Posted inଖେଳ

ଓଡ଼ିଶା ଏଫ୍‌ସିରେ ଯୋଗଦେଲେ କମଲଜିତ୍‌

ଭୁବନେଶ୍ୱର, ୧୦ା୬ (ସ୍ପୋଟର୍‌ସ ବ୍ୟୁରୋ): ଭାରତୀୟ ଗୋଲକିପର କମଲଜିତ୍‌ ସିଂ ହିରୋ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ୭ମ ସଂସ୍କରଣରେ ଓଡ଼ିଶା ଏଫ୍‌ସି ତରଫରୁ ଖେଳିବେ। ଏଥିପାଇଁ ସେ ଦଳ ସହିତ ୨ବର୍ଷିଆ ଚୁକ୍ତି କରିଛନ୍ତି। ୨୪ ବର୍ଷୀୟ ଏହି ଅଭିଜ୍ଞ ଗୋଲକିପର ପୂର୍ବରୁ ହାଇଦ୍ରାବାଦ ଏଫ୍‌ସି ତରଫରୁ ଖେଳୁଥିଲେ। ଜାତୀୟ ସିନିୟର ଦଳ ତରଫରୁ କୋଚ୍‌ ଇଗୋର ଷ୍ଟିମାକ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେ କିଙ୍ଗ୍ସ କପ୍‌ ଇଣ୍ଟରନ୍ୟାଶନାଲ କପ୍‌ ଏବଂ ଗତବର୍ଷ ବାଂଲାଦେଶ ବିପକ୍ଷରେ ଫିଫା ବିଶ୍ୱକପ୍‌ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ ଖେଳିଛନ୍ତି। ମୋ ପ୍ରତି ଆଗ୍ରହ ଦେଖାଇଥିବାରୁ କ୍ଲବ ମ୍ୟାନେଜମେଣ୍ଟ ନିକଟରେ ମୁଁ କୃତଜ୍ଞ। ଭୁବନେଶ୍ୱରରେ ଖେଳିବା ପାଇଁ ମୋର ଆଗ୍ରହ ରହିଛି। ଦଳ ପ୍ରତି ଯଥା ସମ୍ଭବ ମୋର ଅବଦାନ ରହିବ ବୋଲି କମଲଜିତ୍‌ କହିଛନ୍ତି। ଆଇଏସ୍‌ଏଲ୍‌ରେ ଏଫ୍‌ସି ପୁଣେ ସିଟି ( ବର୍ତ୍ତମାନ ହାଇଦ୍ରାବାଦ ଏଫ୍‌ସି) ପାଇଁ ଖେଳିବା ପୂର୍ବରୁ ସେ ସ୍ପୋର୍ଟିଂ କ୍ଲବ ଡି’ ଗୋଆ ଏବଂ ମିନର୍ଭା ପଞ୍ଜାବ ଏଫ୍‌ସି ତରଫରୁ ପ୍ରତିନିଧିତ୍ୱ କରିସାରିଛନ୍ତି। ଓଡ଼ିଶା ଏଫ୍‌ସି ସଭାପତି ରୋହନ ଶର୍ମା କହିଛନ୍ତି କମଲଜିତ ଜଣେ ଅଭିଜ୍ଞ ଗୋଲ୍‌କିପର। ଗତ ସିଜନରେ ତାଙ୍କର ପ୍ରଦର୍ଶନ ଯଦିଓ ଭଲ ରହି ନ ଥିଲା, ତାଙ୍କ ସାମର୍ଥ୍ୟ ଉପରେ ଆମର ଖୁବ୍‌ ଭରସା ରହିଛି। ସେ ଖୁବ୍‌ ଶୀଘ୍ର ଫର୍ମ ଫେରିପାଇବା ସହ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆମର ଦୃଢ ବିଶ୍ୱାସ ରହିଛି ବୋଲି ଶର୍ମା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ ଇଣ୍ଡିଆକୁ କେମିତି ଫେରିବେ ମହମ୍ମଦ ଶାମି,ଇରଫାନ କହିଲେ ସରଳ ସୂତ୍ର, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୫।୧: ଭାରତର ଘାତକ ଦ୍ରୁତ ବୋଲର ମହମ୍ମଦ ଶାମି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ, ସେ...

T20 World Cup 2026: ବାଂଲାଦେଶର ସମସ୍ତ T20 ବିଶ୍ୱକପ ମ୍ୟାଚ ଭାରତ ବାହାକୁ ସ୍ଥାନାନ୍ତରିତ ହେବ କି? ICC ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧: ICC ପୁରୁଷ T20 ବିଶ୍ୱକପ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)...

ବାଂଲାଦେଶ ଟି-୨୦ ବିଶ୍ୱକପ ଦଳରେ ଖେଳିବେ ମୁସ୍ତାଫିଜୁର! ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୫।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଆସନ୍ତା ମାସରେ ହେବାକୁ ଥିବା T20 ବିଶ୍ୱକପ ପାଇଁ ଲିଟନ ଦାସଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଦଳ...

ପଞ୍ଚମ ଆଶେସ୍‌ ଟେଷ୍ଟ: ପ୍ରଥମ ଦିନ ଖେଳ ସୁଦ୍ଧା ଇଂଲଣ୍ଡ ୨୧୧/ ୩

ସିଡ୍‌ନୀ,୪ା୧: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ରବିବାରଠାରୁ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ(ଏସ୍‌ସିଜି)ରେ ପଞ୍ଚମ ତଥା ଅନ୍ତିମ ଆଶେସ୍‌ ଟେଷ୍ଟ କ୍ରିକେଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଜୋ...

ସ୍ବାସ୍ଥ୍ୟାବସ୍ଥାରେ ଆସୁଛି ସୁଧାର: କୋମାରୁ ବାହାରିଲେ ମାର୍ଟିନ

ସିଡ୍‌ନୀ,୪ା୧: ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ତଥା ଟେଷ୍ଟ ଲିଜେଣ୍ଡ ଡାମିଏନ ମାର୍ଟିନ କୋମାରୁ ବାହାରି ଆସିଛନ୍ତି। ଏ ନେଇ ସିଡ୍‌ନୀ ମର୍ନିଂ...

”ଆମକୁ ଲଜ୍ଜା ଲାଗିବା କଥା…”, ISL ବିବାଦକୁ ନେଇ ଅଭିନେତା ଜନ୍ ଅବ୍ରାହାମ୍‌ଙ୍କ ଉଦବେଗ

ମୁମ୍ବାଇ,୪।୧: ଗମ୍ଭୀର ସଙ୍କଟ ଦେଇ ଗତି କରୁଛି ଭାରତୀୟ ଫୁଟବଲ। ଇଣ୍ଡିଆନ୍ ସୁପର ଲିଗ୍ (ISL)କୁ ନେଇ ଦିନକୁ ଦିନ ଦ୍ଵନ୍ଦ ବଢ଼ିବାରେ ଲାଗିଛି। ଚାଲିଥିବା...

୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଜୋରଦାର ପ୍ରସ୍ତୁତି କରୁଛି ଭାରତ: ପ୍ରଧାନମନ୍ତ୍ରୀ ଦେଲେ ଅପଡେଟ

ନୂଆଦିଲ୍ଲୀ,୪।୧: ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ। ଏଥିପାଇଁ ସରକାର ଜୋରଦାର ପ୍ରସ୍ତୁତି କରୁଛନ୍ତି। ଏନେଇ ନିଜେ ଅପଡେଟ ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର...

T20 World Cup: ଭାରତ ଆସିବନି ବାଂଲାଦେଶ କ୍ରିକେଟ ଟିମ୍, ଶ୍ରୀଲଙ୍କାରେ ସମସ୍ତ ମ୍ୟାଚ ଖେଳିବା ନେଇ ଆଗ୍ରହ

ନୂଆଦିଲ୍ଲୀ,୪।୧: BCCI ନିର୍ଦ୍ଦେଶରେ ମିସ୍ତାଫିଜୁରଙ୍କୁ କେକେଆରରୁ ବାଦ୍ ଦେବା ପରେ ପାଲଟା ପଦକ୍ଷେପ । T-୨୦ ବିଶ୍ବକପ୍ ଖେଳିବାକୁ ଭାରତ ଆସିବନି ବୋଲି କହିଲା ବାଂଲାଦେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri