ଓଲା ଡ୍ରାଇଭରଙ୍କୁ ଆକ୍ରମଣ, କାର, ଅଫିସ ଭଙ୍ଗାରୁଜା ଘଟଣା : ଜେଲଗଲେ ୧୫ ଅଭିଯୁକ୍ତ

ଭୁବନେଶ୍ୱର, ୫।୭(ବ୍ୟୁରୋ) : ପୋଲିସ ଉପସ୍ଥିତିରେ ଓଲା କାର୍ଯ୍ୟାଳୟରେ ଭଙ୍ଗା ରୁଜା, ଓଲା ଡ୍ରାଇଭରଙ୍କୁ ଅଟକାଇ ମାଡ ମାରିବା ସହ ଗାଡି ଭାଙ୍ଗାରୁଜା ଘଟଣାରେ ପୋଲିସ ସଂପୃକ୍ତ ୧୫ଜଣଙ୍କୁ ଗିରଫ କରିଛି। ଶହୀଦନଗର ଥାନା ପୋଲିସ ସେମାନଙ୍କୁ ଗୁରୁବାର କୋର୍ଟଚାଲାଣ କରିଥିବାବେଳେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଯାଇଛି। ସେମାନେ ହେଲେ ନୟାପଲ୍ଲୀ ଥାନା ସାଲିଆସାହିରେ ରହୁଥିବା ଚନ୍ଦ୍ର ମୋହନ ହେମ୍ବ୍ରମ(୨୯), ଦେବେନ୍ଦ୍ର ମୁର୍ମୁ (୩୨), ଯଦୁ ରଣା(୩୭), ଶିବଦତ୍ତ ଦାସ(୨୪), କେସୁରା ଅଞ୍ଚଳର ମଧୁସୂଦନ ସାହୁ(୩୮), ସିଦ୍ଧାର୍ଥ ରଥ (୨୬), ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରହୁଥିବା କବିନ୍ଦ୍ରନାଥ ଓଝା(୪୨), ସଞ୍ଜୟ ସାହୁ(୩୧), ଖଣ୍ଡଗିରି ଥାନା ଅଞ୍ଚଳର ବିଶ୍ୱନାଥ ସେଠୀ(୩୯), କମଳାକାନ୍ତ ବେହେରା(୪୩), ଗଣେଶ୍ୱର ସେଠୀ (୪୨), ଏୟାରଫିଲ୍ଡ ଥାନା ଅଞ୍ଚଳର ଦିନେଶ କୁମାର ସାହୁ(୩୨), ଶିଶିର କୁମାର ବେହେରା(୩୪), ଚନ୍ଦ୍ରଶେଖରପୁର ଅଞ୍ଚଳର ବ୍ରହ୍ମାନନ୍ଦ ଖଟୁଆ(୪୦) ଏବଂ କମଳଲୋଚନ ସାହୁ(୨୯)। ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ବିରଞ୍ଚତ୍ ପତି କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଓଲା କମ୍ପାନୀ ଠାରୁ ଲିଜ୍‌ ସୂତ୍ରରେ କାର୍‌ ନେଇ ଚଲାଉଥିବା ଡ୍ରାଇଭରମାନେ ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ସହ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ସମୟରେ କଟକ ବିଡାନାସୀ ଥାନା ଅଞ୍ଚଳର ଅଜୟ ସାସମଲ କଟକରୁ ଗାଡି ଭଡାରେ ନେଇ ଭୁବନେଶ୍ୱର ଆସିଥିଲେ। ଫେରିବା ସମୟରେ ଶହୀଦନଗର ଅଞ୍ଚଳର ଦୁଇଜଣ ମହିଳା ଯାତ୍ରୀଙ୍କୁ ନେଇ କଟକ ଫେରୁଥିଲେ। ଶହୀଦନଗର ସ୍ଥିତ ଓଲା ଅଫିସ ଦେଇ ଯାଉଥିବାବେଳେ ଧାରଣାରତ ଡ୍ରାଇଭରମାନେ ତାଙ୍କୁ ଅଟକାଇଥିଲେ। ପଥରରେଛେଚି କାର କାଚ ଭାଙ୍ଗିବା ସହ ଡ୍ରାଇଭରଙ୍କୁ ମାଡ ମାରି ରାସ୍ତାରେ ଆଣ୍ଠେଇ ଦେଇଥିଲେ। ଭୟଭୀତ ଅବସ୍ଥାରେ ଦୁଇ ମହିଳା କାର ଛାଡି ଚାଲିଯାଥିଲେ। ଖବର ପାଇ ପୋଲିସ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ର କରିଥିଲା। ମାତ୍ର ପରବର୍ତ୍ତୀ ସମୟରେ ପୋଲିସ ଉପସ୍ଥିତରେ ଧାରଣାରତ ଡ୍ରାଇଭରମାନେ ଅଫିସ ଭିତରକୁ ଧସେଇ ପଶିବା ସହ କମ୍ପ୍ୟୁଟର, ଟେବୁଲ, ଚେୟାର ଏବଂ ଅନ୍ୟାନ୍ୟ ଆସବାବପତ୍ର ଭଙ୍ଗା ରୁଜା କରିଥିଲେ। ଏ ନେଇ ଓଲା କର୍ତ୍ତୃପକ୍ଷ ଆଲୋକ କୁମାର ସେନାପତି ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ ୨୯୩/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri