ପାତ୍ରପୁର, ୧୯ା୩ (ଡି.ଏନ୍.ଏ.) କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲାପାଳଙ୍କ ପକ୍ଷରୁ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ବୁଧବାର ପାତ୍ରପୁର ଓ ଏହା ନିକଟରେ ଥିବା ଗ୍ରାମରେ ତହସିଲ ଓ ବ୍ଲକ ପ୍ରଶାସନ ସ୍ଥାନିୟ ପୋଲିସ ସହାୟତାରେ ଦୋକାନବଜାର ବନ୍ଦ କରିବା ସହ ଲୋକଙ୍କୁ ସଚେତନ କରିଥିଲା। ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଗ୍ରାମକୁ ଫେରୁଥିବା ବିଦେଶ ଫେରନ୍ତା ଓ ଅନ୍ୟ ରାଜ୍ୟରେ ଦାଦନ ଖଟୁଥିବା ଶ୍ରମିକଙ୍କୁ ଚିହ୍ନଟ କରି ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ହେଲେ ଏହି ବ୍ଲକ ସୀମାନ୍ତକୁ ଲାଗିଥିବା ଆନ୍ଧ୍ର ପ୍ରଦେଶର ସୀମାନ୍ତ ଗ୍ରାମରେ କରୋନା ସଂକ୍ରମଣ ସଚେତନତା ହେଉ ନଥିବା ଜଣାପଡିଛି।
ଓଡ଼ିଶାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଥିବାବେଳେ ଆନ୍ଧ୍ରରେ ଖୋଲା ରହିଛି। ଓଡ଼ିଶାରେ ମନ୍ଦିର ଦର୍ଶନ, ସମୂହ ପୂଜାପାଠ, ଯାତ୍ରା, ଭୋଜି ଆଦି ବାରଣ କରାଯାଇଥିବାବେଳେ ଆନ୍ଧ୍ରରେ ଏଥିପ୍ରତି କଟକଣା ନାହିଁ। ଏପରିକି ସେଠାରେ ବଡ ସହରରେ ମଧ୍ୟ ସାମାନ୍ୟ ସଚେତନ କରାଯାଉ ନ ଥିବା ଜଣାପଡିଛି। ମାତ୍ର ଓଡ଼ିଶାର ଏପରି କଟକଣା କଥା ଶୁଣି ଆନ୍ଧ୍ର ସୀମାନ୍ତ ଲୋକେ ଭୟଭୀତ ହୋଇ ପଡିଥିବା ପାତ୍ରପୁର ବ୍ଲକକୁ ଲାଗିଥିବା ଆନ୍ଧ୍ର ଇଚ୍ଛାପୁର, ସୋମପେଟା ଓ ପଲାସା ଅଞ୍ଚଳବାସୀ କହିଛନ୍ତି। ଓଡ଼ିଶାରେ ମାସ୍କ ମିଳୁ ନ ଥିବାବେଳେ ସେଠାରେ ଏବେବି କେହି ସାଧାରଣଲୋକେ ମାସ୍କ କିଣୁ ନ ଥିବା ଜଣେ ଔଷଧ ଦୋକାନୀ କହିଛନ୍ତି। ଏପରିକି ପ୍ରସିଦ୍ଧ ସୀମାଞ୍ଚଳ ମନ୍ଦିରରେ ମଧ୍ୟ କଟକଣା ନ ଥିବା ଜଣାପଡିଛି। ଅନ୍ୟପଟେ ପାତ୍ରପୁରରେ ଦୋକାନ ବଜାର ବନ୍ଦ ହେବା ପରେ ଜନସାଧାରଣ ସୀମାନ୍ତ ଆନ୍ଧ୍ରର ଇଚ୍ଛାପୁର ଓ ସୋମପେଟା ଯାଇ କିଣାକିଣି କରୁଥିବା ଦେଖିବାକୁ ମିଳୁଛି।
Posted inଆମ ଜିଲା ଖବର, ଗଞ୍ଜାମ View All
ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍ ପରେ ଚହଳ, ଥାନାରେ…
ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…
କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…
ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…
ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…
ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…
ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ
ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…
ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ
ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…
ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ
ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…
ମୋହନାରେ ନୂତନ ଥାନା ଅଧିକାରୀ
ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…
କିଡ୍ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍
ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…
Archives

