ଓଡ଼ିଶାର ଅର୍ଥନୀତି ସ୍ଥିତି ଭଲ ଅଛି: ୮ହଜାର ୧୨୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌ ଅନୁମୋଦିତ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ବିଧାନସଭାରେ ସୋମବାର ୮ ହଜାର ୧୨୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌କୁ ଅନୁମୋଦନ ମିଳିଛି। ଏହାକୁ ଆଗତ କରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ଏହି ବିଲ୍‌କୁ ମଞ୍ଜୁର କରାଗଲେ ବିଭିନ୍ନ ଜନକଲ୍ୟାଣ ଓ ଉନ୍ନୟନମୂଳକ କାର୍ଯ୍ୟରେ ଅର୍ଥ ବିନିଯୋଗ ହୋଇପାରିବ। ବଜେଟ୍‌ର ଆକାର ମୂଳ ବଜେଟ୍‌ର ୫.୮ ପ୍ରତିଶତ ରଖାଯାଇଛି। ଏହାସହ ବର୍ତ୍ତମାନ ସୁଦ୍ଧା ରାଜ୍ୟର ଋଣଭାର କଥା ଉଠାଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଏବେସୁଦ୍ଧା ଏହି ସଂଖ୍ୟା ୧ଲକ୍ଷ ୬ହଜାର କୋଟି ଟଙ୍କାକୁ ଟପିଯାଇଥିବ ବୋଲି କହିଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ପୂଜାରୀ ଉତ୍ତର ରଖି କହିଛନ୍ତି ଯେ, ବିରୋଧୀଙ୍କ ଆକଳନ ସମ୍ପୂର୍ଣ୍ଣ ଭୁଲ। ସରକାର ସେପ୍ଟେମ୍ବର ୧୯ ସୁଦ୍ଧା ୮୩ହଜାର ୭୦୩କୋଟି ଟଙ୍କା ଋଣ କରିଛନ୍ତି। ସବୁଠାରୁ ବଡ଼ ରାଜ୍ୟ ମହାରାଷ୍ଟ୍ର ଠାରୁ ମଧ୍ୟ ଓଡ଼ିଶା ଭଲ ସ୍ଥିତିରେ ରହିଛି। ୨୦୦୦ ମସିହାରେ ଓଡ଼ିଶାକୁ ଋଣ ଦେବାକୁ କେହି ରାଜି ହେଉ ନ ଥିଲେ, ଯାହା ବର୍ତ୍ତମାନ ଅନ୍ୟ ରାଜ୍ୟଗୁଡିକର ଅବସ୍ଥା ହୋଇଛି। ଗୋଟିଏ ବିକଶିତ ରାଜ୍ୟ ନିଜର ଅଧିକ ଉନ୍ନତି କରିବା ସକାଶେ ଋଣ ନେଇଥାଏ। ୧୯୯୯-୨୦୦୦ରେ ଯେତିକି ଋଣ ଥିଲା ତା’ର ଜିଏସ୍‌ଡିପି ୩୭.୮ ପ୍ରତିଶତ ଥିଲା, ମାତ୍ର ଆଜି ଜିଏସ୍‌ଡିପି ୧୫.୪ପ୍ରତିଶତ ଅଛି। ବର୍ତ୍ତମାନ ଆମେ ୧୫ପ୍ରତିଶତ ପର୍ଯ୍ୟନ୍ତ ଋଣ ନେଇପାରିବୁ ବୋଲି ସେ କହିଛନ୍ତି। ପରିବହନ ରାଜସ୍ବ ଆଦାୟ ମଧ୍ୟ କମିନାହିଁ। ୨୦୦୫ରେ ରାଜ୍ୟରେ ୫ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହେଉଥିବା ବେଳେ ବର୍ତ୍ତମାନ ୪୧ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚତ୍ଛି। ୨୦୧୪-୧୫ ବର୍ଷରେ ଅର୍ଥାତ୍‌ ୯ବର୍ଷ ପରେ ପ୍ରଥମ ଥର ଲାଗି ଖୋଲା ବଜାରରୁ ଋଣ କଲୁ। ୨୦୧୯-୨୦ରେ ରାଜ୍ୟ ସରକାର ଖୋଲା ବଜାରରୁ ଋଣ କରିଛନ୍ତି। ଏହି ଋଣ ଏଫଆରବିଏମ୍‌ ସୀମା ମଧ୍ୟରେ ରଖିଛୁ। ଏହି ଅର୍ଥ ସମ୍ପୂର୍ଣ୍ଣଭାବେ ପୁଞ୍ଜି ଖର୍ଚ୍ଚ ପାଇଁ ବିନିଯୋଗ ହେବ ବୋଲି ସେ କହିଛନ୍ତି। ବଜେଟରେ ୧ଲକ୍ଷ ୬ହଜାର ପର୍ଯ୍ୟନ୍ତ ଋଣ ହୋଇପାରେ ବୋଲି ଆକଳନ କରିଛୁ। ମାତ୍ର ଯାହା ଆକଳନ କରାଯାଏ ସେତିକି ହୁଏନାହିଁ। ବର୍ତ୍ତମାନ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଚାଲିଛି। ଓଡ଼ିଶାର ଅର୍ଥନୀତି ଅନ୍ୟ ରାଜ୍ୟଗୁଡିକ ତୁଳନାରେ ବହୁତ ଭଲ ରହିଛି। ବଜେଟରେ ପ୍ରାୟ ୯୨ପ୍ରତିଶତ ଅର୍ଥ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ। ଏଥିରୁ ପୁଞ୍ଜି ଖର୍ଚ୍ଚ ପାଇଁ ପ୍ରାୟ ୩,୩୦୦ କୋଟି ଟଙ୍କାର ବ୍ୟୟ ବ୍ୟବସ୍ଥା କରାଯାଇଛି। ମୂଳ ବଜେଟ ସହିତ ଅତିରିକ୍ତ ବଜେଟକୁ ମିଶାଇଲେ ମୋଟ ପୁଞ୍ଜି ବିନିଯୋଗ ରାଜ୍ୟର ସକଳ ଘରୋଇ ଉତ୍ପାଦ(ଜିଏସ୍‌ଡିପି)ର ୫ପ୍ରତିଶତକୁ ଟପିଯିବ। ସେହିପରି କାର୍ଯ୍ୟକ୍ରମ ବ୍ୟୟ କ୍ଷେତ୍ରରେ ମୋଟ ବ୍ୟୟ ବରାଦ ୭,୪୩୩ କୋଟି ଟଙ୍କା ମଧ୍ୟରୁ ଭିତ୍ତିଭୂମି ଓ ଗ୍ରାମ୍ୟ ଉନ୍ନୟନ ପାଇଁ ୨୬୨୩କୋଟି ଟଙ୍କା ଉଦ୍ଦିଷ୍ଟ। ପୁରୀଠାରେ ମୌଳିକ ସୁବିଧା ଏବଂ ଐତିହ୍ୟ ଓ ସ୍ଥାପତ୍ୟର ଉନ୍ନୟନ(ଅବଢ଼ା) ପାଇଁ ଜମି ଅଧିଗ୍ରହଣ ଲାଗି ୭୩୦ କୋଟି ଟଙ୍କା ଖର୍ଚ୍ଚ ହେବ।
ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ପଚାରିଥିବା କେତେଗୁଡ଼ିଏ ପ୍ରଶ୍ନର ଉତ୍ତର ମଧ୍ୟ ମନ୍ତ୍ରୀ ପୂଜାରୀ ଗୃହରେ ରଖି କହିଛନ୍ତି, ୨୦୧୩ରେ ରାଜ୍ୟ ସରକାର ସରକାରୀ ନିଯୁକ୍ତି ବାବଦକୁ ଏକ ନୂତନ ନୀତି ପ୍ରଣୟନ କରିଛନ୍ତି। ଏହି ନୀତି ଅନୁଯାୟୀ ଗ୍ରୁପ-ଏ ଏବଂ ଗ୍ରୁପ-ବି ନିଯୁକ୍ତି ସିଧାସଳଖ ସ୍ଥାୟୀଭାବେ ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ କରାଯିବ। ଅନ୍ୟାନ୍ୟ ଶ୍ରେଣୀର ନିଯୁକ୍ତି ପ୍ରଥମେ ୬ ବର୍ଷ ପାଇଁ ଠିକାଭାବେ ହେବ। ସପ୍ତମ ବର୍ଷଠାରୁ ଏହି କର୍ମଚାରୀମାନେ ସ୍ଥାୟୀ ହେବେ। ଠିକା କର୍ମଚାରୀଙ୍କ ଦରମା ବାର୍ଷିକ ୧୦ ପ୍ରତିଶତ ବୃଦ୍ଧି ହୁଏ। ଆଉଟସୋର୍ସିଂରେ କାର୍ଯ୍ୟରତ ବ୍ୟକ୍ତିମାନେ ଇପିଏଫ୍‌ ଏବଂ ଇଏସ୍‌ଆଇ ପ୍ରଦାନ ବାଧ୍ୟତାମୂଳକ। ସେହିପରି ବିରୋଧୀ ଦଳ ନେତା କେନ୍ଦ୍ର ପ୍ରବର୍ତ୍ତିତ କେତେଗୁଡିଏ ଯୋଜନାର ନାମକରଣ ଉପରେ କରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପୂଜାରୀ କହିଛନ୍ତି, ଅଧିକାଂଶ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌)ରେ କେନ୍ଦ୍ର ଅଂଶ ୬୦ ପ୍ରତିଶତ ଥିବାବେଳେ ରାଜ୍ୟ ୪୦ ପ୍ରତିଶତ ଅର୍ଥ ଦେଇଥାଏ। ରାଜ୍ୟ ସରକାରଙ୍କ ମମତା ଯୋଜନା ଲୋକପ୍ରିୟ ହୋଇଛି। ଏହାର ସଫଳତାକୁ ଦେଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ପ୍ରଣୟନ କରିଛନ୍ତି। ସେହିପରି ମାଇନର ମିନେରାଲରୁ ରାଜସ୍ବ ଆଦାୟ ଉପରେ ଗୁରୁତ୍ୱ ଦେଉଛୁ। ଏଥିପାଇଁ ସ୍ବତନ୍ତ୍ରଭାବେ ଡିରେକ୍ଟୋରେଟ୍‌ ଅଫ୍‌ ମାଇନର ମିନେରାଲ୍ସ ସ୍ଥାପନ କରିଛୁ। ୧୪୪ଟି ଚିହ୍ନିତ ତହସିଲରେ ସ୍ବତନ୍ତ୍ର ମାଇନର ମିନେରାଲ ସେଲ୍‌ ସ୍ଥାପନ କରାଯାଇଛି। ଆଗାମୀ ବର୍ଷରେ ମାଇନର ମିନେରାଲ୍ସରୁ ଅଧିକ ରାଜସ୍ବ ଆଦାୟ ଲକ୍ଷ୍ୟ ରଖିଛୁ। ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ସଂଖ୍ୟା ୪.୫୨ଲକ୍ଷ ଥିବାବେଳେ ଗତ ୫ ବର୍ଷରେ ୭୦ ହଜାର ପଦବୀ ପୂରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri