Posted inଜାତୀୟ

କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୩।୭: ଶେଷରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଇଛନ୍ତି ରାହୁଲ ଗାନ୍ଧୀ। ବୁଧବାର ନିଜ ଟୁଇଟରରେ ଇସ୍ତଫା କଥା ଘୋଷଣା କରିଛନ୍ତି ରାହୁଲ। ଗତ ନିର୍ବାଚନରେ ଦଳର ପରାଜୟ ପାଇଁ ସେ ନିଜକୁ ଦାୟୀ କରିଛନ୍ତି। ଦଳର ଭବିଷ୍ୟତ ପାଇଁ ଉତ୍ତରଦାୟିତ୍ୱ ନେବା ବଡ କଥା। ସେଥିପାଇଁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଲି ବୋଲି ରାହୁଲ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ଦଳର ସେବା କରିବା ମୋ ପାଇଁ ଗର୍ବର ବିଷୟ। ଯେଉଁ ଦଳର ନୀତି ଏବଂ ସିଦ୍ଧାନ୍ତ ଦେଶର ବିକାଶରେ ସହାୟକ ହୋଇଛି ସେହି ଦଳ ପାଇଁ କାମ କରି ମୁଁ ନିଜକୁ ଗର୍ବିତ ମନେକରୁଛି। ୨୦୧୯ ନିର୍ବାଚନରେ ପରାଜୟ ପରେ ଦଳକୁ ପୁଣିଥରେ ସଂଗଠିତ କରିବା ଏବେ ମୁଖ୍ୟ ଦାୟିତ୍ୱ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ,ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏକ ଦଳୀୟ ବୈଠକରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାପାଇଁ କହିଥିଲେ। ପ୍ରାୟ ଏକ ମାସ ହେବ ଦଳର ବିଭିନ୍ନ ନେତା ରାହୁଲଙ୍କୁ ପଦରେ ରହିବା ପାଇଁ ବୁଝାଉଥିଲେ। କିନ୍ତୁ ରାହୁଲ ନିଜ ଜିଦ୍‌ରେ ଅଟଳ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଟଆଟାକ୍‌ ଓ ମେଦବହୁଳତାରୁ ଦୂରେଇ ରହିବା ପାଇଁ ସପ୍ତାହରେ ଏଥିରୁ ୨ ଥର…

ଛତୁରେ ବହୁ ମାତ୍ରାରେ ପୋଷକତ୍ବ ରହିଛି। ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ। ଛତୁ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ସପ୍ତାହରେ...

ସେଲ୍ଫ ଆଇସୋଲେଶନରେ ସୋନମ: ଝରକା ଦେଇ ଶାଶୁଙ୍କ ସହ କଥା ହେଲେ

ମୁମ୍ବାଇ, ୧୯।୩: ବଲିଉଡ୍‌ ନାୟିକା ସୋନମ କପୁର କରୋନାରୁ ଦୂରେଇ ରହିବା ପାଇଁ ସେଲ୍ଫ ଆଇସୋଲେଶନରେ ଥିବା ଜଣାପଡିଛି। ନିକଟରେ ସେ ତାଙ୍କ ସ୍ବାମୀ ଆନନ୍ଦ...

ବେରୋଜଗାର ଯୁବବର୍ଗଙ୍କ ହାତରେ ଘଣ୍ଟା ଧରାଇଛି ଭାଜପା: ଶିବସେନା…

ମୁମ୍ବାଇ,୪।୯:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ଦିନ ପୂର୍ବେ ଦେଶର ଜିଡିପି ଅଭିବୃଦ୍ଧି ୨୦ ପ୍ରତିଶତରୁ ଅଧିକ ବୋଲି କହିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

ଯଶବନ୍ତ ସିହ୍ନା ହୋଇପାରନ୍ତି ରାଷ୍ଟ୍ରପତି ପ୍ରାର୍ଥୀ!

ନୂଆଦିଲ୍ଲୀ,୨୧।୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇପଡିଛି। ଏଭଳି ପରିସ୍ଥିତିରେ ବିରୋଧୀ ତଥା ଶାସକ ଭାଜପା ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ...

ଆଇସିଏମଆର୍‌ର ଚେତାବନୀ: ଅଗଷ୍ଟ ଶେଷ ସୁଦ୍ଧା ଆସିପାରେ ତୃତୀୟ ଲହର

ନୂଆଦିଲ୍ଲୀ,୧୬।୭: ଭାରତରେ କରୋନାର ତୃତୀୟ ଲହର ଭୟ ଲୋକଙ୍କୁ ଘାରିଛି। ଅଗଷ୍ଟ ଶେଷ ସୁଦ୍ଧା ଦେଶରେ କରୋନାର ତୃତୀୟ ଲହର ଆସିପାରେ। ତଥାପି, ଏହାର ପ୍ରଭାବ...

ଜିତିଲେ ମୁଖ୍ୟମନ୍ତ୍ରୀ

ଅଗରତାଲା,୨୬।୬: ତ୍ରିପୁର ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ମାଣିକ ସାହା ବରଦୋଓ୍ବାଲି ଉପନିର୍ବାଚନରେ ବିଜୟ ହାସଲ କରିଛନ୍ତି। ସେ ନିକଟତମ କଂଗ୍ରେସ ପ୍ରାର୍ଥୀ ଆଶିଷ କୁମାର...

ହେଲ୍‌ମେଟ ପିନ୍ଧି କାମ କଲେ ଡାକ୍ତର

ନୂଆଦିଲ୍ଲୀ,୧୪।୬: ପଶ୍ଚିମବଙ୍ଗରେ ଡାକ୍ତରମାନେ ଅନଶନ କରିବା ଫଳରେ ରୋଗୀ ସେବା ବ୍ୟାହତ ହୋଇଛି। ଏମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ

ଶ୍ରୀନଗର,୨୫।୮: ଜମ୍ମୁ-କଶ୍ମୀରର ବାରମୁଳା ଜିଲାର ଉରି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଅନୁପ୍ରବେଶ ଉଦ୍ୟମକୁ ରୋକିବାବେଳେ ସୁରକ୍ଷାବାହିନୀ ଦ୍ୱାରା ତିନି ଜଣ ଆତଙ୍କବାଦୀ ନିହତ...

Advertisement
Archives

Model This Week