ଓଡ଼ିଶା ପର୍ଯ୍ୟଟନରେ ନୂଆ ସୁଯୋଗ ‘ଇକୋ-ଟୁରିଜମ୍‌’

ଭୁବନେଶ୍ୱର,୨୭ା୯(ବ୍ୟୁରୋ): ପୁରୀ, କୋଣାର୍କ, ଭୁବନେଶ୍ୱରରୁ ବାହାରି ଓଡ଼ିଶାରେ ଥିବା ଉତ୍କୃଷ୍ଟ ପରିବେଶ, ଜଙ୍ଗଲ ଓ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ମାଧ୍ୟମରେ କିଭଳି ଓଡ଼ିଶା ପର୍ଯ୍ୟଟନକୁ ଏକ ନୂଆ ପରିଚୟ ମିଳିବ ସେଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ରାଜ୍ୟର ପାରମ୍ପରିକ, ଆଧ୍ୟାତ୍ମିକ ଓ ଐତିହ୍ୟ ପର୍ଯ୍ୟଟନରୁ ବାହାରି ଉପକୂଳ ପର୍ଯ୍ୟଟନ, ପରିବେଶ ପର୍ଯ୍ୟଟନ, ଓ୍ବାଇଲ୍ଡଲାଇଫ୍‌ ବା ବନ୍ୟଜନ୍ତୁ ପର୍ଯ୍ୟଟନ, ଏଥ୍‌ନିକ୍‌ ଓ ହସ୍ତଶିଳ୍ପ ପର୍ଯ୍ୟଟନ ଉପରେ ଅଧିକ ଫୋକସ୍‌ କରାଯାଉଛି। ତେବେ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶା ନିକଟରେ ପର୍ଯ୍ୟଟକଙ୍କ ପାଇଁ ଅନେକ କିଛି ରହିଛି। ଯେପରି ଭିତରକନିକା ଓ ଶିମିଳିପାଳ ଭଳି ଦୁଇଟି ଜାତୀୟ ଉଦ୍ୟାନକୁ ମିଶାଇ ୧୯ଟି ସଂରକ୍ଷିତ ଜଙ୍ଗଲ ଓ ପରିବେଶ ପର୍ଯ୍ୟଟନସ୍ଥଳୀ ରହିଛି। ଏହା ମାଧ୍ୟମରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପର୍ଯ୍ୟଟନ ବିଭାଗ ସହାୟତାରେ ‘ଇକୋଟୁର୍‌ ଓଡ଼ିଶା’ ପ୍ରକଳ୍ପ ଆରମ୍ଭ କରାଯାଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୪୭ଟି ଲକ୍‌ଜ୍ୟୁରି ନେଚର୍‌ କ୍ୟାମ୍ପ୍‌ କରାଯିବା ସହ ଜଙ୍ଗଲ, ପରିବେଶ, ବେଳାଭୂମି, ବନ୍ୟଜନ୍ତୁ, ଆଦିବାସୀ ଓ ଗ୍ରାମାଞ୍ଚଳ ପର୍ଯ୍ୟଟନର ପ୍ରଚାର ପ୍ରସାର କରାଯାଉଛି। କେବଳ ଏତିକି ନୁହେଁ, ଦୀର୍ଘସ୍ଥାୟୀ ପର୍ଯ୍ୟଟନ ବିକାଶରେ ‘ଇକୋଟୁର୍‌ ଓଡ଼ିଶା’ ଏକ ଟ୍ରେଣ୍ଡ୍‌ସେଟର୍‌ରେ ପରିଣତ ହୋଇପାରିଛି। ରାଜ୍ୟରେ ଥିବା ସମସ୍ତ ୪୦ଟି ନେଚର୍‌ କ୍ୟାମ୍ପ୍‌ ଦେଶ ଓ ବିଦେଶରୁ ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବାବେଳେ ୨୦୧୯ ଆର୍ଥତ୍କବର୍ଷରେ କେବଳ ଶିମିଳିପାଳ ଓ ସାତକୋଶିଆ ନେଚର କ୍ୟାମ୍ପ୍‌ ପ୍ରତ୍ୟେକ ୧ କୋଟି ଲେଖାଁଏ ଆୟ କରିଛନ୍ତି। କ୍ୟାମ୍ପିଂ, ମାଉଣ୍ଟେନିଂ, ଟ୍ରେକିଂ, ବାର୍ଡିଂ, ସାଇକ୍ଲିଂ, ବୋଟିଂ, ଜଙ୍ଗଲ ସଫାରି, ଓ୍ବାଇଲ୍ଡଲାଇଫ୍‌ ଓ୍ବାଚ୍‌ ଆଦି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଯୁବ ପର୍ଯ୍ୟଟକମାନେ ଆକୃଷ୍ଟ ହେଉଛନ୍ତି। ସବୁଠାରୁ ବଡ଼କଥା ହେଲା ସମସ୍ତ ନେଚର୍‌ କ୍ୟାମ୍ପ୍‌ ପ୍ରଶିକ୍ଷିତ ସ୍ଥାନୀୟ ଅଧିବାସୀମାନଙ୍କ ଦ୍ୱାରା ପରିଚାଳିତ ହେଉଛି।

ହେରିଟେଜ୍‌ ପ୍ୟାଲେସ୍‌ ଟୁରିଜମ୍‌କୁ ଗୁରୁତ୍ୱ

‘ରୟାଲ ହେରିଟେଜ୍‌ ଟୁର୍‌ ପ୍ୟାକେଜ୍‌’ ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନକୁ ଆଉ ପାଦେ ଆଗକୁ ନେବାକୁ ରାଜ୍ୟ ସରକାର ‘ହେରିଟେଜ୍‌ ପ୍ୟାଲେସ୍‌ ଟୁରିଜମ୍‌’ ଯୋଜନା ଆରମ୍ଭ କରିଛନ୍ତି। ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଗୁଜରାଟ ଆଦି ରାଜ୍ୟ ଭଳି ରୟାଲ ଟୁରିଜମ୍‌ ଉପରେ ଏବେ ଓଡ଼ିଶା ଫୋକସ୍‌ କରିଛି। ଓଡ଼ିଶାରେ ଏବେ ୫୧ଟି ହେରିଟେଜ୍‌ ପ୍ରପର୍ଟି ତଥା ରାଜପ୍ରାସାଦ ରହିଥିବାବେଳେ ସେଥିରୁ ୧୯ଟି ପ୍ରାସାଦକୁ ଆଗାମୀ ଦୁଇବର୍ଷ ମଧ୍ୟରେ ବୁଟିକ୍‌ ହେରିଟେଜ୍‌ ହୋଟେଲ ଏବଂ ହେରିଟେଜ୍‌ ହୋମ୍‌ ଷ୍ଟେ’ ଭାବେ ବିକଶିତ କରିବାକୁ ଯୋଜନା ରହିଛି। ଢେଙ୍କାନାଳ, ଆଳି ଓ ନୀଳଗିରି ଭଳି ଏବେ ୬ ପ୍ରାସାଦରେ ପର୍ଯ୍ୟଟକ ରହୁଥିବାବେଳେ ଆଉ ୩କୁ ଆସନ୍ତା ଡିସେମ୍ବର ସୁଦ୍ଧା ହେରିଟେଜ୍‌ ହୋଟେଲ ଏବଂ ହୋମ୍‌ ଷ୍ଟେ’ରେ ପରିଣତ କରିବାକୁ ଲକ୍ଷ୍ୟ ରହିଛି। ସେହିଭଳି ବଳକା ୧୦ଟି ପ୍ରାସାଦକୁ ୨୦୨୧ ସୁଦ୍ଧା ହୋଟେଲ ରୂପ ଦିଆଯିବ ବୋଲି ପର୍ଯ୍ୟଟନ ସଚିବ ବିଶାଳ ଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଭାରିଆଣ୍ଟ ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ

ଭୁବନେଶ୍ୱର, ୨୫ା୧୨(ବ୍ୟୁରୋ): କରୋନାର ନୂଆ ଭାରିଆଣ୍ଟ ବିଏଫ୍‌.୭କୁ ନେଇ ସବୁଠି ଚିନ୍ତାଜନକ ପରିସ୍ଥିତି ଦେଖାଦେଇଛି। ଏ ପରିସ୍ଥିତିରେ ଲୋକେ ଭୟଭୀତ ହେଲା ଭଳି ମନ୍ତବ୍ୟ ନ...

କ୍ରୋମ ଖଣିରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ: ‘ଜିଲା ପ୍ରଶାସନ ନିଷ୍ପତ୍ତି ଏକପାଖିଆ’

କାଳିଆପାଣି/ସୁକିନ୍ଦା,୨୨।୮(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ ଥମିବାର ନାମ ଧରୁନି। ଏହାର ସମାଧାନ ନେଇ ମଙ୍ଗଳବାର ସୁକିନ୍ଦା...

ସ୍ତ୍ରୀଙ୍କୁ କଇଁଚିରେ ଆକ୍ରମଣ କଲା ସ୍ବାମୀ

ଚୌଦ୍ୱାର,୨୪ା୪(ଡି.ଏନ୍‌.ଏ.)- ଚୌଦ୍ୱାର ଥାନା ଅଧୀନ ଖର୍ଦ୍ଧାସାହି ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ମୁଣ୍ଡକୁ କଇଁଚିରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ...

ଛାତ୍ର ନେତା ଇତିଶଙ୍କ ସମେତ ୨ ଗିରଫ

ଭୁବନେଶ୍ୱର,୧୧।୧(ବ୍ୟୁରୋ): କଂଗ୍ରେସ ଭବନରେ ପେଟ୍ରୋଲ ପକାଇ ନିଆଁ ଲଗାଇବା ଘଟଣାରେ କ୍ୟାପିଟାଲ ଥାନା ପୋଲିସ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ...

ମିଳିବ ନିଃଶୁଳ୍କ ପ୍ରଶିକ୍ଷଣ

ଅନୁଗୋଳ ଅଫିସ, ୭।୧୨ ରାଜ୍ୟର ଶିକ୍ଷିତ ଯୁବତୀଯୁବକଙ୍କୁ ନିଃଶୁଳ୍କ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବ। ଇଲେକ୍ଟ୍ରିସିଆନ, ରାଜମିସ୍ତ୍ରି ଏବଂ ୱେଲ୍ଡର ଟ୍ରେଡ୍‌ରେ ଉଚ୍ଚମାନର ପ୍ରଶିକ୍ଷଣ ଦିଆଯିବା...

ଖାକିରେ କଳଙ୍କ: ଏକ ତରଫା ପ୍ରେମ କରି ନିଲମ୍ବିତ ହେଲେ ଏଏସ୍‌ଆଇ

ଭୁବନେଶ୍ୱର,୧୫ା୬(ବ୍ୟୁରୋ)-ଖାକିରେ କଳଙ୍କ ଲଗାଇଛି ପୋଲିସ ବାବୁଙ୍କ ପ୍ରେମ ନିଶା। ଏବେ ଏଭଳି ଆଉଜଣେ ଜଣେ ପୋଲିସ ଏଏସ୍‌ଆଙ୍କ କାର୍‌ନାମା ପଦାକୁ ଆସିଛି। ବାରମ୍ବାର ପ୍ରେମ ନିବେଦନ...

ଏବେ ବି ଖୁସି ହେବାର ଆବଶ୍ୟକତା ନାହିଁ

ଭୁବନେଶ୍ୱର,୨୭।୯(ବ୍ୟୁରୋ): ଓଡ଼ିଶାରେ କରୋନା ତୃତୀୟ ଲହରର ବିଶେଷ କିଛି ପ୍ରଭାବ ପଡ଼ି ନ ପାରେ। ବର୍ତ୍ତମାନ ରାଜ୍ୟରେ ଯେଉଁ ସଂକ୍ରମଣ ବଢ଼ିଛି ତାହା ସେତେ ଅଧିକ...

ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ ଜେଲଦଣ୍ଡ

ଭୁବନେଶ୍ୱର,(ବ୍ୟୁରୋ)୨୩ା୮:ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଫେଜ୍‌-୨ରେ ୨୦୧୬ ଡିସେମ୍ବର ୩୧ ରାତିରେ ଜଣେ ମହିଳାଙ୍କୁ ହତ୍ୟା କରିବା ମାମଲାରେ ସୋମବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ...

Advertisement
Archives

Model This Week