‘ଓଡ଼ିଶା ସ୍କିଲ୍‌ସ-୨୦୨୦’ ଉଦ୍‌ଘାଟିତ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଦକ୍ଷତା ପ୍ରତିଯୋଗିତା ଓଡ଼ିଶା ସ୍କିଲ୍‌ସ-୨୦୨୦ର ଦ୍ୱିତୀୟ ସଂସ୍କରଣ ଶୁକ୍ରବାର କୃଷି ଭବନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ସଞ୍ଜୟ କୁମାର ସିଂ ଯୋଗଦେଇ କହିଥିଲେ, ଗତଥର ଆମର ଲକ୍ଷ୍ୟ ଥିଲା ୧-୨-୩। ଏଥର ବିଶ୍ୱ ଦକ୍ଷତା ପ୍ରତିଯୋଗିତା ପାଇଁ ୨-୪-୬ ଲକ୍ଷ୍ୟ ରଖିଛୁ ଅର୍ଥାତ୍‌ ୨ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୬ ବ୍ରୋଞ୍ଜ ପଦକ। ଏଥିପାଇଁ ବିଭାଗ ଆନ୍ତରିକତାର ସହ ଉଦ୍ୟମ ଜାରି ରଖିଛି। ଆଜି ଆମର ପିଲା ବାହାରେ ଯାଇ ଖୁବ୍‌ ଦକ୍ଷତାର ସହ କାର୍ଯ୍ୟ କରୁଛନ୍ତି। ଏହା ଆମ ପାଇଁ ନିଶ୍ଚିତ ଭାବେ ଗର୍ବ ଓ ଗୌରବର ବିଷୟ ବୋଲି ସିଂ କହିଛନ୍ତି। ଟାଟା ଏରୋସ୍ପେସ୍‌ ଆଣ୍ଡ୍‌ ଡିଫେନ୍ସର ହେଡ୍‌ ଏରୋଷ୍ଟ୍ରକ୍‌ଚର୍‌ ଆଣ୍ଡ୍‌ ଏରୋ-ଇଂଜିନସ୍‌ ମାସୁଦ୍‌ ହୁସେନୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ, ଆମ ସହ ଓଡ଼ିଶାର ପିଲାମାନେ କାର୍ଯ୍ୟ କରୁଛନ୍ତି। ସେମାନେ ଖୁବ୍‌ଶୀଘ୍ର କୁଶଳୀ ହୋଇପାରୁଛନ୍ତି। ଆମେ ଲକ୍ଷ୍ୟ ରଖିବା ଉଚିତ୍‌ ଯେ, ଆମେ ଯାହା କରିବା ଓ କରିପାରିବା ତାହା ଦୁନିଆର ସବୁଠୁ ଭଲ ଉତ୍ପାଦ ହେବ। ଆମକୁ ଆଗକୁ ଯିବାକୁ ହେଲେ ଦକ୍ଷ ହେବାକୁ ପଡ଼ିବ ଓ ନିଜର ଦକ୍ଷତାର ବିକାଶ କରିବାକୁ ପଡ଼ିବ। କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଯୋଗଦେଇ କହିଥିଲେ, ଆଜି ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଏକ ପରିଚିତ ରାଜ୍ୟ। ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସହଯୋଗୀମାନଙ୍କ ଉପରେ ମୋର ସମ୍ପୂର୍ଣ୍ଣ ଓ ଅତୁଟ ଭରସା ରହିଛି। ସେମାନେ ନିଜର ଉଦ୍‌ଯୋଗରେ ନିଶ୍ଚିତ ସଫଳ ହେବେ। ଦକ୍ଷତା ବିକାଶ କ୍ଷେତ୍ରରେ ରାଜ୍ୟକୁ ଆଗେଇନେବେ। ଓଡ଼ିଶା ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଯୋଗଦେଇ କହିଥିଲେ, ଓଡ଼ିଶା ଗତବର୍ଷ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଏବେ ଆମେ ପ୍ରଥମ ସ୍ଥାନ ଦଖଲ କରିବା ପାଇଁ ଲକ୍ଷ୍ୟ ରଖିଛୁ। ଏହି ଅବସରରେ ପଞ୍ଚାୟତିରାଜ ବିଭାଗ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ୍‌ ଓ ଓଡ଼ିଶା ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର ରଶ୍ମିତା ପଣ୍ଡା ଉପସ୍ଥିତ ରହି ଦକ୍ଷତା ବିକାଶ କ୍ଷେତ୍ରରେ ସରକାରଙ୍କ ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଶେଷରେ ବିଭାଗୀୟ ଯୁଗ୍ମ ସଚିବ ଅଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଜଟଣୀ ଆଇଟିଆଇ ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ସି.ଭି ରମଣ ଇଞ୍ଜିନିୟରିଂ କଲେଜ ଛାତ୍ରୀଛାତ୍ରମାନେ ନୁକଡ୍‌ ଅଭିନୟ ପ୍ରଦର୍ଶନ କରିଥିଲେ। ଭୁବନେଶ୍ୱର ଆଇଟିଆଇ ଛାତ୍ରୀଛାତ୍ରମାନେ ଲୋକନୃତ୍ୟ ପ୍ରଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ୨୦୧୮ ଓଡ଼ିଶା ସ୍କିଲସ୍‌ ଉପରେ ଏକ ଭିଡିଓ ‘ସ୍ବର୍ଣ୍ଣିମ ଯାତ୍ରା’ ପ୍ରଦର୍ଶିତ ହୋଇଥିଲା।
ଏପ୍ରିଲ ୨୮ରୁ ୩୦ ମଧ୍ୟରେ ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଯୁବକମାନଙ୍କ ମଧ୍ୟରେ ଅହେତୁକ ଆଗ୍ରହ ପରିଲକ୍ଷିତ ହୋଇଛି। ୧୫ ହଜାର ଛାତ୍ର ଏହି ପ୍ରତିଯୋଗିତା ପାଇଁ ପଞ୍ଜୀକରଣ କରିଛନ୍ତି। ଏଥିରେ ୬ ସେକ୍ଟରରେ ୪୬ ଦକ୍ଷତା ଉପରେ ପ୍ରତିଯୋଗିତା ହେବ। ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନେ ପରବର୍ତ୍ତୀ ସମୟରେ ଜାତୀୟ ସ୍ତରରେ ଇଣ୍ଡିଆ ସ୍କିଲ୍‌ସରେ ଯୋଗଦେବେ। ଏଥିରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନେ ୨୦୨୧ରେ ସାଂଘାଇଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଦକ୍ଷତା କାର୍ଯ୍ୟକ୍ରମରେ ଯୋଗଦେବେ। ୨୦୨୧ ସାଂଘାଇ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ପାଇଁ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ୨-୪-୬ ଲକ୍ଷ୍ୟ ରଖିଛନ୍ତି। ଏ ଦିଗରେ ପ୍ରଥମ ପଦକ୍ଷେପ ସ୍ବରୂପ ୮ରେ ପ୍ରଥମ ଭାଗ ପ୍ରତିଯୋଗିତା ଆରମ୍ଭ ହେବ। ଏଥିରେ ରାଜ୍ୟର ୩୦ ଜିଲାରୁ ୨୩ ଦକ୍ଷତା ଉପରେ ସଂକ୍ଷିପ୍ତ ଭାବେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri