ ବ୍ୟାଙ୍କ ସମ୍ମୁଖରୁ ସୋମବାର ଲୁଟ୍‌ ହୋଇଛି। ଜଣେ ବ୍ୟକ୍ତିଙ୍କ ଠାରୁ ୫ ଲକ୍ଷ ଟଙ୍କା...

ଭିନ୍ନକ୍ଷମମାନେ ସମାଜର ଗୁରୁତ୍ୱପୂର୍ଣ୍ଣ ଅଂଶ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪ା୧୨(ବ୍ୟୁରୋ):ଭିନ୍ନକ୍ଷମମାନେ ସମାଜର ଗୁରୁତ୍ୱପୂର୍ଣ୍ଣ ଅଂଶ। ସମାଜର ବିକାଶରେ ସେମାନଙ୍କର ମଧ୍ୟ ଅବଦାନ ରହିଛି। ଉପଯୁକ୍ତ ତାଲିମ ଓ ପ୍ରୋତ୍ସାହନ ଦ୍ୱାରା ସେମାନେ ମଧ୍ୟ ଦକ୍ଷତା...

ବାଲେଶ୍ୱର ସ୍ବାସ୍ଥ୍ୟବିକାଶ ସମିତିର ପ୍ରଥମ ବୈଠକ : ‘ଏଫ୍‌ଏମ୍‌ ମେଡିକାଲ କଲେଜ ସମସ୍ୟାର ସମାଧାନ ହେବ’

କଟକ ଅଫିସ,୧୩ା୯: ବାଲେଶ୍ୱରରେ ସ୍ବାସ୍ଥ୍ୟସେବାକୁ ନେଇ ପ୍ରଥମ ସ୍ବାସ୍ଥ୍ୟ ବିକାଶ ସମିତି ସାଧାରଣ ବୈଠକ ଗୁରୁବାର କଟକସ୍ଥିତ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆରଡିସି)ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।...

ପିଏମ୍‌ଏଓ୍ବାଇ-ଅର୍ବାନ ପୁରସ୍କାରରେ ସମ୍ମାନିତ ହେଲା ଓଡ଼ିଶା

ଭୁବନେଶ୍ବର,୨୦ା୧୦(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଆବାସ ଓ ସହରୀ ବିକାଶ ମନ୍ତ୍ରଣାଳୟ ପ୍ରଦତ୍ତ ପିଏମ୍‌ଏଓ୍ବାଇ-ଅର୍ବାନ ପୁରସ୍କାର ଅନ୍ତର୍ଗତ ସ୍ବତନ୍ତ୍ର ବର୍ଗରେ ଶ୍ରେଷ୍ଠ ନୀତିଗତ ପଦକ୍ଷେପ ନେଇଥିବା ରାଜ୍ୟ...

ଓଡ଼ିଶାର ୩ଜଣଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର

ଭୁବନେଶ୍ୱର, ୮।୧୧(ବ୍ୟୁରୋ):ନର୍ସିଂ ସେବା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ଲାଗି ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୧ ପାଇଁ ସୋମବାର ‘ଜାତୀୟ...

ପ୍ରେମିକଙ୍କ ପରେ ଜୀବନ ହାରିଲେ ପ୍ରେମିକା

ପାତ୍ରପୁର,୨୫ା୫(ଡି.ଏନ.ଏ.): ଗଞ୍ଜାମ ଜିଲା ଜରଡ଼ା ଥାନା ସାମନ୍ତରାପୁର ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମକୁ ଦୁଇ ପରିବାରର ଅନୁମତି ନ ମିଳିବାରୁ ପ୍ରଥମେ...

ଜଳହସ୍ତୀ ଖୁଆଡ଼ରେ ପଶିଲା କୁମ୍ଭୀର

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ଦେଶର ଅନ୍ୟତମ ପ୍ରମୁଖ ଚିଡିଆଖାନା ନନ୍ଦନକାନନ ଏବେ ଅସୁରକ୍ଷିତ ପ୍ରାଣୀ ଉଦ୍ୟାନରେ ପରିଣତ ହୋଇଛି। ପ୍ରତିଦିନ ଜୀବଜନ୍ତୁଙ୍କ ମୃତ୍ୟୁ, ପର୍ଯ୍ୟଟକଙ୍କୁ ଆକ୍ରମଣ, ଦୁର୍ବ୍ୟବହାର ଆଦି...

ଆରମ୍ଭ ହେଲା ଆଦିବାସୀ ମେଳା

ଭୁବନେଶ୍ୱର, ୨୧ା୨(ବ୍ୟୁରୋ):ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ସୋମବାରଠାରୁ ଆଦିବାସୀ ମେଳା ଆରମ୍ଭ...

Advertisement
Archives

Model This Week