ଓଡ଼ିଶା ବଜାରରେ ରେନୋର ନୂଆ ଟ୍ରାଇବର

ଭୁବନେଶ୍ୱର, ୫-୯(ବ୍ୟୁରୋ): ରେନୋ ପକ୍ଷରୁ ଏହାର ନୂଆ ଯାନ ଟ୍ରାଇବରକୁ ଓଡ଼ିଶା ବଜାରରେ ପ୍ରବେଶ କରାଯାଇଛି। ସ୍ଥାନୀୟ ସିଆର୍‌ପି ଛକ ନିକଟସ୍ଥ ଗର୍ଗସନ ଅଟୋମୋବାଇଲର ରେନୋ ଭୁବନେଶ୍ୱର ଶୋ’ରୁମରେ ଏହାକୁ ବୁଧବାର ଉନ୍ମୋଚନ କରାଯାଇଛି। ଗର୍ଗସନ ଅଟୋମୋବାଇଲର ଏମ୍‌ଡି ସତିଶ ଗର୍ଗ, ଡାଇରେକ୍ଟର ସିଦ୍ଧାର୍ଥ ଗର୍ଗ, ଭିପି ରଞ୍ଜନ ମହାପାତ୍ର ଏବଂ ଗୁପ୍ତା ପାଓ୍ବାରର ଅଧ୍ୟକ୍ଷ ମହେନ୍ଦ୍ର ଗୁପ୍ତା ନୂଆ ଯାନଟିକକୁ ଶୁଭାରମ୍ଭ କରିଛନ୍ତି। ଯାନଟିର ବଜାର ଦର ୪.୯୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଗ୍ରାହକ ଏଥିରେ ଅନେକ ଆକର୍ଷଣୀୟ ଫିଚର ପାଇ ପାରିବେ। ରେନୋ ଏହାକୁ ସୁପର ସ୍ପେଶିୟସ ଏବଂ ଅଲ୍ଟା ମଡ୍ୟୁଲାର ଗେମ୍‌ ଚେଞ୍ଜର ଭାବେ ପରିକଳ୍ପନା କରିଛି। ଯାନଟିରେ ମନଲୋଭା ଡିଜାଇନ ରହିଛି। ସେହିଭଳି ପର୍ଯ୍ୟାପ୍ତ ରୁମ, ଲିଟର ପିଛା ୨୦.୦୫ କିମି ମାଇଲେଜ, ମଡୁଲାର ଭିତ୍ତିକ ୪ ମିଟର ମଧ୍ୟରେ ୭ ଜଣ ବସିବାର ସୁବିଧା କରାଯାଇଛି।
ଏହା ୪ଟି ଟ୍ରିମରେ ଉପଲବ୍ଧ। ନୂଆ ଯାନଟିରେ ରହିଛି ୨୦ ପ୍ରମୁଖ ବୈଶିଷ୍ଟ୍ୟ। ଏହାବାଦ ୧୦ରୁ ଅଧିକ ସିଟ କନଫିଗରେଶନ, ଇଜି ଫିକ୍ସ ସିଟ୍‌, ଏସ୍‌ୟୁଭି ସ୍କିଡ ପ୍ଲେଟ, ଏଲ୍‌ଇଡି ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ୨ୟ ଏବଂ ତୃତୀୟ ଧାଡିରେ ଦ୍ୱେତ ଏସି ଭେଣ୍ଟ, ୧୮୨ ଏମ୍‌ଏମ୍‌ ମିଟରର ଉଚ୍ଚ ଗ୍ରାଉଣ୍ଡ କ୍ଲିୟରାନ୍ସ, ୮ ଇଞ୍ଜର ଟଚ୍‌ ସ୍କ୍ରିନ ମିଡିଆ ଏନ୍‌ଏଭି ଇଭୋଲ୍ୟୁଶନ ସିଷ୍ଟମ ଏଥିରେ ରହିଛି। ଯାନଟି ୧.୦ ଲିଟର ପେଟ୍ରୋଲ ଇଞ୍ଜିନ ସହ ଆସୁଛି ଯାହା ଉନ୍ନତ ଇନ୍ଧନ ଦକ୍ଷତା ପ୍ରଦାନ କରିବ। ଅପରପକ୍ଷରେ ଗ୍ରାହକ ଏଥିରେ କମ୍‌ ମୂଲ୍ୟରେ ରକ୍ଷଣାବେକ୍ଷଣ ପ୍ୟାକେଜ ଏବଂ କ୍ଲାସ ଲିଡିଂ ସମ୍ପ୍ରସାରିତ ପ୍ୟାକେଜ ଲାଭ କରିପାରିବେ। କାର୍ଯ୍ୟକ୍ରମରେ ସେଲ୍‌ସ ଡିଜିଏମ୍‌ ଅମୂଲ୍ୟରତ୍ନ ମହାପାତ୍ର ଯାନଟିର ବିଶେଷତ୍ୱ ଉପରେ ଏକ ପ୍ରେଜେଟଣ୍ଟେଶନ ରଖିଥିଲେ।
ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ଫିଚର
ରେନୋର ନୂଆ ଟ୍ରାଇବର ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ଫିଚର ପ୍ରଦାନ କରିବ। କମ୍ପାନୀର ଏହି ମଡେଲଟି ଗ୍ରାହକଙ୍କ ଠାରୁ ଭଲ ରେସପନ୍ସ ପାଇବ ବୋଲି ଆଶାବାଦୀ ରହିଛୁ। ଏହି ମଡେଲ ଦ୍ୱାରା ଗ୍ରାହକ ସୁଲଭତା, ସ୍ପେଶ, ବେଷ୍ଟ ଇନ କ୍ଲାସ ଟେକ୍ନୋଲୋଜି ପାଇ ପାରିବେ। ଶୋ’ରୁମରେ ଏହି ଯାନ ସମ୍ପର୍କରେ ସମସ୍ତ ସୂଚନା ଦେବା ଲାଗି ଅଭିଜ୍ଞ ଟିମ୍‌ ରହିଛନ୍ତି। କୌଣସି ଗ୍ରାହକ ସେମାନଙ୍କ ପରିବାର ସହ ଆସି ଏହାର ଟେଷ୍ଟ ଡ୍ରାଇଭ ନେଇ ପାରିବେ।
– ସିଦ୍ଧାର୍ଥ ଗର୍ଗ, ଡାଇରେକ୍ଟର, ଗର୍ଗସନ ଅଟୋମୋବାଇଲ
ଓଡ଼ିଶା ଗ୍ରାହକଙ୍କ ଦ୍ୱାରା ଆଦୃତ ହେବ
ନୂଆ ରେନୋ ଟ୍ରାଇବର ମଡେଲ ଜାତୀୟ ସ୍ତରରେ ଶୁଭାରମ୍ଭ ହୋଇଥିବା ବେଳେ ଏହାକୁ ଓଡ଼ିଶା ବଜାରରେ ପ୍ରବେଶ କରାଯାଇଛି। ଏହା ଉନ୍ନତ ବୁକିଂ ଲାଭ କରିବ ବୋଲି ଆଶା ରଖିଛୁ। ବର୍ତ୍ତମାନ ସୁଦ୍ଧା ଗ୍ରାହକଙ୍କଠାରୁ ଭଲ ରେସପନ୍ସ ମିଳିଛି। ଏହି ଧାରା ଜାରି ରହିବା ନେଇ ବେଶ ଆଶାବାଦୀ ରହିଛୁ। ଯାନଟି ଉକ୍ତ ବର୍ଗରେ ସ୍ବତନ୍ତ୍ର ହୋଇଥିବାରୁ ଓଡ଼ିଶା ଗ୍ରାହକଙ୍କ ଦ୍ୱାରା ଏହା ଆଦୃତ ହେବ।
– ରଞ୍ଜନ ମହାପାତ୍ର, ଭିପି ଗର୍ଗସନ ଅଟୋମୋବାଇଲ


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri