Posted inଖେଳ

ଓ୍ବିଲିୟମସନ, ଟେଲରଙ୍କ ଶତକ: ଟେଷ୍ଟ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ହାମିଲଟନ,୩।୧୨(ଏଏଫିପି)- ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ଅଭିଜ୍ଞ ରସ୍‌ ଟେଲରଙ୍କ ଲଢ଼ୁଆ ଶତକ ସହାୟତାରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚକୁ ଘରୋଇ ନ୍ୟୁଜିଲାଣ୍ଡ ମଙ୍ଗଳବାର ପଞ୍ଚମ ତଥା ଅନ୍ତିମ ଦିବସରେ ଅମୀମାଂସିତ ରଖିଛି। ଲଞ୍ଚ୍‌ ପରେ ପ୍ରବଳ ବର୍ଷା ହୋଇଥିଲା ଓ ଆଉ ଖେଳ ସମ୍ଭବ ହୋଇପାରି ନ ଥିଲା ଓ ଇଂଲଣ୍ଡର ଆଶା ମଉଳି ଯାଇଥିଲା। ଏଥି ସହିତ ୨ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜକୁ ନ୍ୟୁଜିଲାଣ୍ଡ ୧-୦ ବ୍ୟବଧାନରେ ହାତେଇ ନେଇଛି। ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଇନିଂସ ୬୫ ରନରେ ବିଜୟୀ ହୋଇ ସିରିଜ ହାତେଇ ନେଇଥିଲା। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ତା’ର ୨ ନମ୍ବର ସ୍ଥାନକୁ ଆହୁରି ଦୃଢ଼ କରିଛି।

ସ୍ଥାନୀୟ ସେଡନ ପାର୍କ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ପରାଜୟ ଏଡାଇବା ପାଇଁ ନ୍ୟୁଜିଲାଣ୍ଡ ଉଚ୍ଚକୋଟୀର ବ୍ୟାଟିଂ ଆବଶ୍ୟକ କରୁଥିଲା। ଓ୍ବିଲିୟମସନ ଓ ଟେଲର ଇଂଲଣ୍ଡର ଦୁର୍ବଳ ଫିଲ୍ଡିଂର ଫାଇଦା ନେଇ ମ୍ୟାଚ୍‌ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ। ପ୍ରଥମ ଇନିଂସରେ ମୂଲ୍ୟବାନ ୫ ଉଇକେଟ ଅକ୍ତିଆର କରିଥିବା ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ନିଲ ଓ୍ବାଗନର ପ୍ଲେୟାର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ସେହିପରି ୨୨୬ ରନର ଶତକୀୟ ପାଳି ଖେଳିଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଞ୍ଜାବକୁ ହରାଇ ହାଇଦ୍ରାବାଦ ତୃତୀୟ

ଦୁବାଇ, ୯।୧୦: ଅଧିନାୟକ ଡେଭିଡ ଓ୍ବାର୍ନର ଓ ଜନି ବେୟାରଷ୍ଟୋଙ୍କ ଶତକୀୟ ଭାଗୀଦାରି ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ସନ୍‌ରାଇଜର୍ସ ହାଇଦ୍ରାବାଦ ଇଣ୍ଡିଆନ ପ୍ରିମିୟର...

ଗୌଡ଼ାଙ୍କ ପାଇଁ ଟ୍ରାଏଲ ତାରିଖ ଧାର୍ଯ୍ୟ ହୋଇନି

ନୂଆଦିଲ୍ଲୀ, ୧୬ା୨ (ପି.ଟି.)- କାମ୍ବାଲା ରେସର୍‌ ଶ୍ରୀନିବାସ ଗୌଡ଼ାଙ୍କ ଟ୍ରାଏଲ ପାଇଁ ପ୍ରକୃତ ଦିନ ଧାର୍ଯ୍ୟ ହୋଇନାହିଁ। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ବେଙ୍ଗାଲୁରୁସ୍ଥିତ...

ରାଜ୍ୟସ୍ତରୀୟ ସଞ୍ଜିତ୍‌ ମେମୋରିଆଲ କ୍ରିକେଟ୍‌: ହାଇକୋର୍ଟ ବାର ଆସୋସିଏଶନ ବିଜୟୀ

ଚଣ୍ଡିଖୋଲ,୨୧।୧୧(ଡି.ଏନ.ଏ): ରାଜ୍ୟସ୍ତରୀୟ ସଞ୍ଜିତ୍‌ ମେମୋରିଆଲ କ୍ରିକେଟ୍‌ ବଡ଼ଚଣା ବ୍ଲକ ଗୁଲଜାରନଗର ପାଟଣା ଖେଳ ପଡ଼ିଆଠାରେ ବୁଧବାର ୨ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳା ଯାଇଥିଲା। ଏଥିରେ ପ୍ରଥମେ...

ଦିନେ ବିକୁଥିଲେ ଗୁପ୍‌ଚୁପ୍‌, ଆଇପିଏଲରେ ୨.୪୦କୋଟି ଟଙ୍କାରେ ବିକ୍ରି ହେଲେ ଏହି ଖେଳାଳି

ମୁମ୍ବାଇ,୨୦।୧୨: ମୁମ୍ବାଇର ୧୭ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍‌ ଯଶସ୍ବୀ ଜଇସ୍ବାଲ୍‌ ଆଇପିଏଲରେ ୨.୪୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ତାଙ୍କୁ ରାଜସ୍ଥାନ ରୟାଲ୍ସ ପକ୍ଷରୁ ନିଆଯାଇଛି।...

ମହିଳା ଟି୨୦ ବିଶ୍ୱକପ୍‌: ଭାରତ-ପାକିସ୍ତାନ ଓ୍ବାର୍ମଅପ୍‌ ମ୍ୟାଚ୍‌ ବାତିଲ

ବ୍ରିସବେନ,୧୬।୨- ମହିଳା ଟି୨୦ ବିଶ୍ୱକପ୍‌ ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ଏହି...

ଶୂନ୍ୟରେ ଆଉଟ୍‌ ହେବାରେ ଆଫ୍ରିଦୀଙ୍କ ଶତକ

ଢାକା,୧୪।୧୨- ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଥିବା ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦୀ ଏବେ ବିଶ୍ୱର ବିଭିନ୍ନ ଲିଗ୍‌ରେ ଖେଳୁଛନ୍ତି। ମାତ୍ର ଏହି ଅବସରରେ ସେ...

ଏସିଆରେ ପ୍ରଥମ ଭାବେ ରେକର୍ଡ କଲେ କୋହଲି

ନୂଆଦିଲ୍ଲୀ,୧୬।୧: ପଡ଼ିଆ ବାହାରେ ହେଉ ଅବା ଭିତରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଜଲଓ୍ବା ଜାରି ରହିଛି। ନିକଟରେ ପିତା ହୋଇଥିବା ବିରାଟ ଆଉ ଏକ...

ମୁମ୍ବାଇ ରାସ୍ତାରେ ବୁଲୁଛନ୍ତି ଏହି କ୍ରିକେଟର

ଭାରତୀୟ କ୍ରିକେଟ ଦଳ ଏବେ ଅଷ୍ଟ୍ରେଲିଆରେ ଟେଷ୍ଟ ମ୍ୟାଚ୍‌ ଖେଳୁଛି। ଅନ୍ୟପଟେ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଛି।...

Play 250+ Trending Games
Archives

Model This Week

Why Dharitri