ଓ୍ବାର୍କ ଫ୍ରମ୍‌ ହୋମ୍‌ ଚାକିରି ଲାଗି ଅଧିକ ଲୋକ ସର୍ଚ୍ଚ କରୁଛନ୍ତି

ନୂଆଦିଲ୍ଲୀ,୨୪।୫: କରୋନା ଯୋଗୁ ସାରା ଦେଶ ଲକ୍‌ଡାଉନ ହେବା ପରେ ବର୍ତ୍ତମାନ ଲୋକଙ୍କୁ ଘରୁ କାମ(ଓ୍ବାର୍କ ଫ୍ରମ୍‌ ହୋମ୍‌) କରିବାକୁ ପଡୁଛି। ଅସୁବିଧା ପାଇଁ ଏଭଳି କରିବାକୁ ପଡୁଥିବା ବେଳେ ଏହା ଧୀରେ ଧୀରେ ଟ୍ରେଣ୍ଡରେ ପରିବର୍ତ୍ତନ ହେବା ଭଳି ଦେଖାଗଲାଣି। ବର୍ତ୍ତମାନ ସ୍ଥିତିରେ ସୁଧାର ଆସୁ ନ ଥିବା ଯୋଗୁ ଲୋକଙ୍କୁ ଅଧିକ ସମୟ ଯାଏ ଘରୁ ହିଁ କାମ କରିବାକୁ ପଡିବ। ପ୍ରମୁଖ ଆଇଟି ସେବା ଯୋଗାଉଥିବା କମ୍ପାନୀଗୁଡିକ ଲୋକଙ୍କୁ ଘରୁ କାମ କରିବା ଲାଗି ସୁବିଧା ପ୍ରଦାନ କରିଛନ୍ତି। ଏହାଦ୍ୱାରା ବୁଝାପଡୁଛି ଯେ, ମହାମାରୀ ଲୋକଙ୍କ କାମ କରିବା ତରିକାକୁ ପରିବର୍ତ୍ତନ କରିଛି। ଏଭଳି ସ୍ଥିତିରେ ଏକ ରୋଚକ ରିପୋର୍ଟ ସାମ୍ନାକୁ ଆସିଛି। ଦୂରରେ ରହି ଅଫିସ କାମ ବା ରିମୋଟ୍‌ ଓ୍ବାର୍କ ସମ୍ପର୍କିତ ଚାକିରି ଲାଗି ଫେବୃୟାରୀରୁ ମେ ମଧ୍ୟ ସର୍ଚ୍ଚିଂ ପ୍ରାୟ ୩୭୭% ବଢିଛି। ରିମୋଟ୍‌ କାମ କରିବା ଲାଗି ଅଧିକ ପସନ୍ଦ କରୁଥିବା ଦେଖାଯାଇଛି। ଜବ୍‌ ସାଇଟ ଇଣ୍ଡିଡ୍‌ ରିପୋର୍ଟ ମୁତାବକ ସର୍ଚ୍ଚ ସମୟରେ ଲୋକମାନେ ରିମୋଟ୍‌, ଓ୍ବାର୍କଫ୍ରମ୍‌ ହୋମ୍‌ ଏଭଳି ଅନ୍ୟ ଶବ୍ଦଗୁଡିକ ବ୍ୟବହାର କରୁଥିବା ଦେଖାଯାଉଛି। ଓ୍ବାର୍କ ଫ୍ରମ୍‌ ହୋମ୍‌ ଲାଗି ନିଯୁକ୍ତିରେ ଏହି ସମୟରେ ୧୬୮% ବୃଦ୍ଧି ହୋଇଥିବା ଜଣାପଡିଛି। ଇଣ୍ଡିଡ ଇଣ୍ଡିଆ ଏମ୍‌ଡି ଶଶୀ କୁମାର କହିଛନ୍ତି ଯେ, ରିମୋଟ୍‌ କାର୍ଯ୍ୟ ଏବେ ବଢୁଥିବା ବେଳେ ଏହି ଧାରା ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଚାକିରି ଖୋଜୁଥିବା ୮୩% ଲୋକ ରିମୋଟ୍‌ ଓ୍ବାର୍କ ନୀତିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରୁଛନ୍ତି। ୫୩% କର୍ମଚାରୀଙ୍କ କହିବା କଥା ହେଲା, ଯଦି ତାଙ୍କୁ ରିମୋଟ୍‌ କାର୍ଯ୍ୟ ଲାଗି ଅନୁମତି ମିଳେ ତେବେ ବେତନରେ ହ୍ରାସ ନେଇ ମଧ୍ୟ କୌଣସି ଆପତ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri