Posted inଖେଳ

ଓ୍ବିଲିୟମସନଙ୍କ ଶତକ: ଶୀର୍ଷକୁ ଫେରିଲା ନ୍ୟୁଜିଲାଣ୍ଡ

ବର୍ମିଂହାମ,୨୦।୬(ପି.ଟି.)- ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ଅପରାଜିତ ଶତକ (୧୦୬ ରନ, ୧୩୮ ବଲ, ୯ ଚୌକା, ୧ ଛକା) ସହାୟତାରେ ବୁଧବାର ଅନୁଷ୍ଠିତ ବିଶ୍ୱକପ୍‌ର ୨୫ତମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୩ଟି ବଲ ବାକି ରଖି ୪ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏଥିସହ ନ୍ୟୁଜିଲାଣ୍ଡ ୫ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ଗୋଟିଏ ବିନା ଫଳାଫଳ ସହ ୯ ପଏଣ୍ଟ ହାସଲ କରି ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ହଟାଇ ତାଲିକାର ୧ ନମ୍ବର ସ୍ଥାନରେ ରହିଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ୬ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୪ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୩ ପଏଣ୍ଟ ପାଇ ପୂର୍ବପରି ଅଷ୍ଟମ ସ୍ଥାନରେ ରହିଛି। ସ୍ଥାନୀୟ ଏଜବାଷ୍ଟନ ଗ୍ରାଉଣ୍ଡରେ ଟସ୍‌ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବର୍ଷାଜନିତ ଓଦା ଗ୍ରାଉଣ୍ଡ କାରଣରୁ ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ଫଳରେ ମ୍ୟାଚ୍‌କୁ ୪୯ ଓଭରରେ ସୀମିତ ରଖାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୪୯ ଓଭରରେ ୬ ଉଇକେଟ ହରାଇ ୨୪୧ ରନ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୪୮. ୩ ଓଭରରେ ୬ଉଇକେଟ ହରାଇ ୨୪୫ ରନ କରି ବିଜୟ ହାସଲ କରିଛି। ମ୍ୟାଚ୍‌ ବିଜୟୀ ଶତକୀୟ ଇନିଂସ ପାଇଁ ଓ୍ବିଲିୟମସନ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୨୪୨ ରନ ଟାର୍ଗେଟର ପିଛା କରି ନ୍ୟୁଜିଲାଣ୍ଡ ୮୦ ରନରେ ୪ ଉଇକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଓ୍ବିଲିୟମସନ ଓ କଲିନ୍‌ ଡି ଗ୍ରାଣ୍ଡହୋମ ଦୃଢ଼ ବ୍ୟାଟିଂ କରି ସ୍ଥିତି ସମ୍ଭାଳିବା ସହ ଦଳକୁ ଜିତାଇଥିଲେ। ଓ୍ବିଲିୟମସନଙ୍କ ଶତକକୁ ବାଦ୍‌ ଦେଲେ ଗ୍ରାଣ୍ଡହୋମ ୪୭ ବଲରୁ ୫ ଚୌକା ଓ ୨ ଛକା ସହ ୬୦ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭିଜ୍ଞ ଓପନର ମାର୍ଟିନ ଗୁପ୍ଟିଲ ୩୫, ଜମ୍ମି ନିଶାମ ୨୩, ରସ ଟେଲର ୧, ଟମ୍‌ ଲାଥମ ୧, କଲିନ ମୁନରୋ ୯ ରନ କରି ଆଉଟ ହୋଇଥିବା ବେଳେ ମିଚେଲ ସାଣ୍ଟନର ୨ ରନ କରି ଅପରାଜିତ ରହିଥିଲେ। ଷଷ୍ଠ ଉଇକେଟରେ ଗ୍ରାଣ୍ଡହୋମ ଓ ଓ୍ବିଲିୟମସନ ୯୧ରନ ସଂଗ୍ରହ କରିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ କ୍ରିସ୍‌ ମୋରିସ ୩, କାଗିସୋ ରାବାଡ଼ା, ଲୁନ୍‌ଗି ଏନ୍‌ଗିଡି ଓ ଆଣ୍ଡିଲ ଫେଲୁକ୍ୱାୟୋ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା। ଦଳ ବଡ଼ ସ୍କୋର ହାସଲ କରିବାରେ ବିଫଳ ହୋଇଥିଲା। ବର୍ଷାଜନିତ ଓଦା ଗ୍ରାଉଣ୍ଡ କାରଣରୁ ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା। ଫଳରେ ମ୍ୟାଚ୍‌କୁ ୪୯ ଓଭରବିଶିଷ୍ଟ କରାଯାଇଥିଲା। ନ୍ୟୁଜିଲାଣ୍ଡ ଦ୍ରୁତ ବୋଲରମାନେ ଦମ୍‌ଦାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ। ଅଭିଜ୍ଞ ହାସିମ ଅମଲା ଓ ରାସି ଭାନେ ଡେର ଡୁସେନ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇ ନ ଥିଲା। ଇନ୍‌ଫର୍ମ ଯୁବ ଓପନର କ୍ୱିଣ୍ଟନ ଡି କକ୍‌ଙ୍କୁ ହରାଇ ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ମାତ୍ର ୫ ରନ କରିଥିବା ବେଳେ ଡିକକ୍‌ ଟ୍ରେଣ୍ଟ ବୋଲ୍ଟଙ୍କ ଶିକାର ହୋଇଥିଲେ। ଅମଲା ୮୩ଟି ବଲ୍‌ ଖେଳି ୪ ଚୌକା ସହ ୫୫ ରନ ସଂଗ୍ରହ କରିଥିଲେ। ସେହିପରି ଡୁସେନ ୬୪ଟି ବଲ୍‌ ଖେଳି ୨ ଚୌକା ଓ ୩ ଛକା ସହ ୬୭ରନର ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଫାଫ୍‌ ଡୁପ୍ଲେସି ୨୩, ଏଡେନ ମାରାକ୍ରାମ ୩୮, ଡେଭିଡ ମିଶର ୩୬ ରନ କରି ଆଉଟ ହୋଇଥିଲେ। ଆଣ୍ଡିଲ ଫେଲୁକ୍ୱାୟୋ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିବାବେଳେ କ୍ରିସ୍‌ ମୋରିସ ୬ ରନ କରି ଅପରାଜିତ ରହିଥିଲେ। ଶେଷ ୯ ଓଭରରେ ଦକ୍ଷିଣ ଆଫ୍ରିକା ୭୨ ରନ ସଂଗ୍ରହ କରିଥିଲା। ଡୁପ୍ଲେସି ୨୩ ରନ କରି ଆଉଟ ହେବା ପୂର୍ବରୁ ଦିନିକିଆରେ ୮,୦୦୦ ରନ ପୂରଣ କରିଥିଲେ। ସେ ଦ୍ୱିତୀୟ ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଦ୍ରୁତ ବୋଲର ଲୋକି ଫର୍ଗୁସନ ସର୍ବାଧିକ ୩ ଉଇକେଟ ଅକ୍ତିଆର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରେଣ୍ଟ ବୋଲ୍ଟ, କଲିନ ଡି ଗ୍ରାଣ୍ଡହୋମ ଓ ମିଚେଲ ସାଣ୍ଟନର ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ୪୯ ଓଭରରେ ୨୪୧/୬
(ଡୁସେନ- ୬୭, ଅମଲା- ୫୫, ମାରକ୍ରାମ- ୩୮, ମିଲର- ୩୬, ଫର୍ଗୁସନ- ୩/୫୯, ବୋଲ୍ଟ- ୧/ ୬୩, ଗ୍ରାଣ୍ଡହୋମ- ୧/୩୩, ସାଣ୍ଟନର- ୧/୪୫)।
ନ୍ୟୁଜିଲାଣ୍ଡ ୪୮.୩ ଓଭରରେ ୨୪୫/୬
(ଓ୍ବିଲିୟମସନ- ୧୦6*, ଗ୍ରାଣ୍ଡହୋମ- ୬୦, ଗୁପ୍ଟିଲ- ୩୫, ମୋରିସ- ୩/୪୯)।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri