ଓଡ଼ିଶାର ଅର୍ଥନୀତି ସ୍ଥିତି ଭଲ ଅଛି: ୮ହଜାର ୧୨୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌ ଅନୁମୋଦିତ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ବିଧାନସଭାରେ ସୋମବାର ୮ ହଜାର ୧୨୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌କୁ ଅନୁମୋଦନ ମିଳିଛି। ଏହାକୁ ଆଗତ କରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ଏହି ବିଲ୍‌କୁ ମଞ୍ଜୁର କରାଗଲେ ବିଭିନ୍ନ ଜନକଲ୍ୟାଣ ଓ ଉନ୍ନୟନମୂଳକ କାର୍ଯ୍ୟରେ ଅର୍ଥ ବିନିଯୋଗ ହୋଇପାରିବ। ବଜେଟ୍‌ର ଆକାର ମୂଳ ବଜେଟ୍‌ର ୫.୮ ପ୍ରତିଶତ ରଖାଯାଇଛି। ଏହାସହ ବର୍ତ୍ତମାନ ସୁଦ୍ଧା ରାଜ୍ୟର ଋଣଭାର କଥା ଉଠାଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଏବେସୁଦ୍ଧା ଏହି ସଂଖ୍ୟା ୧ଲକ୍ଷ ୬ହଜାର କୋଟି ଟଙ୍କାକୁ ଟପିଯାଇଥିବ ବୋଲି କହିଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ପୂଜାରୀ ଉତ୍ତର ରଖି କହିଛନ୍ତି ଯେ, ବିରୋଧୀଙ୍କ ଆକଳନ ସମ୍ପୂର୍ଣ୍ଣ ଭୁଲ। ସରକାର ସେପ୍ଟେମ୍ବର ୧୯ ସୁଦ୍ଧା ୮୩ହଜାର ୭୦୩କୋଟି ଟଙ୍କା ଋଣ କରିଛନ୍ତି। ସବୁଠାରୁ ବଡ଼ ରାଜ୍ୟ ମହାରାଷ୍ଟ୍ର ଠାରୁ ମଧ୍ୟ ଓଡ଼ିଶା ଭଲ ସ୍ଥିତିରେ ରହିଛି। ୨୦୦୦ ମସିହାରେ ଓଡ଼ିଶାକୁ ଋଣ ଦେବାକୁ କେହି ରାଜି ହେଉ ନ ଥିଲେ, ଯାହା ବର୍ତ୍ତମାନ ଅନ୍ୟ ରାଜ୍ୟଗୁଡିକର ଅବସ୍ଥା ହୋଇଛି। ଗୋଟିଏ ବିକଶିତ ରାଜ୍ୟ ନିଜର ଅଧିକ ଉନ୍ନତି କରିବା ସକାଶେ ଋଣ ନେଇଥାଏ। ୧୯୯୯-୨୦୦୦ରେ ଯେତିକି ଋଣ ଥିଲା ତା’ର ଜିଏସ୍‌ଡିପି ୩୭.୮ ପ୍ରତିଶତ ଥିଲା, ମାତ୍ର ଆଜି ଜିଏସ୍‌ଡିପି ୧୫.୪ପ୍ରତିଶତ ଅଛି। ବର୍ତ୍ତମାନ ଆମେ ୧୫ପ୍ରତିଶତ ପର୍ଯ୍ୟନ୍ତ ଋଣ ନେଇପାରିବୁ ବୋଲି ସେ କହିଛନ୍ତି। ପରିବହନ ରାଜସ୍ବ ଆଦାୟ ମଧ୍ୟ କମିନାହିଁ। ୨୦୦୫ରେ ରାଜ୍ୟରେ ୫ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହେଉଥିବା ବେଳେ ବର୍ତ୍ତମାନ ୪୧ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚତ୍ଛି। ୨୦୧୪-୧୫ ବର୍ଷରେ ଅର୍ଥାତ୍‌ ୯ବର୍ଷ ପରେ ପ୍ରଥମ ଥର ଲାଗି ଖୋଲା ବଜାରରୁ ଋଣ କଲୁ। ୨୦୧୯-୨୦ରେ ରାଜ୍ୟ ସରକାର ଖୋଲା ବଜାରରୁ ଋଣ କରିଛନ୍ତି। ଏହି ଋଣ ଏଫଆରବିଏମ୍‌ ସୀମା ମଧ୍ୟରେ ରଖିଛୁ। ଏହି ଅର୍ଥ ସମ୍ପୂର୍ଣ୍ଣଭାବେ ପୁଞ୍ଜି ଖର୍ଚ୍ଚ ପାଇଁ ବିନିଯୋଗ ହେବ ବୋଲି ସେ କହିଛନ୍ତି। ବଜେଟରେ ୧ଲକ୍ଷ ୬ହଜାର ପର୍ଯ୍ୟନ୍ତ ଋଣ ହୋଇପାରେ ବୋଲି ଆକଳନ କରିଛୁ। ମାତ୍ର ଯାହା ଆକଳନ କରାଯାଏ ସେତିକି ହୁଏନାହିଁ। ବର୍ତ୍ତମାନ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଚାଲିଛି। ଓଡ଼ିଶାର ଅର୍ଥନୀତି ଅନ୍ୟ ରାଜ୍ୟଗୁଡିକ ତୁଳନାରେ ବହୁତ ଭଲ ରହିଛି। ବଜେଟରେ ପ୍ରାୟ ୯୨ପ୍ରତିଶତ ଅର୍ଥ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ। ଏଥିରୁ ପୁଞ୍ଜି ଖର୍ଚ୍ଚ ପାଇଁ ପ୍ରାୟ ୩,୩୦୦ କୋଟି ଟଙ୍କାର ବ୍ୟୟ ବ୍ୟବସ୍ଥା କରାଯାଇଛି। ମୂଳ ବଜେଟ ସହିତ ଅତିରିକ୍ତ ବଜେଟକୁ ମିଶାଇଲେ ମୋଟ ପୁଞ୍ଜି ବିନିଯୋଗ ରାଜ୍ୟର ସକଳ ଘରୋଇ ଉତ୍ପାଦ(ଜିଏସ୍‌ଡିପି)ର ୫ପ୍ରତିଶତକୁ ଟପିଯିବ। ସେହିପରି କାର୍ଯ୍ୟକ୍ରମ ବ୍ୟୟ କ୍ଷେତ୍ରରେ ମୋଟ ବ୍ୟୟ ବରାଦ ୭,୪୩୩ କୋଟି ଟଙ୍କା ମଧ୍ୟରୁ ଭିତ୍ତିଭୂମି ଓ ଗ୍ରାମ୍ୟ ଉନ୍ନୟନ ପାଇଁ ୨୬୨୩କୋଟି ଟଙ୍କା ଉଦ୍ଦିଷ୍ଟ। ପୁରୀଠାରେ ମୌଳିକ ସୁବିଧା ଏବଂ ଐତିହ୍ୟ ଓ ସ୍ଥାପତ୍ୟର ଉନ୍ନୟନ(ଅବଢ଼ା) ପାଇଁ ଜମି ଅଧିଗ୍ରହଣ ଲାଗି ୭୩୦ କୋଟି ଟଙ୍କା ଖର୍ଚ୍ଚ ହେବ।
ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ପଚାରିଥିବା କେତେଗୁଡ଼ିଏ ପ୍ରଶ୍ନର ଉତ୍ତର ମଧ୍ୟ ମନ୍ତ୍ରୀ ପୂଜାରୀ ଗୃହରେ ରଖି କହିଛନ୍ତି, ୨୦୧୩ରେ ରାଜ୍ୟ ସରକାର ସରକାରୀ ନିଯୁକ୍ତି ବାବଦକୁ ଏକ ନୂତନ ନୀତି ପ୍ରଣୟନ କରିଛନ୍ତି। ଏହି ନୀତି ଅନୁଯାୟୀ ଗ୍ରୁପ-ଏ ଏବଂ ଗ୍ରୁପ-ବି ନିଯୁକ୍ତି ସିଧାସଳଖ ସ୍ଥାୟୀଭାବେ ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ କରାଯିବ। ଅନ୍ୟାନ୍ୟ ଶ୍ରେଣୀର ନିଯୁକ୍ତି ପ୍ରଥମେ ୬ ବର୍ଷ ପାଇଁ ଠିକାଭାବେ ହେବ। ସପ୍ତମ ବର୍ଷଠାରୁ ଏହି କର୍ମଚାରୀମାନେ ସ୍ଥାୟୀ ହେବେ। ଠିକା କର୍ମଚାରୀଙ୍କ ଦରମା ବାର୍ଷିକ ୧୦ ପ୍ରତିଶତ ବୃଦ୍ଧି ହୁଏ। ଆଉଟସୋର୍ସିଂରେ କାର୍ଯ୍ୟରତ ବ୍ୟକ୍ତିମାନେ ଇପିଏଫ୍‌ ଏବଂ ଇଏସ୍‌ଆଇ ପ୍ରଦାନ ବାଧ୍ୟତାମୂଳକ। ସେହିପରି ବିରୋଧୀ ଦଳ ନେତା କେନ୍ଦ୍ର ପ୍ରବର୍ତ୍ତିତ କେତେଗୁଡିଏ ଯୋଜନାର ନାମକରଣ ଉପରେ କରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପୂଜାରୀ କହିଛନ୍ତି, ଅଧିକାଂଶ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌)ରେ କେନ୍ଦ୍ର ଅଂଶ ୬୦ ପ୍ରତିଶତ ଥିବାବେଳେ ରାଜ୍ୟ ୪୦ ପ୍ରତିଶତ ଅର୍ଥ ଦେଇଥାଏ। ରାଜ୍ୟ ସରକାରଙ୍କ ମମତା ଯୋଜନା ଲୋକପ୍ରିୟ ହୋଇଛି। ଏହାର ସଫଳତାକୁ ଦେଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ପ୍ରଣୟନ କରିଛନ୍ତି। ସେହିପରି ମାଇନର ମିନେରାଲରୁ ରାଜସ୍ବ ଆଦାୟ ଉପରେ ଗୁରୁତ୍ୱ ଦେଉଛୁ। ଏଥିପାଇଁ ସ୍ବତନ୍ତ୍ରଭାବେ ଡିରେକ୍ଟୋରେଟ୍‌ ଅଫ୍‌ ମାଇନର ମିନେରାଲ୍ସ ସ୍ଥାପନ କରିଛୁ। ୧୪୪ଟି ଚିହ୍ନିତ ତହସିଲରେ ସ୍ବତନ୍ତ୍ର ମାଇନର ମିନେରାଲ ସେଲ୍‌ ସ୍ଥାପନ କରାଯାଇଛି। ଆଗାମୀ ବର୍ଷରେ ମାଇନର ମିନେରାଲ୍ସରୁ ଅଧିକ ରାଜସ୍ବ ଆଦାୟ ଲକ୍ଷ୍ୟ ରଖିଛୁ। ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ସଂଖ୍ୟା ୪.୫୨ଲକ୍ଷ ଥିବାବେଳେ ଗତ ୫ ବର୍ଷରେ ୭୦ ହଜାର ପଦବୀ ପୂରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri