ଓଭରବ୍ରିଜ୍‌ ମରାମତି ଦାବି ତେଜିଲା, ସିଭିଲ୍‌ ସୋସାଇଟିର ଗଣଧାରଣା

ବାଲେଶ୍ୱର ଅଫିସ, ୭।୯-ବାଲେଶ୍ୱର ଫକୀରମୋହନ ଗୋଲେଇସ୍ଥିତ ଓଭରବ୍ରିଜ୍‌ର ସୁରକ୍ଷା ଓ ମରାମତି ଦାବିରେ ରେଳଷ୍ଟେଶନ ନିକଟସ୍ଥ ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ସିଭିଲ ସୋସାଇଟି ପକ୍ଷରୁ ଗଣଧାରଣା ଦିଆଯାଇଥିଲା। ଏଥିରେ ସୋସାଇଟି ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଆବଶ୍ୟକ ମରାମତି ଅଭାବରୁ ଓଭରବ୍ରିଜ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାର ତୁରନ୍ତ ମରାମତି କରାଯିବାକୁ ସମ୍ପାଦକ ମନୋଜ ନାୟକ ଦାବି କରିଥିଲେ। ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜିବ କୁମାର ମହାନ୍ତି ପହଞ୍ଚି ଧାରଣାକାରୀଙ୍କ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ଓଭରବ୍ରିଜ୍‌ର ମରାମତି ପାଇଁ ଦିଲ୍ଲୀସ୍ଥିତ ହାର୍‌କୁଲେସ୍‌ ଷ୍ଟ୍ରକ୍ଚରାଲ୍‌ ସିଷ୍ଟମ୍‌ ପ୍ରା.ଲି.ର ଅଟକଳକୁ ଗ୍ରହଣ କରି ବିଭାଗୀୟ ମୁଖ୍ୟଯନ୍ତ୍ରୀ ଗତ ୩୧ତାରିଖରେ ଏ ବାବଦରେ ୪କୋଟି ୯୩ଲକ୍ଷ ୨୫ହଜାର ୭ଶହ ୪୨ଟଙ୍କା ମଞ୍ଜୁର କରିଛନ୍ତି। ଏ ସମ୍ପର୍କରେ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ପୋଲର ମରାମତି କାର୍ଯ୍ୟାରମ୍ଭ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବାକୁ ଜିଲାପାଳଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ବୋଲି ଯନ୍ତ୍ରୀ ମହାନ୍ତି ସୂଚନା ଦେଇଥିଲେ। ଆଲୋଚନାକୁ ଭିତ୍ତି କରି ସିଭିଲ୍‌ ସୋସାଇଟି ତରଫରୁ ଚାଲିଥିବା ଗଣଧାରଣାକୁ ଅପରାହ୍ନରେ ପ୍ରତ୍ୟାହାର କରାଯାଇଥିଲା।
ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟାରମ୍ଭ ନ ହେଲେ ସିଭିଲ୍‌ ସୋସାଇଟି ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସୋସାଇଟି ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଗଣଧାରଣାରେ ବରିଷ୍ଠ ନାଗରିକ ମଞ୍ଚର ଜିଲା ସମ୍ପାଦକ ଲକ୍ଷ୍ମୀଧର ବେହେରାଙ୍କ ସମେତ ବିଭିନ୍ନ ସାମାଜିକ ଓ ଗଣସଙ୍ଗଠନ ତରଫରୁ ଚିତ୍ତରଞ୍ଜନ ସାହୁ, ଧୀରେନ୍ଦ୍ର ନାରାୟଣ ଦାସ, ଗୌରାଙ୍ଗ ପାଣିଗ୍ରାହୀ, ବସନ୍ତ ସ, ଶଶାଙ୍କ ଶେଖର ଦତ୍ତ, କବି ଶ୍ରୀଦେବ, ସାହିରୁଲ୍‌ ହକ୍‌, ନିରଞ୍ଜନ ପରିଡ଼ା, ନିରଞ୍ଜନ କୁମାର ଦାସ, ସୁଦର୍ଶନ ଦାସ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିରାଡ଼ମ୍ବରରେ ପ୍ରତିଷ୍ଠା ଦିବସ ପାଳିବ ବିଡିଏ: ଉଦ୍‌ଘାଟନ ପାଇଁ କୌଣସି ପ୍ରକଳ୍ପ ନାହିଁ

ଭୁବନେଶ୍ୱର,୧ା୯(ବ୍ୟୁରୋ):ଲୋକଙ୍କ ଉନ୍ନତ ଜୀବନଶୈଳୀକୁ ଦୃଷ୍ଟିରେ ରଖି ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ କରିବା ସହ ସବୁଜିମାକୁ ବଜାୟ ରଖିବା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ। ଭୁବନେଶ୍ୱର ଉନ୍ନୟନ...

ଅର୍ଚ୍ଚନାଙ୍କୁ ଆଉ ୨ ଦିନ ରିମାଣ୍ଡରେ ନେବାକୁ ଆବେଦନ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ବେଆଇନ ଅର୍ଥ କାରବାର ମାମଲାରେ ଅର୍ଚ୍ଚନା ନାଗଙ୍କୁ ଇଡି ତଦନ୍ତରେ ଆଣି ପଚରାଉଚରା ଚଳାଇଛି। ଏହାରି ମଧ୍ୟରେ ରବିବାର ଅର୍ଚ୍ଚନାଙ୍କ ୬ ଦିନିଆ ରିମାଣ୍ଡ...

ରାଜ୍ୟରେ ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୩।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୩ ଜଣ ପିଲା ଅଛନ୍ତି। ସେହିପରି...

ଜବତ ହେଲା ୫୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର

ବାଲେଶ୍ୱର ଅଫିସ ୧।୧୦: ବାଲେଶ୍ୱର ଜିଲା ଜଳେଶ୍ବର ରାଜପୁର ଗ୍ରାମରୁ ଗୁରୁବାର ରାତିରେ ଅବକାରୀ ବିଭାଗ ଚଢାଉ କରି ୨୪୦ ଗ୍ରାମ ଧଳା ଜହର(ବ୍ରାଉନ ସୁଗାର)...

‘ଗାଁ ନାଟକରୁ ମିଳିଥିଲା ପ୍ରେରଣା’

ସିମୁଳିଆ, ୩।୩(ସନ୍ତୋଷ କୁମାର ନାୟକ)-କଲମ ମୁନରେ ସମାଜରେ ସଂସ୍କାର ଆଣିହେବ। ଏନେଇ ଅହରହ ପ୍ରୟାସ ଜାରି ରଖିଛନ୍ତି ନାଟ୍ୟକାର ନବଘନ ରାଉଳ। ଜଣେ ବାସ୍ତବବାଦୀ ଲେଖକ...

କୋଚିଂ ସେଣ୍ଟରରେ ଅଗ୍ନିଶମ ବିଭାଗର ଚଢ଼ାଉ

ବାଲେଶ୍ୱର ଅଫିସ,୧।୬: ବାଲେଶ୍ୱର ସହରରେ ଥିବା ବିଭିନ୍ନ କୋଚିଂ ସେଣ୍ଟରରେ ଶନିବାର ପୂର୍ବାହ୍ନରେ ଫାୟାର ସେଫ୍ଟି ଯାଞ୍ଚ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।...

ଖୁବ୍‌ଶୀଘ୍ର ଆସିବ ପେଟ୍‌ ଆନିମଲ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୨୪।୨ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଖୁବ୍‌ଶୀଘ୍ର ପେଟ୍‌ ଆନିମଲ ଗାଇଡ୍‌ଲାଇନ ଆଣିବାକୁ ଯାଉଛି। ଏନେଇ ଡ୍ରାଫ୍ଟ ପ୍ରସ୍ତୁତ ସରିଥିବାବେଳେ ମାର୍ଚ୍ଚ ପ୍ରଥମ ସପ୍ତାହରେ...

ପୌରାଞ୍ଚଳ ନିର୍ବାଚନ ପାଇଁ ବଢିଲା ନିର୍ବାଚନୀ ଖର୍ଚ୍ଚ: ଜାଣନ୍ତୁ କେତେ ପର୍ଯ୍ୟନ୍ତ କରିପାରିବେ

ଭୁବନେଶ୍ୱର,୮।୨(ବ୍ୟୁରୋ): ପୌରାଞ୍ଚଳ ନିର୍ବାଚନ ପାଇଁ ନିର୍ବାଚନୀ ଖର୍ଚ୍ଚ ବଢ଼ିଛି। ଏନ୍‌ଏସି ମ୍ୟୁନିସିପାଲିଟି ଏବଂ ମ୍ୟୁନିସିପାଲ କର୍ପୋରେଶନ  ନିର୍ବାଚନୀ ଖର୍ଚ୍ଚ ବଢ଼ିଥିବା ବେଳେ ରାଜ୍ୟ ନିର୍ବାଚନ ଆୟୋଗ...

Advertisement
Archives

Model This Week