Posted inଖେଳ

ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ଆରମ୍ଭ: ପ୍ରଥମ ଟି୨୦ ଆଜି

ଲଡରରହିଲ୍‌ (ଆମେରିକା), ୩।୮(ପି.ଟି.)- ବିଶ୍ୱକପ୍‌ ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବାକୁ ଯାଉଛି। ବିଶକପ୍‌ରେ ହଟ୍‌ ଫେଭରାଇଟ ବିବେଚିତ ହେଉଥିବା ଭାରତ ସେମିଫାଇନାଲରେ ଅପ୍ରତ୍ୟାସିତ ଭାବେ ସେମିଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଥିଲା। ଏବେ ଏହି ବିଫଳତାକୁ ପଛରେ ପକାଇ ଭାରତ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଶନିବାର ଫ୍ଲୋରିଡାର ସ୍ଥାନୀୟ ସେଣ୍ଟ୍ରାଲ ବ୍ରଓ୍ବାର୍ଡ ରିଜିଓନାଲ ପାର୍କ ଷ୍ଟାଡିୟମରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲାରେ ଅବତୀର୍ଣ୍ଣ ହେବ। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବ। ଫଳରେ ଭାରତ ଏହି ସିରିଜରୁ ତା’ର ପ୍ରସ୍ତୁତି ଆରମ୍ଭ କରିବା ଲକ୍ଷ୍ୟରେ ରହିଛି।
ଏହି ଗସ୍ତ ପାଇଁ ଭାରତ ଛାଡିବା ପୂର୍ବରୁ କୋହଲି ଟି୨୦ ଓ ଦିନିକିଆ ସିରିଜର ଗୁରୁତ୍ୱ ସମ୍ପର୍କରେ ଗଣମାଧ୍ୟମକୁ କହିଥିଲେ। ଏହି ଦୁଇଟି ସୀମିତ ଓଭର ସିରିଜରେ ଚୟନକର୍ତ୍ତାଙ୍କ ମନରେ ଥିବାର ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ପରୀକ୍ଷା ନିରିକ୍ଷା କରାଯିବ। ସୀମିତ ଓଭର ମ୍ୟାଚ୍‌ଗୁଡିକରେ କୋହଲି ବିଶ୍ରାମ ନେବେ ବୋଲି ଆଶା କରାଯାଉଛି। ତେବେ ତାରକା ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ବିନା ଏକ ପୂର୍ଣ୍ଣ ଭାରତୀୟ ଶକ୍ତିଶାଳୀ ଦଳ ପଡିଆକୁ ଓହ୍ଳାଇବ। ଅଗଷ୍ଟ ୨୨ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜରେ ବୁମ୍‌ରା ଦଳରେ ସାମିଲ ହେବେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପୂରା ଗସ୍ତରୁ ବିଶ୍ରାମ ଦିଆଯାଇଛି।
ବିଶ୍ୱକପ୍‌ରୁ ବାଦ୍‌ ପଡିଥିବା ଶ୍ରେୟାସ ଆୟର ଓ ମନୀଷ ପାଣ୍ଡେ ଏହି ସିରିଜର ଦଳ ତରଫରୁ ପ୍ରତିନିଧିତ୍ୱ କରିବେ। ୨୦୧୮ ନଭେମ୍ବରରେ ପାଣ୍ଡେ ଶେଷଥର ପାଇଁ ଭାରତ ପାଇଁ ମ୍ୟାଚ୍‌ ଖେଳିଥିଲେ। ସେହିପରି ୨୦୧୮ ପେବୃୟାରୀରେ ଆୟର ଭାରତ ତରଫରୁ ତାଙ୍କ ଶେଷ ମ୍ୟାଚ୍‌ ଖେଳିଥିଲେ। ଭାରତୀୟ ମିଡଲ ଅର୍ଡର ଅସ୍ଥିତର ପ୍ରଦର୍ଶନ କରୁଥିବା ବେଳେ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଗାମୀ ୬ଟି ମ୍ୟାଚରେ ନିଜକୁ ପ୍ରମାଣ କରିବା ପାଇଁ ସୁଯୋଗ ହାସଲ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ରେ ସଦ୍ୟ ସମାପ୍ତ ଏ’ ସିରିଜରେ ପାଣ୍ଡେ ଓ ଆୟର ବହୁ ପରିମାଣରେ ରନ୍‌ ସଂଗ୍ରହ କରି ସିନିୟର ଦଳରେ ସ୍ଥାନ ପାଇଛନ୍ତି। ସ୍ପିନ୍‌ ଅଲରାଉଣ୍ଡର ଓ୍ବଶିଂଟନ ସୁନ୍ଦର ଓ ଦ୍ରୁତ ବୋଲର ଖଲିଲ ଅହମ୍ମଦ ଓ ଦୀପକ ଚହର ଟି୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଯୁବ ଦ୍ରୁତ ବୋଲର ନବୀଦପ ସଇନି ଓ ଦୀପକଙ୍କ ଭାଇ ରାହୁଲ ଭାରତ ପାଇଁ ପଦାର୍ପଣ କରିବାର ସୁଯୋଗ ହାସଲ କରିଛନ୍ତି।
ରୋହିତ ଶର୍ମା ଓ ଫିଟନେସ ହାସଲ କରି ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଶିଖର ଧାଓ୍ବନ ଇନିଂସ ଓପନ୍‌ କରିବେ। ୪ ନମ୍ବରରେ ଲୋକେଶ ରାହୁଲ ବ୍ୟାଟିଂ କରିବା ଆଶା କରାଯାଉଛି। ୩ ବର୍ଷ ପୂର୍ବ ରାହୁଲ ଏହି ଗ୍ରାଉଣ୍ଡରେ ଅପରାଜିତ ୧୧୦ ରନର ଶତକୀୟ ପାଳି ଖେଳିଥିଲେ। ରୋହିତ୍‌ ବିଶ୍ୱକପ୍‌ରେ ରେକର୍ଡ ୫ଟି ଶତକ ହାସଲ କରିବା ସହ ଟପ୍‌ ସ୍କୋରର ସାବ୍ୟସ୍ତ ହୋଇଥିଲେ। ଏବେ ସେ ଏହି ଫର୍ମକୁ ଜାରି ରଖିବେ ବୋଲି ଆଶା କରାଯାଉଛି। କୋହଲି ଓ ଉପ- ଅଧିନାୟକ ରୋହିତଙ୍କ ମଧ୍ୟରେ ମତ ପାର୍ଥକ୍ୟ ଅଛି ବୋଲି କୁହାଯାଉଥିଲେ ମଧ୍ୟ ଏହାକୁ ଅସ୍ବୀକାର କରାଯାଇଛି। ଏହି ସିରିଜଠାରୁ ଆଗକୁ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନଙ୍କୁ ଅଧିକ ଦାୟିତ୍ୱର ସହ ଖେଳବାକୁ ପଡିବ। ଚୟନକର୍ତ୍ତାମାନେ ତାଙ୍କୁ ସବୁ ଫର୍ମାଟ୍‌ରେ ୧ ନମ୍ବର ଉଇକେଟକିପର ବ୍ୟାଟ୍ସିମ୍ୟାନ ରୂପେ ବିବେଚନା କରୁଛନ୍ତି। ଯଦି ଓ ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ।
ଅପରପକ୍ଷରେ ଟି୨୦ରେ ଓ୍ବେଷ୍ଟଇଣ୍ଡିଜ୍‌ ସବୁଠାରୁ ବିପଜ୍ଜନକ ଦଳ ବିବେଚିତ ହେଉଛି। ତେବେ ଏହା ସତ୍ତ୍ୱେ ଭାରତ ସିରିଜ ହାତେଇବା ଆଶା କରାଯାଉଛି। ବିସ୍ଫୋରକ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡ ଓ ସ୍ପିନର ସୁନୀଲ ନାରିନ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଭିଜ୍ଞ ଓପନର କ୍ରିସ୍‌ ଗେଲ ଦିନିକିଆ ସିରିଜ ଖେଳିବେ। ଆନ୍ଦ୍ରେ ରସେଲଙ୍କୁ ମଧ୍ୟ ଟି୨୦ ଦଳରେ ସ୍ଥାନ ମଳିଛି। ବିଶ୍ୱକପ୍‌ରେ ଖରାପ୍‌ ପ୍ରଦର୍ଶନ କରିଥିବା ଓ୍ବେଷ୍ଟଇଣ୍ଡିଜ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି। ସିରିଜ ବେଶ୍‌ ସଂଘର୍ଷପୂର୍ଣ୍ଣ ଓ ମନୋରଞ୍ଜକ ହେବ ବୋଲି ଓ୍ବେଷ୍ଟଇଣ୍ଡିଜ୍‌ କୋଚ୍‌ ଫ୍ଲଏଡ ରେଇଫର କହିଛନ୍ତି। ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ବେଶ୍‌ ସନ୍ତୁଳିତ। ସିରିଜ ଛକା ଚୌକାର ବର୍ଷା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।
ଓ୍ବେଷ୍ଟଇଣ୍ଡିଜ ଦଳ: କାର୍ଲୋସ ବ୍ରାଥଓ୍ବେଟ (ଅଧିନାୟକ), ଜନ୍‌ କ୍ୟାମ୍ପବେଲ, ଏଭିନ ଲୁଇସ୍‌, ଶିମରନ ହେଟମେୟର, ନିକୋଲାସ ପୁରାନ, କିରନ ପୋଲାର୍ଡ, ରୋଭମ୍ୟାନ ପାଓ୍ବେଲ, କିମୋ ପଲ, ସୁନୀଲ ନାରିନ, ଶେଲଡନ କଟ୍ରେଲ, ଓଶେନ ଥାମାସ୍‌, ଆନ୍ଦ୍ରେ ରସେଲ ଓ ଖାରୀ ପିଏର।
ଭାରତୀୟ ଦଳ: ବିରାଟ କୋହଲି (ଅଧିନରାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଲୋକେଶ ରାହୁଲ, ଶ୍ରେୟାସ ଆୟର, ମନୀଷ ପାଣ୍ଡେ, ରିଷଭ ପନ୍ତ, କ୍ରୁନାଲ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଓ୍ବାଶିଂଟନ ସୁନ୍ଦର, ରାହୁଲ ଚହର, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ଦୀପକ ଚହର ଓ ନବଦୀପ ସଇନି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri