ଓଡ଼ିଶା ସବୁଜ ପର୍ଯ୍ୟଟନର ଗନ୍ତାଘର

ପର୍ଯ୍ୟଟନ ନିର୍ଦ୍ଦିଷ୍ଟ ସ୍ଥାନର ପରିଚୟଠାରୁ ଆଗକୁ ଗଲାଣି। ଅନ୍ତର୍ଜାତୀୟ ଚାହିଦା ପୂରଣ ସକାଶେ ଘରୋଇ ଓ ସରକାରୀ ସ୍ତରରେ ବିଭିନ୍ନ ପ୍ରକାର ଉଦ୍ୟମ ହେଉଛି। ପ୍ରକୃତିକୁ କୌଣସି କ୍ଷତି ନ ପହଞ୍ଚାଇ ଉନ୍ନତି ଦିଗରେ ଅଗ୍ରସର ହେବାକୁ କୁହାଯାଉଛି ‘ନିରନ୍ତର ବିକାଶ’। ଚଳିତବର୍ଷର ବିଶ୍ୱ ପର୍ଯ୍ୟଟନ ଦିବସର ଥିମ୍‌ ରହିଛି-‘ପର୍ଯ୍ୟଟନ ଓ ସବୁଜ ପୁଞ୍ଜିବିନିଯୋଗ’। ଏବେ ପର୍ଯ୍ୟଟନ ଶିଳ୍ପ ନିର୍ଦ୍ଦିଷ୍ଟ ଭୂଖଣ୍ଡର ଆର୍ଥିକ ଦିଗକୁ ସମୃଦ୍ଧ କରିବାରେ ଲାଗିଛି। ଏହା ଯୁବପିଢ଼ିଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କଲାଣିି। ଓଡ଼ିଶା ପର୍ଯ୍ୟଟନର ‘ବେଷ୍ଟ କେପ୍ଟ ସିକ୍ରେଟ’କୁ ଦେଖି ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକମାନେ ଏହି ରାଇଜ ପ୍ରତି ହେଉଛନ୍ତି ଆକର୍ଷିତ। ଚଳିତବର୍ଷ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ୪୪ ଲକ୍ଷ ବାହାର ପର୍ଯ୍ୟଟକଙ୍କ ଓଡ଼ିଶାରେ ପଦଚିହ୍ନ ଛାଡ଼ିଯିବା ନିଶ୍ଚିତ ଭାବେ ରାଜ୍ୟ ପର୍ଯ୍ୟଟନ ପାଇଁ ଏକ ସୁବାର୍ତ୍ତା ଦେଇଛି।
ଉପସ୍ଥାପନା : ଶର୍ମିଷ୍ଠା ପାଣିଗ୍ରାହୀ

ଓଡ଼ିଶାର ପର୍ଯ୍ୟଟନ ସ୍ଥାନଗୁଡ଼ିକ ଦିନକୁ ଦିନ ଅଧିକ ମାତ୍ରାରେ ଏକ୍ସପ୍ଲୋର ହେବାକୁ ଲାଗିଲାଣି। ଏଥିରେ କେବଳ ପର୍ଯ୍ୟଟନ ବିଭାଗ ନୁହେଁ, ଯୁବପିଢ଼ିଙ୍କର ଏକ ମୁଖ୍ୟ ଭୂମିକା ରହିଛି। ସାମାଜିକ ଗଣମାଧ୍ୟମ ଜରିଆରେ ଓଡ଼ିଶାର ସୁନ୍ଦରତାକୁ ନିଜେ ଉପଭୋଗ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନକୁ ବୁଲିଯିବା ପାଇଁ ଖୋରାକ ଯୋଗାଉଛନ୍ତି। ବିଶେଷକରି ଇନ୍‌ଷ୍ଟାଗ୍ରାମ ଓ ୟୁଟ୍ୟୁବ ସଟର୍‌ସ ମାଧ୍ୟମରେ ସୁନ୍ଦର ସୁନ୍ଦର ଭିଡିଓ, ଫଟୋ ଉତ୍ତୋଳନ କରି ଅପଲୋଡ୍‌ କରୁଛନ୍ତି। ଯୁବପିଢ଼ିଙ୍କ ପାଇଁ ଏହା ଏବେ ଏକ ନିଶା ପାଲଟିଛି। ଏଥିରେ ଅନେକେ ଏବେ ସାମିଲ ହୋଇ ଓଡ଼ିଶାକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଚେଷ୍ଟା କରୁଛନ୍ତି। ସୋସିଆଲ ମିଡିଆରେ ଭଲ ଫଲୋୟର୍ସ ସହ ବିଭାଗ ସାହାଯ୍ୟରେ ମଧ୍ୟ ନିଜ ପାଇଁ ରୋଜଗାରର ଏକ ମାଧ୍ୟମ ସୃଷ୍ଟି କରିପାରିଛନ୍ତି। ଏ ନେଇ ସେମାନେ କୁହନ୍ତି-

ଓଡ଼ିଶାକୁ ବିଶ୍ୱସ୍ତରରେ ପହଞ୍ଚାଇବାର ପ୍ରୟାସ
‘ଚଲୋ ଓଡ଼ିଶା’ ଆରମ୍ଭ ହୋଇଥିଲା ୨୦୧୫ରୁ। ମୁଁ ଓ ମୋର ସାଙ୍ଗ ସୁରଜ ବଳ ମିଶି ଏହାକୁ ଆରମ୍ଭ କରିଥିଲୁ। ମାତ୍ର ଏହା ମଝିରେ ବନ୍ଦ ହୋଇଯାଇଥିଲା। କୋଭିଡ ସମୟରେ ଏହା ପୁଣି ଥରେ ଆରମ୍ଭ ହେଲା। ଘରେ ବସି ରହିଥିବା ଲୋକଙ୍କୁ ଆମେ ଓଡ଼ିଶାର ଭର୍ଚୁଆଲ ଟୁର୍‌ କରାଇଥିଲୁ। ଆମର ଟାର୍ଗେଟ୍‌ ଓଡ଼ିଶାକୁ କିଭଳି ବିଶ୍ୱସ୍ତରରେ ପହଞ୍ଚାଇପାରିବୁ। ଏପରିକି ଅନେକଙ୍କଠାରେ ପହଞ୍ଚତ୍ପାରି ନ ଥିବା ସ୍ଥାନ, ଖାଦ୍ୟ, ସଂସ୍କୃତି, ପରମ୍ପରା ସବୁକିଛି ମାଧ୍ୟମରେ। ଓଡ଼ିଶା ରଥଯାତ୍ରାକୁ ଯେମିତି ସମସ୍ତେ ଜାଣୁଛନ୍ତି ସେମିତି ସବୁକିଛିକୁ ବାହାରେ ପହଞ୍ଚାଇବାର ଲକ୍ଷ୍ୟ ରହିଛି। ବିଭାଗ ମଧ୍ୟ ଆମକୁ ଅନେକ ସାହାଯ୍ୟ କରୁଛି।
– ବିକ୍ରମ କିଶୋର ବେହେରା, ଟ୍ରାଭେଲ ବ୍ଲଗର୍‌

ଭଲ ରେସପନ୍ସ ମିଳୁଛି
ପ୍ରାୟ ୨ବର୍ଷ ହେବ ମୁଁ ଏହା ଆରମ୍ଭ କଲିଣି। ଦେଢ଼ ବର୍ଷ ହେବ ପ୍ରପର୍ଲିି ଇନ୍‌ଷ୍ଟାଗ୍ରାମରେ ଭିଡିଓ ଅପଲୋଡ୍‌ କରୁଛି। ଆଉ ଏବେ ଏହା ମୋର ପ୍ୟାଶନ୍‌, ପ୍ରଫେଶନ୍‌ ସବୁକିଛି ପାଲଟିଯାଇଛି। ଭୁବନେଶ୍ୱର, କଟକ, ପୁରୀ ସହିତ ଆହୁରି ଅନେକ ସ୍ଥାନ ଅଛି, ଯାହାକୁ ସମସ୍ତେ ବୁଲିବା ଆବଶ୍ୟକ। କୁହାଯାଏ ଓଡ଼ିଶା ଇଣ୍ଡିଆର ‘ବେଷ୍ଟ କେପ୍ଟ ସିକ୍ରେଟ୍‌’। ତାହା ମୁଁ ମୋ ଭିଡିଓ ମାଧ୍ୟମରେ ଦେଖାଇବାକୁ ଚାହିଁଥାଏ। ମୁଁ କେବଳ ଓଡ଼ିଶା ଉପରେ ହିଁ ଫୋକସ୍‌ କରୁଛି। ଏହାଛଡ଼ା ବି ବାହାରୁ ଭଲ ରେସପନ୍ସ ମିଳୁଛି। ଏଥିରୁ ଇନକମ୍‌ ବି କରି ହେଉଛି। ସରକାରୀ ଓ ବେସରକାରୀ ଉଭୟ ସ୍ତରରେ।
– ଅନିମେଶ ପ୍ରଧାନ, ଟ୍ରାଭେଲ ବ୍ଲଗର୍‌

ସମସ୍ତଙ୍କ ଉଦ୍ୟମ ଲୋଡ଼ା
ବିଶ୍ୱ ପର୍ଯ୍ୟଟନ ଦିବସର ଶୁଭେଚ୍ଛା ଜଣାଇ ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି କହିଛନ୍ତି, ଏହି ଦିବସ ଉପଲକ୍ଷେ ସକାଳ ୬ରୁ ସାଣ୍ଡି ଟାୱାର୍ସ ପାଖରୁ କଟକ ଯାଏ ଏକ ବାଇକ୍‌ ରାଲି କରାଯିବ। ଏହା ‘ପର୍ଯ୍ୟଟନ ଓ ସବୁଜ ପୁଞ୍ଜିବିନିଯୋଗ’ର ମୂଳ ଲକ୍ଷ୍ୟର ବାର୍ତ୍ତା ବାଣ୍ଟିବ। ଉଚ୍ଚକୋଟୀର ଆତିଥେୟତା ସହ ସମସ୍ତଙ୍କ ଉଦ୍ୟମରେ ଆମ ପର୍ଯ୍ୟଟନକୁ ସବୁଜ ସୁନ୍ଦର କରିବାକୁ ଆମେ ଚେଷ୍ଟା କରିବୁ।
– ଲେନିନ ମହାନ୍ତି, ଓଟିଡିସି ଅଧ୍ୟକ୍ଷ

 

ଆମ ପର୍ଯ୍ୟଟନ ଏବେ ଟ୍ରାକ୍‌କୁ ଆସିଲାଣି
ମୁଁ ଏନ୍‌ଆଇଟି ରାଉରକେଲାରେ ବିଟେକ୍‌ ପଢ଼ିବା ସମୟରୁ ହିଁ ଭିଡିଓ ବନାଇବା ଆରମ୍ଭ କରିଦେଇଥିଲି। ଆଜିକୁ ୮ରୁ ୯ବର୍ଷ ହେବ ଏହା ମୋର ଏକ ହବି ହୋଇ ରହିଛି। ଓଡ଼ିଶା ସହ ଭାରତରେ ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇ ମୁଁ ଭିଡିଓ କରେ। ଗୋଟେ ସସ୍‌ଟେନେବଲ୍‌ ଟୁରିଜମ୍‌ ପାଇଁ ମୋ ଆଡ଼ୁ ଚେଷ୍ଟା ଜାରି ରହିଛି। ପର୍ଯ୍ୟଟନ ଉପରେ ମୁଁ ଆଗକୁ ଏକ ଉଦ୍ୟୋଗ ମଧ୍ୟ ଆରମ୍ଭ କରିବାକୁ ଯୋଜନା କରୁଛି। ପର୍ଯ୍ୟଟକମାନେ କିଭଳି ପ୍ରକୃତି କୋଳରେ ରହି ସୁନ୍ଦରତାକୁ ଉପଭୋଗ କରିପାରିବେ, ତାହା ଉପରେ ପ୍ରାଧାନ୍ୟ ଦେବି। ଭିଡିଓ ହେବା ଦ୍ୱାରା ଗୋଟେ ଗୋଟେ ସ୍ଥାନ ଖୁବ୍‌ ଭାଇରାଲ୍‌ ହେଉଛି, ଯାହାକୁ ସମସ୍ତେ ବୁଲି ଯାଉଛନ୍ତି। ଆଗ ଅପେକ୍ଷା ଏବେ ପର୍ଯ୍ୟଟନ ବିଭାଗ ଅଧିକ ଆଗ୍ରହ ଦେଖାଉଛି। ଆମ ଟୁରିଜିମ୍‌ ଏବେ ତା’ର ଟ୍ରାକ୍‌କୁ ଆସୁଛି।
– ଆଦିତ୍ୟ ପ୍ରକାଶ ସାହୁ, ଟ୍ରାଭେଲ ବ୍ଲଗର୍‌

ଅକ୍ଟୋବରରୁ ଇକୋ ରିଟ୍ରିଟ୍‌
ପର୍ଯ୍ୟଟନ ଋତୁକୁ ଏକ ଭିନ୍ନ ମୋଡ଼ ଦେଇଛି ଇକୋ ରିଟ୍ରିଟ୍‌। ମଉଜ, ମସ୍ତି ସହ ପର୍ଯ୍ୟଟକମାନେ ଉପଭୋଗ କରନ୍ତି ପ୍ରକୃତିକୁ। ପ୍ରକୃତି କୋଳରେ ସମୟ ବିତାଇ ସାଉଁଟିଥାନ୍ତି ବିଭିନ୍ନ ପ୍ରକାରର ଅଭିଜ୍ଞତା। ଚଳିତବର୍ଷ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ୍‌ର ୩ମାସିଆ ଯାତ୍ରା। ଏଥର ମଧ୍ୟ ୭ ସ୍ଥାନ କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ, ସୁନାପୁର ଓ ପୁଟସିଲ୍‌ରେ ଇକୋ ରିଟ୍ରିଟ୍‌ ଅନୁଷ୍ଠିତ ହେବ। ଜଙ୍ଗଲ, ମନ୍ଦିର, ଖାଦ୍ୟ, ବେଳାଭୂମିକୁ ମନ ଭରି ଉପଭୋଗ କରିବେ। ସେପ୍ଟେମ୍ବର ୧୫ରୁ ଏ ନେଇ ବୁକିଂ ମଧ୍ୟ ଆରମ୍ଭ ହୋଇଛି। ଏଥର ସମାନ ସମୟରେ ଇକୋ ରିଟ୍ରିଟ୍‌ ନ ହୋଇ ଭିନ୍ନ ଭିନ୍ନ ସମୟରେ ସ୍ଥାନଗୁଡିକରେ ଏହା ହେବ। ପ୍ରଥମ ପର୍ଯ୍ୟାୟରେ ସାତକୋଶିଆ, ଦାରିଙ୍ଗବାଡ଼ି, ହୀରାକୁଦ, ପୁଟସିଲ୍‌ରେ ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ବେଳେ କୋଣାର୍କ, ଭିତରକନିକା ଓ ସୁନାପୁରରେ ଜାନୁୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏହା ଚାଲିବ। ଆବଶ୍ୟକସ୍ଥଳେ ସମୟସୀମା ବୃଦ୍ଧି ହେବାର ମଧ୍ୟ ସୂଚନା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜନୈତିକ ହିଂସାକୁ ନେଇ ବୁଲିଲା ଖଣ୍ଡା: ସମିତିସଭ୍ୟଙ୍କୁ ଘରୁ ଘୋଷାଡି ଆଣି ଗାଁ ଦାଣ୍ଡରେ ହାଣିଲେ…

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଘଳା ପଞ୍ଚାୟତର କୁଷପୁର ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଅଶାନ୍ତ ହୋଇପଡିଛି । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ…

୧୦୦ ବର୍ଷ ପରେ କୁମ୍ଭ ରାଶିରେ ସୃଷ୍ଟି ହେଲା ‘ଅଦ୍ଭୁତ ଯୋଗ’: ଏହି ୩ ରାଶିଙ୍କର ଅଚାନକ ଘଟିବ…

୬ ଫେବୃଆରୀ, ୨୦୨୬ ଠାରୁ, ସୁଖ, ସମୃଦ୍ଧି ଏବଂ ପ୍ରେମର ଗ୍ରହ ଶୁକ୍ର, ତାଙ୍କ ବନ୍ଧୁ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ, ଏହା ତାଙ୍କ…

ଆଉ U19 ବିଶ୍ୱକପରେ ଖେଳିପାରିବେ ନାହିଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୭।୨: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ର ୧୯ ବର୍ଷରୁ କମ ବିଶ୍ୱକପରେ ଇତିହାସ ରଚିଥିଲେ। ଫାଇନାଲରେ ୮୦ ବଲ ରୁ ୧୭୫ ରନ କରି ଭାରତକୁ…

ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ,୭।୨: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ ଭାରତ ଏବଂ ଆମେରିକା ମାର୍ଚ୍ଚ ମାସରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ…

ଟାରିଫ୍‌ ହ୍ରାସ ଦ୍ୱାରା ଉଭୟ ଦେଶ କ’ଣ ଫାଇଦା ପାଇବେ? ବୁଝନ୍ତୁ ପୂରା ଗଣିତ…

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଆମେରିକା ପାରସ୍ପରିକ ବାଣିଜ୍ୟକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉଭୟ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତିନାମା ପାଇଁ…

ହୋମଗାର୍ଡ ପରୀକ୍ଷାବେଳେ ଯୁବକ ଗୁରୁତର: ଗଞ୍ଜାମର ୪ ସ୍ଥାନରେ ଚାଲିଛି ପରୀକ୍ଷା

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଶନିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri