Posted inଖେଳ

ଓ୍ବେଷ୍ଟଇଣ୍ଡିଜର ଦ୍ୱିତୀୟ ଇନିଂସ ୨୧୦ରେ ସୀମିତ :ଟେଷ୍ଟ ସିରିଜ: ଭାରତର କ୍ଲିନ୍‌ ସୁଇପ୍‌

କିଙ୍ଗଷ୍ଟନ(ଜାମାଇକା), ୩ା୯-
ସାବିନା ପାର୍କରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୨୫୭ ରନରେ ବିଜୟୀ ହୋଇଛି। ୪୬୮ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସରେ ୨୧୦ ରନକରି ଅଲଆଉଟ ହୋଇ ଯାଇଥିଲା। ଫଳରେ ୨ ମ୍ୟାଚ ବିଶିଷ୍ଟ ସିରିଜକୁ ଭାରତ କ୍ଲିନ୍‌ ସୁଇପ୍‌ କରିଛି। ପ୍ରଥମ ଟେଷ୍ଟରେ ମଧ୍ୟ ଭାରତ ବିଜୟ ହାସଲ କରିଥିଲା। ଏହାକୁ ମିଶାଇ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୨୮ଟି ଟେଷ୍ଟରେ ବିଜୟୀ ହୋଇଛି। ଏ କ୍ଷେତ୍ରରେ କୋହଲି ମହେନ୍ଦ୍ର ସିଂ ଧୋନୀ(୨୭ ବିଜୟ)ଙ୍କୁ ପଛରେ ପକାଇ ଦେଇଛନ୍ତି। ଉଭୟ ଇନିଂସରେ ଚମତ୍କାର ବ୍ୟାଟିଂ ପାଇଁ ହନୁମା ବିହାରୀ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଡବଲ ବିଜୟ ସହ ଭାରତ ଆଇସିସି ବିଶ୍ୱ ଚାମ୍ପିୟନଶିପ୍‌ ଟେବୁଲରେ ୧୨୦ ପଏଣ୍ଟ ସହିତ ଶୀର୍ଷସ୍ଥାନ ବଜାୟ ରଖିଛି।
ତୃତୀୟ ଦିବସରେ ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସରେ ୧୩ ଓଭର ଖେଳି ୪୫ ରନ ମଧ୍ୟରେ ୨ଟି ଉଇକେଟ ହରାଇଥିଲା। କ୍ରେଗ୍‌ ବ୍ରାଥଓ୍ବେଟ ମାତ୍ର ୩ ରନ କରି ଈଶାନ୍ତ ଶର୍ମାଙ୍କ ଶିକାର ହୋଇଥିବାବେଳେ ଜନ କ୍ୟାମ୍ପବେଲ ୧୬ ରନ କରି ମହମ୍ମଦ ଶାମିଙ୍କ ବଲ୍‌ରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ୪ର୍ଥ ଦିବସ ଆରମ୍ଭରେ ଡାରେନ ବ୍ରାଭୋ ଓ ରଷ୍ଟନ ଚେଜ୍‌ ସତର୍କତାର ସହିତ ବ୍ୟାଟିଂକରି ଇନିଂସକୁ ଆଗେଇ ନେଇଥିଲେ। ତେବେ ଦଳୀୟ ସ୍କୋର ୫୫ ହୋଇଥିବାବେଳେ ଯଶପ୍ରୀତ ବୁମ୍‌ରାଙ୍କ ବୋଲିଂରେ ୧୭ତମ ଓଭରର ପ୍ରଥମ ବଲ୍‌ ଖେଳିବାପରେ ବ୍ରାଭୋ ରିଟାୟର୍ଡ ହର୍ଟ ହୋଇ କ୍ରିଜ୍‌ ଛାଡ଼ିଥିଲେ। ପୂର୍ବଦିନ ବୁମ୍‌ରାଙ୍କ ବାଉନ୍ସରରେ ବ୍ରାଭୋ ଆହତ ହୋଇଥିଲେ। ତେଣୁ ଯନ୍ତ୍ରଣା ବଢ଼ିବାରୁ ବ୍ରାଭୋ ସମ୍ଭବତଃ ରିଟାୟର୍ଡ ହେବାକୁ ପସନ୍ଦ କରିଥିଲେ। ସେ ୪୧ ବଲ୍‌ରୁ ୨୩ ରନ କରିଥିଲେ। ଏହାପରେ ରଷ୍ଟନ ଚେଜ୍‌ ୧୨ ଓ ଶିମରନ ହେଟମେର ୧ ରନ କରି ଆଉଟ ହୋଇଥିଲେ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ନିୟମ ଅନୁସାରେ ଆହତ ବ୍ରାଭୋଙ୍କ ସ୍ଥାନରେ ଜର୍ମେନ ବ୍ଲାକ୍‌ଉଡ୍‌ ବ୍ୟାଟିଂ ପାଇଁ ଆସିଥିଲେ। ସୋମବାର ମଧ୍ୟାହ୍ନ ଭୋଜନ ବିରତି ଶେଷସୁଦ୍ଧା ଓ୍ବେଷ୍ଟଇଣ୍ଡିଜ ୪ ଉଇକେଟ ହରାଇ ୧୪୫ ରନ କରିଥିଲା। ଦ୍ୱିତୀୟ ସେସନରେ ମିଡଲ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଦଳ ଶୀଘ୍ର ଉଇକେଟ ହରାଇ ପରାଜୟ ଆଡ଼କୁ ମୁହାଁଇଥିଲା। ବ୍ଲାକ୍‌ଉଡ୍‌ ୩୮ ରନ କରିଥିବାବେଳେ ବୁମ୍‌ରାଙ୍କ ବଲ୍‌ରେ ଉଇକେଟ କିପର ରିଷଭ ପନ୍ତଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଶାମରା ବ୍ରୁକ୍ସ ୫୦ ରନ କରି ବିରାଟ କୋହଲିଙ୍କ ଡାଇରେକ୍ଟ ଥ୍ରୋରେ ରନଆଉଟ ହୋଇଥିବାବେଳେ ଜାମର ହାମିଲଟନ ଖାତା ଖୋଲିବା ପୂର୍ବରୁ ରବୀନ୍ଦ୍ର ଜାଡେଜାଙ୍କ ବଲ୍‌ରେ ଆଉଟ ହୋଇଥିଲେ। ରାନକିମ୍‌ କର୍ନଓ୍ବାଲ ମାତ୍ର ୧ ରନ କରି ମହମ୍ମଦ ଶାମିଙ୍କ ଶିକାର ହୋଇଥିଲେ। କେମର ରୋଚ୍‌ଙ୍କୁ ଶାମି ୫ ରନରେ ଆଉଟ କରିଥିବାବେଳେ ଜାସନ ହୋଲ୍ଡରଙ୍କୁ ୩୯ ରନରେ ପ୍ୟାଭିଲିୟନ ପଠାଇ ରବୀନ୍ଦ୍ର ଜାଡେଜା ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ଶାମି ଓ ଜାଡେଜା ୩ଟି ଲେଖାଏ, ଈଶାନ୍ତ ଶର୍ମା ୨ଟି ଓ ବୁମ୍‌ରା ଗୋଟିଏ ଉଇକେଟ ନେଇଥିଲେ।
୧୬୮/୪ରେ ଭାରତର ଇନିଂସ ଘୋଷଣା
ଭାରତ ଏହାର ଦ୍ୱିତୀୟ ଇନିଂସକୁ ୧୬୮/୪ରେ ଘୋଷଣା କରିଥିଲା। ଫଳରେ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୪୬୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ୫୭ ରନରେ ଭାରତର ୪ଟି ଉଇକେଟ ପଡ଼ିଥିବାବେଳେ ଅସମାପ୍ତ ୫ମ ଉଇକେଟରେ ୧୧୧ ରନର ଭାଗୀଦାରି ହେବାପରେ ଅଧିନାୟକ ବିରାଟ କୋହଲି ଇନିଂସ ଘୋଷଣା କରିଥିଲେ। ସେତେବେଳକୁ ଅଜିଙ୍କ୍ୟ ରାହାନେ ୧୦୯ ବଲ୍‌ରୁ ୮ ଚୌକା ଓ ୧ ଛକା ସହାୟତାରେ ୬୪ ଓ ହନୁମା ବିହାରୀ ୭୬ ବଲ୍‌ରୁ ୮ ଚୌକା ସହ ୫୩ ରନ କରି ଅପରାଜିତ ରହିଥିଲେ। ବିଦେଶ ମାଟିରେ କୌଣସି ଟେଷ୍ଟର ୪ର୍ଥ ଇନିଂସରେ ୪୬୮ ରନ ଭାରତ ପକ୍ଷରୁ ୬ଷ୍ଠ ବଡ଼ ଟାର୍ଗେଟ। ପୂର୍ବରୁ ଭାରତ ୫ ଥର ବଡ଼ ଟାର୍ଗେଟ ଦେଇ ୩ଟିରେ ବିଜୟୀ ହୋଇଥିବାବେଳେ ୨ଟି ମ୍ୟାଚ ଡ୍ର ରହିଥିଲା। ୨୦୦୯ରେ ଓ୍ବେଲିଂଟନଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଭାରତ ସର୍ବାଧିକ ୬୧୭ ରନର ଟାର୍ଗେଟ ଦେଇଥିଲା। ମ୍ୟାଚଟି ଡ୍ର ରହିଥିଲା। ୨୦୧୭ରେ ଗାଲେ ଟେଷ୍ଟରେ ଶ୍ରୀଲଙ୍କାକୁ ୫୫୦ ରନର ଟାର୍ଗେଟ ଦେଇ ଭାରତ ବିଜୟୀ ହୋଇଥିବାବେଳେ ୨୦୧୮ରେ ଟ୍ରେଣ୍ଟବ୍ରିଜଠାରେ ଇଂଲଣ୍ଡକୁ ୫୨୧ ରନ ଟାର୍ଗେଟ ସହ ଭାରତ ବିଜୟ ହାସଲ କରିଥିଲା। ୨୦୦୭ରେ ଓଭାଲଠାରେ ଇଂଲଣ୍ଡକୁ ୫୦୦ ରନର ଟାର୍ଗେଟ ଦେଇଥିଲେ ହେଁ ମ୍ୟାଚ ଡ୍ର ରହିଥିଲା। ୧୯୯୩ରେ କଲମ୍ବୋଠାରେ ଶ୍ରୀଲଙ୍କାକୁ ୪୭୨ ରନର ଟାର୍ଗେଟ ଦେଇ ଭାରତ ବିଜୟୀ ହୋଇଥିଲା।
ପନ୍ତଙ୍କ ୫୦ ଡିସ୍‌ମିଶାଲ
ଓ୍ବେଷ୍ଟଇଣ୍ଡିଜର ଦ୍ୱିତୀୟ ଇନିଂସରେ ଈଶାନ୍ତ ଶର୍ମାଙ୍କ ବଲ୍‌ରେ କ୍ରେଗ୍‌ ବ୍ରାଥଓ୍ବେଟଙ୍କୁ କ୍ୟାଚ କରି ରିଷଭ ପନ୍ତ ଟେଷ୍ଟ କ୍ରିକେଟରେ ଜଣେ ଉଇକେଟ କିପର ଭାବେ ୫୦ ଡିସମିଶାଲ ପୂରଣ କରିଛନ୍ତି। ୧୧ ଟେଷ୍ଟରୁ ସେ ଏହି ସଫଳତା ପାଇଛନ୍ତି। କମ୍‌ ଟେଷ୍ଟରେ ୫୦ ଡିସମିଶାଲ କରିବାରେ ସେ ପୂର୍ବତନ ଅଷ୍ଟ୍ରେଲୀୟ ଉଇକେଟ କିପର ଆଡାମ ଗିଲକ୍ରିଷ୍ଟଙ୍କ ସମକକ୍ଷ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର ମାର୍କ ବାଉଚର, ଇଂଲଣ୍ଡର ଜନି ବେୟାରଷ୍ଟୋ ଓ ଅଷ୍ଟ୍ରେଲିଆର ଟିମ୍‌ ପେନ୍‌ ୧୦ ଟେଷ୍ଟରୁ ଏହି ସଫଳତା ସହ ଆଗରେ ରହିଛନ୍ତି।
ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ: ୪୧୬। ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୧୧୭/ଅଲଆଉଟ। ଭାରତ ଦ୍ୱିତୀୟ ଇନିଂସ: ୧୬୮/୪/ଘୋଷଣା (ଅଜିଙ୍କ୍ୟ ରାହାନେ-୬୪*, ହନୁମା ବିହାରୀ-୫୩*, ଚେତେଶ୍ୱର ପୂଜାରା-୨୭, କେମର ରୋଚ୍‌-୩/୨୮, ଜାସନ ହୋଲ୍ଡର-୧/୨୦)। ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ: ୨୧୦/ଅଲଆଉଟ(ଶାମରା ବ୍ରୁକ୍ସ-୫୦, ଜାସନ ହୋଲ୍ଡର-୩୯, ଜର୍ମେନ ବ୍ଲାକ୍‌ଉଡ୍‌-୩୮, ଡାରେନ ବ୍ରାଭୋ-୨୩, ମହମ୍ମଦ ସାମି-୩/୬୫, ରବୀନ୍ଦ୍ର ଜାଡେଜା-୩/୫୮, ଈଶାନ୍ତ ଶର୍ମା-୨/୩୭, ଯଶପ୍ରୀତ ବୁମ୍‌ରା-୧/୩୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ହେଉଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri