ଓଡ଼ିଶାର ହସ୍ତଶିଳ୍ପୀ, ବୁଣାକାରଙ୍କ ପାଇଁ କାର୍ଯ୍ୟ କରିବ ‘ଫ୍ଲିପ୍‌କାର୍ଟ ସମର୍ଥ’

ଭୁବନେଶ୍ୱର, ୧ା୧୨(ବ୍ୟୁରୋ): ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଓ କମର୍ସ ମଞ୍ଚ ଫ୍ଲିପ୍‌କାର୍ଟ ମଧ୍ୟରେ ଶନିବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ରାଜ୍ୟର ବୁଣାକାର ଓ ହସ୍ତଶିଳ୍ପୀ କାରିଗରଙ୍କ ପାଇଁ ବ୍ୟବସାୟିକ ତଥା ବାଣିଜି୍ୟକ ସୁବିଧାର ପରିବୃଦ୍ଧି ପାଇଁ ହୋଇଥିବା ଏହି ବୁଝାମଣାପତ୍ର ମାଧ୍ୟମରେ ଓଡ଼ିଶାରେ ଫ୍ଲିପ୍‌କାର୍ଟ ଗ୍ରୁପ୍‌ ପକ୍ଷରୁ ‘ଫ୍ଲିପ୍‌କାର୍ଟ ସମର୍ଥ’ ଆପ୍‌ କାର୍ଯ୍ୟକାରୀ କରାଯିବ। ଏହି ଆପ୍‌ ଜରିଆରେ ବୁଣାକାର ଓ ହସ୍ତଶିଳ୍ପୀ କାରିଗରମାନେ ରାଜ୍ୟର ହଲ୍‌ମାର୍କ ଉତ୍ପାଦ ସହ ଜାତୀୟ ବଜାରରେ ପ୍ରବେଶ ପାଇଁ ସମର୍ଥ ହେବେ। ରାଜ୍ୟର ଅନୁମୋଦିତ ଉଦ୍ୟୋଗ ଓ ସରକାରୀ ସଂସ୍ଥା, ଯେଉଁମାନେ ଓଡ଼ିଶାର ସ୍ଥାନୀୟ ବୁଣାକାର ଓ ହସ୍ତଶିଳ୍ପ କାରିଗରଙ୍କ ବଜାର ପ୍ରବେଶ, ତାଲିମ ଓ ସହାୟତା ଯୋଗାଇ ଦେବା ପାଇଁ କାର୍ଯ୍ୟ କରିଥାନ୍ତି, ରାଜ୍ୟ ସରକାର ଫ୍ଲିପ୍‌କାର୍ଟ ଗ୍ରୁପ୍‌ ସହ ମିଶି ସେମାନଙ୍କୁ ସହଯୋଗ କରିବେ। ଏହି ପଦକ୍ଷେପ ରାଜ୍ୟର ବୁଣାକାର ଓ ହସ୍ତଶିଳ୍ପୀ କାରିଗରଙ୍କ ପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ବଜାରରେ ସେମାନଙ୍କ ଉତ୍ପାଦର ବିକ୍ରି ଲାଗି ଇ-କମର୍ସ ମଡେଲର ସୁବିଧା ସୁଯୋଗ ପାଇପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ କରୋନା ଟେଷ୍ଟିଂ ପାଇଁ କେତେ କିଟ୍‌ ରହିଛି ତାହା ସରକାର ସ୍ପଷ୍ଟ କରନ୍ତୁ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ବିନା ଟେଷ୍ଟିଂରେ ”ଲକ୍‌ଡ଼ାଉନ“ ନିରର୍ଥକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) କହିଛି। ଯେଉଁ ପର୍ଯ୍ୟନ୍ତ ବ୍ୟାପକ ଟେଷ୍ଟ କରାଯାଇନାହିଁ , ସେ ଯାଏ ”ଲକ୍‌ଡ଼ାଉନ“...

ରାଜଧାନୀରେ ନକଲି ତେଲ, ଘିଅ କାରଖାନା ଠାବ: ପୂଜକଙ୍କ ସମେତ ୪ ଅଟକ

କଟକ ରୋଡ୍‌,୩।୯(ଡି.ଏନ୍‌.ଏ.): କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଓ ଲକ୍ଷ୍ମୀସାଗର ଥାନା ପୋଲିସ ମଙ୍ଗଳବାର ଲକ୍ଷ୍ମୀସାଗର ଥାନା ଅଧୀନ ହାଉସିଂ ରୋଡ୍‌ ଷ୍ଟେଜ୍‌-୧ ଅଞ୍ଚଳରେ ଚଢ଼ାଉ...

ଦାୟିତ୍ୱ ନେଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ସଞ୍ଜୟ ଦାସବର୍ମା ସୋମବାର ଲୋକ ସେବା ଭବନରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ର ଅନୁମୋଦନକ୍ରମେ...

୫ ମାସ ହେଲା ମିଳିନି ଦରମା

ବାରିପଦା ଅଫିସ,୩୧ା୮- ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ କାର୍ଯ୍ୟରତ କୃଷି ଓ ବୈଷୟିକ ପରିଚାଳନା ସଂସ୍ଥା(ଆତ୍ମା)ର କର୍ମଚାରୀମାନେ ୫ମାସ ହେଲା...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୪୩୬କୁ ବୃଦ୍ଧି

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ୪୩ କରୋନା ଆକ୍ରାନ୍ତ। ଏନେଇ ଶୁକ୍ରବାର ଅପରାହ୍ନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି...

ରାଜ୍ୟରୁ ପୁଣି ୬୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୪।୮(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ମଙ୍ଗଳବାର କରୋନା ଆଉ ୬୭ଜଣଙ୍କ ଜୀବନ ନେଇଛି। ଏଥିସହ...

କାର୍ଟୁନିଷ୍ଟ କିଶୋର ରଥଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୧୧(ବ୍ୟୁରୋ): ରାଜ୍ୟର ଘରେ ଘରେ ପରିଚିତ ଥିବା ବିଶିଷ୍ଟ କାର୍ଟୁନିଷ୍ଟ କିଶୋର ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌...

ପୋଷା କୁକୁର ଯୋଗୁ ପରିବାର ଲୋକଙ୍କ ଜୀବନ ରକ୍ଷା ହେଲା

ଜଟଣୀ,୧।୨(ଡି.ଏନ.ଏ.): ପୋଷା କୁକୁର ନାଗ ସାପକୁ ଅଟକାଇବା ଦ୍ୱାରା ପରିବାର ଲୋକଙ୍କ ଜୀବନ ରକ୍ଷା ହୋଇଛି। ଏଭଳି ଦେଖିବାକୁ ମଳିଛି ଜଟଣୀ କୁଦିଆରୀ ଗ୍ରାମରେ ସରୋଜ...

Advertisement
Archives

Model This Week