ଓମ୍‌ବାବାଙ୍କ ନଁ।ରେ ଖଣ୍ଡଗିରି ଥାନାରେ ଅଭିଯୋଗ: ଗିରଫ ନ କଲେ ଅଣ୍ଡାମାଡ଼ ଧମକ ଦେଲା ଯୁବ କଂଗ୍ରେସ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ବିବାଦୀୟ ବୟାନ ଦେଇ ପୁଣି ଚର୍ଚ୍ଚାରେ ଓମ୍‌ ବାବା। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଅରୁଚିକର ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି। ବୁଧବାର କୋରାପୁଟ ଯୁବ କଂଗ୍ରେସ ପକ୍ଷରୁ ଓମ୍‌ ବାବାଙ୍କ ନାମରେ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ବାବାକୁ ତୁରନ୍ତ ଗିରଫ କରାଯାଉ ବୋଲି ଯୁବକଂଗ୍ରେସ ଦାବି କରିଛି। ନଚେତ ତାଙ୍କୁ ଅଣ୍ଡାମାଡ଼ କରାଯିବ ବୋଲି କୋରାପୁଟ ଯୁବକଂଗ୍ରେସ ସଭାପତି ଜ୍ଞାନରଞ୍ଜନ ରାଉତ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ଦୁଇଦିନ ତଳେ ଓମ୍‌ ବାବା ଓଡିଶାରେ ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ କରିବା ପାଇଁ ଗଣମାଧ୍ୟମକୁ କହିଥିଲେ। ଏଥିସହ ରାଜଭବନ ଯାଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ମନ୍ଦିର ନିର୍ମାଣ ସମ୍ପର୍କରେ ଆଲୋଚନା କରିଥିଲେ। ପୂର୍ବରୁ ବାବା ରିୟଲିଟି ଶୋ ‘ବିଗ୍‌ବସ୍‌’ରେ ଜଣେ ଯୁବତୀଙ୍କୁ ମାଡ଼ମାରି ଚର୍ଚ୍ଚାରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବବଧୂଙ୍କୁ ନିର୍ଯାତନା ମାମଲା: ତିର୍ତ୍ତୋଲ ପୋଲିସ ବିରୋଧରେ ଏସ୍‌ପିଙ୍କୁ ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୧୨ା୩: ତିର୍ତ୍ତୋଲ ଥାନା ଅଧୀନ ଦୋନ୍ଦୁଅ ଗ୍ରାମର ଜଣେ ନବ ବିବାହିତାଙ୍କୁ ତାଙ୍କ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ନିର୍ଯାତନା ଦେଇଥିବା...

ଆରମ୍ଭ ହେଲା ଇ-ବସ୍‌ ‘ଡେମୋ ରନ୍‌’

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ଭୁବନେଶ୍ୱରରେ ଶନିବାରଠାରୁ ଇ-ବସ୍‌ର ଡେମୋ ରନ୍‌ ଆରମ୍ଭ ହୋଇଛି। କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ ଲିମିଟେଡ୍‌ (କ୍ରୁଟ) ଏହି ବସ୍‌ ସେବା ଯୋଗାଇବାକୁ...

ପୃଥ୍ବୀ-୨ର ରାତ୍ରିକାଳୀନ ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ, ୩।୧୨-ବାଲେଶ୍ୱର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼୍‌ରୁ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ରଖୁଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ରର...

ମଧ୍ୟରାତ୍ରିରେ ଉତ୍ସବ, ଜନ୍ମନେଲେ ଯିଶୁ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଖ୍ରୀଷ୍ଟ୍ରିୟାନ ଧର୍ମାବଲମ୍ବୀଙ୍କ ବଡ଼ପର୍ବ ଖ୍ରୀଷ୍ଟମାସ ପାଳନ ପାଇଁ ଉତ୍ସବମୁଖର ହୋଇ ଉଠିଛି ରାଜଧାନୀ। ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିବସକୁ ପାଳନ କରିବା ଓ ତାଙ୍କ ଜନ୍ମମୁହୂର୍ତ୍ତରେ ଉତ୍ସବ ମନାଇବାକୁ...

ଖୁବ୍‌ଶୀଘ୍ର ଯୁକ୍ତ ୨ ନାମଲେଖା ପାଇଁ ବିଜ୍ଞପ୍ତି: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨।୮(ବ୍ୟୁରୋ)- ରାଜ୍ୟରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇସାରିଛି। ତେଣୁ ଯୁକ୍ତ୨ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦିନେ ଦୁଇଦିନ ଭିତରେ ଯୁକ୍ତ୨ ନାମଲେଖା...

‘ଖବରକାଗଜ ବିତରକଙ୍କୁ ବୀମାଭୁକ୍ତ କରାଯାଉ’

ପୁରୀ ଅଫିସ,୭ା୫ : ଲକ୍‌ଡାଉନ ପରିପ୍ରେକ୍ଷୀରେ କୌଣସି ସରକାରୀ ସହଯୋଗ ପାଇ ନ ଥିବାରୁ ପୁରୀ ଖବରକାଗଜ ବିତରକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏକ ପ୍ରେସ୍‌...

ନୟାଗଡ଼ର ୪ ବିଧାନସଭାରେ ବିଜେଡି ଆଗୁଆ

ନୟାଗଡ ଅଫିସ,୨୩ା୫- ନୟାଗଡ଼ ଜିଲାର ୪ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀମାନେ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ଅଛନ୍ତି। ୧୦ ରାଉଣ୍ଡ ଗଣତି ପରେ ନୟାଗଡ଼ ନିର୍ବାଚନମଣ୍ଡଳୀରେ ବିଜେଡି...

ସୋସିଆଲ ମିଡିଆରେ ଭିଡିଓ ଛାଡ଼ି ମୁହଁ ଖୋଲିଲେ ପପୁ : ମୋ’ ଚିନ୍ତାଧାରାର ନୁହେଁ ଏହି ପୋଷ୍ଟର

ଭୁବନେଶ୍ୱର,୧୮।୮(ବ୍ୟୁରୋ) : ଚଳଚ୍ଚିତ୍ର ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ବିବାଦ ଘେରକୁ ଆସିଥିବା ଅଭିନେତା ପପୁ ପମ୍‌ପମ୍‌ ରବିବାର ମୁହଁ ଖୋଲିଛନ୍ତି। ଉକ୍ତ ପୋଷ୍ଟରଟି ମୋ’...

Coronavirus Update


Archives

Model This Week

Why Dharitri