ଓଡ଼ିଆ ସିନେମାର ଭବିଷ୍ୟତ

”ଓଡ଼ିଆ ଚଳଚ୍ଚିତ୍ର ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହେଲେ ତାହାର ବ୍ୟବସାୟିକ ସଫଳତା ପାଇଁ ପ୍ରତି ଜିଲାରେ ପ୍ରେକ୍ଷାଳୟର ଅଧିକ ଆବଶ୍ୟକତା ରହିଛି। ପ୍ରେକ୍ଷାଳୟ କମ୍‌ ସାଙ୍ଗକୁ ବ୍ୟୟବୃଦ୍ଧି ଚଳଚ୍ଚିତ୍ରକୁ ନେଇ ଓଡ଼ିଆ ଚଳଚ୍ଚିତ୍ର କେବେ ବି ସମୃଦ୍ଧି ହେବ ନାହିଁ। ସରକାରଙ୍କ ଶିଳ୍ପ ବିଭାଗ ଯଦି ସବୁ କ୍ଷେତ୍ରରେ ଗୁରୁତ୍ୱର ସହ ବିଚାରବିମର୍ଶ କରି ଆନୁଷ୍ଠାନିକ ପଦକ୍ଷେପ ନ ନେବ ତେବେ ଓଡ଼ିଆ ଚଳଚ୍ଚିତ୍ରର ବିକୃତ ନାମକରଣରେ ଅଣଓଡ଼ିଆ ଛାପା ଚଳଚ୍ଚିତ୍ରର ଶ୍ରୀବୃଦ୍ଧି ହେବ।“

ଓଡ଼ିଆ ଚଳଚ୍ଚିତ୍ର ଏବେ ବେଶ୍‌ ଚଳଚଞ୍ଚଳ। ଗୋଟିଏ ବର୍ଷରେ ୩୦ରୁ ଊର୍ଦ୍ଧ୍ୱ ସିନେମା ରିଲିଜ ହେଉଛି। ଅନେକ ନୂଆ ପ୍ରଯୋଜକ, କଳାକାର ନିଜ ଭାଗ୍ୟ ପରୀକ୍ଷା କରିବାକୁ ଆଗେଇ ଆସୁଛନ୍ତି-ଏହା ନିଶ୍ଚୟ ସ୍ବାଗତଯୋଗ୍ୟ। ହେଲେ ଓଡ଼ିଆ ଚଳଚ୍ଚିତ୍ରଟିଏ ଦେଖିବାକୁ ପୂର୍ବପରି ଦର୍ଶକ ଆଉ ଆଗ୍ରହ ପ୍ରକାଶ କରିବାକୁ ସତେଯେମିତି ଅନିଚ୍ଛୁକ। ଏହାର ଯଥେଷ୍ଟ ଉଦାହରଣ ମଧ୍ୟ ରହିଛି। ମୁକ୍ତିଲାଭ କରିବା ପରେ ଗୋଟିଏ ସିନେମା ପ୍ରେକ୍ଷାଳୟରେ ସପ୍ତାହେ ଚାଲିବା କଷ୍ଟକର ହୋଇପଡୁଛି, ଯାହା ଏବେ ଓଡ଼ିିଆ ସିନେମାର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ଲଗାଇ ଦେଇଛି। ପ୍ରକୃତପକ୍ଷେ ଭଲ ଓଡ଼ିଆ ସିନେମା ଖୋଜିବା ବିରଳ ହୋଇଯାଇଛି। ଅଭିଜ୍ଞ ନିର୍ଦ୍ଦେଶକ ହାତବାନ୍ଧି ବସିଛନ୍ତି। ବର୍ତ୍ତମାନ ପିଢ଼ିର କତିପୟ ନିର୍ଦ୍ଦେଶକଙ୍କ ହାତରେ ଓଡ଼ିଆ ସିନେମାର ବାକ୍‌ଡୋର ରହିଛି। ଅପରପକ୍ଷରେ ଓଡ଼ିଶାରେ ଏକମାତ୍ର କଳିଙ୍ଗ ଷ୍ଟୁଡ଼ିଓ ଏବେ ଅବ୍ୟବସ୍ଥା ଘେରରେ। ଏହାର ପୁନରୁଦ୍ଧାର ନେଇ ଉଦ୍ୟମ ହେବା ଆବଶ୍ୟକ। ପ୍ରଯୋଜକମାନଙ୍କ ସ୍ବାର୍ଥରକ୍ଷା ପାଇଁ ରାଜ୍ୟ ସରକାର ୨୦୦୪ ମସିହାରୁ ଓଡ଼ିଆ ଚଳଚ୍ଚିତ୍ରକୁ ଟିକସ ମୁକ୍ତ କରିଦେଇଛନ୍ତି। ହେଲେ ତା’ର ସୁଫଳ କିଏ ପାଉଛି, ସମୀକ୍ଷା ନାହିଁ। ପ୍ରଯୋଜକ-ବିତରକ ମଧ୍ୟରେ ସମନ୍ବୟ ଅଭାବ ହେତୁ ଚଳଚ୍ଚିତ୍ର ଶିଳ୍ପରେ ବ୍ୟାପକ କ୍ଷତି ହେଉଛି।
ଓଡ଼ିଆ ଚଳଚ୍ଚିତ୍ର ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହେଲେ ତା’ ବ୍ୟବସାୟିକ ସଫଳତା ପାଇଁ ପ୍ରତି ଜିଲାରେ ପ୍ରେକ୍ଷାଳୟର ଅଧିକ ଆବଶ୍ୟକତା ରହିଛି। ପ୍ରେକ୍ଷାଳୟ କମ୍‌ ସାଙ୍ଗକୁ ବ୍ୟୟବୃଦ୍ଧି ଚଳଚ୍ଚିତ୍ରକୁ ନେଇ ଓଡ଼ିଆ ଚଳଚ୍ଚିତ୍ର କେବେ ବି ସମୃଦ୍ଧ ହେବ ନାହିଁ। ସରକାରଙ୍କ ଶିଳ୍ପ ବିଭାଗ ଯଦି ସବୁ କ୍ଷେତ୍ରରେ ଗୁରୁତ୍ୱର ସହ ବିଚାରବିମର୍ଶ କରି ଆନୁଷ୍ଠାନିକ ପଦକ୍ଷେପ ନ ନେବ ତେବେ ଓଡ଼ିଆ ଚଳଚ୍ଚିତ୍ରର ବିକୃତ ନାମକରଣରେ ଅଣଓଡ଼ିଆ ଛାପା ଚଳଚ୍ଚିତ୍ରର ଶ୍ରୀବୃଦ୍ଧି ହେବ। ଓଡ଼ିଆ ଚଳଚ୍ଚିତ୍ରରେ ଆବଶ୍ୟକ ଜ୍ଞାନ ନ ଥିବା କିଛି ନିର୍ଦ୍ଦେଶକ ଚଳଚ୍ଚିତ୍ର ନିର୍ମାଣ ବେଳେ ପ୍ରଯୋଜକମାନଙ୍କୁ ନିର୍ଦ୍ଦିଷ୍ଟ ବଜେଟ୍‌ ମଧ୍ୟରେ ଚଳଚ୍ଚିତ୍ରକୁ ସମ୍ପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଥାଆନ୍ତି। ପରେ ସ୍ଥିରୀକୃତ ଅର୍ଥର ଅଯଥା ଅପବ୍ୟୟ ଯୋଗୁ ନିର୍ମାଣାଧୀନ ଚଳଚ୍ଚିତ୍ରଟି ପଙ୍ଗୁ ହୋଇ କୋଲ୍ଡ ରୁମ୍‌ରେ ପଡିରହେ। ଏହି ଅଯଥା ଖର୍ଚ୍ଚ କାହା ଦ୍ୱାରା ହେଉଛି ତାହା ଜଳଜଳ କରି ଦେଖାଯାଉଥିଲେ ମଧ୍ୟ ପ୍ରଯୋଜକ ନାଚାର।
ଏଭଳି ଢାଞ୍ଚାରେ ଯେତେ ଶୀଘ୍ର ପୂର୍ଣ୍ଣଚ୍ଛେଦ ପଡ଼ିବ ତାହା ଓଡ଼ିଆ ଚଳଚ୍ଚିତ୍ର ପାଇଁ ମଙ୍ଗଳ ହେବ। ଆମ ରାଜ୍ୟରେ ଯେତିକି ପ୍ରେକ୍ଷାଳୟ ରହିଛି ଯଦି ଏକ ସୁନ୍ଦର ଓଡ଼ିଆ ଚଳଚ୍ଚିତ୍ରଟିଏ ନିର୍ମାଣ କରାଯାଏ ତେବେ ଦର୍ଶକ ନିଶ୍ଚୟ ତାହାକୁ ଦେଖିବାକୁ ଆଗ୍ରହ ପ୍ରକାଶ କରିବେ। ହେଲେ ଚଳଚ୍ଚିତ୍ରଟିଏ ଅଳ୍ପ ଖର୍ଚ୍ଚରେ ନିର୍ମାଣ କରାଇ ଦେବୁ ବୋଲି କୁହୁକ ମାୟା ଦେଖାଉଥିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ଏବେ ଆମ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ କମ୍‌ ନାହିଁ। ମାଲଦାର ପ୍ରଯୋଜଟିଏ ଯୋଗାଡ କରି ଅର୍ଥ ହରିଲୁଟ କରିବା ସେମାନଙ୍କର ଏକ ପେସା ହୋଇଗଲାଣି। ତେଣୁ ବେଳ ଥାଉ ଚିହ୍ନି ରଖ ଭ୍ରାତାଙ୍କ ବଦନ ପରି ସେମାନଙ୍କଠାରୁ ପ୍ରଯୋଜକମାନେ ନିଜକୁ ଦୂରେଇ ରଖିବା ଆବଶ୍ୟକ। ପ୍ରଯୋଜକ ବଞ୍ଚିଲେ ଚଳଚ୍ଚିତ୍ର ଶିଳ୍ପ ବଞ୍ଚିବ। ପ୍ରଯୋଜକ ମାରଣନୀତିରୁ ନିବୃତ୍ତ ନ ରହିଲେ ଓଡ଼ିଆ ଚଳଚ୍ଚିତ୍ର ଅଡୁଆ ଆଡ଼କୁ ଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri