Posted inଖେଳ

ଓଡ଼ିଶା ରାଜ୍ୟ ଫିଡେ ରେଟିଂ ଚେସ୍‌: ରାଜେଶ ଚାମ୍ପିୟନ

ବିଶାଖାପାଟଣା,୬।୧୦(ସ୍ପୋଟ୍ସ ବ୍ୟୁରୋ)- ବାଲେଶ୍ୱର ଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ବିନୟ ପରାଡାଇଜ୍‌ରେ ଚାଲିଥିବା ୬୦ତମ ଓଡ଼ିଶା ରାଜ୍ୟ ଫିଡେ ରେଟିଂ (ଓପନ୍‌) ଚେସ୍‌ ପ୍ରତିଯୋଗିତାରେ ପୁରୀର ରାଜେଶ ନାୟକ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ଶନିବାର ଅନ୍ତିମ ରାଉଣ୍ଡ ଶେଷ ସୁଦ୍ଧା ରାଜେଶ ସାଢ଼େ ୭ ପଏଣ୍ଟ ହାସଲ କରି ଶୀର୍ଷରେ ରହିବା ସହ ଟାଇଟଲ ହାସଲ କରିଛନ୍ତି। ଟ୍ରଫି ସହ ସେ ୮ ହଜାର ଟଙ୍କା ପୁରସ୍କାର ଜିତିଛନ୍ତି। ସେହିପରି କଟକର ନିଲସୁ ପଟ୍ଟନାୟକ ସମାନ ୭.୫ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହି ଟ୍ରଫି ସହ ୬ ହଜାର ଟଙ୍କାର ପୁରସ୍କାର ଜିତିଛନ୍ତି। ଅନ୍ୟପଟେ ଖୋର୍ଦ୍ଧାର ରାକେଶ କୁମାର ନାୟକ ୭.୫ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହି ଟ୍ରଫି ସହ ୪ ଓ ଖୋର୍ଦ୍ଧାର ଡବ୍ଲ୍ୟୁଏଫ୍‌ଏମ୍‌ ରୁତୁମ୍ବରା ବିଧାର ୭ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହି ଟ୍ରଫି ସହ ୩ ହଜାର ଟଙ୍କା ପୁରସ୍କାର ଜିତିଛନ୍ତି। ଖୋର୍ଦ୍ଧାର ଅନ୍ୟତମ ଖେଳାଳି ଓମ୍‌ ମିଶ୍ର ୭ ପଏଣ୍ଟ ହାସଲ ପଞ୍ଚମ ସ୍ଥାନରେ ରହି ୨ ହଜାର ଟଙ୍କା ପୁରସ୍କାର ଜିତିଛନ୍ତି। ମୋଟ ୨୫ଜଣ ଖେଳାଳିଙ୍କୁ ପୁରସ୍କୃତ କରାଯାଇଛି।
ସେହିପରି ୬୦ ବର୍ଷରୁ ଊର୍ଦ୍ଧ୍ୱ ଭେଟେରାନ ବର୍ଗରେ କେଶବ ଚନ୍ଦ୍ର ସାହୁ ଶୀର୍ଷ ସ୍ଥାନରେ ରହି ଟ୍ରଫି ହାସଲ କରିଛନ୍ତି। ସେହିପରି ୬ ବର୍ଷରୁ କମ୍‌ ବାଳକ ବର୍ଗରେ ପ୍ରତିକ କୁଶାଲ ରାଉତ, ୭ ବର୍ଷରୁ କମ ବାଳିକା ବର୍ଗରେ ଆଦ୍ୟାଶା ଜେନା, ୭ ବର୍ଷରୁ କମ୍‌ ବାଳକ ବର୍ଗରେ ସ୍ବସ୍ତିକ ଶୁଭମ୍‌ ପଟ୍ଟନାୟକ ଓ ଜୟାଦିତ୍ୟା ପାଢୀ, ୮ ବର୍ଷରୁ କମ୍‌ ବାଳିକା ବର୍ଗରେ ସନ୍ଦୀପା ପ୍ରିୟଦର୍ଶନୀ ସାହୁ, ୮ ବର୍ଷରୁ କମ୍‌ ବାଳକ ବର୍ଗରେ ବିଶ୍ୱପ୍ରୀତ ରାୟ ଓ ତନ୍ମୟ ତାଲିନ ବେହେରା, ୯ ବର୍ଷରୁ କମ୍‌ ବାଳିକା ବର୍ଗରେ ସ୍ବୟମଶ୍ରୀ ସାଇସନାଟା, ୯ ବର୍ଷରୁ କମ୍‌ ବାଳକ ବର୍ଗରେ ପ୍ରତ୍ୟୁସ ନାୟକ ଓ ଆୟୁଷ ଆର୍ଯ୍ୟନ ମହାପାତ୍ର, ୧୧ ବର୍ଷରୁ କମ୍‌ ବାଳିକା ବର୍ଗରେ ଅରୁଷି ଶ୍ରୀଚନ୍ଦନ, ୧୧ ବର୍ଷରୁ କମ୍‌ ବାଳକ ବର୍ଗରେ ସ୍ଥିତପ୍ରଜ୍ଞ ସାହୁ ଓ ସ୍ବୟମ ଲକ୍ଷ୍ମୀଦତ୍ତ ସାବତ, ୧୩ ବର୍ଷରୁ କମ ବାଳିକା ବର୍ଗରେ ଡୋଲିସିୟାସ ଦାସ, ୧୩ ବର୍ଷରୁ କମ୍‌ ବାଳକ ବର୍ଗରେ ଭବେଶ କୁମାର ବର୍ଦ୍ଧନ ଓ ସତ୍ୟମ ସରବଜିତ୍‌ ମିଶ୍ର ଟ୍ରଫି ସହ ପୁରସ୍କୃତ ହୋଇଛନ୍ତି। ସେହିପରି ସ୍ଥାନୀୟ ଖେଳାଳି ଭାବେ ବାଳିକା ବର୍ଗରେ ରୋଜାଲିନ୍‌ ବେହେରା ଓ ସ୍ଥିତିପ୍ରଜ୍ଞା ଦାସ, ବାଳକ ବର୍ଗରେ ଆର୍ଯ୍ୟନ ଅର୍ଣ୍ଣବ ସାମନ୍ତରାୟ, ସିଦ୍ଧେଶ କାମିଲା ଓ ଲଳିତ୍‌ ଅଂଶୁମାନ ଆଚାର୍ଯ୍ୟଙ୍କୁ ଟ୍ରଫି ସହ ପୁରସ୍କୃତ କରାଯାଇଛି।
ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଜଣାଶୁଣା ଚିକିତ୍ସକ ତଥା ସମାଜସେବୀ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥିରୂପେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପପତି ସଂଗ୍ରାମ କୁମାର ଦାସ, ରୋଟାରୀ କ୍ଳବ ଅଧ୍ୟକ୍ଷ ଜେ.ପି. ନାଥ, ଦେବାଶିଷ ଚକ୍ରବର୍ତ୍ତୀ, ପ୍ରଦୀପ୍ତ କୁମାର ପଣ୍ଡା ଓ ମନୋରଞ୍ଜନ ପଣ୍ଡା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?